ଚନ୍ଦ୍ରଗ୍ରହଣ ନୀତି ନିର୍ଘଣ୍ଟକୁ ନେଇ ଦ୍ୱନ୍ଦ୍ୱ

ପୁରୀ ଅଫିସ, ୩୧ା୧୦: ଆସନ୍ତା ନଭେମ୍ବର ୮ତାରିଖ କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ସଂଘଟିତ ହେବାକୁ ଯାଉଛି। ତେବେ ଏହି ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତିକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଶ୍ରୀମନ୍ଦିର ପ୍ରଶାସନର ନୀତି ନିର୍ଘଣ୍ଟ ଅନୁଯାୟୀ, ଚନ୍ଦ୍ରଗ୍ରହଣ ଦିନ ସକାଳ ୮ଟା ୨୯ରେ ପାକତ୍ୟାଗ ପାଇଁ ଉଲ୍ଲେଖ ରହିଥିବାବେଳେ ଜ୍ୟୋତିର୍ବିଦ୍‌ଙ୍କ ମତରେ ଚନ୍ଦ୍ରଗ୍ରହଣ ଦିନ ଭୋର ୫ଟା ୫୪ ମିନିଟ୍‌ରୁ ପାକତ୍ୟାଗ ଓ ଦେବନୀତି ନିଷେଧ ରହିଥିବା କୁହାଯାଇଛି। ଚନ୍ଦ୍ରଗ୍ରହଣରେ ମହାପ୍ରଭୁଙ୍କ ନୀତିକାନ୍ତିରେ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଦୂର କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆସନ୍ତା ଦିନେ କିମ୍ବା ଦୁଇଦିନ ମଧ୍ୟରେ ଶ୍ରୀମନ୍ଦିର ନୀତି ସବ୍‌କମିଟି ଓ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଆସନ୍ତା ୮ ତାରିଖରେ ଚଳିତ ବର୍ଷର ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି। ଉକ୍ତ ଦିନ ଅପରାହ୍ନ ୨ଟା ୩୮ ମିନିଟ୍‌ ୧୪ ସେକେଣ୍ଡରୁ ଗ୍ରହଣ ସ୍ପର୍ଶ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ୧୮ ମିନିଟ୍‌ ୪୭ ସେକେଣ୍ଡରେ ସର୍ବମୋକ୍ଷ ହେବ। ତେବେ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ଶ୍ରୀମନ୍ଦିରରେ ହେବାକୁ ଥିବା ମହାପ୍ରଭୁଙ୍କ ନୀତିକାନ୍ତିକୁ ନେଇ ଏବେ ସମସ୍ତଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ଗ୍ରହଣର ପୂର୍ବଦିନ ଅର୍ଥାତ ୭ତାରିଖ ରାତି ୧୨ଟା ୧୦ ମିନିଟରେ ଶ୍ରୀମନ୍ଦିର ଦ୍ୱାର ଖୋଲାଯାଇ ମହାପ୍ରଭୁଙ୍କ ନୀତି ଆରମ୍ଭ ହେବ। ଦ୍ୱାରଫିଟା ପରେ ୧୨ଟା ୨୫ରେ ଭିତରଶୋଧ, ୧୨ଟା ୩୦ରେ ମଙ୍ଗଳଆଳତି, ୧୨ଟା ୫୦ରେ ମଇଲମ ଓ ତଡ଼ପଲାଗି, ୧ଟା ୩୦ରେ ଅବକାଶ, ୨ଟାରେ ରୋଷ ହୋମ, ୨ଟା ୪୦ରେ ସୂର୍ଯ୍ୟପୂଜା, ୩ଟାରେ ଦ୍ୱାରପାଳ ପୂଜା ଓ ରାଜାଧିରାଜ ବେଶ, ୩ଟା ୩୦ରେ ଗୋପାଳବଲ୍ଲଭ, ୩ଟା ୫୦ରୁ ଭୋର ୪ଟା ୫୦ରେ ସକାଳଧୂପ, ଭୋର ୫ଟାରେ ବାଳଭୋଗ ଓ ଭୋଗମଣ୍ଡପ, ୫ଟା ୪୦ରେ ବନ୍ଦାପନା, ସକାଳ ୭ଟା ୩୦ରେ ଭୋଗମଣ୍ଡପ ଓ ସକାଳ ୭ଟା ୪୦ରେ ମଇଲମ ହୋଇ ନୀତି ସ୍ଥଗିତ ରହିବ। ସେହିପରି ସକାଳ ୮ଟା ୨୯ ମିନିଟ୍‌ଠାରୁ ପାକତ୍ୟାଗ ସହ ଦେବନୀତି ନିଷେଧ ପାଇଁ ସୂଚନା ଦିଆଯାଇଛି। ତେବେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ. ନରେଶ ଚନ୍ଦ୍ର ଦାଶଙ୍କ ମତରେ ଅପରାହ୍ନ ୨ଟା ୩୮ ମିନିଟ୍‌ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ହେବ। ତେଣୁ ନିୟମ ଅନୁଯାୟୀ ସ୍ବର୍ଶର ୯ ଘଣ୍ଟା ପୂର୍ବରୁ ଅର୍ଥାତ ଭୋର ୫ଟା ୫୪ ମିନିଟ୍‌ ୫୩ ସେକେଣ୍ଡଠାରୁ ଅନ୍ନଭୋଜନ, ପାକତ୍ୟାଗ ଓ ଦେବନୀତି ନିଷେଧ ହେବା କଥା। ଏନେଇ ସଂଶୋଧିତ ପାଞ୍ଜିରେ ଉଲ୍ଲେଖ ରହିଛି। ତେବେ ପୂର୍ବରୁ ରାଧାରମଣ ପ୍ରେସ୍‌ ଦ୍ୱାରା ପ୍ରସ୍ତୁତ ବିଶୁଦ୍ଧ ଖଡ଼ୀରତ୍ନ ପଞ୍ଜିକାରେ ଏ ସଂକ୍ରାନ୍ତରେ ଭୁଲ ତଥ୍ୟ ପ୍ରକାଶିତ ହୋଇଥିଲା। ପରେ ତାକୁ ସଂଶୋଧନ କରାଯାଇଛି। ପାଞ୍ଜିରେ ସଂଶୋଧନ ହୋଇଥିବା ସମୟକୁ ଶ୍ରୀମନ୍ଦିର ପ୍ରଶାସନ ଦେଖି ନ ଥିବାରୁ ଏପରି ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି। ସେହିପରି ଶ୍ରୀମନ୍ଦିରର ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସମହାପାତ୍ରଙ୍କ କହିବା ଅନୁଯାୟୀ ଚନ୍ଦ୍ରଗ୍ରହଣ ନୀତିନିର୍ଘଣ୍ଟକୁ ନେଇ ଦିନେ କି ଦୁଇଦିନ ମଧ୍ୟରେ ଶ୍ରୀମନ୍ଦିର ନୀତି ସବ୍‌କମିଟି ଓ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇ ପୁନର୍ବାର ନୀତିନିର୍ଘଣ୍ଟ କରାଯିବ। ଯାହାଫଳରେ ଦେଖାଯାଇଥିବା ଦ୍ୱନ୍ଦ୍ୱ ଦୂର ହୋଇପାରିବ। ଏ ନେଇ ଜିଲାପାଳ ସମର୍ଥ ବର୍ମା କହିଛନ୍ତି, ପୁଣିଥରେ ସମସ୍ତ ନିଯୋଗର ସଭାପତି ଓ ସମ୍ପାଦକମାନଙ୍କ ସହ ଚନ୍ଦ୍ରଗ୍ରହଣ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯିବ ଏବଂ ସମସ୍ତଙ୍କ ସହଯୋଗରେ ମହାପ୍ରଭୁଙ୍କ ନୀତିକାନ୍ତି ଠିକ୍‌ ସମୟରେ ସମାପନ କରାଯିବାକୁ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri