ଜିଆର୍‌ଏସ୍‌ଙ୍କୁ ମାଡ଼ ପ୍ରତିବାଦ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

କେନ୍ଦୁଝର,୨୧ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ବ୍ଲକ ଅଧୀନ ବାଉରୀପଦା ପଞ୍ଚାୟତ ଗ୍ରାମ ରୋଜଗାର ସେବକ(ଜିଆର୍‌ଏସ୍‌)ଙ୍କୁ ମାଡ଼ ପ୍ରତିବାଦରେ ମଙ୍ଗଳବାର ସଦର ବ୍ଲକର ସମସ୍ତ ଜିଆର୍‌ଏସ୍‌ ଧାରଣାରେ ବସିଛନ୍ତି।

ଏହି ପରିପ୍ରେକ୍ଷୀରେ ହାଟଡିହି, ଘଷିପୁରା ଏବଂ ଝୁମ୍ପୁରା ବ୍ଲକର ଜିଆର୍‌ଏସ୍‌ ସଂଘ ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏପରିକି ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି।

୨୨ତାରିଖ ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରା ନ ଗଲେ ଆସନ୍ତା ୨୩ ତାରିଖରୁ ଜିଲା ସଂଘର ଆହ୍ବାନ କ୍ରମେ ସମସ୍ତ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଜିଆର୍‌ଏସ୍‌ ସଂଘ ଜିଲା ସଭାପତି ଦେବାଶିଷ ରାଉତ ପ୍ରକାଶ କରିଛନ୍ତି। ଅଭିଯୁକ୍ତଙ୍କୁ ଗିରଫ କରିବା ଓ ସୁରକ୍ଷା ଦାବିରେ ଗ୍ରାମ ରୋଜଗାର ସେବକ ସଦର ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ପୂର୍ବରୁ ଏ ନେଇ ଜିଲା ଆରକ୍ଷୀ ଅଧୀକ୍ଷକ, ମୁଖ୍ୟ ଉନ୍ନୟନ ଅଧିକାରୀୟ, ଜିଲା ପରିଷଦ, କେନ୍ଦୁଝରଙ୍କୁ ଏହାର କପି ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ, ଗତ ୧୫ ତାରିଖରେ ବାଉରୀପଦା ପଞ୍ଚାୟତ କାର୍ଯ୍ୟାଳୟରେ ସ୍ବତନ୍ତ୍ର ଗ୍ରାମସଭା ଚାଲିଥିବା ବେଳେ ଜଣେ ଯୁବକ ଜିଆର୍‌ଏସ୍‌ ସୋମନାଥ ମହାନ୍ତଙ୍କୁ ଆକ୍ରମଣ କରିଥିଲେ। ଏପରିକି ଅଭିଯୁକ୍ତ ଜଣକ ତାଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ଏ ନେଇ ସଦର ଥାନାରେ ଅଭିଯୋଗ ପରେ ପୋଲିସ ଏକ ମାମଲା (ନଂ.୨୬୯/23) ରୁଜୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସ୍‌ରୁମ୍‌ରେ ଛାତ୍ରୀଙ୍କୁ ପ୍ରେମ ନିବେଦନ କଲେ ପ୍ରଫେସର, ତା’ପରେ ଯାହା ଘଟିଲା… କ୍ୟାମ୍ପସରେ ହଇଚଇ

ବେଙ୍ଗାଲୁରୁ,୨୭।୩: ବେଙ୍ଗାଲୁରୁ ଗ୍ରାମୀଣ ଜିଲାର ଟି. ବେଗୁରରେ ଥିବା ଶ୍ରୀ ସିଦ୍ଧାର୍ଥ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ରିସର୍ଚ୍ଚ ସେଣ୍ଟରରେ ବୁଧବାର ଏକ ଅଜବ ଏବଂ…

ଇରାନକୁ ବୋକା ବନାଉଛି ଆମେରିକା? ବୁଝନ୍ତୁ ଟ୍ରମ୍ପଙ୍କ ଡବଲ ଗେମ

ଓ୍ବାଶିଂଟନ,୨୭।୩: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ତୀବ୍ରତର ହେଉଛି। ଏହି ସମୟରେ, ଆମେରିକାର ରଣନୀତି ଉପରେ ନଜର ରଖାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଗାତାର…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇ ଏମିତି କହିଦେଲେ ମୁଖ୍ୟମନ୍ତ୍ରୀ: ଗୁଜବ ଉପରେ…

ଭୁବନେଶ୍ୱର,୨୭।୩: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ୍ସସାଇଜ ଡ୍ୟୁଟି ହ୍ରାସ ପାଇଁ ଧନ୍ୟବାଦ ଜଣାଇଛନ୍ତି। ଏହି ନିଷ୍ପତ୍ତି ଲୋକଙ୍କୁ ଆଶ୍ୱସ୍ତି ଦେବ।…

ଆମକୁ କତାର ଭାବନ୍ତୁ ନାହିଁ, କାହିଁକି ଇସ୍ରାଏଲକୁ ଧମକାଇଲା ପାକିସ୍ତାନ? କହିଲା…

ଇସଲାମାବାଦ,୨୭।୩: ଇରାନ ଯୁଦ୍ଧ ମଧ୍ୟରେ, ପାକିସ୍ତାନ ଆମେରିକାର ମିତ୍ର ଇସ୍ରାଏଲକୁ ଧମକ ଦେଇଛି। ପାକିସ୍ତାନ ସ୍ପଷ୍ଟ ଭାବରେ ଚେତାବନୀ ଦେଇଛି ଯେ ଏହା କତାର ନୁହେଁ ଯେ…

ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି ବୈକୁଣ୍ଠ, ଘରେ ପୁଅ,ବୋହୂଙ୍କୁ ବାଡ଼େଇ…

ନୟାଗଡ଼,୨୭।୩(ଲୋକନାଥ ମିଶ୍ର): ନୟାଗଡ଼ ସଦର ବଲଭଦ୍ରପୁର ଗାଁର ବୈକୁଣ୍ଠ ସାହୁଙ୍କ ଘରୁ ଗୁରୁବାର ରାତିରେ ଚୋରି ହୋଇଛି। ଚୋରମାନେ ଗ୍ରୀଲ ଓ କବାଟ ଭାଙ୍ଗି ୭ ଲକ୍ଷରୁ…

ଯୁଦ୍ଧ ଭିତରେ ଆମେରିକାରେ ହଠାତ୍‌ ବୃଦ୍ଧି ପାଇଲା କରୋନା ମାମଲା, ଭାରତ ପାଇଁ କେତେ ବିପଦ? ଜାଣନ୍ତୁ…

ନୂଆଦିଲ୍ଲୀ,୨୭।୩: ଆମେରିକାରେ କୋଭିଡ-୧୯ ମାମଲା ହଠାତ୍‌ ବୃଦ୍ଧି ପାଇବା ଚିନ୍ତାର କାରଣ ପାଲଟିଛି। ନୂତନ ରିପୋର୍ଟ ଅନୁଯାୟୀ, ଭାଇରସର ଏକ ନୂତନ BA.3.2 ଭାରିଆଣ୍ଟ ଦେଖାଦେଇଛି। ରିପୋର୍ଟ…

୧୦ ଲକ୍ଷ ଟଙ୍କିଆ ଚେକ୍‌ ବାଣ୍ଟିଲେ ହାର୍ଦ୍ଦିକ ପାଣ୍ଡ୍ୟା: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୭।୩: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା କେବଳ ତାଙ୍କ ଖେଳ ପାଇଁ ନୁହେଁ ବରଂ ତାଙ୍କ ବିଳାଶପୂର୍ଣ୍ଣ ଜୀବନଶୈଳୀ ପାଇଁ ମଧ୍ୟ ଜଣାଶୁଣା।…

ମଧ୍ୟ ପ୍ରାଚ୍ୟ ଯୁଦ୍ଧ ମଧ୍ୟରେ କାହିଁକି ମୋଦିଙ୍କୁ ପ୍ରଶଂସା କଲେ ଟ୍ରମ୍ପ? କହିଲେ ଆମେ ଦୁହେଁ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ଭାରତ ଏବଂ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ଼ ହେବା ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri