କଏଦୀଙ୍କ ଚିକିତ୍ସା ବ୍ୟବସ୍ଥାକୁ କୋଣଠେସା

ଅନୁଗୋଳ ଅଫିସ,୧୩।୭  – ଅନୁଗୋଳ ଜିଲା କାରାଗାର ହେଉ କି ଉପଖଣ୍ଡରେ ଥିବା କାରାଗାର, କୌଣସି ସ୍ଥାନରେ ସ୍ଥାୟୀ ଡାକ୍ତର ନାହାନ୍ତି। ଏ ନେଇ ରାଜ୍ୟ ସରକାରଙ୍କ ନିକଟକୁ ଚିଠି ଲେଖାଯାଇଥିଲେ ମଧ୍ୟ ଆବଶ୍ୟକ ପଦକ୍ଷେପ ନିଆଯାଉ ନାହିଁ। ଫଳରେ ଏଠାରେ ରହୁଥିବା କଏଦୀ ଓ ବିଚାରାଧୀନ କଏଦୀଙ୍କୁ ଉପଯୁକ୍ତ ଚିକିତ୍ସା ସେବା ମିଳିପାରୁ ନାହିଁ। ଜିଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ସପ୍ତାହକୁ ୩ ଦିନ ଡାକ୍ତର ପଠାଯାଉଥିବା ବେଳେ ବାକି ୪ ଦିନ ଫାର୍ମାସିଷ୍ଟ କାମ ଚଳାଉଛନ୍ତି। କଏଦୀଙ୍କ ଚିକିତ୍ସା ବ୍ୟବସ୍ଥାର ଏପରି କୋଣଠେସାକୁ ଅନୁଗୋଳର ବୁଦ୍ଧିଜୀବୀମାନେ ତୀବ୍ର ସମାଲୋଚନା କରିଛନ୍ତି। ଅନ୍ୟମାନଙ୍କ ପରି ଉତ୍ତମ ଚିକିତ୍ସା କଏଦୀମାନଙ୍କ ଅଧିକାର ହୋଇଥିଲେ ମଧ୍ୟ ସରକାର ଏ ଦିଗରେ ଅବହେଳା କରୁଥିବା ସେମାନେ ଅଭିଯୋଗ କରିଛନ୍ତି।
ଜିଲା କାରାଗାର ସହ ତାଳଚେର, ଆଠମଲ୍ଲିକ ଓ ପାଲଲହଡ଼ା ଉପକାରାଗାରକୁ ମିଶାଇ ଅନୁଗୋଳ ଜିଲାରେ ମୋଟ ୪ଟି ଜେଲ ରହିଛି। ଜିଲାର ବିଭିନ୍ନ ଥାନା ପକ୍ଷରୁ ଆପରାଧିକ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତମାନେ ଏଠାରେ ରହି ବିଚାର ପ୍ରକ୍ରିୟାର ସମ୍ମୁଖୀନ ହେଉଛନ୍ତି। ଏଥିସହ ଅନ୍ୟ ଜିଲାର ବହୁ ବିଚାରାଧୀନ କଏଦୀଙ୍କୁ ଏଠାରେ ରଖାଯାଇଛି। ଅନୁଗୋଳ ବ୍ୟାଙ୍କ ଡକାୟତି ମାମଲାରେ ଗିରଫ ଆନ୍ତଃରାଜ୍ୟ ଡକାୟତମାନଙ୍କ ପରି କେତେଜଣ ଦୁର୍ଦ୍ଦନ୍ତ ଅପରାଧୀ ମଧ୍ୟ ଏଠାରେ ବନ୍ଦୀ ଅଛନ୍ତି। ଏମାନଙ୍କ ଛଡ଼ା ବହୁ କଏଦୀ ମଧ୍ୟ ଏସବୁ କାରାଗାରରେ ସଜା କାଟୁଛନ୍ତି। ଅନେକ ସମୟରେ ଜେଲରେ କ୍ଷମତାଠାରୁ ଅଧିକ କଏଦୀଙ୍କୁ ରଖାଯାଉଛି। ଅନୁଗୋଳ ଜିଲା କାରାଗାରରେ ୩୪୩ କଏଦୀ ରହିବା କ୍ଷମତା ଥିବାବେଳେ ମଙ୍ଗଳବାର ସୁଦ୍ଧା ୩୭୭ ଜଣ ରହିଛନ୍ତି। ସେମାନଙ୍କ ମଧ୍ୟରେ ୧୨ ଜଣ ମହିଳା ଓ ୨ ଜଣ ଶିଶୁ ମା’ଙ୍କ ସହ ଅଛନ୍ତି। ଆଠମଲ୍ଲିକ ସବ୍‌ ଜେଲ୍‌ରେ ୫୮ ଜଣଙ୍କ ସ୍ଥାନରେ ୭୬ କଏଦୀ ରହିଛନ୍ତି। କେବଳ ତାଳଚେର ଓ ପାଲଲହଡା ଉପ କାରାଗାରରେ କ୍ଷମତାଠାରୁ କମ୍‌ ସଂଖ୍ୟକ କଏଦୀ ଥିବା ସୂଚନା ମିଳିଛି। ତେବେ ଅନେକ କଏଦୀଙ୍କ ସ୍ବାସ୍ଥ୍ୟ ସମସ୍ୟା ଥିଲେ ବି ଜେଲ୍‌ରେ ସ୍ଥାୟୀ ଡାକ୍ତର ନାହାନ୍ତି। ଜଣେ ଫାର୍ମାସିଷ୍ଟ ନିଯୁକ୍ତି ପାଇଥିବା ବେଳେ ଜିଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ସପ୍ତାହର ସୋମବାର, ମଙ୍ଗଳବାର ଓ ବୁଧବାର ଡାକ୍ତର ପଠାଯାଉଛି। ଆବଶ୍ୟକ ପଡ଼ିଲେ ସ୍ତ୍ରୀ ଓ ପ୍ରସୂତି କିମ୍ବା ଶିଶୁ ବିଭାଗର ଡାକ୍ତର ପହଞ୍ଚୁଛନ୍ତି। ହେଲେ ଦୁରାରୋଗ୍ୟ ବ୍ୟାଧି କିମ୍ବା ମାନସିକ ରୋଗରେ ପୀଡ଼ିତ କଏଦୀଙ୍କୁ ସେଭଳି ଚିକିତ୍ସା ମିଳିପାରୁନାହିଁ। କୌଣସି କଏଦୀ ଅଧିକ ଅସୁସ୍ଥ ହେଲେ ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଉଛି। କଟକ ବଡ଼ ମେଡିକାଲ ପଠାଯିବାର ଆବଶ୍ୟକତା ଥିଲେ ଅଦାଲତଙ୍କ ଅନୁମୋଦନ ଅନୁଯାୟୀ ଚୌଦ୍ବାର ଜେଲକୁ ସ୍ଥାନାନ୍ତର କରାଯାଉଛି। ଜେଲ୍‌ରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ ପାଇଁ ଜିଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ନିକଟକୁ ଚିଠି କରାଯାଇଥିଲେ ମଧ୍ୟ ସୁଫଳ ମିଳୁନାହିଁ। ଗତ ୨ ବର୍ଷ ମଧ୍ୟରେ ୩ କଏଦୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ସେମାନେ ହେଲେ ହତ୍ୟା ମାମଲାରେ ଆଜୀବନ ସଜା କାଟୁଥିବା ଅନୁଗୋଳ ସଦରଥାନା ଖଣ୍ଡହତା ଅଞ୍ଚଳର ମଙ୍ଗୁଳୁ ନାଏକ, ଅବକାରୀ ମାମଲାରେ ବିଚାରାଧୀନ କଏଦୀ ଛେଣ୍ଡିପଦା ଥାନା ଅଞ୍ଚଳର ଅଧିରାଜ ମାଝି ଓ ରୁଗୁଡିସାହିର ଜୟ ସାହୁ। ତୁରନ୍ତ ଜିଲାର ୪ଟି ଜେଲ୍‌ରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ ସହ କଏଦୀଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବାକୁ ଦାବି ହେଉଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଜିତୁଙ୍କୁ ବଡ଼ ଦାୟିତ୍ୱ ଦେଲେ ନବୀନ: ସମର୍ଥକଙ୍କ ମହଲରେ ଉତ୍ସାହ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ର ଯୁବନେତା ଅମରନାଥ ଭୋଇ(ଜିତୁ)ଙ୍କୁ ବିଜେଡ଼ି ବଡ଼ ଦାୟିତ୍ୱ ଦେଇଛି। ତାଙ୍କୁ ବିଜୁ ଯୁବ ଜନତା ଦଳର ଉପସଭାପତି(ବରିଷ୍ଠ)ଭାବେ ମନୋନୀତ କରିଛି। ଯୁବନେତା ଜିତୁଙ୍କୁ...

ଟିପିଡବ୍ଲୁଓଡିଏଲ୍‌ର ଗ୍ରାହକ ମାରଣ ନୀତିର ପ୍ରତିବାଦ, କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ବାରକୋଟ,୩୦|୧୨(ଶଶାଙ୍କ ଶେଖର ଝାଙ୍କର): ଟିପିଡବ୍ଲୁଓଡିଏଲ୍ (ବିଦ୍ୟୁତ ବିଭାଗ)ର ଗ୍ରାହକ ମାରଣ ନୀତିର ତୀବ୍ର ବିରୋଧ କରି ଦେବଗଡ ଜିଲା କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri