ୟୁକ୍ରେନ୍‌ ଆକ୍ରମଣକୁ ନିନ୍ଦା

ନୁସା ଡୁଆ,୧୬ା୧୧: ଇଣ୍ଡୋନେସିଆର ବାଲିସ୍ଥିତ ନୁସା ଡୁଆରେ ଚାଲିଥିବା ଜି୨୦ ସମ୍ମିଳନୀରେ ରୁଷିଆର ୟୁକ୍ରେନ୍‌ ଆକ୍ରମଣକୁ ମଙ୍ଗଳବାର ଅଧିକାଂଶ ବିଶ୍ୱନେତା ନିନ୍ଦା କରିଛନ୍ତି। ଏହି ସମ୍ମିଳନୀରେ କ୍ଷୁଧା ଓ ଆଣବିକ ଅସ୍ତ୍ର ପ୍ରୟୋଗଜନିତ ବିପଦ ନେଇ ମଧ୍ୟ ଚିନ୍ତା ବ୍ୟକ୍ତ କରାଯାଇଛି।
ବିଶ୍ୱ ଅର୍ଥନୀତି କୋଭିଡ୍‌-୧୯ ମହାମାରୀଜନିତ ସଙ୍କଟରୁ ମୁକୁଳି ଅଣ୍ଟା ସଳଖି ଛିଡ଼ା ହେବାକୁ ଉଦ୍ୟମ କରୁଥିବାବେଳେ ଗତ ଫେବୃୟାରୀ ୨୪ରେ ପଡ଼ୋଶୀ ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ କରିଥିଲା। ଏହି ଯୁଦ୍ଧ ଯୋଗୁ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହୋଇ ବୈଶ୍ୱିକ ଅର୍ଥନୀତିକୁ ଦୁର୍ବଳ କରିଦେଇଥିଲା। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ତଥାକଥିତ ସ୍ପେଶାଲ ମିଲିଟାରି ଅପରେଶନ ବିରୋଧରେ ଦୁଇଦିନିଆ ଜି୨୦ରେ ଦୃଢ଼ ନିନ୍ଦା କରାଯାଇଛି। ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ଯୋଗଦେଇଛନ୍ତି। ପୁଟିନ୍‌ ଜାଣିଶୁଣି ବାଇଡେନ୍‌ଙ୍କ ସହ ସାମ୍ନାସାମ୍ନି ହେବା ଏଡ଼ାଇବା ଲାଗି ଏଥିରେ ସାମିଲ ହୋଇ ନ ଥିବା କୁହାଯାଉଛି। ତେବେ ଜି୨୦ରେ ଯୋଗଦେଇଥିବା ତାଙ୍କ ବହିର୍ବ୍ୟାପାର ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ୍‌ କହିଛନ୍ତି, ଏହି ସମ୍ମିଳନୀର ରାଜନୀତୀକରଣ ଦୁର୍ଭାଗ୍ୟଜନକ। ୟୁକ୍ରେନ୍‌ରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଯୋଗୁ ହାଇବ୍ରିଡ୍‌ ଯୁଦ୍ଧ ଚାଲିଛି। ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ୍‌ (ନାଟୋ)ର ବିସ୍ତାର ରୁଷିଆ ପ୍ରତି ବିପଦ ସୃଷ୍ଟି କରିଥିବା ସେ କହିଛନ୍ତି।
ଏହି ପରିପ୍ରେକ୍ଷୀରେ ବିଭିନ୍ନ ରାଷ୍ଟ୍ରର କୂଟନୀତିଜ୍ଞମାନଙ୍କ ଦ୍ୱାରା ପ୍ରସ୍ତୁତ ୧୬ ପୃଷ୍ଠା ସମ୍ବଳିତ ଚିଠା ଘୋଷଣାନାମାକୁ ଗୃହୀତ କରିବା ନେଇ ନିଷ୍ପତ୍ତି ହୋଇଥିଲା। ତେବେ ବିଶ୍ୱନେତାଙ୍କ ମଧ୍ୟରେ ମତଭେଦ ଯୋଗୁ ଏହା ଗୃହୀତ ହୋଇପାରି ନାହିଁ। ଏହି ରାଷ୍ଟ୍ର ସମୂହର ଅଧିକାଂଶ ସଦସ୍ୟ ୟୁକ୍ରେନ୍‌ ଆକ୍ରମଣକୁ ନିନ୍ଦା କରିବା ସହ ଏହାଦ୍ୱାରା ବିଶ୍ୱବାସୀ ଭୋଗୁଥିବା ଦୁର୍ଦ୍ଦଶା ସମ୍ପର୍କରେ ଆଲୋଚନା କରିଛନ୍ତି। ସାମ୍ପ୍ରତିକ ସ୍ଥିତିର ଅନୁଶୀଳନ ଏବଂ ରୁଷିଆ ଉପରେ କଟକଣା ଜାରିକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। ଜି୨୦ର ଆୟୋଜକ ରାଷ୍ଟ୍ର ଇଣ୍ଡୋନେସିଆ ମୁଦ୍ରାସ୍ଫୀତି, କ୍ଷୁଧା, ଶକ୍ତିର ଉଚ୍ଚ ମୂଲ୍ୟ ଏବଂ ୟୁକ୍ରେନ୍‌ ଆକ୍ରମଣ ପ୍ରସଙ୍ଗରେ ଏକାଠି ହୋଇ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱାରୋପ କରିଛି। ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ଓ୍ବିଡୋଡୋ କହିଛନ୍ତି, ଆମ ପାଖରେ ଅନ୍ୟ କିଛି ବିକଳ୍ପ ନାହିଁ। ବିଶ୍ୱକୁ ରକ୍ଷା କରିବାକୁ ହେଲେ ସମନ୍ବୟ ଆବଶ୍ୟକ। ବିଶ୍ୱକୁ ଆଉ ଏକ ଶୀତଳ ଯୁଦ୍ଧରେ ପଡ଼ିବାକୁ ଦେବା ନାହିଁ।
ଇତିମଧ୍ୟରେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଭିଡିଓ ଲିଙ୍କ୍‌ ଜରିଆରେ ଜି୨୦କୁ ସମ୍ବୋଧିତ କରି କହିଛନ୍ତି, ରୁଷିଆର ଆକ୍ରମଣକୁ ବନ୍ଦ କରିବା ସମୟ ଆସିଛି। ଏଥିସହ ୧୦ ସୂତ୍ରୀ ଶାନ୍ତି ଯୋଜନା କାର୍ଯ୍ୟକାରୀ କରିବା ଉଚିତ। ୟୁକ୍ରେନ୍‌ ଭୂଖଣ୍ଡରୁ ରୁଷିଆ ସୈନ୍ୟଙ୍କୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରାଯାଉ। ଏଥି ସକାଶେ ମସ୍କୋ ଉପରେ ଅନ୍ତର୍ଜାତୀୟ ସମୁଦାୟ ଚାପ ସୃଷ୍ଟି କରନ୍ତୁ ବୋଲି ଜେଲେନ୍‌ସ୍କି ଅନୁରୋଧ କରିଥିଲେ। ଜେଲେନ୍‌ସ୍କିଙ୍କ ସମ୍ବୋଧନକୁ ଲାଭ୍ରୋଭ୍‌ ଶୁଣିବା ପରେ କହିଥିଲେ, ୟୁକ୍ରେନ୍‌ ରାଷ୍ଟ୍ରପତି ପାଶ୍ଚାତ୍ୟର ପରାମର୍ଶକୁ ମାନୁନାହାନ୍ତି। ତାଙ୍କ ଯୋଗୁ ଯୁଦ୍ଧର ଅବସାନ ଘଟୁନାହିଁ। ଅନ୍ୟପକ୍ଷେ ରୁଷିଆକୁ ନିନ୍ଦା କରାଯିବା ପ୍ରସ୍ତାବକୁ କେତେକ ରାଷ୍ଟ୍ର ସମର୍ଥନ କରିଥିବାବେଳେ ଆଉ କେତେକ ଦେଶ ଏହି ବିବାଦରେ ଛନ୍ଦି ହେବାକୁ ଚାହିଁ ନାହାନ୍ତି।
ପ୍ରଧାନମନ୍ତ୍ରୀ ମୋଦି ଏହି ଅବସରରେ ବାଇଡେନ୍‌, ଜିନ୍‌ପିଙ୍ଗ୍‌, ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁ, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସମେତ ଅନ୍ୟ ରାଷ୍ଟ୍ରମୁଖ୍ୟମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏଥିସହ ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧବିରତି ପାଇଁ ବାଟ ବାହାର କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ୨୦୨୩ରେ ଭାରତ ଜି୨୦ର ଅଧ୍ୟକ୍ଷତା କରିବ। ଭଗବାନ ବୁଦ୍ଧ ଓ ଗାନ୍ଧିଜୀଙ୍କ ଭୂମିରେ ଜି୨୦ର ଆୟୋଜନ ବିଶ୍ୱକୁ ଶାନ୍ତିର ଏକ ମଜଭୁତ ସନ୍ଦେଶ ଦେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ପ୍ରକାଶ ଯେ, ରୁଷିଆର ୟୁକ୍ରେନ୍‌ ଆକ୍ରମଣ ପରେ ଏହା ହେଉଛି ଜି୨୦ ନେତାଙ୍କ ପ୍ରଥମ ସମ୍ମିଳନୀ। ବିଶ୍ୱର ମୋଟ ଘରୋଇ ଉତ୍ପାଦର ୮୦%ରୁ ଊର୍ଦ୍ଧ୍ୱ ଜି୨୦ରୁ ଆସିଥାଏ। ସେହିପରି ଅନ୍ତର୍ଜାତୀୟ ବାଣିଜ୍ୟ କ୍ଷେତ୍ରରେ ଏହି ରାଷ୍ଟ୍ରଗୋଷ୍ଠୀର ୭୫ ପ୍ରତିଶତ ଅବଦାନ ରହିଛି। ବିଶ୍ୱ ଜନସଂଖ୍ୟାର ୬୦% ହେଉଛି ଜି୨୦ ରାଷ୍ଟ୍ର ସମୂହର।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଖୋଲିଲା ଶିଖରଚଣ୍ଡୀ

ଭୁବନେଶ୍ୱର,୨୯ା୧୨: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଶିଖରଚଣ୍ଡୀ ପୀଠ। ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ। ମା’ଙ୍କ ଦର୍ଶନ ସହ...

ପର କରିଦେଲେ ପୁଅ: ଅର୍ଦ୍ଧନିର୍ମିତ ଘରେ ଦୟନୀୟ ଜୀବନ କାଟୁଛନ୍ତି ବୃଦ୍ଧ ଦମ୍ପତି

ଲୋଇସିଂହା,୨୯ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ହୀରାପୁର ପଞ୍ଚାୟତ ଅଧୀନ ପନେସରା ଗ୍ରାମର ବୃଦ୍ଧ ଦମ୍ପତି ବିଜୁଳି ନାଏକ(୬୫), ସ୍ବାମୀ ସୁରଭି ନାଏକ(୭୦) ବେସାହାରା ହୋଇ...

ଟାଟା-ଏର୍ନାକୁଲମ୍‌ ଏକ୍ସପ୍ରେସ୍‌ରେ ହଠାତ୍‌ ଲାଗିଲା ନିଆଁ: ଜଳିଗଲା ୨ ବଗି

ଅମରାବତୀ,୨୯ା୧୨: ସୋମବାର ଆନ୍ଧ୍ରପ୍ରଦେଶର ୟେଲାମାଞ୍ଚିଲିରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଟାଟା-ଏର୍ନାକୁଲମ ଏକ୍ସପ୍ରେସ୍‌ର B1 ଏବଂ M2 ବଗିରେ ହଠାତ୍‌ ନିଆଁ ଲାଗିଗଲା। ଅଗ୍ନିକାଣ୍ଡ...

ହନିମୁନ୍‌ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ବେଙ୍ଗାଲୁରୁ,୨୯ା୧୨:ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍‌ଭିଙ୍କୁ ବିବାହ କରିଥିଲେ। ଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri