ପାଟଣାର ସାମାଜିକ କର୍ମୀ ରାହସ ବିହାରୀଙ୍କ ବିୟୋଗ, ଶୋକବ୍ୟକ୍ତ କଲେ…

ପାଟଣା,୮।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ଦୁର୍ଗାଦେଇପୁର ଶାସନର ଜଣା ଶୁଣା ଧର୍ମପରାୟଣ ଓ ସାମଜିକ କର୍ମୀ ରାହସ ବିହାରୀ ଦାଶ ଙ୍କ ବୁଧବାର ସକାଳ ୮ ଟାରେ ରେ ବିୟୋଗ ଘଟିଛି । ମୃତ୍ୟୁ ବେଳେକୁ ତାଙ୍କୁ ୯୭ ବର୍ଷ ବୟସ ହୋଇଥିଲା । ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ।ଏକ ସ ହେବ ଶାରୀରିକ ଅସୁସ୍ଥତା କାରଣରୁ କେନ୍ଦୁଝର ରେ ମନରଞ୍ଜନ ଙ୍କ ଘରେ ରହୁଥିଲେ। ବୁଧବାର ସକାଳୁ ତାଙ୍କୁ ଜନ୍ମ ସ୍ଥାନ ଦୁର୍ଗାଦେଇପୁର ଶାସନରେ ପହଞ୍ଚାଇଥିଲେ ହେଁ ସକାଳ 8 ରେ ମୃତ୍ୟୁ ଘଟିଥିଲା । ସେ କୃଷି ବିଭାଗର ପରି ଦର୍ଶକ କାର୍ଯ୍ୟ ରୁ ଅବସର ଗ୍ରହଣ କରିବା ପରେ ବିଭିନ୍ନ ସାମଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସହ ଜଡିତ ଥିଲେ ।  ପାଟଣ ରେ ରାଧାକୃଷ୍ଣ ମନ୍ଦିର ଓ ରାମ ମନ୍ଦିର ନିର୍ମାଣ ରେ ତାଙ୍କର ପ୍ରମୁଖ ଅବଦାନ ଥିଲା । ସେ ପାଟଣା ପାରାୟଣ କମିଟି ର ସଭାପତି ଥିଲେ ।  ତାଙ୍କର ଅନ୍ତେଷ୍ଟି କ୍ରିୟା ବୁଧବାର ଅପରାହ୍ନ ରେ ବୈତରଣୀ ନଦୀ ର ଦୁର୍ଗା ଦେଇପୁର ଶ୍ମଶାନରେ ସମ୍ପର୍ଣ୍ଣ ହୋଇଛି । ବଡ ପୁଅ ମନୋରଞ୍ଜନ ମୁଖାଗ୍ନି ଦେଇଥିଲେ l ମୃତ୍ୟୁ ଶଯ୍ୟା ନିକଟରେ ବଡ ପୁଅ, ସାନ ପୁଅ ଚିତ୍ତରଞ୍ଜନ, ବହୁ,ନାତି, ନାତୁଣୀ , ଝିଅ ମୀନା, କମଳା ଲୀଳାବତୀ, ଜୋଇଁ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁରେ ପାଟଣା ପୂର୍ବତନ ଅଧ୍ୟକ୍ଷତ ବିଦ୍ୟାଧର ଦାଶ, ବଡ ପାଟଣା ସରପଞ୍ଚ ବିନତି ବାନରା, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ବ୍ଲକ ପ୍ରତିନିଧି କମଳାକାନ୍ତ ଦାଶ, ଯୁବ ସାମାଜିକ କର୍ମୀ ବିଜୟ ରତ୍ନ ପତି, କଂଗ୍ରେସ ପୂର୍ବତନ ବ୍ଲକ ସଭାପତି ଲକ୍ଷ୍ମଣ କୁମାର ଦାଶ, ନାଟ୍ୟକାର ଅଶୋକ କୁମାର ଦାଶ, ସାମାଜିକ କର୍ମୀ ଅଜୟ କୁମାର ଦାଶ, ସନାତନ ଦାଶ୍, ଭାଜପା ନେତା ଦିନ ବନ୍ଧୁ ମିଶ୍ର, ଶିକ୍ଷକ ନେତା କମଳା କାନ୍ତ ପତି, ସାମାଜିକ କର୍ମୀ ଯୁଗୋଳ କିଶୋର ଦାଶ, କୃଷ୍ଣ ଚନ୍ଦ୍ର ଦାଶ, ପଣ୍ଡିତ କ୍ଷୀରୋଦ ଦାଶ ପ୍ରମୁଖ ଗଭିର ଶୋକ ବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

ବିପଦକୁ ଡାକୁଛି ମୁକୁଳା ଟ୍ରାନ୍ସଫର୍ମର: ବାଡ଼ବନ୍ଦୀ କରିବାକୁ ଦାବି

ବୁଗୁଡ଼ା,୭ା୩ (କାଳିଚରଣ ଦାଶ): ଖୋଲାମେଲାରେ ରହିଛି ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ଯାହ ବିପଦକୁ ହାତ ଠାରି ଡାକୁଛି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୁଗୁଡ଼ା ବ୍ଲକ…

ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ +୨ ଖୋଲିବାକୁ CBSEର ଅନୁମତି

କୋରାପୁଟ,୭ା୩(ଅମିତାଭ ବେହେରା): କୋରାପୁଟସ୍ଥିତ ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ ଯୁକ୍ତ୨ ଶ୍ରେଣୀ ଖୋଲିବା ପାଇଁ CBSE ପକ୍ଷରୁ ଅନୁମତି ମିଳିଛି। ସିବିଏସ୍‌ଇ ବୋର୍ଡର ନିୟମାନୁଯାୟୀ ଏହି ବିଦ୍ୟାଳୟ ସମସ୍ତ ଆବଶ୍ୟକ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri