୩ ଦଫା ଦାବିରେ ପାଚିକା-ସହାୟିକାଙ୍କ ପକ୍ଷରୁ ଧାରଣା

କେନ୍ଦୁଝର,୪ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା ମିଡ୍‌ ଡେ ମିଲ ଓ୍ବାର୍କର୍ସ ୟୁନିୟନ ପକ୍ଷରୁ ସୋମବାର ତିନି ଦଫା ଦାବିରେ କେନ୍ଦୁଝରଠାରେ ଏକ ରାଲି ଅନୁଷ୍ଠିତ ହୋଇଯାଇଛି। ଜିଲାର ବିଭିନ୍ନ ସ୍କୁଲରେ କାମ କରୁଥିବା ଶତାଧିକ ପାଚିକା/ସହାୟିକା ସାମିଲ ହୋଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଥିଲେ। ପାଚିକା ଓ ସହାୟକମାନଙ୍କୁ ଶ୍ରମିକ ମାନ୍ୟତା, ସର୍ବନିମ୍ନ ମଜୁରୀ, ୨୦୧୭ରୁ କେନ୍ଦ୍ର ମାସକୁ ୭ ଶହ ଓ ୨୦୨୩ରୁ ରାଜ୍ୟ ସରକାର ମାସକୁ ୯ ଶହ ଟଙ୍କା ପ୍ରଦାନ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଜିଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି।