ଧନୁ ସଂକ୍ରାନ୍ତି ପାଳନକୁ ନେଇ ଦ୍ୱନ୍ଦ୍ୱ

ପୁରୀ,୧୬ା୧୨(ଅଜିତ୍‌ କୁମାର ମହାନ୍ତି): ଚଳିତବର୍ଷ ପାଞ୍ଜି ଏବଂ କ୍ୟାଲେଣ୍ଡରରେ ଅନେକ ଗୁରୁତର ତ୍ରୁଟି ଓ ଦ୍ୱନ୍ଦ୍ୱ ରହିଛି। ଓଡ଼ିଶାରୁ ପ୍ରକାଶ ପାଉଥିବା ଏକାଧିକ ପାଞ୍ଜିର ଗଣନା ମଧ୍ୟରେ ତାଳମେଳ ରହୁନାହିଁ। ଏହାଦ୍ୱାରା ପର୍ବପର୍ବାଣି ଓ ଯାନିଯାତ୍ରାକୁ ନେଇ ଲୋକେ ଦ୍ୱନ୍ଦ୍ୱରେ ପଡୁଛନ୍ତି। ପୂର୍ବରୁ ଚଳିତବର୍ଷ କୁମାର ପୂର୍ଣ୍ଣିମା, କାଳୀପୂଜା ଓ ଦୀପାବଳି ଅମାବାସ୍ୟା ପାଳନକୁ ନେଇ ଦ୍ୱନ୍ଦ୍ୱ ଦେଖିବାକୁ ମିଳିଥିଲା। ଏବେ ଧନୁ ସଂକ୍ରାନ୍ତିକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।
ମୁଖ୍ୟତଃ ଧନୁ ସଂକ୍ରାନ୍ତିରେ ଦେବାଳୟଗୁଡ଼ିକରେ ପହିଲି ଭୋଗ ଆରମ୍ଭ ହୋଇଥାଏ। ସେହିପରି ମୁଆଁ ଭୋଗ କରାଯାଇଥାଏ। ଚଳିତବର୍ଷ କିଛି କ୍ୟାଲେଣ୍ଡରରେ ଭିନ୍ନ ଭିନ୍ନ ତାରିଖରେ ଧନୁ ସଂକ୍ରାନ୍ତି ଦର୍ଶାଯାଇଛି। କିଛି କ୍ୟାଲେଣ୍ଡରରେ ୧୫ ତାରିଖରେ ଏବଂ ଅନ୍ୟ କିଛି କ୍ୟାଲେଣ୍ଡରରେ ୧୬ତାରିଖରେ ଧନୁ ସଂକ୍ରାନ୍ତି ପଡ଼ୁଥିବା ଦର୍ଶାଯାଇଛି। ଏହାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି। ଏନେଇ ମୁକ୍ତିମଣ୍ଡପ ସଦସ୍ୟ ତଥା ଜ୍ୟୋତିର୍ବିଦ୍‌ ହରିଶଙ୍କର ମିଶ୍ର କହିଛନ୍ତି, ଯେଉଁଦିନ ସୂର୍ଯ୍ୟ ଗୋଟିଏ ରାଶି ଛାଡ଼ି ଅନ୍ୟ ରାଶିର ଘରକୁ ପ୍ରବେଶ କରିଥାନ୍ତି, ସେହିଦିନକୁ ସଂକ୍ରାନ୍ତି ବୋଲି ବିବେଚନା କରାଯାଇଥାଏ। ରବି ବା ସୂର୍ଯ୍ୟ ବର୍ତ୍ତମାନ ବିଛା ରାଶିରେ ଅବସ୍ଥାନ କରିଛନ୍ତି। ସୂର୍ଯ୍ୟ ରବିବାର ରାତି ୧୦ଟା ୧୧ ମିନିଟ୍‌ରେ ବିଛା ରାଶି ତ୍ୟାଗ କରି ଧନୁ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ଯଦି ଆମେ ପ୍ରଖ୍ୟାତ ଜ୍ୟୋତିର୍ବିଦ୍‌ ପଠାଣି ସାମନ୍ତଙ୍କ ଗଣନାକୁ ନେବା, ତେବେ ସୂର୍ଯ୍ୟ ଉଦୟରୁ ତା’ର ପରଦିନ ସୂର୍ଯ୍ୟ ଉଦୟକୁ ଗୋଟିଏ ଦିନ ବୋଲି ଧରାଯାଏ। ଏହି ନିୟମ ଅନୁଯାୟୀ ରବିବାର ସଂକ୍ରାନ୍ତି ପାଳନ କରିବା କଥା। ଯେଉଁ ପାଞ୍ଜିରେ ସୋମବାର ଦର୍ଶାଯାଇଛି, ତାହା ଠିକ୍‌ ନୁହେଁ। ସଂକ୍ରାନ୍ତିର ପୂର୍ବ ୧୨ ଘଣ୍ଟା ଏବଂ ପର ୧୨ ଘଣ୍ଟା ପୂର୍ଣ୍ଣକାଳ ହେଲେ ମଧ୍ୟ ସିଦ୍ଧାର୍ଥ ଦର୍ପଣ ଅନୁଯାୟୀ ଯେଊଁଦିନ ରବି ସଂକ୍ରମଣ କରିବ, ଉକ୍ତ ଦିନକୁ ସଂକ୍ରାନ୍ତି ଧରାଯାଏ। ଗଣନା ଭୁଲ ହେଲେ ଦିନ ନିର୍ଦ୍ଧାରଣ ଭୁଲ୍‌ ହୋଇଯିବ। ଗଣନା ଠିକ ହେଲେ, ଦିନ ଠିକ୍‌ ରହିବ। ଯେଉଁମାନେ ପଠାଣି ସାମନ୍ତ ଗଣନାକୁ ସ୍ବୀକାର କରୁଛନ୍ତି, ସେମାନେ ରବିବାର ପାଳନ କରିପାରିବେ। ମାତ୍ର ମୁକ୍ତିମଣ୍ଡପ ପଣ୍ଡିତ ସଭାରେ ସ୍ବୀକୃତ ପଞ୍ଜିକାରେ ସୋମବାର ସଂକ୍ରାନ୍ତି ଦର୍ଶାଯାଇଛି। ଲୋକଙ୍କ ଭାବାବେଗ ପଣ୍ଡିତ ସଭା ସହ ଜଡ଼ିତ ଥିବାରୁ ଲୋକେ ସୋମବାର ସଂକ୍ରାନ୍ତି ପାଳନ କରିବେ ବୋଲି ମିଶ୍ର କହିଛନ୍ତି। ଯେଉଁ ରାଶିରେ ସୂର୍ଯ୍ୟ ଉଦୟ ହୋଇଛନ୍ତି ସେହି ତିଥି ମାନିବା ଉଚିତ। ଅନ୍ୟପକ୍ଷରେ ସୋମବାର ଶ୍ରୀମନ୍ଦିରରେ ଧନୁସଂକ୍ରାନ୍ତି ନୀତିକାନ୍ତି ହେବାକୁ ଯାଉଥିବାରୁ ଉକ୍ତଦିନ ଧନୁସଂକ୍ରାନ୍ତି ପାଳନ କରାଯିବା ଉଚିତ ବୋଲି କେତେଜଣ ପଞ୍ଜିକାର ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ କାହା ପାଖରେ ଅଛି ପରମାଣୁ ବୋମାର ରିମୋଟ କଣ୍ଟ୍ରୋଲ, ଆକ୍ରମଣ ପାଇଁ କିଏ ନିର୍ଦ୍ଦେଶ ଦେଇପାରିବ ଜାଣନ୍ତୁ

ନୂଆଦିଲ୍ଲୀ,୨୨।୧୨: ସାଧାରଣ ଜନତା ପ୍ରାୟତଃ ପରମାଣୁ ଅସ୍ତ୍ର ବିଷୟରେ ଅନେକ ପ୍ରଶ୍ନ କରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଭାରତରେ ଏହି ଅସ୍ତ୍ରଗୁଡ଼ିକ ଉପରେ ପ୍ରକୃତ...

ଭୟଙ୍କର ଦୁର୍ଘଟଣା: ଡିଭାଇଡରରେ ପିଟି ହୋଇ ରାଜପଥରେ ଓଲଟିଲା ବସ୍, ୧୬ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୨।୧୨: ଇଣ୍ଡୋନେସିଆରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ରିପୋର୍ଟ ଅନୁଯାୟୀ ରବିବାର ବିଳମ୍ବିତ ରାତିରେ ଇଣ୍ଡୋନେସିଆର ମୁଖ୍ୟ ଦ୍ୱୀପ ଜାଭାରେ ଏକ ଯାତ୍ରୀବାହୀ ବସ୍...

୭ଦିନ ଜାରି ରହିବ ଶୀତ ଲହରି

ଭୁବନେଶ୍ୱର,୨୨ା୧୨(ବନ୍ଦନା ସେଠୀ): ରାଜ୍ୟରେ ଶୀତ ଲହରି ଜାରି ରହିବ। ଆସନ୍ତା ୭ଦିନ ପର୍ଯ୍ୟନ୍ତ ପାଣିପାଗର କୌଣସି ବିଶେଷ ପରିବର୍ତ୍ତନ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ...

ମନ୍ତ୍ରୀ ଦେଲେ ବଡ଼ ପ୍ରତିଶ୍ରୁତି: ଗୁରୁକୁଳ ଖୋଲିବା ସହ ଶୀତ ମହୋତ୍ସବ ହେବ ଆଡମ୍ବରପୂର୍ଣ୍ଣ

ଦାରିଙ୍ଗବାଡି, ୨୨।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ସୋମବାର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗସ୍ତ କରିଛନ୍ତି। ସେ ସକାଳ...

ମଝି ଆକାଶରେ ଅଟକିଗଲା ଶହଶହ ଯାତ୍ରୀଙ୍କ ଜୀବନ, ଟେକ୍‌ ଅଫ୍‌ର କିଛି ମିନିଟ୍‌ ଘଟିଲା ଏମିତି…

ନୂଆଦିଲ୍ଲୀ,୨୨।୧୨: ସୋମବାର ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଦିଲ୍ଲୀ ଫେରିବାକୁ ବାଧ୍ୟ ହୋଇଥିଲା।...

ଅଭାବନୀୟ ଘଟଣା, ଶାଗ-ଚିକେନ ଖାଇ ଚାଲିଗଲା ୩ ଜଣଙ୍କ ଜୀବନ

ଅନୁଗୋଳ,୨୨ା୧୨: ଢେଙ୍କାନାଳ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଖାଦ୍ୟରେ ବିଷକ୍ରିୟା କାରଣରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି...

ଶରୀରର ସୁରକ୍ଷା କବଚ : ଆଣ୍ଟିଅକ୍ସିଡାଣ୍ଟ

ଆଜିକାଲି ସ୍ବାସ୍ଥ୍ୟ ଓ ପୋଷଣ କ୍ଷେତ୍ରରେ ଆଣ୍ଟିଅକ୍ସିଡାଣ୍ଟ (Antioxidant) ବିଷୟରେ ବେଶ୍‌ ଚର୍ଚ୍ଚା ହେଉଛି। ତେବେ ପ୍ରଶ୍ନ ଉଠେ: ଆଣ୍ଟିଅକ୍ସିଡାଣ୍ଟ କ’ଣ, ଏହା ଆମ ଶରୀର...

ଜାଣି ରଖନ୍ତୁ କିପରି କିଡ୍‌ନୀକୁ ରଖିବେ ସୁସ୍ଥ

ଆମ ଶରୀରର ଅନ୍ୟତମ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରବାହିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି ଅଦରକାରୀ ତତ୍ତ୍ୱକୁ ନିଷ୍କାସନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri