ଗଞ୍ଜାମ ଷ୍ଟେଶନରେ ଟ୍ରେନ୍‌ ରହଣି ଦାବିରେ ଧାରଣା

ଗଞ୍ଜାମ,୨ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ଷ୍ଟେଶନରେ ଦ୍ରୁତଗାମୀ ଟ୍ରେନ ରହଣି ଦାବିରେ ବରିଷ୍ଠ ପୌରାଞ୍ଚଳ ନାଗରିକ ପରିଷଦ ପକ୍ଷରୁ ଷ୍ଟେଶନ ସମୁଖରେ ସୋମବାର ଧାରଣା ଦିଆଯାଇଛି l ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ଧାରଣା ଦିଆଯିବ ବୋଲି ପୂର୍ବରୁ ଘୋଷଣା ହୋଇଥିଲା। ସେହି ଅନୁଯାୟୀ ବରିଷ୍ଠ ନାଗରିକଙ୍କ ସମେତ ସହରବାସୀ ଏକ ବିରାଟ ଶୋଭାଯାତ୍ରାରେ ଷ୍ଟେଶନରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ଧାରଣାରେ ସହର ଶତାଧିକ ମହିଳା ପୁରୁଷ ଓ ବିଭିନ୍ନ ସଂଗଠନ ସାମିଲ ହୋଇଥିବା ଦେଖିବାକୁ ମିଳିଛି l ଏହାକୁ ଦୃଷ୍ଟିରେ ରଖି ରେଳ ବିଭାଗ ଆର୍‌ପିଏଫ୍‌ ପୋଲିସ ଗଞ୍ଜାମ ଥାନା ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ଦେଖିବାକୁ ମିଳିଛି। ରେଳ ବିଭାଗ ଡିଭିଜିନାଲ କମର୍ସିଆଲ ମ୍ୟାନେଜର (ଡ଼ିଏସଏମ ) ଜିସି ନାୟକ, ଆର୍‌ପିଏଫ୍‌ର ଏଏସ୍‌ସି ସତୀଶ ଚନ୍ଦ୍ର ସାହେ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଷ୍ଟେଶନରେ ପୂର୍ବରୁ ପୁରୀ-ତିରୁପତି ଏବଂ ଭୁବନେଶ୍ୱର ଜଗଦଲପୁର ଏକ୍ସପ୍ରେସ୍‌ ରହି ଆସୁଥିଲା l କିନ୍ତୁ କରୋନା ମହାମାରୀ ଯୋଗୁ ଅନ୍ୟ ସମସ୍ତ ଟ୍ରେନ ସହ ଉକ୍ତ ଦୁଇଟି ଦ୍ରୁତଗାମୀ ଟ୍ରେନ ରହଣି ବାତିଲ କରାଯାଇଥିଲା l କୋଭିଡ୍‌ ପରବର୍ତ୍ତୀ ସମୟ ପରେ ଅନ୍ୟ ସମସ୍ତ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଦୁଇ ଦ୍ରୁତଗାମୀ ଟ୍ରେନ ଗଞ୍ଜାମ ଷ୍ଟେଶନରେ ରହୁନାହିଁ l ଏନେଇ ଗଞ୍ଜାମ ପୌରାଞ୍ଚଳ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ବହୁବାର ରେଳ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଇବା ପରେ ରେଳ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ଏଣୁ ଶାନ୍ତିପୂର୍ଣ୍ଣ ଧାରଣା ଦେବାକୁ ବାଧ୍ୟ ହେଲୁ ବୋଲି ବରିଷ୍ଠ ନାଗରିକ ମଞ୍ଚ ସଭାପତି ଲିଙ୍ଗରାଜ ପଟ୍ଟନାୟକ ସୂଚନା ଦେଇଛନ୍ତି l ଏଥିସହ ମାଇକ ଦ୍ୱାରା ପ୍ରଚାର ମଧ୍ୟ କରାଯାଇଥିଲା l ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ଏନ୍‌ଏସି ଅଧ୍ୟକ୍ଷା ପ୍ରତିଭା ପାଢ଼ୀଙ୍କ ସମେତ ମଞ୍ଚ ବରିଷ୍ଠ ସଦସ୍ୟ ବିନୋଦ ମହାପାତ୍ର, ବରିଷ୍ଠ ନାଗରିକ ସଭାପତି ଲିଙ୍ଗରାଜ ପଟ୍ଟନାୟକ, ସମ୍ପାଦକ ଗୌରୀ ଶଙ୍କର ପାଢ଼ୀ, ଉପସଭାପତି ରବୀନ୍ଦ୍ର କୁମାର ପଣ୍ଡା, ବରିଷ୍ଠ ସଦସ୍ୟ ବିନୋଦ ଚନ୍ଦ୍ର ମହାପାତ୍ର, ତ୍ରିନାଥ ପାଣିଗ୍ରାହୀ, ପତିତପାବନ ମହାପାତ୍ର, ପଦ୍ମ ଚରଣ ପଣ୍ଡା, ଅରୁଣ ପଣ୍ଡା ପ୍ରମୁଖ ଧାରଣାର ନେତୃତ୍ୱ ନେଉଛନ୍ତି l ଦାବି ପୂରଣ ନ ହେବା ଯାଏ ଧାରଣା ଜାରି ରହିବ ବୋଲି ଅଞ୍ଚଳବାସୀଙ୍କ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଳିଆଗଦା ଭୁଶୁଡ଼ି ଚାଲିଗଲା ୪ ଜୀବନ: ୩୪ ଫସିଥିବା ଆଶଙ୍କା, ଉଦ୍ଧାର କାର୍ଯ୍ୟ ଜାରି…

ମାନିଲା,୧୦ା୧: କେନ୍ଦ୍ରୀୟ ଫିଲିପାଇନ୍ସରେ ଏକ ଅଳିଆଗଦା ଭୁଶୁଡ଼ି ଅନୂ୍ୟନ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅଳିଆ ତଳେ ୩୪ ଜଣ ଫସିରହିଥିବା ଆଶଙ୍କା କରାଯାଉଛି।...

ସୁନାଦେଈ କପ୍‌ କ୍ରିକେଟ: ଉଦ୍ୟାନବନ୍ଧ ଚାମ୍ପିୟନ

ନୂଆପଡ଼ା,୭ା୧(ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅଧୀନ ସୁନାବେଡ଼ା କଣାଭଏଁରା ଖେଳ ପଡ଼ିଆରେ ୮ତମ ଜୟ ମା’ ସୁନାଦେଈ କପ୍‌ କ୍ରିକେଟ ଶନିବାର ଉଦ୍‌ଯାପିତ...

EPFO Profile ଅପ୍‌ଡେଟ୍‌: ନାମ-ଜନ୍ମତାରିଖରୁ ନେଇ ବୈବାହିକ ସ୍ଥିତି ଯାଏ ପରିବର୍ତ୍ତନ କରିବାର ସହଜ ଉପାୟ

ନୂଆଦିଲ୍ଲୀ,୧୦।୧: ସାରା ଦେଶରେ କୋଟି କୋଟି ପ୍ରାଇଭେଟ ସେକ୍ଟର କର୍ମଚାରୀ ଏମ୍ପ୍ଲଏ ପ୍ରୋଭିଡେଣ୍ଟ ଫଣ୍ଡ (EPF) ସହ ଜଡ଼ିତ ଅଛନ୍ତି। ସମ୍ପ୍ରତି ଇପିଏଫଓ (EPFO) ସବସ୍କ୍ରାଇବରମାନଙ୍କୁ...

ଅଯୋଧ୍ୟା ରାମ ମନ୍ଦିରରେ ପଶି ନମାଜ ପାଠ ପାଇଁ କରୁଥିଲେ ଉଦ୍ୟମ: ଆଉ ତା’ ପରେ…

ଅଯୋଧ୍ୟା,୧୦ା୧: ଅଯୋଧ୍ୟା ରାମମନ୍ଦିର ପରିସରରେ ପ୍ରବେଶ କରି ନମାଜ ପାଠ ଉଦ୍ୟମ କରୁଥିବା କଶ୍ମୀରର ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ଜଣକ କଶ୍ମୀର...

ଦିଗପହଣ୍ଡିରେ ଆନ୍ତଃଜିଲା ଖୋ-ଖୋ ଟୁର୍ନାମେଣ୍ଟ ଉଦ୍‌ଘାଟିତ, ରବିବାର ଦିନ…

ଦିଗପହଣ୍ଡି,୧୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ଶନିବାର ଆନ୍ତଃ ଜିଲା ଖୋ – ଖୋ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି। ସ୍ଥାନୀୟ ମହାକାଳ...

ବନ ବିଭାଗ ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ ସଚେତନତା ଅଭିଯାନ

ଦିଗପହଣ୍ଡି,୧୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ- ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣିରେ ଗଜପତି ଜିଲା ପାରଳାଖେମୁଣ୍ଡି ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଚନ୍ଦ୍ରଗିରି...

ଦାରିଙ୍ଗବାଡି ଶୀତ ମହୋତ୍ସବ: ତୃତୀୟ ସଂଧ୍ୟାରେ ହେରି ଓ ପ୍ରିୟମ୍ବଦାଙ୍କ ନୃତ୍ୟ; ହସାଇହସାଇ ବେଦମ କଲେ…

ଦାରିଙ୍ଗବାଡି, ୧୦ା୧ (ଅରୁଣ ସାହୁ )-ଏକାଦଶ ତମ ଦାରିଙ୍ଗବାଡି ଶୀତ ମହୋତ୍ସବର ତୃତୀୟ ଦିବସର ସଂଧ୍ୟାରେ ହେରି ଓ ପ୍ରିୟମ୍ବଦାଙ୍କ ନୃତ୍ୟ ଦର୍ଶକଙ୍କୁ ଅଭିଭୂତ କରିଥିଲା।...

୧୨ ବର୍ଷ ବ୍ୟବଧାନ ପରେ ଭାରତକୁ ଫେରିଛି ଫିଫା ବିଶ୍ୱକପ୍‌ ଟ୍ରଫି

ନୂଆଦିଲ୍ଲୀ,୧୦।୧: ଜୁନ ୧୧ ତାରିଖରୁ ଫିଫା ବିଶ୍ୱକପ୍‌ ଆରମ୍ଭ ହେବାକୁ ଥିବା ବେଳେ ବିଶ୍ୱ ଟୁରର ଅଂଶବିଶେଷ ଭାବେ ଟ୍ରଫି ଶନିବାର ଭାରତରେ ପହଞ୍ଚିଛି। ୩...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri