ବାରିପଦା ଅଫିସ,୧୪ା୧୧- ମୟୂରଭଞ୍ଜ ଜିଲା ବାରିପଦା ସହର ସ୍ଥିତ ସତ୍ୟସାଇ ଛକ ନିକଟ ଭଞ୍ଜେଶ୍ୱର ମହାଦେବ ମନ୍ଦିର ସମ୍ମୁଖରେ ରବିବାର ରାତିରେ ଦୁଇ ବାଇକ୍ ମୁହାଁମୁହିଁ ହେବା ଘଟଣାରେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତ। ରାସ୍ତା ପାର୍ଶ୍ୱରେ ଅଟକି ରହିଥିବା ଯାତ୍ରୀବାହୀ ବସ ପାଇଁ ରାସ୍ତା ସଙ୍କୁଚିତ ହେବାରୁ ଏପରି ଦୁର୍ଘଟଣା ଘଟୁଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା ା ଉତ୍ୟକ୍ତ ଲୋକେ ଏକ ଘଣ୍ଟାଧରି ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଖବରପାଇ ଟାଉନ ଥାନା ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।


