ଭାଜପାକୁ ଘାରିଲାଣି ଅସନ୍ତୁଷ୍ଟଙ୍କ ଚିନ୍ତା

ଭୁବନେଶ୍ୱର, ୫।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନରେ ରାଜ୍ୟରେ ଭାଜପା ସରକାରକୁ ଆସିବ ବୋଲି ଭାଜପା ରାଜ୍ୟ ନେତୃବୃନ୍ଦ ଦୃଢ଼ୋକ୍ତି ପ୍ରକାଶ କରୁଛନ୍ତି। ଅନେକ ସମୟରେ ବିଜେଡିରେ ଅସନ୍ତୁଷ୍ଟଙ୍କ ସଂଖ୍ୟା ବହୁ ପରିମାଣରେ ବଢ଼ିଯାଇଥିବା ବେଳେ ଶାସକ ଦଳର ବହୁ ନେତା ଯୋଗାଯୋଗରେ ଥିବା ନେଇ ମଧ୍ୟ ଭାଜପାର ଆଗ ଧାଡ଼ିର ନେତାମାନେ ଅନେକ ସମୟରେ ମତ ରଖିଛନ୍ତି। ସେହିକ୍ରମରେ ବିଜେଡିରୁ ଟିକେଟ ପାଉ ନ ଥିବା ଏବଂ ଅସନ୍ତୁଷ୍ଟ ନେତାମାନଙ୍କୁ ଦଳରେ ସାମିଲ କରି ଟିକେଟ ଦେବା ଭାଜପା ପାଇଁ ମହଙ୍ଗା ସାବ୍ୟସ୍ତ ହେଉଛି। ବିଭିନ୍ନ ନିର୍ବାଚନମଣ୍ଡଳୀର ନେତାମାନଙ୍କ ଟିକେଟ କଟିବା ପରେ ସେମାନଙ୍କ ସମର୍ଥକମାନେ ଭାଜପା ରାଜ୍ୟ କାର୍ଯ୍ୟାଳୟରେ ପଶି ଗତ କିଛିଦିନ ହେବ ହଙ୍ଗାମା କରୁଥିବା ଦେଖିବାକୁ ମିଳୁଛି। ଗୁରୁବାର ଏହି ଘଟଣା ସୀମା ଲଙ୍ଘିଛି। ଜୟଦେବ ନିର୍ବାଚନମଣ୍ଡଳୀର ବହୁ ସମର୍ଥକ ଅରବିନ୍ଦ ଢାଲିଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ କରି ରାଜ୍ୟ କାର୍ଯ୍ୟାଳୟରେ ପଶି ଚେୟାର ଭଙ୍ଗାରୁଜା କରିବା ସଙ୍ଗେ ଦଳର ଜଣେ ମୁଖପାତ୍ରଙ୍କୁ ମଧ୍ୟ ଆକ୍ରମଣ କରିବାକୁ ପଛାଇ ନାହାନ୍ତି। ଏଭଳି ଘଟଣା ପରେ ଅସନ୍ତୁଷ୍ଟମାନଙ୍କୁ ବୁଝାଶୁଝା କରିବାରେ ଭାଜପା ଏକ ପ୍ରକାର ବିଫଳ ହେଉଥିବା ଦେଖିବାକୁ ମିଳୁଛି।
ନିକଟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଭାଜପାରେ ଯୋଗଦେବା ପରେ ସେ ଖୋର୍ଦ୍ଧାରୁ ପ୍ରାର୍ଥୀ ହେବା ନେଇ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଏକ ସଭାରେ ଘୋଷଣା କରିଦେଲେ। ଏହାପରେ ସେଠାରୁ ୨୦୧୯ରେ ପ୍ରାର୍ଥୀ ହୋଇଥିବା କାଳୁ ଖଣ୍ଡାୟତରାୟଙ୍କ ସମର୍ଥକମାନେ ଦଳୀୟ କାର୍ଯ୍ୟାଳୟକୁ ଆସି ହୋହଲ୍ଲା ନାରାବାଜି ଆରମ୍ଭ କରିଦେଇଥିଲେ। ଅପରାଜିତାଙ୍କୁ ହଟାଇବା ପାଇଁ ମଧ୍ୟ ଦାବି କରିଥିଲେ। ଏହାପରେ ତାଙ୍କୁ ବୁଝାଶୁଝା କରି ଦଳ ଟିକେଟ ବିଷୟରେ ବିଚାର କରିବ ବୋଲି କହିଥିଲା। ଏପର୍ଯ୍ୟନ୍ତ ଖୋର୍ଦ୍ଧା ଆସନରେ ଭାଜପା କାହାକୁ ପ୍ରାର୍ଥୀ କରିବ ସେନେଇ ଘୋଷଣା କରିନାହିଁ। ସେହିପରି ଧର୍ମଶାଳାରେ ସ୍ମୃତିରେଖା ପହିଙ୍କୁ ଭାଜପା ଟିକେଟ ଦେବା ପରେ ଅନ୍ୟତମ ଆଶାୟୀ ହିମାଂଶୁ ଶେଖର ସାହୁଙ୍କ ସମର୍ଥକମାନେ ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଟିକେଟ ବିକ୍ରି କରିଦେଇଥିବା ଅଭିଯୋଗ କରିଥିଲେ। ଏପର୍ଯ୍ୟନ୍ତ ମଧ୍ୟ ହିମାଂଶୁଙ୍କ ସମର୍ଥକମାନେ ଆସି ପ୍ରତିବାଦ ଜାରି ରଖିଛନ୍ତି। ସେହିପରି କୋରେଇରୁ ଆକାଶ ଦାସ ନାଏକଙ୍କୁ ଟିକେଟ ମିଳିବା ପରେ ସେହି ଆସନର ଅନ୍ୟତମ ଆଶାୟୀଙ୍କ ସମର୍ଥକମାନେ ଆସି ଦଳୀୟ କାର୍ଯ୍ୟାଳୟ ଠାରେ ପ୍ରତିବାଦ କରିଛନ୍ତି। ସମାନଭାବେ ବାଙ୍କୀ ନିର୍ବାଚନମଣ୍ଡଳୀର ବହୁ ଭାଜପା ସମର୍ଥକ ମଧ୍ୟ ରାଜ୍ୟ କାର୍ଯ୍ୟାଳୟରେ ବିରୋଧ କରିଛନ୍ତି। ସେହିପରି ହିଞ୍ଜିଳିରେ ଦଳ ଦେଇଥିବା ପ୍ରାର୍ଥୀଙ୍କୁ ବହୁ ଭାଜପା ସମର୍ଥକ ବିରୋଧ କରି ରାଜ୍ୟ କାର୍ଯ୍ୟାଳୟ ଆସିଥିବା ବେଳେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ସେମାନଙ୍କୁ ବୁଝାଶୁଝା କରିଛନ୍ତି। ଏହିଭଳି ଆହୁରି ଅନେକ ନିର୍ବାଚନମଣ୍ଡଳୀରେ ଟିକେଟ ବଣ୍ଟନକୁ ନେଇ ସମସ୍ୟା ଦେଖାଦେଇଛି। ଅସନ୍ତୁଷ୍ଟ ଗୋଷ୍ଠୀମାନେ କାହା କଥା ନ ଶୁଣି ରାଜ୍ୟ କାର୍ଯ୍ୟାଳୟ ବାହାରେ ଘେରାଉ କରି ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri