୨୦ ଦିନରେ ମୋହରିର ସଂଘର ଧାରଣା

ଆନନ୍ଦପୁର,୧୫ା୪(ସ୍ବ.ପ୍ର.): ଆନନ୍ଦପୁର ଉପଖଣ୍ଡକୁ ସ୍ବତନ୍ତ୍ର ଜିଲା ମାନ୍ୟତା ଦାବିରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଧାରଣା ୨୦ ଦିନରେ ପହଞ୍ଚିଛି। ଆନନ୍ଦପୁର ବିକାଶ ପରିଷଦର ଆହ୍ବାନରେ ମାର୍ଚ୍ଚ ୨୭ରୁ ଜିଲା ଦାବି ପ୍ରସଙ୍ଗକୁ ନେଇ ଧାରଣା ଆରମ୍ଭ ହୋଇଥିଲା। ଏହି ଧାରଣାରେ ପର୍ଯ୍ୟାୟ କ୍ରମେ ବିଭିନ୍ନ ସଂଗଠନ ସାମିଲ ହୋଇ ଆନନ୍ଦପୁରକୁ ଜିଲା ଦାବି କରିଥିଲେ। ଶନିବାର ଅନୁଷ୍ଠିତ ଧାରଣାର ୨୦ ଦିନରେ ଆନନ୍ଦପୁର ମହୋରିର ସଂଘ ସାମିଲ ହୋଇ ଜିଲା ଦାବି କରିବା ସହିତ ଆନନ୍ଦପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ଆନନ୍ଦପୁରର ଭୌଗୋଳିକ ସ୍ଥିତି, ଜନସଂଖ୍ୟା, କେନ୍ଦୁଝର ଜିଲା ସହିତ ଭାଷାଗତ ବିଭେଦତା, ଜିଲା ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଆସିଥିବା ଆନନ୍ଦପୁରର ବିକାଶ ଧାରାକୁ ଶିଖରରେ ପହଞ୍ଚାଇବା ଲକ୍ଷ ରଖାଯାଇ ସ୍ବତନ୍ତ୍ର ଜିଲା ଦାବି ପ୍ରସଙ୍ଗ ଉପସ୍ଥାପନ କରାଯାଇଛି। ଦୀର୍ଘବର୍ଷରୁ ଅଟକି ରହିଥିବା ଆନନ୍ଦପୁରକୁ ସ୍ବତନ୍ତ୍ର ଜିଲା ପ୍ରସଙ୍ଗକୁ କାର୍ଯ୍ୟକାରୀ କରିବା ଦିଗରେ ଉପଖଣ୍ଡବାସୀଙ୍କ ମଧ୍ୟରେ ଅନେକ ଉତ୍ସୁକତା ପରିଲକ୍ଷିତ ହୋଇଛି। ମହୋରିର ସଂଘ ପକ୍ଷରୁ ରାହାସ ବିହାରୀ ସାହୁ, ମଦନ ମୋହନ ମିଶ୍ର, ଶାନ୍ତନୁ କୁମାର ଜେନା, ଲକ୍ଷ୍ମୀଧର ଜେନା, ଶଙ୍କର୍ଷଣ ପତି, ଶେଷଦେବ ନାଥ, ସୁଦର୍ଶନ ସାହୁ, ଅକ୍ଷୟ କୁମାର ମିଶ୍ର, ପୀତାମ୍ବର ନାୟକ, ଭୀମସେନ ନାଥ, ସୁରେନ୍ଦ୍ର ଘଡ଼େଇ, ଅମର ରଣା, ଘନଶ୍ୟାମ ଜେନା, ନାରାୟଣ ନାଥ, ଦେବବ୍ରତ ବାରିକ, ସପନ କୁମାର ଶା, ବଳରାମ ବେହେରା, ଅଜୟ କୁମାର ସାହୁ, ଦିଲ୍ଲୀପ କୁମାର ଜେନା, କେଦାରନାଥ ରଥ ପ୍ରମୁଖଙ୍କ ସହିତ ବହୁ ମୋହରିର ଧାରଣାରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୨।୧୪: ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮...

ସଙ୍କୁଳସ୍ତରୀୟ କ୍ରୀଡ଼ା ସମାରୋହ: ଯୋଗଦେଲେ ଛାତ୍ରୀଛାତ୍ର

ଭଞ୍ଜନଗର,୧୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ କ୍ରୀଡ଼ା ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି।...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

ୱାଙ୍ଖଡେ ଷ୍ଟାଡିୟମ୍‌ରେ କିମ୍ବଦନ୍ତି ତାରକା, ମେସିଙ୍କୁ ୧୦ ନଂ ଜର୍ସି ଉପହାର ଦେଲେ ସଚିନ

ନୂଆଦିଲ୍ଲୀ,୧୪।୧୨: ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଏବଂ ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦୁଇ କିମ୍ବଦନ୍ତୀ ଜର୍ସି...

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

୩ୟ T20: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି; ବୁମରା-ଅକ୍ଷର ବାଦ୍

ଧର୍ମଶାଳା,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ T20 ସିରିଜର ତୃତୀୟ ମୁକାବିଲା ରବିବାର ଧର୍ମଶାଳାରେ ଖେଳାଯାଉଛି। ଭାରତୀୟ ଦଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri