Posted inଜାତୀୟ

ଦ୍ୱନ୍ଦ୍ୱରେ ନେତୃତ୍ୱ ପରିବର୍ତ୍ତନ

ନୂଆଦିଲ୍ଲୀ,୨୪।୮ : କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ବୈଠକର ଅବ୍ୟବହିତ ପୂର୍ବରୁ ସୋନିଆ ଗାନ୍ଧୀ ଦଳର ଅନ୍ତରୀଣ ଅଧ୍ୟକ୍ଷ ପଦ ଛାଡ଼ିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ସୋମବାର ହେବାକୁ ଥିବା ସିଡବ୍ଲ୍ୟୁସି ବୈଠକରେ ସେ ଆନୁଷ୍ଠାନିକ ଭାବେ ଇସ୍ତଫା ଦେଇପାରନ୍ତି। କଂଗ୍ରେସର ୨୩ ଏମ୍‌ପି ଏବଂ ବରିଷ୍ଠ ନେତା ଦଳରେ ସଂସ୍କାର ଓ ସାଙ୍ଗଠନିକ ଢାଞ୍ଚାରେ ପରିବର୍ତ୍ତନ ଆଣିବା ଲାଗି ସୋନିଆଙ୍କ ନିକଟକୁ ଚିଠି ଲେଖିବା ପରେ ସେ ଏପରି ନିଷ୍ପତ୍ତି ନେଇଛନ୍ତି। ଉକ୍ତ ପତ୍ରର ଉତ୍ତରରେ ସୋନିଆ ଲେଖିଛନ୍ତି, ଗତବର୍ଷ ଅଗଷ୍ଟରେ ସେ ଦଳର ମଙ୍ଗ ଧରିଥିଲେ। ଅନ୍ତରୀଣ ଅଧ୍ୟକ୍ଷ ପଦରେ ରହିବା ବର୍ଷେ ପୂରିଗଲାଣି। ତେଣୁ ସେ କଂଗ୍ରେସ ଅଧ୍ୟକ୍ଷ ପଦ ଛାଡ଼ିଦେବେ। କଂଗ୍ରେସ ଏବେ ନୂଆ ନେତା ବାଛିବା ଉଚିତ। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପୁଣିଥରେ ଦଳର ମଙ୍ଗ ଧରିବାକୁ ସୁଯୋଗ ଦିଆଯାଉ ବୋଲି ଏକ ବଡ଼ ଗୋଷ୍ଠୀ ଚାହୁଁଥିବାରୁ ତାଙ୍କୁ ପୁନର୍ବାର ଏହି ଦାୟିତ୍ୱ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ରାହୁଲ ଓ ଗାନ୍ଧୀ ପରିବାର ପକ୍ଷରୁ ଏନେଇ କିଛି ସ୍ପଷ୍ଟ କରାଯାଇ ନାହିଁ। ସେପଟେ ଗାନ୍ଧୀ ପରିବାର ବାହାରୁ ଜଣେ ନେତାଙ୍କୁ କଂଗ୍ରେସ ଅଧ୍ୟକ୍ଷ କରାଯିବା ପାଇଁ ମଧ୍ୟ ଦଳରେ ଦାବି ଜୋର୍‌ ଧରିଥିବାରୁ ନେତୃତ୍ୱ ପରିବର୍ତ୍ତନ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହେବାରେ ଲାଗିଛି।
କଂଗ୍ରେସର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସିଡବ୍ଲ୍ୟୁସିର ଏକ ଭର୍ଚୁଆଲ ମିଟିଂ ବା ଭିଡିଓ କନ୍‌ଫରେନ୍ସ ଜରିଆରେ ବୈଠକ ସୋମବାର ପୂର୍ବାହ୍ନ ୧୧ଟାରେ ବସିବ ବୋଲି ଏଆଇସିସି ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ ସୂଚନା ଦେଇଛନ୍ତି। ଦଳୀୟ ନେତାମାନେ ଉଠାଇଥିବା ସାଙ୍ଗଠନିକ ପ୍ରସଙ୍ଗଗୁଡ଼ିକ ସମ୍ପର୍କରେ ଆଲୋଚନା ପାଇଁ ଏହା ଡକାଯାଇଛି। ବୈଠକରେ ସୋନିଆ ଅନ୍ତରୀଣ ଅଧ୍ୟକ୍ଷ ପଦରୁ ଇସ୍ତଫା ଘୋଷଣା କରିବେ, ଯଦ୍ଦ୍ବାରା ଦଳର ନେତାମାନେ ଅନ୍ୟ ଜଣଙ୍କୁ ଅଧ୍ୟକ୍ଷ ବାଛିବା ସୁବିଧା ହେବ ବୋଲି କୁହାଯାଉଛି। ଏ ସମ୍ପର୍କରେ କଂଗ୍ରେସ ଭିତରେ ଭିନ୍ନ ଭିନ୍ନ ପ୍ରକାର ମତ ପ୍ରକାଶ ପାଇବାରେ ଲାଗିଛି। କେତେକଙ୍କ ମତରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱକୁ କେହି ଚ୍ୟାଲେଞ୍ଜ କରୁନାହାନ୍ତି। ତେବେ ଅଧ୍ୟକ୍ଷ ପଦ ପାଇଁ ଆଉ ଯେଉଁ ନେତାଙ୍କ ନାମ ଆଗକୁ ଅଣାଗଲେ ଅନ୍ୟମାନେ ତାଙ୍କୁ ବିରୋଧ କରିବେ। ଅନ୍ୟ କେତେକ ମହଲରେ ଆଲୋଚନା ହେଉଛି ଯେ, ରାହୁଲ ନିଜେ କେ.ସି. ବେଣୁଗୋପାଳଙ୍କ ନାମ ପ୍ରସ୍ତାବ ଦେଇପାରନ୍ତି। ଏପରି ସମୟରେ ସମସ୍ତେ ନିଜ ନିଜ ରଣନୀତି ପ୍ରସ୍ତୁତିରେ ଲାଗିଛନ୍ତି। ସିଡବ୍ଲ୍ୟୁସି ନିର୍ବାଚନ ପାଇଁ ନିଷ୍ପତ୍ତି ନେଲେ ଏହି ପ୍ରସଙ୍ଗକୁ ଶୀତଳଭଣ୍ଡାରକୁ ପଠାଇ ଦିଆଯାଇପାରେ। ଇତିମଧ୍ୟରେ କଂଗ୍ରେସର ବରିଷ୍ଠ ମ୍ୟାନେଜରମାନେ ଦଳର ଅସନ୍ତୁଷ୍ଟ ନେତାମାନଙ୍କ ପାଖକୁ ଯାଇ ମନାଇବାରେ ଲାଗିଛନ୍ତି। ରାଜ୍ୟ ସଭା ସଦସ୍ୟ ପି.ଏଲ୍‌. ପୁନିଆ କହିଛନ୍ତି, ରାହୁଲ କଂଗ୍ରେସ ଅଧ୍ୟକ୍ଷ ହୁଅନ୍ତୁ ବୋଲି ଆମେ ଚାହୁଁଛୁ। ତାଙ୍କୁ ଫେରାଇ ଆଣିବା ପାଇଁ ଅନେକ ନେତା ଇଚ୍ଛା ପ୍ରକାଶ କରିଛନ୍ତି। ସଲମାନ୍‌ ଖୁର୍ସିଦଙ୍କ ମତରେ ରାହୁଲ ଅଧ୍ୟକ୍ଷ ପଦରେ ରୁହନ୍ତୁ କି ନ ରୁହନ୍ତୁ ତାଙ୍କ ସପକ୍ଷରେ କଂଗ୍ରେସ ନେତା ଓ କର୍ମୀଙ୍କ ପୂର୍ଣ୍ଣ ସମର୍ଥନ ରହିଛି।
ନିକଟରେ ସୋନିଆଙ୍କ ନିକଟକୁ ପଠାଯାଇଥିବା ପତ୍ରରେ ଭାଜପାର ଉତ୍‌ଥାନ ନେଇ ଚିନ୍ତା ପ୍ରକଟ କରାଯାଇଛି। ସାରା ଦେଶରେ ଭାଜପାକୁ ମୁକାବିଲା କରିବାରେ କଂଗ୍ରେସ ବିଫଳ ହୋଇଥିବା ଦର୍ଶାଯାଇ ଜଣେ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ନିଯୁକ୍ତ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି। ନେତୃତ୍ୱ ତୃଣମୂଳ ସ୍ତରରେ ପ୍ରଭାବଶାଳୀ ଓ ଦୃଶ୍ୟମାନ ହେବା ଉଚିତ। କଂଗ୍ରେସ ଏବେ କେବଳ ପ୍ରେସ୍‌ କନ୍‌ଫରେନ୍ସ ଓ ଟୁଇଟ୍‌ରେ ନିଜକୁ ସୀମିତ କରି ରଖିଛି ବୋଲି ଉକ୍ତ ଚିଠିରେ ସ୍ବାକ୍ଷର କରିଥିବା ଜଣେ ନେତା ନିଜ ନାମ ଗୋପନ ରଖିବା ସର୍ତ୍ତରେ ପ୍ରକାଶ କରିଛନ୍ତି। ପତ୍ରର ସ୍ବାକ୍ଷରକାରୀଙ୍କ ମଧ୍ୟରେ ଗୁଲାମନବୀ ଆଜାଦ, ଆନନ୍ଦ ଶର୍ମା, କପିଲ ଶର୍ମା, ଜିତିନ ପ୍ରସାଦ ଓ ମୁକୁଲ ଓ୍ବାସ୍‌ନିକ, ଶଶୀ ଥରୁର, ମନୀଷ ତିଓ୍ବାରୀ, ରାଜ ବବ୍ବରଙ୍କ ସମେତ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂ ହୁଡା, ବୀରାପ୍ପା ମୋଇଲି, ରାଜିନ୍ଦର କୌର ଭଟ୍ଟଲ ଓ ପୃଥ୍ବୀରାଜ ଚୌହାନ ରହିଥିବା ଦଳୀୟ ସୂତ୍ରରୁ ପ୍ରକାଶ। ଅନ୍ୟପକ୍ଷରେ ଗାନ୍ଧୀ ପରିବାରକୁ ଚ୍ୟାଲେଞ୍ଜ କରିବା ପାଇଁ ଚାଲିଥିବା ଉଦ୍ୟମକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ବିରୋଧ କରିଛନ୍ତି। ଏପରି ପ୍ରସଙ୍ଗ ଉଠାଇବା ପାଇଁ ବର୍ତ୍ତମାନ ପ୍ରକୃଷ୍ଟ ସମୟ ନୁହେଁ ଏବଂ ଏହାଦ୍ୱାରା ଭାଜପା ଲାଭବାନ ହେବ ବୋଲି ଅମରିନ୍ଦର କହିଛନ୍ତି।
ଇତିମଧ୍ୟରେ ସୋନିଆ ଗାନ୍ଧୀ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ନେଇ କେତେକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ଏଆଇସିସି ମୁଖପାତ୍ର ରଣଦୀପ ସୁର୍ଜଓ୍ବୋଲା ଏହାର ଜବାବ ରଖିଛନ୍ତି। ସୁର୍ଜଓ୍ବୋଲା କହିଛନ୍ତି, ସୋନିଆ କୌଣସି ନେତାଙ୍କ ସହ କଥା ହୋଇନାହାନ୍ତି କି କାହାକୁ ଚିଠି ଲେଖିନାହାନ୍ତି। ଏହାକୁ ଆମେ ଦୃଢ଼ ଭାବେ ଖଣ୍ଡନ କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ବର୍ଷରେ ୨୧୪ ଲକ୍ଷ କୋଟିକୁ ଛୁଇଁବ ଭାରତର ଋଣ, GDP’ର ୮୨ ପ୍ରତିଶତ…

ନୂଆଦିଲ୍ଲୀ,୧୧।୨: ନିକଟରେ ଉପସ୍ଥାପିତ କେନ୍ଦ୍ର ବଜେଟ୍ ୨୦୨୬-୨୭ରେ ଦେଶର ଆର୍ଥିକ ସ୍ଥିତି ଓ ଋଣ ଭାରକୁ ନେଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଗୋଟିଏ…

ମହିଳାଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ…

ଦିଗପହଣ୍ଡି,୧୧ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ମଙ୍ଗରାଜପୁର ଗ୍ରାମର ଏମ.ସସ୍ମିତା ରେଡ୍ଡୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଦିଗପହଣ୍ଡି ପୋଲିସ ବୁଧବାର ଗ୍ରାମର…

ସମ୍ପର୍କରେ କଳଙ୍କ; ବୋହୂଙ୍କୁ ଯୌନ ନିର୍ଯାତନା ଦେଉଥିଲେ ଶ୍ବଶୁର, ଲିଫ୍ଟରେ କରୁଥିଲେ…

ବେଙ୍ଗାଲୁରୁ,୧୧ା୨: ଉତ୍ତର ବେଙ୍ଗାଲୁରୁରୁ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଏକ ଘରୋଇ ସ୍କୁଲରେ ପ୍ରିନ୍ସିପାଲ୍ ଭାବରେ କାର୍ଯ୍ୟ କରୁଥିବା ଜଣେ ମହିଳା ତାଙ୍କ ଶ୍ୱଶୁରଙ୍କ…

କନ୍ଧମାଳରୁ ଭୁବନେଶ୍ୱରକୁ ଚାଲାଣ ହେଉଥିଲା ଗଞ୍ଜେଇ, ରାସ୍ତା ମଝିରେ ଧରିଲା ପୋଲିସ

ଭଞ୍ଜନଗର,୧୧ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଏସ୍‌ଆଇ ଏଲ୍‌. ବିଶ୍ୱାଳଙ୍କ ନେତୃତ୍ୱରେ ନିଧିଆପଲ୍ଲୀ ଛକରେ ଯାନବାହନ ଯାଞ୍ଚ ଚାଲିଥିଲା। ଏହି ସମୟରେ ପୋଲିସ ଏକ ବିଶ୍ୱସ୍ତ…

ଜିରିଡା ପୋଲ ଉପରୁ ୪୦ ଫୁଟ ତଳକୁ ଡେଇଁ ପଡ଼ିଲେ ମହିଳା, ତାପରେ…

ଉଦଳା,୧୧।୨(ସନ୍ତୋଷ କୁମାର ବାଚ୍ଛିନୀ): ପୋଲ ଉପରୁ ନଦୀକୁ ଡେଇଁ ପଡିଲେ ମହିଳା। ନଦୀରେ ଥିବା ମାଛ ଧରାଳି ତାଙ୍କୁ ଉଦ୍ଧାର କରିଛନ୍ତି । ଏଭଳି ଘଟଣା ଘଟିଛି…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

ଟି-୨୦ ବିଶ୍ୱକପ୍: ଆହତ ହେଲେ ଅଷ୍ଟ୍ରେଲିଆ ଅଧିନାୟକ, ଷ୍ଟିଭ୍ ସ୍ମିଥ୍‌ଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୧୧।୨: ଟି-୨୦ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆର ଅସୁବିଧା ଥମିବାର ନାଁ ନେଉନାହିଁ। ଜସ୍ ହାଜେଲଉଡ୍ ଏବଂ ପ୍ୟାଟ୍ କୁମିନ୍ସ ଆଗରୁ ଆହତ ଥିବାବେଳେ ଏବେ ଅଧିନାୟକ ମିଚେଲ ମାର୍ଶ…

ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ଭାରତୀୟ ଟିମରେ ଖେଳିଗଲା ଖୁସିର ଲହରି!

ନୂଆଦିଲ୍ଲୀ,୧୧।୨: ଭାରତୀୟ ଦଳ ଗୁରୁବାର T20 ବିଶ୍ୱକପ 2026 ରେ ନାମ୍ବିଆର ମୁକାବିଲା କରିବ। ତା’ପରେ ଭାରତୀୟ ଦଳ ଫେବୃଆରୀ ୧୫ରେ ପାକିସ୍ତାନ ସହିତ ମୁକାବିଲା କରିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri