ଆତ୍ମବିଶ୍ୱାସ

ନିଜ ମନକୁ ଜାଣିବା ପାଇଁ ଆତ୍ମବିଶ୍ୱାସର ଆବଶ୍ୟକତା ଅଛି। ଆତ୍ମବିଶ୍ୱାସ ମନର ସୀମାସରହଦର ବ୍ୟାପ୍ତକୁ ଦର୍ଶାଇଥାଏ। ଆଗକୁ ଯିବାର ଶକ୍ତି ଦିଏ। ମନର ଦୁର୍ବଳତା କ୍ରମଶଃ ଦୂରେଇଯାଏ। ମନ ଭିତରେ ନୂତନ ଶକ୍ତିର ସଂଚାର ହୁଏ। ଆତ୍ମବିଶ୍ୱାସ ମନେହେଉଥିବା କଥାଟି ବିଶ୍ୱାସରେ ପରିଣତ ହୁଏ। ଆଉ ସେହି ଦୃଢ଼ବିଶ୍ୱାସ ଆମକୁ ଘେରାବନ୍ଦୀ କରୁଥିବା ପରିବେଶରୁ ଉନ୍ମୁକ୍ତ କରି ଆମ ଚେତନାର ଶୀର୍ଷକୁ ଛୁଇଁଯାଏ। ଆମେ ଆମ ଈପ୍ସିତ ଲକ୍ଷ୍ୟ ସ୍ଥଳରେ ପହଞ୍ଚତ୍ବାକୁ ସମର୍ଥ ହୋଇଥାଉ।
ନେପୋଲିଅନ୍‌ ଥରେ କହିଥିଲେ, ଦୁନିଆରେ ଅସାଧ୍ୟ ଏବଂ କଷ୍ଟକର ବୋଲି କିଛି ନାହିଁ। ଆମେ ବ୍ୟବହାର କରୁଥିବା ‘ଅସାଧ୍ୟ’ ଶବ୍ଦଟି କେବଳ ଅଭିଧାନରେ ମିଳିଥାଏ। ଥରେ ନିଜର ସୁନ୍ଦର, ସୁସ୍ଥ ଓ ସ୍ବଚ୍ଛ ମନକୁ ନେଇ ଦେଖନ୍ତୁ। ଆପଣଙ୍କ ଚେଷ୍ଟା ବ୍ୟର୍ଥ ଯିବ ନାହିଁ, ସାହସ ଭାଙ୍ଗିଯିବ ନାହିଁ। ଆପଣଙ୍କର ଏ ଦୁଃସ୍ଥିତି ରହିବ ନାହିଁ। ଆପଣ ଆଦୌ ହତାଶ ହୁଅନ୍ତୁ ନାହିଁ। ଆପଣଙ୍କର ଏ ଇଚ୍ଛାଶକ୍ତିର ଦୃଢ଼ତା ଅପ୍ରକାଶ୍ୟ। ଏଥିରେ ଅନେକ ରହସ୍ୟ ରହିଛି। ଏହା ନକାରକୁ ସକାର କରିଦେବ। ଆପଣଙ୍କ ମନ ଯେପରି କହୁଛି ଆପଣ ସେଠାରେ ନିଶ୍ଚୟ ପହଞ୍ଚତ୍ବେ।
ମନେପକାନ୍ତୁ ଆମେରିକାର ସର୍ବଶ୍ରେଷ୍ଠ ଉଦ୍ଭାବକ ଥୋମାସ ଏଡିଶନ୍‌ଙ୍କ କଥା। ତାଙ୍କର ଜୀବନ ପ୍ରତି ଏକ ଅସାଧାରଣ ଧାରଣା ଥିଲା। ଯାହା ତାଙ୍କ କାର୍ଯ୍ୟ କ୍ଷମତାକୁ ବହୁଗୁଣରେ ପରିବର୍ଦ୍ଧିତ କରୁଥିଲା। ସେଥିପାଇଁ ଯେତେବେଳେ ଅନ୍ୟମାନେ ବିଦ୍ୟୁତ୍‌ ଆଲୋକ ବିକାଶ କରିବା ପାଇଁ ହଜାର ହଜାର ଥର ବିଫଳ ହୋଇ, ଏ କ୍ଷେତ୍ରରୁ ଦୂରେଇ ଯାଉଥିଲେ, ସେତେବେଳେ ପ୍ରତ୍ୟେକ ଅସଫଳ ପରୀକ୍ଷଣକୁ ସଫଳତାର ଗୋଟିଏ ଗୋଟିଏ ପାହା ଭାବି ଏଡିଶନ୍‌ ଆଗେଇ ଚାଲିଥିଲେ। ଏହାଦ୍ୱାରା ସେ ସଫଳତାର ଖୁବ୍‌ ନିକଟତର ହେଉଥିଲେ। ସେଥିପାଇଁ ତାଙ୍କ ରେକର୍ଡ ଅନୁସାରେ ଏଡିଶନ୍‌ ୨୭୭୪ ଥର ବିଫଳ ହେବାପରେ ଫ୍ଲୋରେସେଣ୍ଟ ବିଦ୍ୟୁତ୍‌ ବଲ୍‌ବ ଉଦ୍ଭାବନ କରିବାକୁ ସଫଳ ହୋଇଥିଲେ।
ଏଡିଶନ୍‌ ପାରମ୍ପରିକ ବିଦ୍ୟାଳୟ ଶିକ୍ଷା ପାଇ ପାରି ନ ଥିଲେ। ଏହାର କାରଣ ଥିଲା ସେ ବିଦ୍ୟାଳୟରେ ଆବଶ୍ୟକତାଠାରୁ କମ୍‌ ନମ୍ବର ରଖୁଥିଲେ ଓ ଶ୍ରେଣୀରେ ଶିକ୍ଷକଙ୍କୁ ବାରମ୍ବାର ପ୍ରଶ୍ନ ପଚାରି ବ୍ୟତିବ୍ୟସ୍ତ କରିଦେଉଥିଲେ। ମାନକ ନମ୍ବରରୁ କମ୍‌ ନମ୍ବର ପାଇଁ ଏଡିଶନ୍‌ଙ୍କୁ ଶେଷରେ ସ୍କୁଲ୍‌ରୁ ବାହାର କରି ଦିଆଯାଇଥିଲା। ସେଥିପାଇଁ ତାଙ୍କ ମା’ ତାଙ୍କୁ ପଢ଼ିବା ଓ ଲେଖିବା ଶିଖାଇଥିଲେ। ଏହାଛଡ଼ା ତାଙ୍କ ମା’ ମଧ୍ୟ ତାଙ୍କୁ ଗଣିତ ଶିକ୍ଷାଦାନ କରିବା ସହ ପଢ଼ିବା ପାଇଁ ଉତ୍ସାହିତ କରୁଥିଲେ। ଏଡିଶନ୍‌ ଶ୍ରବଣ ବାଧିତ ଥିବାରୁ ଅନ୍ୟମାନଙ୍କ କଥାକୁ ଶୁଣି ପାରୁ ନ ଥିଲେ। ମାତ୍ର ଏହାକୁ ସେ ଈଶ୍ୱରଙ୍କ ବରଦାନ ବୋଲି ଭାବୁଥିଲେ। କାରଣ ସେ କାହା କଥାରେ ବିଭ୍ରାନ୍ତିରେ ପଡ଼ୁନାହାନ୍ତି ବୋଲି ଜାଣିଥିଲେ। ତେଣୁ ସେ ବିଭିନ୍ନ ବିଷୟ ବିଭିନ୍ନ ପୁସ୍ତକରୁ ପଢ଼ି ଜ୍ଞାନ ହାସଲ କରିବା ସହ ସବୁଥିରେ ନିଜର ଧ୍ୟାନକୁ କେନ୍ଦ୍ରୀଭୂତ କରିପାରୁଥିଲେ। କ୍ରମେ ତାଙ୍କର ପାଠପଢ଼ା ପ୍ରତି କୌତୂହଳ ବୃଦ୍ଧି ପାଇଲା ଓ ସେ ନିଜର ଆତ୍ମବିଶ୍ୱାସକୁ ସୁଦୃଢ଼ କରି ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚତ୍ବାକୁ ପ୍ରୟାସ ଜାରି ରଖିଲେ। ଏଡିଶନ୍‌ ପରିବାରର ଭରଣପୋଷଣ ପାଇଁ ଖୁବ୍‌ କମ୍‌ ବୟସରୁ ଜଣେ ବ୍ୟବସାୟୀ ପାଲଟି ଯାଇଥିଲେ। ମାତ୍ର ଦଶବର୍ଷ ବୟସରୁ ସେ ମିଠା ଓ ଖବରକାଗଜ ବିକୁଥିଲେ। ତାଙ୍କୁ ଷୋହଳବର୍ଷ ହେବା ବେଳକୁ ସେ ଟେଲିଗ୍ରାଫ୍‌ ଚଳାଇବା ଶିଖି ଲୋକମାନଙ୍କୁ ଆବଶ୍ୟକ ସେବା ଯୋଗାଇ ଦେଉଥିଲେ। ସେହିପରି ରାଇଟ୍‌ ଭ୍ରାତୃଦ୍ୱୟ ଲୋକହସାକୁ ବେଖାତିର କରି ଆକାଶରେ ଉଡ଼ିବାର ଯେଉଁ ଚେଷ୍ଟା ଜାରି ରଖିଥିଲେ, ତାହାର ଫଳ ସ୍ବରୂପ ମଣିଷ ଆଜି ଆକାଶ ଓ ମହାକାଶକୁ ଗମନ କରିପାରିଛି।
ଆତ୍ମବିଶ୍ୱାସ ଥିଲେ ଜଣେ ଶାରୀରିକ ଅସାମର୍ଥ୍ୟ ବ୍ୟକ୍ତି ବି ଗିରି ଲଘଂନ କରିପାରେ। ଗୋପବନ୍ଧୁଙ୍କ ଭାଷାରେ ସାହସୀ ମଣିଷ ନିଜ ବୀରପଣିଆ ମନ ଯୋଗୁ ଆଗକୁ ଯାଏ ସିନା, ପଛକୁ ଫେରେନାହିଁ। କୌଣସି ପ୍ରତିକୂଳ ପରିସ୍ଥିତିକୁ ସେ ଭ୍ରୂକ୍ଷେପ କରି ନ ଥାଏ।
ଏହି ଆତ୍ମବିଶ୍ୱାସର ତିନୋଟି ସ୍ତର ଅଛି, ଯେପରିକି ଭାବନା ଆଧାରିତ, ବିଶ୍ୱାସ ଆଧାରିତ ଏବଂ ଜ୍ଞାନ ଆଧାରିତ। ପ୍ରତ୍ୟେକ ମଣିଷ ତା’ର ଲକ୍ଷ୍ୟ ହାସଲ କରିବାକୁ ଏହି ତିନୋଟି ସ୍ତରର ମିଶ୍ରଣରେ ଆଗକୁ ଚାଲିଥାଏ। ଏହା ଜୀବନର ସଫଳତାକୁ ସହଜ କରି ଦେଇଥାଏ। ବିଦ୍ୟାଳୟ ସ୍ତରରେ ହେଉ କିମ୍ବା ନିଜର କର୍ମ କ୍ଷେତ୍ରରେ ବା ବିପଦ ସମୟରେ କୌଣସି ସିଦ୍ଧାନ୍ତ ନେବା ସମୟରେ ହେଉ, ମନୁଷ୍ୟ ଯେତେବେଳେ ସ୍ବେଚ୍ଛାକୃତ ଭାବରେ ପଦକ୍ଷେପ ନିଏ, ସେତେବେଳେ ସେ ସକ୍ରିୟ ଭାବେ ଜୀବନରେ ଆଗକୁ ଯାଇଥାଏ । କାରଣ ସେମାନେ ସ୍ବନିଷ୍ପତ୍ତି ନେବାରେ ଦୃଢ଼ଚେତା ଥାଆନ୍ତି ଏବଂ ଏହି ପ୍ରକ୍ରିୟାରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥାନ୍ତି। ଏହାର ମୂଳ ହେତୁ ହେଉଛି ସେମାନେ ନିଜ ଉପରେ ପୂର୍ଣ୍ଣ ବିଶ୍ୱାସ ରଖି ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସୀ ସାଜି ସାରିଥାନ୍ତି। ବାସ୍ତବରେ ସେଥିପାଇଁ କୁହାଯାଏ ଜଣେ ବ୍ୟକ୍ତି ଯଦି ନିଜ ବିଷୟରେ ଆତ୍ମବିଶ୍ୱାସୀ, ସେ ଅଧା ଯୁଦ୍ଧ ଜିତି ଯାଇଛି ବୋଲି ଜାଣିବାକୁ ହେବ।
ଭାରତର ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ୍‌ କଲାମ୍‌ଙ୍କର ବୈଜ୍ଞାନିକ ସଫଳତା ଓ ଲୋକପ୍ରିୟତା ତାଙ୍କୁ ଆଜି ‘କ୍ଷେପଣାସ୍ତ୍ର ପୁରୁଷ’ ଏବଂ ‘ଜନତା ରାଷ୍ଟ୍ରପତି’ ଭାବରେ ସର୍ବତ୍ର ବିଦିତ କରିପାରିଛି। କଲାମ୍‌ ଏକ ଦରିଦ୍ର ପରିବାରରୁ ଆସିଥିଲେ ମଧ୍ୟ ତାଙ୍କର ଦୃଢ଼ ମନୋବଳ ଓ ବଳିଷ୍ଠ ଆତ୍ମବିଶ୍ୱାସ ଯୋଗୁ ସେ ତାଙ୍କର ଶିକ୍ଷାକୁ ଜାରିରଖିଥିଲେ। ଶେଷରେ ନିଜର ନିଷ୍ଠା, ଆତ୍ମବିଶ୍ୱାସ ଓ ଗଭୀର ଅଧ୍ୟବସାୟ ବଳରେ ସେ ମାଡ୍ରାସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିରୁ ଏରୋନଟିକାଲ୍‌ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରି ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନରେ ଯୋଗ ଦେବାକୁ ସକ୍ଷମ ହୋଇଥିଲେ।
ଯେଉଁମାନେ ଶାନ୍ତ, ସରଳ ଓ ସ୍ଥିର ହୋଇ ସଂଯମତା ରକ୍ଷା କରନ୍ତି, ସେମାନଙ୍କ ପାଇଁ ସବୁକିଛି ସହଜ ଓ ସରଳ ମନେହୁଏ। ସେମାନେ ଜୀବନରେ କୌଣସି ସମସ୍ୟାର ସମ୍ମୁଖୀନ ହେଲେ ମଧ୍ୟ ନିଜର କ୍ଷମତା ଉପରେ ବିଶ୍ୱାସ କରି କାର୍ଯ୍ୟଟି ସମ୍ପାଦନ କରିବାକୁ ଯଥେଷ୍ଟ ଆତ୍ମବିଶ୍ୱାସୀ ହୋଇଥାନ୍ତି। ସେମାନଙ୍କର ସକାରାତ୍ମକ ଚିନ୍ତା ସେମାନଙ୍କଠାରେ ଓ ସେମାନଙ୍କ ମନରେ ନିରନ୍ତର ଆତ୍ମବିଶ୍ୱାସ ସୃଷ୍ଟି କରି ଚାଲିଥାଏ।
ଓଡ଼ିଆ ଭାଷା ପ୍ରଶିକ୍ଷଣ ବିଶେଷଜ୍ଞ,
ଶିକ୍ଷକ-ଶିକ୍ଷା ବିଭାଗ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ମୋ: ୯୩୪୮୯୪୮୫୪୭


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri