ୟୁକ୍ରେନ୍‌ ଆକ୍ରମଣକୁ ନିନ୍ଦା

ନୁସା ଡୁଆ,୧୬ା୧୧: ଇଣ୍ଡୋନେସିଆର ବାଲିସ୍ଥିତ ନୁସା ଡୁଆରେ ଚାଲିଥିବା ଜି୨୦ ସମ୍ମିଳନୀରେ ରୁଷିଆର ୟୁକ୍ରେନ୍‌ ଆକ୍ରମଣକୁ ମଙ୍ଗଳବାର ଅଧିକାଂଶ ବିଶ୍ୱନେତା ନିନ୍ଦା କରିଛନ୍ତି। ଏହି ସମ୍ମିଳନୀରେ କ୍ଷୁଧା ଓ ଆଣବିକ ଅସ୍ତ୍ର ପ୍ରୟୋଗଜନିତ ବିପଦ ନେଇ ମଧ୍ୟ ଚିନ୍ତା ବ୍ୟକ୍ତ କରାଯାଇଛି।
ବିଶ୍ୱ ଅର୍ଥନୀତି କୋଭିଡ୍‌-୧୯ ମହାମାରୀଜନିତ ସଙ୍କଟରୁ ମୁକୁଳି ଅଣ୍ଟା ସଳଖି ଛିଡ଼ା ହେବାକୁ ଉଦ୍ୟମ କରୁଥିବାବେଳେ ଗତ ଫେବୃୟାରୀ ୨୪ରେ ପଡ଼ୋଶୀ ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ କରିଥିଲା। ଏହି ଯୁଦ୍ଧ ଯୋଗୁ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହୋଇ ବୈଶ୍ୱିକ ଅର୍ଥନୀତିକୁ ଦୁର୍ବଳ କରିଦେଇଥିଲା। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ତଥାକଥିତ ସ୍ପେଶାଲ ମିଲିଟାରି ଅପରେଶନ ବିରୋଧରେ ଦୁଇଦିନିଆ ଜି୨୦ରେ ଦୃଢ଼ ନିନ୍ଦା କରାଯାଇଛି। ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ଯୋଗଦେଇଛନ୍ତି। ପୁଟିନ୍‌ ଜାଣିଶୁଣି ବାଇଡେନ୍‌ଙ୍କ ସହ ସାମ୍ନାସାମ୍ନି ହେବା ଏଡ଼ାଇବା ଲାଗି ଏଥିରେ ସାମିଲ ହୋଇ ନ ଥିବା କୁହାଯାଉଛି। ତେବେ ଜି୨୦ରେ ଯୋଗଦେଇଥିବା ତାଙ୍କ ବହିର୍ବ୍ୟାପାର ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ୍‌ କହିଛନ୍ତି, ଏହି ସମ୍ମିଳନୀର ରାଜନୀତୀକରଣ ଦୁର୍ଭାଗ୍ୟଜନକ। ୟୁକ୍ରେନ୍‌ରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଯୋଗୁ ହାଇବ୍ରିଡ୍‌ ଯୁଦ୍ଧ ଚାଲିଛି। ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ୍‌ (ନାଟୋ)ର ବିସ୍ତାର ରୁଷିଆ ପ୍ରତି ବିପଦ ସୃଷ୍ଟି କରିଥିବା ସେ କହିଛନ୍ତି।
ଏହି ପରିପ୍ରେକ୍ଷୀରେ ବିଭିନ୍ନ ରାଷ୍ଟ୍ରର କୂଟନୀତିଜ୍ଞମାନଙ୍କ ଦ୍ୱାରା ପ୍ରସ୍ତୁତ ୧୬ ପୃଷ୍ଠା ସମ୍ବଳିତ ଚିଠା ଘୋଷଣାନାମାକୁ ଗୃହୀତ କରିବା ନେଇ ନିଷ୍ପତ୍ତି ହୋଇଥିଲା। ତେବେ ବିଶ୍ୱନେତାଙ୍କ ମଧ୍ୟରେ ମତଭେଦ ଯୋଗୁ ଏହା ଗୃହୀତ ହୋଇପାରି ନାହିଁ। ଏହି ରାଷ୍ଟ୍ର ସମୂହର ଅଧିକାଂଶ ସଦସ୍ୟ ୟୁକ୍ରେନ୍‌ ଆକ୍ରମଣକୁ ନିନ୍ଦା କରିବା ସହ ଏହାଦ୍ୱାରା ବିଶ୍ୱବାସୀ ଭୋଗୁଥିବା ଦୁର୍ଦ୍ଦଶା ସମ୍ପର୍କରେ ଆଲୋଚନା କରିଛନ୍ତି। ସାମ୍ପ୍ରତିକ ସ୍ଥିତିର ଅନୁଶୀଳନ ଏବଂ ରୁଷିଆ ଉପରେ କଟକଣା ଜାରିକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। ଜି୨୦ର ଆୟୋଜକ ରାଷ୍ଟ୍ର ଇଣ୍ଡୋନେସିଆ ମୁଦ୍ରାସ୍ଫୀତି, କ୍ଷୁଧା, ଶକ୍ତିର ଉଚ୍ଚ ମୂଲ୍ୟ ଏବଂ ୟୁକ୍ରେନ୍‌ ଆକ୍ରମଣ ପ୍ରସଙ୍ଗରେ ଏକାଠି ହୋଇ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱାରୋପ କରିଛି। ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ଓ୍ବିଡୋଡୋ କହିଛନ୍ତି, ଆମ ପାଖରେ ଅନ୍ୟ କିଛି ବିକଳ୍ପ ନାହିଁ। ବିଶ୍ୱକୁ ରକ୍ଷା କରିବାକୁ ହେଲେ ସମନ୍ବୟ ଆବଶ୍ୟକ। ବିଶ୍ୱକୁ ଆଉ ଏକ ଶୀତଳ ଯୁଦ୍ଧରେ ପଡ଼ିବାକୁ ଦେବା ନାହିଁ।
ଇତିମଧ୍ୟରେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଭିଡିଓ ଲିଙ୍କ୍‌ ଜରିଆରେ ଜି୨୦କୁ ସମ୍ବୋଧିତ କରି କହିଛନ୍ତି, ରୁଷିଆର ଆକ୍ରମଣକୁ ବନ୍ଦ କରିବା ସମୟ ଆସିଛି। ଏଥିସହ ୧୦ ସୂତ୍ରୀ ଶାନ୍ତି ଯୋଜନା କାର୍ଯ୍ୟକାରୀ କରିବା ଉଚିତ। ୟୁକ୍ରେନ୍‌ ଭୂଖଣ୍ଡରୁ ରୁଷିଆ ସୈନ୍ୟଙ୍କୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରାଯାଉ। ଏଥି ସକାଶେ ମସ୍କୋ ଉପରେ ଅନ୍ତର୍ଜାତୀୟ ସମୁଦାୟ ଚାପ ସୃଷ୍ଟି କରନ୍ତୁ ବୋଲି ଜେଲେନ୍‌ସ୍କି ଅନୁରୋଧ କରିଥିଲେ। ଜେଲେନ୍‌ସ୍କିଙ୍କ ସମ୍ବୋଧନକୁ ଲାଭ୍ରୋଭ୍‌ ଶୁଣିବା ପରେ କହିଥିଲେ, ୟୁକ୍ରେନ୍‌ ରାଷ୍ଟ୍ରପତି ପାଶ୍ଚାତ୍ୟର ପରାମର୍ଶକୁ ମାନୁନାହାନ୍ତି। ତାଙ୍କ ଯୋଗୁ ଯୁଦ୍ଧର ଅବସାନ ଘଟୁନାହିଁ। ଅନ୍ୟପକ୍ଷେ ରୁଷିଆକୁ ନିନ୍ଦା କରାଯିବା ପ୍ରସ୍ତାବକୁ କେତେକ ରାଷ୍ଟ୍ର ସମର୍ଥନ କରିଥିବାବେଳେ ଆଉ କେତେକ ଦେଶ ଏହି ବିବାଦରେ ଛନ୍ଦି ହେବାକୁ ଚାହିଁ ନାହାନ୍ତି।
ପ୍ରଧାନମନ୍ତ୍ରୀ ମୋଦି ଏହି ଅବସରରେ ବାଇଡେନ୍‌, ଜିନ୍‌ପିଙ୍ଗ୍‌, ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁ, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସମେତ ଅନ୍ୟ ରାଷ୍ଟ୍ରମୁଖ୍ୟମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏଥିସହ ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧବିରତି ପାଇଁ ବାଟ ବାହାର କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ୨୦୨୩ରେ ଭାରତ ଜି୨୦ର ଅଧ୍ୟକ୍ଷତା କରିବ। ଭଗବାନ ବୁଦ୍ଧ ଓ ଗାନ୍ଧିଜୀଙ୍କ ଭୂମିରେ ଜି୨୦ର ଆୟୋଜନ ବିଶ୍ୱକୁ ଶାନ୍ତିର ଏକ ମଜଭୁତ ସନ୍ଦେଶ ଦେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ପ୍ରକାଶ ଯେ, ରୁଷିଆର ୟୁକ୍ରେନ୍‌ ଆକ୍ରମଣ ପରେ ଏହା ହେଉଛି ଜି୨୦ ନେତାଙ୍କ ପ୍ରଥମ ସମ୍ମିଳନୀ। ବିଶ୍ୱର ମୋଟ ଘରୋଇ ଉତ୍ପାଦର ୮୦%ରୁ ଊର୍ଦ୍ଧ୍ୱ ଜି୨୦ରୁ ଆସିଥାଏ। ସେହିପରି ଅନ୍ତର୍ଜାତୀୟ ବାଣିଜ୍ୟ କ୍ଷେତ୍ରରେ ଏହି ରାଷ୍ଟ୍ରଗୋଷ୍ଠୀର ୭୫ ପ୍ରତିଶତ ଅବଦାନ ରହିଛି। ବିଶ୍ୱ ଜନସଂଖ୍ୟାର ୬୦% ହେଉଛି ଜି୨୦ ରାଷ୍ଟ୍ର ସମୂହର।


Enter your email to get our daily news in your inbox.

All Right Reserved By Dharitri.Com

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?