ବୃତ୍ତିକୁ ନେଇ ବିବାଦ

ବନ୍ତଳା,୮ା୧(ଡି.ଏନ.ଏ.): ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟର ସାତକୋଶିଆ ମହାନଦୀ ଗଣ୍ଡରେ ମାଛ ମାରି ଜୀବିକା ନିର୍ବାହ କରୁଥିବା ୨୦୪ ମତ୍ସ୍ୟଜୀବୀ ପରିବାରର କୌଳିକ ବୃତ୍ତିକୁ ନେଇ ବିବାଦ ଦେଖାଦେଇଛି। ଘଡ଼ିଆଳ ବଂଶବୃଦ୍ଧି ପାଇଁ ଗଣ୍ଡର ୧୦ କିଲୋମିଟର ମଧ୍ୟରେ ମାଛ ମାରିବା ଉପରେ ବନ ବିଭାଗ କଟକଣା ଲଗାଇଥିବାରୁ ଏହାକୁ ନେଇ ମତ୍ସ୍ୟଜୀବୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଜାଲ ମାଧ୍ୟମରେ ମାଛମରା ଯାଉ ନ ଥିଲେ ମଧ୍ୟ ବିଭାଗ ପକ୍ଷରୁ ବାରଣ କରାଯିବା ସାତକୋଶିଆ ଗଣ୍ଡରେ ମାଫିଆମାନଙ୍କୁ ସକ୍ରିୟ କରିଦେବ ବୋଲି ମତ୍ସ୍ୟଜୀବୀମାନେ ଅଭିଯୋଗ କରିଛନ୍ତି। ଘଡ଼ିଆଳଙ୍କ ବଂଶବୃଦ୍ଧି ସହ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକାର ସୁରକ୍ଷା ପାଇଁ ସରକାର ବ୍ୟବସ୍ଥା କରିବାକୁ ସେମାନେ ଦାବି କରିଛନ୍ତି।
ମତ୍ସ୍ୟଜୀବୀମାନଙ୍କ କହିବା ଅନୁଯାୟୀ, ଟିକରପଡା ପଞ୍ଚାୟତ ଟିକରପଡା ଗ୍ରାମର ୧୫୦ ପରିବାର ଓ ରାମିମୁଣ୍ଡା, ଗଇଁଦି, ନୂଆଗଇଁଦି, ବେହେରାସାହି, ମଝିପଡା ଆଦି ଗ୍ରାମର ୫୪ ପରିବାର ହୁଲି ଡଙ୍ଗାରେ ସାତକୋଶିଆ ଗଣ୍ଡରୁ ବର୍ଷ ବର୍ଷ ଧରି ମାଛ ମାରି ଆସୁଛନ୍ତି। ଏହି କୌଳିକ ବୃତ୍ତି ମାଧ୍ୟମରେ ସେମାନେ ପରିବାର ପ୍ରତିପୋଷଣ କରୁଛନ୍ତି। ସମସ୍ତ ହୁଲି ଡଙ୍ଗାର ପଞ୍ଜୀକରଣ ହୋଇଥିବା ବେଳେ ଜାଲ ବଦଳରେ ସେମାନେ ସୋଲ କଣ୍ଟା ବ୍ୟବହାର କରି ମାଛ ଧରୁଛନ୍ତି। ଏହା ଘଡ଼ିଆଳଙ୍କ ସୁରକ୍ଷା ଓ ବଂଶବୃଦ୍ଧି ପ୍ରତି କୌଣସି ବିପଦ ସୃଷ୍ଟି କରୁନାହିଁ। ବରଂ ଡିନାମାଇଟ୍‌ ଫୁଟାଇ, ବିଷ ପକାଇ ମାଛ ଧରୁଥିବା ମାଫିଆ, ଚୋରା କାଠ ଓ କେନ୍ଦୁପତ୍ର ବ୍ୟବସାୟୀ ଏବଂ ଶିକାରୀଙ୍କ କବଳରୁ ସାତକୋଶିଆକୁ ମତ୍ସ୍ୟଜୀବୀମାନେ ସୁରକ୍ଷା ଦେଇ ଆସୁଛନ୍ତି। ବହୁ ମାଫିଆ, ଚୋରା ବ୍ୟବସାୟୀଙ୍କୁ ଧରି ବିଭାଗକୁ ହସ୍ତାନ୍ତର କରିଛନ୍ତି। କିନ୍ତୁ ସମସ୍ତ ସହଯୋଗ ସତ୍ତ୍ୱେ ବନ ବିଭାଗ ବିଗତ ୭ବର୍ଷ ହେଲା ବିଭିନ୍ନ ସମୟରେ ମାଛ ମାରିବା ଉପରେ କଟକଣା ଲଗାଇ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକାରେ ବାଧା ପହଞ୍ଚାଉଛି। ପୂର୍ବରୁ ୭ଟି ଘଡ଼ିଆଳକୁ ସ୍ବତନ୍ତ୍ର ଟ୍ରାନ୍ସମିଟର ଲଗାଇ ଗଣ୍ଡରେ ଛଡ଼ାଯାଇଥିବା ବେଳେ ଗତ ମଙ୍ଗଳବାର ଆଉ ୬ଟି ଘଡ଼ିଆଳ ଛଡ଼ାଯାଇଛି। ଉକ୍ତ ସ୍ଥାନରୁ ଗଣ୍ଡର ୧୦ କିଲୋମିଟର ପର୍ଯ୍ୟନ୍ତ ମାଛ ମାରିବା ସମ୍ପୂର୍ଣ୍ଣ ନିଷେଧ ବୋଲି କୁହାଯାଇଛି। ଏହି ସ୍ଥାନକୁ ଛାଡ଼ିଦେଲେ ଗଣ୍ଡର ୫ କିଲୋମିଟର ବାଲି ରହିଛି। ତେଣୁ ସେଠାରେ ମାଛମାରି ହେବନାହିଁ। ବିଭାଗୀୟ ଅଧିକାରୀ ମତ୍ସ୍ୟଜୀବୀମାନଙ୍କ କୌଳିକ ବୃତ୍ତି ଓ ସହଯୋଗକୁ ବାସ୍ତବରେ ଅନୁଧ୍ୟାନ ନ କରି ସରକାରଙ୍କ ଦ୍ୱାରା ଏପରି

କୌଳିକ ବୃତ୍ତି ଛଡ଼ାଇ ନିଆ ନ ଯାଉ
ନଦୀରେ ଜାଲ ନ ପକାଇ ସୋଲ କଣ୍ଟା ମାଧ୍ୟମରେ ମାଛ ମରାଯାଉଛି। ୨୦୪ ପରିବାର ଏହା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। କିନ୍ତୁ ପ୍ରତିବର୍ଷ ବନ ବିଭାଗର ନୂଆ ଆଇନ ଆମକୁ ଅସ୍ଥିର କରୁଛି। ରାଜ୍ୟ ସରକାରଙ୍କ ସତନ୍ତ୍ର ପ୍ରତିନିଧି ଦଳ ଆସି ଏହାର ସତ୍ୟାସତ୍ୟ ଅନୁସନ୍ଧାନ କରନ୍ତୁ। ଆମ କୌଳିକ ବୃତ୍ତିକୁ ଛଡ଼ାଇ ନିଆ ନ ଯାଉ।
-ଜ୍ଞାନରଞ୍ଜନ ସାହୁ, ସମ୍ପାଦକ, ଟିକରପଡା ମତ୍ସ୍ୟଜୀବୀ ସଂଘ
କଟକଣା ମାଫିଆଙ୍କୁ ସୁହାଉଛି
ନଦୀର କୁତୁରୀଘାଟ ଉପରମୁଣ୍ଡ, ଡେଙ୍ଗୁପଥର, ଚାବରାବାଡ଼, ମାରଡ଼ାନାଳ, ପଠାପଥର ଆଦି ଠାରେ ମାଫିଆମାନେ ଡିନାମାଇଟ ବିସ୍ଫୋରଣ କରି ମାଛ ମାରୁଛନ୍ତି। ମତ୍ସ୍ୟଜୀବୀଙ୍କ ମାଛ ଛଡ଼ାଇ ନେଉଛନ୍ତି। କିନ୍ତୁ ବନ ବିଭାଗ ଏହାକୁ ଅଣଦେଖା କରି ମତ୍ସ୍ୟଜୀବୀଙ୍କ ଉପରେ କଟକଣା ଲଗାଉଛି। ଆମ ଭାତ ହାଣ୍ଡି ଛଡ଼ାଇ ନେଉଛି।
-ରବୀନ୍ଦ୍ର ବାରିକ, ଉପସଭାପତି
ଭିତିରିଆ ସମ୍ପର୍କ ରଖିଛନ୍ତି କର୍ମଚାରୀ
ମଝିପଡା ଘାଟରେ ଡିନାମାଇଟ ବିସ୍ଫୋରଣ ବେଳେ ଦୁଇ ଜଣଙ୍କୁ ଧରି ମତ୍ସ୍ୟଜୀବୀମାନେ ରେଞ୍ଜରଙ୍କୁ ହସ୍ତାନ୍ତର କରିଥିଲେ। ଏ ସମ୍ପର୍କରେ ବିଭାଗକୁ ଆଗୁଆ ଖବର ଦିଆଯାଇଥିଲା। କିନ୍ତୁ ଘଟଣାସ୍ଥଳକୁ କେହି ଗଲେନାହିଁ। ବନ ବିଭାଗର କେତେଜଣ କର୍ମଚାରୀ ମାଫିଆଙ୍କ ସହ ସମ୍ପର୍କ ରଖି ମତ୍ସ୍ୟଜୀବୀଙ୍କୁ ହଇରାଣ କରୁଛନ୍ତି।
-ଅରୁଣ ବେହେରା, କୋଷାଧ୍ୟକ୍ଷ
ଗଣ୍ଡକୁ ସୁରକ୍ଷା ଦେଇପାରୁନି ବନ ବିଭାଗ
ଡିନାମାଇଟ ବିସ୍ଫୋରଣ, ବିଷ ପକାଇ ମାଛ ମାରୁଥିବା ମାଫିଆମାନଙ୍କ ମଧ୍ୟରୁ କେତେଜଣଙ୍କୁ ଧରି ବନ ବିଭାଗକୁ ହସ୍ତାନ୍ତର କରାଯାଇଛି। ଶାଗୁଆନ ଗଛ କାଟି ନିଆଯାଉଥିବା ଖବର ମଧ୍ୟ ଦିଆଯାଇଛି। ଗଣ୍ଡକୁ ସୁରକ୍ଷା ଦେଇ ପାରୁ ନ ଥିବା ବନ ବିଭାଗ ସହଯୋଗ ବଦଳରେ ଆମ ଜୀବିକା ଛଡ଼ାଇ ନେଉଛି।
-ସୁଜିତ ବେହେରା, ମତ୍ସ୍ୟଜୀବୀ
ଚୋରା କାରବାରକୁ ସୁରକ୍ଷା ସନ୍ଦେହ
ଗଣ୍ଡ ମଧ୍ୟରେ ଡଙ୍ଗା ସାହାଯ୍ୟରେ କେନ୍ଦୁପତ୍ର ଚୋରା ଚାଲାଣ ବେଳେ ୨୦ ଡଙ୍ଗା ସହିତ କେନ୍ଦୁପତ୍ର ଓ ମାଫିଆମାନଙ୍କୁ ଧରି ବନ ବିଭାଗ ଜିମା ଦେଇଛୁ। ଏଥିପାଇଁ ମାଫିଆମାନଙ୍କ ଆକ୍ରୋଶର ଶିକାର ମଧ୍ୟ ହେଉଛୁ। ବନ ବିଭାଗ ସବୁ ଜାଣିଛି। ଏପରି ଚୋରା କାରବାରକୁ ସୁରକ୍ଷା ଦେବାକୁ ମତ୍ସ୍ୟଜୀବୀଙ୍କ ଉପରେ କଟକଣା ଲଗାଯାଉଥିବା ସନ୍ଦେହ ହେଉଛି।
-ଦଣ୍ଡଧର ନାୟକ, ମତ୍ସ୍ୟଜୀବୀ
ଯୋଜନାରେ ମତ୍ସ୍ୟଜୀବୀଙ୍କୁ ସାମିଲ କରାଯାଉ
ଗଣ୍ଡର ବିଭିନ୍ନ ସ୍ଥାନରେ କ୍ୟାମ୍ପ କରାଯାଉ। ସେଠାରେ ବନ କର୍ମଚାରୀଙ୍କ ସହ ମତ୍ସ୍ୟଜୀବୀମାନେ ରହି କୁମ୍ଭୀରକୁ ସୁରକ୍ଷା ଦେବାର ବ୍ୟବସ୍ଥା କରାଯାଉ। ମତ୍ସ୍ୟଜୀବୀମାନଙ୍କୁ ମାଛ ମାରିବାର ସୁଯୋଗ ଦିଆଯାଉ। ୩ ବର୍ଷ ମଧ୍ୟରେ ଘଡ଼ିଆଳ ବଂଶ ବୃଦ୍ଧି ହେଉଛି କି ନାହିଁ ବନ ବିଭାଗ ଦେଖୁ।
-ଦଣ୍ଡଧର ପଲେଇ, ମତ୍ସ୍ୟଜୀବୀ
ବୈଠକ ଡକାଯାଇ ସମାଧାନ କରାଯିବ
ମତ୍ସ୍ୟଜୀବୀଙ୍କ କୌଳିକ ବୃତ୍ତିକୁ ବନ୍ଦ କରାଯାଇ ନାହିଁ। ଘଡ଼ିଆଳ ଥିବା ସ୍ଥାନରେ କିଛି ମାସ ପାଇଁ ମାଛ ମାରିବା ବାରଣ କରାଯାଇଛି। ଏହି ସମୟରେ ରାମଗାଁ ନାଳଠାରୁ ମାଛ ମାରିବା ପାଇଁ ମିଟିଂରେ କୁହାଯାଇଛି। ଏପରି କି ବୋଟ୍‌ ଓ ସାଇକେଲ୍‌ ଯୋଗାଇ ଦେବାକୁ ବିଭାଗ କହିଛି। କିନ୍ତୁ ଅଧିକ ସମୟ ଲାଗିବ ବୋଲି କହି ମତ୍ସ୍ୟଜୀବୀମାନେ ରାଜି ହେଉନାହାନ୍ତି। ଗଣ୍ଡରେ ଡିନାମାଇଟ୍‌ ଫୁଟାଯାଉ ନାହିଁ। ମତ୍ସ୍ୟଜୀବୀମାନେ ଅନେକ ସହଯୋଗ କରୁଥିବାରୁ ବୈଠକ ଡକାଯାଇ ସମାଧାନ କରାଯିବ।
-ରାମସ୍ବାମୀ ପି, ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri