ସୁଧୁରୁନି ସିର୍କାବର୍ଗ ରାସ୍ତାର ଅବସ୍ଥା: ହେଉନି ରକ୍ଷଣବେକ୍ଷଣ, ଖାଲଖମା ଭର୍ତ୍ତି

ଦାରିଙ୍ଗବାଡି, ୧।୧୦(ଅରୁଣ ସାହୁ):ଦିନ ଥିଲା ଦାରିଙ୍ଗବାଡିଠାରୁ ସିର୍କାବର୍ଗକୁ ସବୁଦିନିଆ ଭଲ ରାସ୍ତା ଟିଏ ନ ଥିଲା। ସିର୍କାବର୍ଗ ବାସିନ୍ଦା ଦାରିଙ୍ଗବାଡି ବ୍ଲକ ହେଡକ୍ୱାଟର ଆସିବାକୁ ହେଲେ ୩୦ କିଲୋମିଟର ରାସ୍ତା ପାଦରେ ଚାଲି ଚାଲି ଯାତାୟାତ କରୁଥିଲେ। ନିଜ ଜମିରୁ ଅମଳ ହଳଦୀ, କାନ୍ଦୁଲ, ସୋରିଷ, ତିଳା ଫସଲକୁ ବଳଦ ପିଠିରେ ଆଣି ଦାରିଙ୍ଗବାଡିରେ ବିକ୍ରି କରୁଥିଲେ। ଏହାର ସମାଧାନ କରିବା ପାଇଁ ସରକାର ଦାରିଙ୍ଗବାଡି ଠାରୁ ସିର୍କାବର୍ଗକୁ ସଂଯୋଗ କରିବା ପାଇଁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ପକ୍କା ରାସ୍ତା ନିର୍ମାଣ କରିଥିଲେ। ହେଲେ ରାସ୍ତା କାର୍ଯ୍ୟ କରିଥିବା ଠିକା ସଂସ୍ଥା ଆଉ ଚୁକ୍ତି ଅନୁସାରେ ରକ୍ଷଣବେକ୍ଷଣ କରୁନାହାନ୍ତି। ଫଳରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି। ଏବେ ବଡ଼ ବଡ଼ ଖାଲ ଖମା ସୃଷ୍ଟି ହୋଇଛି। ଫଳରେ ଉକ୍ତ ରାସ୍ତାରେ ଯାତାୟାତ ସମ୍ଭବ ହେଉନାହିଁ।
ସରକାରଙ୍କ ପକ୍ଷରୁ ଦାରିଙ୍ଗବାଡିରୁ ଦନେକବାଡି ଦେଇ ସିର୍କାବର୍ଗକୁ ଲଷ୍ମୀ ବସ ଯାଉଛି। କିନ୍ତୁ ଘାଟି ପାହାଡ଼ ରାସ୍ତାରେ ଯାତାୟାତ କରୁଥିବାବେଳେ ରାସ୍ତାର ଦୂରାବସ୍ଥା ଯୋଗୁ ବସ ଯାତାୟାତରେ ବିପଦ ସୃଷ୍ଟି ହୋଇଛି। ଅଞ୍ଚଳବାସୀ ଜିଲାପାଳଙ୍କ ସମେତ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଅଭିଯୋଗ ହୋଇଛି। ଏନେଇ ବିଭାଗର କନିଷ୍ଠ ସଞ୍ଜୟ କୁମାର ବେହେରା କହିଛନ୍ତି ଯେ, ଠିକାଦାରଙ୍କ ଚୁକ୍ତିନାମା ଅନୁସାରେ ରାସ୍ତା ମରାମତି ସହ ରକ୍ଷଣବେକ୍ଷଣ କରିବା କଥା। କିନ୍ତୁ ସେ କରୁନାହିଁ ଏନେଇ ବାରମ୍ବାର ଠିକା ସଂସ୍ଥାକୁ ଅବଗତ କରାଯିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରାଯାଇଥିବା ସେ କହିଛନ୍ତି। ତାଙ୍କ ଚୁକ୍ତିନାମା ତାରିଖ ସରିବା ପରେ ଅଟକଳ କରାଯାଇ ବିଭାଗ ଉକ୍ତ ରାସ୍ତାକୁ ମରାମତି କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ରାଜ୍ୟବାଦର ନଗ୍ନ ରୂପ

ଶୀତଳ ଯୁଦ୍ଧର ଅବସାନ ପରେ ସାମ୍ରାଜ୍ୟବାଦୀ ଆମେରିକାର ଔଦ୍ଧତ୍ୟ ଯେ ବହୁଗୁଣା ବଢ଼ିଯାଇଛି, ଏଥିରେ କେହି ଦ୍ୱିମତ ହେବେ ନାହିଁ। କେତେକ ରାଷ୍ଟ୍ରରେ ସାମରିକ ଶକ୍ତି...

ଆପଣା ପଣରେ ନାରୀ

ରାଜା ବ୍ରାହ୍ମଣମାନଙ୍କୁ ପୁଚ୍ଛାକଲେ, ‘ଯେଉଁ ଫଳ ଉପୁଜାଇ ସେ ଫଳ ଖାଇ କି ନ ଖାଇ’। ତହିଁକି ବ୍ରାହ୍ମଣ ବୋଇଲେ ଯେ ଯେଉଁ ଫଳ ଉପୁଜାଇ...

ପ୍ରାଥମିକ ଶିକ୍ଷା: ଖାଲିପଡ଼ିଛି ୧୬,୯୭୩ ଶିକ୍ଷକ ପଦବୀ

ଭୁବନେଶ୍ୱର,୨୧ା୧ (ସୁଚିସ୍ମିତା ସାହୁ):ରାଜ୍ୟରେ ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ ଓ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ...

ପୁଣି ଥର୍‌ ଆତଙ୍କ: ଆସିଲା ବୁଲେଟ୍‌କୁ ପିଟିଲା , ଜଣେ ମୃତ…

ଭୁବନେଶ୍ୱର,୨୧।୧: ରାଜଧାନୀରେ ପୁଣି ଥର୍‌ ଆତଙ୍କ। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସାମ୍ନାରେ ବୁଲେଟ୍‌କୁ ଧକ୍କା ଦେଇଛି ଥର୍‌। ଘଟଣାସ୍ଥଳରେ ଜଣେ ମୃତ, ୨ ଜଣ ଗୁରୁତର...

ତାମିଲନାଡୁ ବିଧାନସଭାରୁ ରାଜ୍ୟପାଳଙ୍କ କକ୍ଷତ୍ୟାଗ

ଚେନ୍ନାଇ,୨୧ା୧: ତାମିଲନାଡୁ ରାଜ୍ୟପାଳ ଆର୍‌.ଏନ୍‌. ରବି ମଙ୍ଗଳବାର ରାଜ୍ୟ ବିଧାନସଭାରେ ଉଦ୍‌ବୋଧନ ନ ଦେଇ ଚାଲିଯାଇଛନ୍ତି। ବିନା ଭାଷଣରେ କକ୍ଷତ୍ୟାଗ କରିବା ରାଜ୍ୟପାଳ ରବିଙ୍କ ପାଇଁ...

ମଣ୍ଡିରୁ ଧାନ ଚୋରି ଅଭିଯୋଗ ପ୍ରସଙ୍ଗ: ୨ ଅଧିକାରୀଙ୍କ କଥାରେ ତାଳମେଳ ନାହିଁ

ଅମରପାଲି,୨୧ା୧(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ମଣ୍ଡିରେ ଚାଷୀ ବିକ୍ରି ପାଇଁ ରଖିଥିବା ଧାନରୁ ଗତ ୧୬ ତାରିଖ ରାତିରେ ୧୮ ପ୍ୟାକେଟ...

ଲିଭ୍‌ ଇନ୍‌ ରିଲେଶନଶିପ୍‌ରେ ମହିଳାଙ୍କୁ ସ୍ତ୍ରୀ ମାନ୍ୟତା ମିଳିବା ଆବଶ୍ୟକ: ହାଇକୋର୍ଟ

ଚେନ୍ନାଇ,୨୧ା୧: ଲିଭ୍‌-ଇନ୍‌ ରିଲେଶନଶିପ୍‌ରେ ଥିବା ମହିଳାଙ୍କୁ ଗାନ୍ଧର୍ବ ବିବାହ ବା ପ୍ରେମ ବିବାହ ଅନୁଯାୟୀ ସ୍ତ୍ରୀର ମାନ୍ୟତା ପ୍ରଦାନ ସହ ସୁରକ୍ଷା ଦିଆଯିବା ଆବଶ୍ୟକ। ଫଳରେ...

ICCର ଅଲ୍ଟିମେଟମ୍‌ ପରେ ବି ସୁଧୁରିଲାନି ବାଂଲାଦେଶ, ସିଧା ସିଧା ଶୁଣାଇଦେଲା ‘ଆମେ…’

ଢାକା,୨୧।୧: ଆସନ୍ତା ୭ ତାରିଖରୁ ହେବାକୁଥିବା ଟି୨୦ ବିଶ୍ୱକପ୍‌ରେ ଭାଗ ନେବା ପାଇଁ ବାଂଲାଦେଶ ଦଳ କୌଣସି ପରିସ୍ଥିତିରେ ଭାରତ ଯିବନାହିଁ। ୨୧ ତାରିଖ ସୁଦ୍ଧା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri