ବିଧାୟକଙ୍କୁ ସରକାରୀ କ୍ୱାର୍ଟର୍ସ ଚିନ୍ତା:ଅପେକ୍ଷାରେ ୨୩, ଛାଡ଼ୁନାହାନ୍ତି ୯

ଭୁବନେଶ୍ୱର,୧୧।୩ (ରବିନାରାୟଣ ଜେନା):ରାଜ୍ୟରେ ଭାଜପା ସରକାରକୁ ପ୍ରାୟ ୯ ମାସ ବିତିବାକୁ ବସିଲାଣି। ହେଲେ ଏପର୍ଯ୍ୟନ୍ତ ସମସ୍ତ ୧୪୭ ବିଧାୟକଙ୍କୁ ସରକାରୀ କ୍ୱାର୍ଟର୍ସ ମିଳିପାରି ନାହିଁ। କେଉଁଠି ପୂର୍ବତନ ବିଧାୟକ କିମ୍ବା ସ୍ବର୍ଗତ ବିଧାୟକଙ୍କ ନାଁରେ ସରକାରୀ ବାସବଭବନ ରହିଛି ତ ଆଉ କେଉଁଠି ଅବସରପ୍ରାପ୍ତ ପ୍ରଶାସକ କ୍ୱାର୍ଟର୍ସକୁ ନିଜ ଅକ୍ତିଆରରେ ରଖିଛନ୍ତି। ଏପର୍ଯ୍ୟନ୍ତ ୯ଜଣ ସରକାରୀ କ୍ୱାର୍ଟର୍ସ ଛାଡ଼ି ନ ଥିବାବେଳେ ୧୦ ବିଧାୟକ ସରକାରୀ କ୍ୱାର୍ଟର୍ସ ପାଇଁ ଆବେଦନ କରିଛନ୍ତି। ଏପରି କି ୬ ବିଧାୟକ କ୍ୱାର୍ଟର୍ସ ନିଜ ଦଖଲକୁ ନେଇ ପାରି ନାହାନ୍ତି। ଏହାବାଦ୍‌ ୭ ବିଧାୟକ ତାଙ୍କର କ୍ୱାର୍ଟର୍ସ ପରିବର୍ତ୍ତନ ପାଇଁ ସରକାରଙ୍କୁ ଆବେଦନ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହକୁ ସୂଚନା ଦେଇଛନ୍ତି।
ସୋମବାର ମୁଖ୍ୟମନ୍ତ୍ରୀ ମାଝୀ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଦର୍ଶାଇଛନ୍ତି ଯେ, ଯାଜପୁର ବିଧାୟିକା ସୁଜାତା ସାହୁ, ବିଧାୟକ ନରସିଂହ ଭତ୍ର, ନଳିନୀକାନ୍ତ ପ୍ରଧାନ, ସୁଧୀର ପାଟ୍ଟଯୋଶୀ, ରୂପେଶ କୁମାର ପାଣିଗ୍ରାହୀ, ସଞ୍ଜୀବ କୁମାର ମଲ୍ଲିକ, ଅରବିନ୍ଦ ମହାପାତ୍ର, ମାନସ କୁମାର ଦତ୍ତ, ରମେଶ ଚନ୍ଦ୍ର ଜେନା ଓ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ସରକାରୀ କ୍ୱାର୍ଟର୍ସ ପାଇଁ ଆବେଦନ କରି ରହିଛନ୍ତି। ସେହିପରି ବିଧାୟିକା ଉପାସନା ମହାପାତ୍ର, ବିଧାୟକ ରମେଶ ଚନ୍ଦ୍ର ବେହେରା, ଚକ୍ରମଣି କହଁର, ପଦ୍ମଚରଣ ହାଇବ୍ରୁରୁ, ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ଓ ଓମ୍‌ ପ୍ରକାଶ ମିଶ୍ର ଏପର୍ଯ୍ୟନ୍ତ ଘର ପାଇ ପାରି ନାହାନ୍ତି। ପୂର୍ବରୁ କ୍ୱାର୍ଟର୍ସ ନେଇଥିବା ନେତା, ମନ୍ତ୍ରୀ ଓ ବିଧାୟକ ତାହା ଛାଡ଼ି ନ ଥିବାରୁ ସମ୍ପୃକ୍ତ ବିଧାୟିକା ଏବଂ ବିଧାୟକ ସରକାରୀ ବାସଭବନ ପାଇପାରିବାରୁ ବଞ୍ଚତ୍ତ ହୋଇଛନ୍ତି। ସରକାରୀ କ୍ୱାର୍ଟର୍ସ ପାଇ ନ ଥିବା ବିଧାୟିକାବିଧାୟକ ଏବେ ରାଜ୍ୟ ଅତିଥିଭବନ ଏବଂ ଅନ୍ୟସ୍ଥାନରେ ରହୁଛନ୍ତି। ଅନ୍ୟପକ୍ଷରେ ୭ ବିଧାୟକ ତାଙ୍କର ସରକାରୀ ବାସଭବନ ପରିବର୍ତ୍ତନ କରିବାକୁ ଚାହିଁଛନ୍ତି। ସେମାନଙ୍କ ମଧ୍ୟରେ ବିଧାୟକ ଦୁର୍ଗାଚରଣ ତନ୍ତ୍ରୀ, ନୀଳମଣି ବିଶୋଇ, ଛବି ମଲ୍ଲିକ, ସନାତନ ବିଜୁଳି, ସନତ ଗର୍ତିଆ, ମାନସ କୁମାର ଦତ୍ତ ଓ ଦୁଷ୍ମନ୍ତ କୁମାର ସ୍ବାଇଁ ରହିଛନ୍ତି। ଏପରିକି ୯ଜଣ ପୂର୍ବତନ ବିଧାୟକ, ସ୍ବର୍ଗତ ବିଧାୟକ ଓ ଅବସରପ୍ରାପ୍ତ ପ୍ରଶାସକ ଏପର୍ଯ୍ୟନ୍ତ ସରକାରୀ ବାସଭବନ ଛାଡ଼ିନାହାନ୍ତି। ସେମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଅମରପ୍ରସାଦ ଶତପଥୀ, ଜୟନ୍ତ କୁମାର ଷଡ଼ଙ୍ଗୀ, ପ୍ରଦୀପ୍ତ କୁମାର ନାୟକ, ରମେଶ ଚନ୍ଦ୍ର ସାଏ, ସାଲୁଗା ପ୍ରଧାନ, ଶଙ୍କର ଓରାମ, ସ୍ବର୍ଗତ ବେଦ ପ୍ରକାଶ ଅଗ୍ରଓ୍ବାଲ, ସ୍ବର୍ଗତ କିଶୋର କୁମାର ମହାନ୍ତି ଓ ଅବସରପ୍ରାପ୍ତ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ରହିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମାଝୀ ଗୃହକୁ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନକ୍‌ଭିଙ୍କ ବଡ଼ ସୂଚନା: ବିନା ଦର୍ଶକରେ ହେବ ପାକିସ୍ତାନ କ୍ରିକେଟ ଲିଗ୍‌

ଲାହୋର, ୨୨ା୩: ମାର୍ଚ୍ଚ ୨୬ରୁ ପାକିସ୍ତାନ କ୍ରିକେଟ ଲିଗ୍‌ (ପିଏସ୍‌ଏଲ) ଅନୁଷ୍ଠିତ ହେବ। ତେବେ ଇରାନ-ୟୁଏସ୍‌ଏ-ଇସ୍ରାଏଲ ଯୁଦ୍ଧ ଯୋଗୁ ପ୍ରତିଯୋଗିତା ବିନା ଦର୍ଶରେ ଅନୁଷ୍ଠିତ ହେବ। ପାକିସ୍ତାନ…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

ରାସ୍ତା କଡ଼ ତାର ବାଡ଼ରେ ପିଟିହେଲା ବାଇକ୍‌, ଆଉ ତା’ପରେ…

କଳିଙ୍ଗନଗର,୨୨।୩(ଶୁଭାଶିଶ ରାଉତ): ଯାଜପୁର ଜିଲା କୋରାଇ ଥାନା ଅଧୀନ ଖମିଗାଁ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଭାରସାମ୍ୟ ହରାଇ ସ୍ଥାନୀୟ ପଛିକୋଟ…

କ୍ରସର ୟୁନିଟରୁ ଚୋରି, ବିଳମ୍ବିତ ରାତିରେ ପାଣି ମୋଟର…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମ ନିକଟ ଷ୍ଟୋନ କ୍ରସର ୟୁନିଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି…

ଟ୍ରମ୍ପଙ୍କ ଧମକ ପରେ ଇରାନର ବଡ଼ ଘୋଷଣା, ଶତ୍ରୁ ରାଷ୍ଟ୍ରର ଜାହାଜ ବ୍ୟତୀତ ସମସ୍ତ ଜାହାଜକୁ…

ନୂଆଦିଲ୍ଲୀ,୨୨।୩: ଟ୍ରମ୍ପଙ୍କ ଧମକ ପରେ ଇରାନ ପାଲଟା ଜବାବ ଦେଇଛି । ଇରାନ ହର୍ମୁଜ୍ ଷ୍ଟ୍ରେଟ ସମ୍ପର୍କରେ ନିଜର ମତରେ ସାମାନ୍ୟ ନରମତା ଦେଖାଇଛି । ଏହା…

ସ୍ୱାମୀ ଚେତନାନନ୍ଦଙ୍କ ଆଧ୍ୟାତ୍ମିକ ବାଣୀ ମାନବ ଜୀବନକୁ ଶୃଙ୍ଖଳିତ କରିପାରିବ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନ୍‌ଏସି ୧୦ନମ୍ୱର ୱାର୍ଡ ଗଡ଼ ଚୈତନ୍ୟପୁର ଶାସନ ସାହି ସ୍ଥିତ ସ୍ୱାମୀ ଚେତନାନନ୍ଦ ସାରସ୍ୱତ ବିଦ୍ୟାମନ୍ଦିରର ୧୫ତମ ବାର୍ଷିକୋତ୍ସବ ଏବଂ ଦୁଇଦିନ…

ହର୍ମୁଜ ଷ୍ଟ୍ରେଟରେ ପହଞ୍ଚିଲା ବ୍ରିଟିଶ ବୁଡ଼ାଜାହାଜ, ଟ୍ରମ୍ପଙ୍କ ଧମକ ମଧ୍ୟରେ କୀର ଷ୍ଟାରମରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଓ୍ବାଶିଂଟନ,୨୨।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି; ତଥାପି, ଯୁଦ୍ଧ ଶେଷ ହେବାର କୌଣସି ସୂଚନା ନାହିଁ –…

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri