ପୁରୁଣା ସରିନି, ନୂଆ ପ୍ରକଳ୍ପ ପାଇଁ ଚିନ୍ତା

ଖୋର୍ଦ୍ଧା ଅଫିସ,୨୧ା୧୧: ଖୋର୍ଦ୍ଧା ପୌରାଞ୍ଚଳ ଅନ୍ତର୍ଗତ ବରୁଣେଇ ସ୍ମାର୍ଟ ପାର୍କ ଏବଂ ଟିଏଲ୍‌ସି ରୋଡ୍‌ଠାରେ ଆଦର୍ଶ ଶ୍ମଶାନ ନିର୍ମାଣ ପାଇଁ ୨୦୨୦ ଡିସେମ୍ବର ୧୬ରେ ପୌର ପ୍ରଶାସନ ପକ୍ଷରୁ ଶିଳାନ୍ୟାସ କରାଯାଇଥିଲା। ମାର୍ଚ୍ଚ ଶେଷ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ସରିବ ବୋଲି ସମୟ ଧାର୍ଯ୍ୟ ହୋଇଥିଲା। ତେବେ ବର୍ଷେ ପୂରିବାକୁ ଥିବା ବେଳେ ଏଯାଏ କାମ ସରିନାହିଁ। କରୋନା ପାଇଁ ଖୋର୍ଦ୍ଧା ସହରରେ ଏକାଧିକ ପ୍ରକଳ୍ପ ଅଧାରୁ ଅଟକି ରହିଥିବା ବେଳେ କେତେକ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ସେହିପରି ଜୟୀ ରାଜଗୁରୁ ଟାଉନ ହଲ୍‌ ପୁନରୁଦ୍ଧାର କାର୍ଯ୍ୟ ଚାଲିଛି। ସ୍ବାୟତ୍ତ ଶାସନ ଦିବସ ପୂର୍ବରୁ ଏହାର ନିର୍ମାଣ କାର୍ଯ୍ୟ ସରିବାକୁ ପ୍ରସ୍ତାବ ରହିିଛି। ପୁରୁଣା ପ୍ରକଳ୍ପ କାର୍ଯ୍ୟ ସରି ନ ଥିବା ବେଳେ ଏହି ପୌରାଞ୍ଚଳରେ ପୁଣି ମୁକ୍ତା ଯୋଜନାରେ ୯୪ ପ୍ରକଳ୍ପ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଛି। ଆଗକୁ ପୌର ନିର୍ବାଚନ ଥିବାରୁ ଭୋଟରଙ୍କ ପ୍ରତି ଆସ୍ଥା ଜମାଇବା ଉଦ୍ଦେଶ୍ୟରେ ଶାସକ ଦଳ ପକ୍ଷରୁ ପ୍ରହସନ ଚାଲିଛି ବୋଲି ବିରୋଧୀ କହିଛନ୍ତି।

ଯେ, ୩ଟି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ ରହିଥିବା ବେଳେ ଖୋର୍ଦ୍ଧା ପୌର ପ୍ରଶାସନର ପ୍ରସ୍ତାବକ୍ରମେ ସହରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୬କୋଟି ୪୮ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର କରିଛନ୍ତି। ମୁକ୍ତା ଯୋଜନାରେ ୯୪ଟି ପ୍ରକଳ୍ପ ନିର୍ମାଣ ପାଇଁ ଅନୁମୋଦନ କରିଛନ୍ତି। ଏଥିରେ ୭ଟି କ୍ଷୁଦ୍ର ଉଦ୍ୟାନ, ୯ଟି ପବ୍ଲିକ ଜିମ୍‌, ୧୨ଟି ଶିଶୁ କ୍ରୀଡା ଉଦ୍ୟାନ, ୮ଟି ପାଦଚଲା ରାସ୍ତା, ୪ ଖେଳପଡିଆ, ୬ ଶୌଚାଳୟ, ୪ଟି ରାସ୍ତାକଡ଼ ବିକ୍ରୟ ସ୍ଥଳୀ, ୨୬ଟି ରାସ୍ତା ଓ ଡ୍ରେନ୍‌ର ପୁନରୁଦ୍ଧାର ଏବଂ ୧୮ଟି ରାସ୍ତା ନିର୍ମାଣ କରାଯିବ ବୋଲି ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର କହିଛନ୍ତି। ସହରରେ ରହିଥିବା ଡ୍ରେନ୍‌ ସଫା ନ ହେବା ଫଳରେ ଅଳିଆ ଆବର୍ଜନା ପଡି ରାସ୍ତା ସହ ମିଶିଗଲାଣି। ଅନେକ ସ୍ଥାନରେ ଡ୍ରେନ ମୁକୁଳା ପଡିଛି। ଏଥିରେ ଶିଶୁ, ପଥଚାରୀ, ଗୋରୁ ପଡି ଆହତ ହେଉଛନ୍ତି। ଟିଏଲ୍‌ସି ରୋଡ ନିକଟ ଖଣି ପୋଖରୀର ପୁନରୁଦ୍ଧାର ନ ହେବା ଫଳରେ ଏଠାରେ ଅଳିଆ ଆବର୍ଜନା ପଡୁଥିବାରୁ ଖାଦ୍ୟ ଲାଳସାରେ ଆସି ଗୋରୁ, କୁକୁର ଏହି ପରିତ୍ୟକ୍ତ ପୋଖରୀରେ ପଡୁଛନ୍ତି। କିଛି ମାସ ପୂର୍ବେ ଅଗ୍ନିଶମ କର୍ମଚାରୀ ୩ଟି ଷଣ୍ଢ ଉଦ୍ଧାର କରିଥିଲେ। ଅନ୍ୟପଟେ ନିକଟରେ ବରୁଣେଇ ପରିଦର୍ଶନରେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯାଇଥିବା ବେଳେ ପାର୍କ ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ ଏବଂ ଡିସମ୍ବେର ସୁଦ୍ଧା ସାରିବାକୁ ପୌର ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।
ସମ୍ପର୍କରେ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର କହିଛନ୍ତି, ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ତୁରନ୍ତ ସାରିବାକୁ ପ୍ରଶାସନ ସହ ଆଲୋଚନା କରିଛି। ଖୁବ୍‌ଶୀଘ୍ର ନିର୍ମାଣ କାର୍ଯ୍ୟ ସରିବ। ଅନ୍ୟପଟେ ନଗର କଂଗ୍ରେସ ସଭାପତି ରଣଜିତ୍‌ ମହାପାତ୍ର କହିଛନ୍ତି, ମୁକ୍ତା ଯୋଜନାରେ ସହରରେ ଜଳ ସଂରକ୍ଷଣ ପାଇଁ କରାଯାଇଥିବା କାର୍ଯ୍ୟରେ ଲକ୍ଷାଧିକ ଟଙ୍କା ହେରଫେର କରାଯାଇଛି। ଏବେ ପୁଣି ମୁକ୍ତା ଯୋଜନାରେ ଏକାଧିକ ପ୍ରକଳ୍ପ ନିର୍ମାଣ ପାଇଁ ମଞ୍ଜୁର ହୋଇଛି। ସରକାରୀ ଅର୍ଥକୁ ମିଳିମିଶି ହରିଲୁଟ କରୁଛନ୍ତି। କଂଗ୍ରେସ ପକ୍ଷରୁ ଏହାର ଭିଜିଲାନ୍ସ ତଦନ୍ତ ପାଇଁ ଦାବି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିଲେ ଗାଧୋଇବାକୁ, ଖସିଗଲା ଗୋଡ, ଘଟଣାସ୍ଥଳରେ…

ଧର୍ମଶାଳା,୩।୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରେ କେଲୁଅ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୁଆଖିଆ…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

ଜନସାଧାରଣଙ୍କ ପାଇଁ ଖରାପ ଖବର: ସାବୁନ ଠାରୁ ତେଲ ପର୍ଯ୍ୟନ୍ତ ସବୁକିଛି ହେବ ମହଙ୍ଗା! ଜାଣନ୍ତୁ କେତେ ବୃଦ୍ଧି ପାଇବ…

ନୂଆଦିଲ୍ଲୀ,୩।୪: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଯୋଗୁ ଆର୍ଥିକ ଚାପ ବୃଦ୍ଧି ପାଇଛି ଏବଂ ମୁଦ୍ରାସ୍ଫୀତି ଏହାର ପ୍ରଭାବ ପକାଇବା ଆରମ୍ଭ…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ଅଭିଷେକ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ, ଜାଣନ୍ତୁ କାହିଁକି ମିଳିଲା ଦଣ୍ଡ

ନୂଆଦିଲ୍ଲୀ,୩।୪: କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ଗୁରୁବାର ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ମାତ୍ର ୨୧ ବଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri