Categories: ବାଣିଜ୍ୟ

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ

ଭୁବନେଶ୍ୱର,୮।୯: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍ସେଲର ମିତ୍ତଲ-ନିପନ ଷ୍ଟିଲ୍‌ (ଏଏମ୍‌-ଏନ୍‌ଏସ୍‌) ଇଣ୍ଡିଆ ପକ୍ଷରୁ ବୁଧବାର ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ଓଡ଼ିଶା ଜଗରନଟ୍ସର ଖେଳାଳିମାନଙ୍କୁ ଉସତ୍ାହିତ କରିବା ନିମନ୍ତେ ଏକ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା। ଏପରିକି ନିକଟରେ ପୁଣେଠାରେ ଶେଷ ହୋଇଥିବା ଭାରତର ପ୍ରଥମ ପେସାଦାର ଅଲ୍‌ଟିମେଟ୍‌ ଖୋ ଖୋ ଲିଗ୍‌-୨୦୨୨ର ଫାଇନାଲରେ ତେଲୁଗୁ ଯୋଦ୍ଧାସ୍‌କୁ ପରାସ୍ତକରି ଓଡ଼ିଶା ଜଗରନଟ୍ସ ଚାମ୍ପିୟନ ଆଖ୍ୟା ସହ ଟ୍ରଫି ହାସଲ କରିଥିଲା।

ଉକ୍ତ ସମାରୋହରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଏବଂ ଯୁବସେବା ବିଭାଗର କମିଶନର ତଥା ସଚିବ ଆର୍‌. ଭିନିଲକ୍ରିଷ୍ଣା ସମ୍ମାନିତ ଅତିଥିଭାବେ ଯୋଗଦେଇ କହିଛନ୍ତି, ଓଡ଼ିଶା ଦଳ ଫାଇନାଲରେ ଐତିହାସିକ ବିଜୟ ହାସଲ କରିଥିବାରୁ ଆମେ ଅତ୍ୟନ୍ତ ଗର୍ବ ଅନୁଭବ କରୁଛୁ। ସେହିଭଳି ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ଏଚ୍‌ଆର୍‌ ଏବଂ ଆଡମିନିଷ୍ଟ୍ରେଶନର ଡେପୁଟି ଡାଇରେକ୍ଟର ସିଙ୍ଗୋ ନାକାମୁରା କହିଛନ୍ତି, ଚାମ୍ପିୟନଶିପ୍‌ରେ ଓଡ଼ିଶା ଜଗରନଟ୍ସର ଐତିହାସିକ ବିଜୟ ପାଇଁ ଦଳକୁ ମୋର ହାର୍ଦ୍ଦିକ ଅଭିନନ୍ଦନ। ଏଭଳି ଏକ ପଦକ୍ଷେପରେ ଓଡ଼ିଶା ସରକାରଙ୍କ ସହ ଆମର ସହଭାଗିତା ପାଇଁ କ୍ରୀଡ଼ା ବିଭାଗର ଉଦ୍ୟମକୁ ଆମେ ପ୍ରଶଂସା କରୁଛୁ। ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ବରିଷ୍ଠ ନେତୃତ୍ୱ ଏବଂ ବରିଷ୍ଠ ସରକାରୀ ଅଧିକାରୀଙ୍କ ଉପସ୍ଥିତିରେ ଆର୍‌.ଭିନିଲକ୍ରିଷ୍ଣା ଏବଂ ସିଙ୍ଗୋ ନାକାମୁରା ଓଡ଼ିଶା ଜଗରନଟ୍ସର ସଦସ୍ୟଙ୍କୁ ମେମେଣ୍ଟୋ ପ୍ରଦାନ କରି ସମ୍ମାନିତ କରିଥିଲେ।

 

Share