Posted inଜାତୀୟ

ଦ୍ୱନ୍ଦ୍ୱରେ ନେତୃତ୍ୱ ପରିବର୍ତ୍ତନ

ନୂଆଦିଲ୍ଲୀ,୨୪।୮ : କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ବୈଠକର ଅବ୍ୟବହିତ ପୂର୍ବରୁ ସୋନିଆ ଗାନ୍ଧୀ ଦଳର ଅନ୍ତରୀଣ ଅଧ୍ୟକ୍ଷ ପଦ ଛାଡ଼ିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ସୋମବାର ହେବାକୁ ଥିବା ସିଡବ୍ଲ୍ୟୁସି ବୈଠକରେ ସେ ଆନୁଷ୍ଠାନିକ ଭାବେ ଇସ୍ତଫା ଦେଇପାରନ୍ତି। କଂଗ୍ରେସର ୨୩ ଏମ୍‌ପି ଏବଂ ବରିଷ୍ଠ ନେତା ଦଳରେ ସଂସ୍କାର ଓ ସାଙ୍ଗଠନିକ ଢାଞ୍ଚାରେ ପରିବର୍ତ୍ତନ ଆଣିବା ଲାଗି ସୋନିଆଙ୍କ ନିକଟକୁ ଚିଠି ଲେଖିବା ପରେ ସେ ଏପରି ନିଷ୍ପତ୍ତି ନେଇଛନ୍ତି। ଉକ୍ତ ପତ୍ରର ଉତ୍ତରରେ ସୋନିଆ ଲେଖିଛନ୍ତି, ଗତବର୍ଷ ଅଗଷ୍ଟରେ ସେ ଦଳର ମଙ୍ଗ ଧରିଥିଲେ। ଅନ୍ତରୀଣ ଅଧ୍ୟକ୍ଷ ପଦରେ ରହିବା ବର୍ଷେ ପୂରିଗଲାଣି। ତେଣୁ ସେ କଂଗ୍ରେସ ଅଧ୍ୟକ୍ଷ ପଦ ଛାଡ଼ିଦେବେ। କଂଗ୍ରେସ ଏବେ ନୂଆ ନେତା ବାଛିବା ଉଚିତ। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପୁଣିଥରେ ଦଳର ମଙ୍ଗ ଧରିବାକୁ ସୁଯୋଗ ଦିଆଯାଉ ବୋଲି ଏକ ବଡ଼ ଗୋଷ୍ଠୀ ଚାହୁଁଥିବାରୁ ତାଙ୍କୁ ପୁନର୍ବାର ଏହି ଦାୟିତ୍ୱ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ରାହୁଲ ଓ ଗାନ୍ଧୀ ପରିବାର ପକ୍ଷରୁ ଏନେଇ କିଛି ସ୍ପଷ୍ଟ କରାଯାଇ ନାହିଁ। ସେପଟେ ଗାନ୍ଧୀ ପରିବାର ବାହାରୁ ଜଣେ ନେତାଙ୍କୁ କଂଗ୍ରେସ ଅଧ୍ୟକ୍ଷ କରାଯିବା ପାଇଁ ମଧ୍ୟ ଦଳରେ ଦାବି ଜୋର୍‌ ଧରିଥିବାରୁ ନେତୃତ୍ୱ ପରିବର୍ତ୍ତନ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହେବାରେ ଲାଗିଛି।
କଂଗ୍ରେସର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସିଡବ୍ଲ୍ୟୁସିର ଏକ ଭର୍ଚୁଆଲ ମିଟିଂ ବା ଭିଡିଓ କନ୍‌ଫରେନ୍ସ ଜରିଆରେ ବୈଠକ ସୋମବାର ପୂର୍ବାହ୍ନ ୧୧ଟାରେ ବସିବ ବୋଲି ଏଆଇସିସି ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ ସୂଚନା ଦେଇଛନ୍ତି। ଦଳୀୟ ନେତାମାନେ ଉଠାଇଥିବା ସାଙ୍ଗଠନିକ ପ୍ରସଙ୍ଗଗୁଡ଼ିକ ସମ୍ପର୍କରେ ଆଲୋଚନା ପାଇଁ ଏହା ଡକାଯାଇଛି। ବୈଠକରେ ସୋନିଆ ଅନ୍ତରୀଣ ଅଧ୍ୟକ୍ଷ ପଦରୁ ଇସ୍ତଫା ଘୋଷଣା କରିବେ, ଯଦ୍ଦ୍ବାରା ଦଳର ନେତାମାନେ ଅନ୍ୟ ଜଣଙ୍କୁ ଅଧ୍ୟକ୍ଷ ବାଛିବା ସୁବିଧା ହେବ ବୋଲି କୁହାଯାଉଛି। ଏ ସମ୍ପର୍କରେ କଂଗ୍ରେସ ଭିତରେ ଭିନ୍ନ ଭିନ୍ନ ପ୍ରକାର ମତ ପ୍ରକାଶ ପାଇବାରେ ଲାଗିଛି। କେତେକଙ୍କ ମତରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱକୁ କେହି ଚ୍ୟାଲେଞ୍ଜ କରୁନାହାନ୍ତି। ତେବେ ଅଧ୍ୟକ୍ଷ ପଦ ପାଇଁ ଆଉ ଯେଉଁ ନେତାଙ୍କ ନାମ ଆଗକୁ ଅଣାଗଲେ ଅନ୍ୟମାନେ ତାଙ୍କୁ ବିରୋଧ କରିବେ। ଅନ୍ୟ କେତେକ ମହଲରେ ଆଲୋଚନା ହେଉଛି ଯେ, ରାହୁଲ ନିଜେ କେ.ସି. ବେଣୁଗୋପାଳଙ୍କ ନାମ ପ୍ରସ୍ତାବ ଦେଇପାରନ୍ତି। ଏପରି ସମୟରେ ସମସ୍ତେ ନିଜ ନିଜ ରଣନୀତି ପ୍ରସ୍ତୁତିରେ ଲାଗିଛନ୍ତି। ସିଡବ୍ଲ୍ୟୁସି ନିର୍ବାଚନ ପାଇଁ ନିଷ୍ପତ୍ତି ନେଲେ ଏହି ପ୍ରସଙ୍ଗକୁ ଶୀତଳଭଣ୍ଡାରକୁ ପଠାଇ ଦିଆଯାଇପାରେ। ଇତିମଧ୍ୟରେ କଂଗ୍ରେସର ବରିଷ୍ଠ ମ୍ୟାନେଜରମାନେ ଦଳର ଅସନ୍ତୁଷ୍ଟ ନେତାମାନଙ୍କ ପାଖକୁ ଯାଇ ମନାଇବାରେ ଲାଗିଛନ୍ତି। ରାଜ୍ୟ ସଭା ସଦସ୍ୟ ପି.ଏଲ୍‌. ପୁନିଆ କହିଛନ୍ତି, ରାହୁଲ କଂଗ୍ରେସ ଅଧ୍ୟକ୍ଷ ହୁଅନ୍ତୁ ବୋଲି ଆମେ ଚାହୁଁଛୁ। ତାଙ୍କୁ ଫେରାଇ ଆଣିବା ପାଇଁ ଅନେକ ନେତା ଇଚ୍ଛା ପ୍ରକାଶ କରିଛନ୍ତି। ସଲମାନ୍‌ ଖୁର୍ସିଦଙ୍କ ମତରେ ରାହୁଲ ଅଧ୍ୟକ୍ଷ ପଦରେ ରୁହନ୍ତୁ କି ନ ରୁହନ୍ତୁ ତାଙ୍କ ସପକ୍ଷରେ କଂଗ୍ରେସ ନେତା ଓ କର୍ମୀଙ୍କ ପୂର୍ଣ୍ଣ ସମର୍ଥନ ରହିଛି।
ନିକଟରେ ସୋନିଆଙ୍କ ନିକଟକୁ ପଠାଯାଇଥିବା ପତ୍ରରେ ଭାଜପାର ଉତ୍‌ଥାନ ନେଇ ଚିନ୍ତା ପ୍ରକଟ କରାଯାଇଛି। ସାରା ଦେଶରେ ଭାଜପାକୁ ମୁକାବିଲା କରିବାରେ କଂଗ୍ରେସ ବିଫଳ ହୋଇଥିବା ଦର୍ଶାଯାଇ ଜଣେ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ନିଯୁକ୍ତ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି। ନେତୃତ୍ୱ ତୃଣମୂଳ ସ୍ତରରେ ପ୍ରଭାବଶାଳୀ ଓ ଦୃଶ୍ୟମାନ ହେବା ଉଚିତ। କଂଗ୍ରେସ ଏବେ କେବଳ ପ୍ରେସ୍‌ କନ୍‌ଫରେନ୍ସ ଓ ଟୁଇଟ୍‌ରେ ନିଜକୁ ସୀମିତ କରି ରଖିଛି ବୋଲି ଉକ୍ତ ଚିଠିରେ ସ୍ବାକ୍ଷର କରିଥିବା ଜଣେ ନେତା ନିଜ ନାମ ଗୋପନ ରଖିବା ସର୍ତ୍ତରେ ପ୍ରକାଶ କରିଛନ୍ତି। ପତ୍ରର ସ୍ବାକ୍ଷରକାରୀଙ୍କ ମଧ୍ୟରେ ଗୁଲାମନବୀ ଆଜାଦ, ଆନନ୍ଦ ଶର୍ମା, କପିଲ ଶର୍ମା, ଜିତିନ ପ୍ରସାଦ ଓ ମୁକୁଲ ଓ୍ବାସ୍‌ନିକ, ଶଶୀ ଥରୁର, ମନୀଷ ତିଓ୍ବାରୀ, ରାଜ ବବ୍ବରଙ୍କ ସମେତ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂ ହୁଡା, ବୀରାପ୍ପା ମୋଇଲି, ରାଜିନ୍ଦର କୌର ଭଟ୍ଟଲ ଓ ପୃଥ୍ବୀରାଜ ଚୌହାନ ରହିଥିବା ଦଳୀୟ ସୂତ୍ରରୁ ପ୍ରକାଶ। ଅନ୍ୟପକ୍ଷରେ ଗାନ୍ଧୀ ପରିବାରକୁ ଚ୍ୟାଲେଞ୍ଜ କରିବା ପାଇଁ ଚାଲିଥିବା ଉଦ୍ୟମକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ବିରୋଧ କରିଛନ୍ତି। ଏପରି ପ୍ରସଙ୍ଗ ଉଠାଇବା ପାଇଁ ବର୍ତ୍ତମାନ ପ୍ରକୃଷ୍ଟ ସମୟ ନୁହେଁ ଏବଂ ଏହାଦ୍ୱାରା ଭାଜପା ଲାଭବାନ ହେବ ବୋଲି ଅମରିନ୍ଦର କହିଛନ୍ତି।
ଇତିମଧ୍ୟରେ ସୋନିଆ ଗାନ୍ଧୀ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ନେଇ କେତେକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ଏଆଇସିସି ମୁଖପାତ୍ର ରଣଦୀପ ସୁର୍ଜଓ୍ବୋଲା ଏହାର ଜବାବ ରଖିଛନ୍ତି। ସୁର୍ଜଓ୍ବୋଲା କହିଛନ୍ତି, ସୋନିଆ କୌଣସି ନେତାଙ୍କ ସହ କଥା ହୋଇନାହାନ୍ତି କି କାହାକୁ ଚିଠି ଲେଖିନାହାନ୍ତି। ଏହାକୁ ଆମେ ଦୃଢ଼ ଭାବେ ଖଣ୍ଡନ କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଘରୁ ଖାଦ୍ୟ ନେଇଗଲେ ଆତଙ୍କବାଦୀ: ଜଙ୍ଗଲକୁ ଘେରାବନ୍ଦୀ

ଜମ୍ମୁ,୨୨ା୧୨:ଜମ୍ମୁ-କଶ୍ମୀରର ଉଧାମପୁର ଜିଲା ଅନ୍ତର୍ଗତ ଏକ ଗ୍ରାମରେ ଆତଙ୍କବାଦୀମାନେ ଜଣକ ଘରେ ପଶି ଖାଦ୍ୟ ନେଇ ଜଙ୍ଗଲ ମଧ୍ୟକୁ ଖସି ପଳାଇଥିବା ସୂଚନା ମିଳିଛି। ସେମାନଙ୍କୁ...

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଭାଜପାକୁ ନେଇ ଗୁମର ଖୋଲିଦେଲେ RSS ନେତା ମୋହନ ଭାଗବତ: ଦେଶରେ ହଲଚଲ

ନୂଆଦିଲ୍ଲୀ,୨୨ା୧୨:ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର କୌଣସି ରାଜନୈତିକ କାର୍ଯ୍ୟସୂଚୀ ନାହିଁ। ଭାଜପା ଚଷମାରେ ଏହି ସଂଗଠନକୁ ଦେଖିବା ବଡ଼ ଭୁଲ୍‌ ବୋଲି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri