କୋଟିଆରେ ଆଧାର କେୱାଇସିକୁ ନେଇ ଦ୍ୱନ୍ଦ୍ୱ

ପଟ୍ଟାଙ୍ଗି,୧୭ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ ଗ୍ରାମଗୁଡ଼ିକରେ ଆନ୍ଧ୍ର-ଓଡ଼ିଶାର କାର୍ଯ୍ୟକଳାପକୁ ନେଇ ସୀମାନ୍ତବାସୀ ଦ୍ୱନ୍ଦ୍ୱରେ। କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମ ତଥା ନେରିଡିବାଲସାରେ ମାର୍ଚ୍ଚ ୩୧ରେ ପଡ଼ୋଶୀ ଆନ୍ଧ୍ରର ସାଲୁର ବ୍ଲକ୍‌ ପ୍ରଶାସନ ପହଞ୍ଚି ନେଟୱର୍କ ବା ନେଟ୍‌ ଆସୁଥିବା ସ୍ଥାନଗୁଡ଼ିକରେ ସୀମାନ୍ତବାସୀଙ୍କୁ ଏକତ୍ର କରି ଆଧାର କେୱାଇସି ଅପଡେଟ୍‌ କରିଥିଲା।

ଏହି ଘଟଣା ରାଜ୍ୟ ସରକାର, କୋରାପୁଟ ଜିଲା ଓ ପଟ୍ଟାଙ୍ଗି ବ୍ଲକ୍‌ ପ୍ରଶାସନ ମଧ୍ୟରେ ଚହଳ ପକାଇଥିଲା। ଏହାର ୧୮ଦିନ ପରେ କୋଟିଆ ପଞ୍ଚାୟତର ଫାଟୁସିନେରି, ଉପରସେମ୍ବି ଓ ଫଗୁଣସିନେରି ଗ୍ରାମରେ ପଟ୍ଟାଙ୍ଗି ବ୍ଲକ୍‌ ପ୍ରଶାସନ ପକ୍ଷରୁ ଗୁରୁବାର ସକାଳୁ ଆଧାର କଓ୍ବୋଇସି ଅପଡେଟ୍‌ କରାଯାଇଛି। ଏଭଳି ଦୁଇଥର ଲେଖାଏ ଆଧାର କଓ୍ବୋଇସି କରାଯିବାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ, ପଟ୍ଟାଙ୍ଗି ବ୍ଲକ୍‌ କର୍ମଚାରୀ ଫାଟୁସିନେରି ଗ୍ରାମର ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ମହିଳାମାନଙ୍କ ଆଧାର କଓ୍ବୋଇସି ଅପଡେଟ୍‌ କରିଛନ୍ତି। ସେହିପରି ଫଗୁଣସିନେରି ଓ ଉପରସେମ୍ବି ଗ୍ରାମରେ ମଧ୍ୟ ଅଙ୍ଗନଓ୍ବାଡି କେନ୍ଦ୍ରରେ କେବଳ ମହିଳାମାନେ ହାତରେ ଆଧାରକାର୍ଡ ଧରି କଓ୍ବୋଇସି ଅପଡେଟ୍‌ କରାଉଥିବା ଦେଖିବାକୁ ମିଳିଛି। ଆନ୍ଧ୍ର ପକ୍ଷରୁ କରାଯାଇଥିବା କଓ୍ବୋଇସି ଯାଞ୍ଚ ବେଳେ ସୀମାନ୍ତ ଗ୍ରାମଗୁଡ଼ିକର ମହିଳା,ପୁରୁଷ ଓ ଛୋଟ ପିଲା ଥିବା ବେଳେ ଓଡ଼ିଶା କରୁଥିବା କଓ୍ବୋଇସି କାର୍ଯ୍ୟକ୍ରମରେ କେବଳ ମହିଳା ରହିବା ନେଇ ଦ୍ୱନ୍ଦ୍ୱ ବଢ଼ିଛି। ଏହି କାର୍ଯ୍ୟକ୍ରମ ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ଚାଲିବ। ଓଡ଼ିଶା ତଥା ପଟ୍ଟାଙ୍ଗି ବ୍ଲକ୍‌ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ସୀମାନ୍ତ ଗ୍ରାମରେ ଆଧାର କେୱାଇସି ସୁଭଦ୍ରା ଯୋଜନା ନା ଅନ୍ୟ କୌଣସି ସରକାରୀ ଯୋଜନା ପାଇଁ ଏହାକୁ ନେଇ ସୀମାନ୍ତବାସୀ ପ୍ରଶ୍ନ କରିଛନ୍ତି। ଓଡ଼ିଶା ପକ୍ଷରୁ ହୋଇଥିବା କାର୍ଯ୍ୟକ୍ରମରେ ପ୍ରଥମ ଦିନରେ ୩୨୪ କେୱାଇସି ଅପଡେଟ୍‌ ହୋଇଥିବା ଜଣାପଡ଼ିଛି।

ଏ ସମ୍ପର୍କରେ ପଟ୍ଟାଙ୍ଗି ବିଡିଓ ରାମକୃଷ୍ଣା ନାୟକଙ୍କୁ ପଚାରିବାରୁ ପୂର୍ବରୁ ସୁଭଦ୍ରା ଯୋଜନାରେ ପାଇଥିବା ୬୧୮ ମହିଳାଙ୍କ ଆଧାର କାର୍ଡ କେୱାଇସି ଅପଡେଟ୍‌ ହେବ। ଏହା ପରେ ଉଚ୍ଚସ୍ତରରୁ ଯାହା ନିର୍ଦ୍ଦେଶ ଆସିବ, ତାକୁ ନେଇ ପୁଣି କାର୍ଯ୍ୟକ୍ରମ କରାଯିବ। ବର୍ତ୍ତମାନ କେବଳ ମହିଳାମାନଙ୍କର କେୱାଇସି କରାଯାଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

ଛାନିଆ ହୋଇଗଲେ କି ଯାତ୍ରା ମାଲିକ ନାଣ୍ଡୁ! ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ…

ଭୁବନେଶ୍ୱର,୬।୨: ଖଳନାୟକ ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ ଖଣ୍ଡଗିରି ଥାନାରେ ହାଜର ହେଲେ ‘ତୁଳସୀ’ ଗଣନାଟ୍ୟ ମାଲିକ ଅନନ୍ତ ଧଳ ଓରଫ ନାଣ୍ଡୁ। ସାଇଙ୍କ ମା’ଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri