ଲାଲ୍‌ବାହିନୀର ଲାଲ୍‌ ଘରେ କମ୍ପ୍ୟୁଟର ଶିକ୍ଷା

ଚିତ୍ରକୋଣ୍ଡା,୨୯ା୪(ଡି.ଏନ୍‌.ଏ.): ଆନ୍ଧ୍ର ଓଡିଶା ସୀମାନ୍ତ ମାଓବାଦୀ ଉପଦୃତ ଆଦିବାସୀ ଅଧ୍ୟୁଷିତ ବହୁଳ ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଯୋଡ଼ାମ୍ବ ପଞ୍ଚାୟତ ନିକଟସ୍ଥ ଥିବା ଲାଲ୍‌ବାହିନୀର ଲାଲ୍‌ ଘରେ ବହୁଦିନ ହେଲା ଯବାନମାନେ ରହିଆସୁଥିବା ବେଳେ ଜିଲା ପ୍ରଶାସନ ଓ ଓଡ଼ିଶା ପୋଲିସ ପ୍ରଶାସନଙ୍କ ବଳିଷ୍ଠ ଉଦ୍ୟମରେ ସ୍ବାଭିମାନ ଅଞ୍ଚଳ ଯୋଡ଼ାମ୍ବ, ଯନ୍ତ୍ରୀ, ଅଣ୍ଡିରାପାଲି, ପଣଷପୁଟ ଓ ଗାଜୁଲୁମାମୁଡ଼ି ପଞ୍ଚାୟତର ଶିକ୍ଷିତ ଯୁବତୀଯୁବକଙ୍କୁ ଭବିଷ୍ୟତକୁ ଦୃଷ୍ଟିରେ ରଖି କମ୍ପ୍ୟୁଟର ଶିକ୍ଷା ନିମନ୍ତେ ଇନଷ୍ଟିଚ୍ୟୁଟ୍‌ ପାଇଁ ଶନିବାର ଉକ୍ତ ମାଓବାଦୀଙ୍କ ଲାଲଘରେ ଓଡ଼ିଶା ପୋଲିସ ଡିଆଇଜି ରାଜେଶ ପଣ୍ଡିତ, ମାଲକାନଗିରି ଏଏପି ନୀତିଶ ଓ୍ବାଧିଆନି ଏବଂ ଚିତ୍ରକୋଣ୍ଡା ଏସ୍‌ଡିପିଓ ଆଲିସିଅସ କିସପୋଟା ଓ ବହୁ ଅଧିକାରୀଙ୍କ ଉପସ୍ଥିତିରେ ଅପରାହ୍ନରେ କମ୍ପ୍ୟୁଟର ଇନ୍‌ଷ୍ଟିଚ୍ୟୁଟ୍‌ର ଶୁଭାରମ୍ଭ ହୋଇଛି। ଏହି କେନ୍ଦ୍ରରେ କମ୍ପ୍ୟୁଟର ଶିକ୍ଷା ମାଗଣାରେ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଥିବା ବେଳେ ଏକକାଳୀନ ୩୫ ଜଣ ଛାତ୍ରୀଛାତ୍ର କମ୍ପ୍ୟୁଟର ଶିକ୍ଷା ଗ୍ରହଣ କରି ପାରିବେ। ଏଥିପାଇଁ ଉକ୍ତ କମ୍ପ୍ୟୁଟର ଶିକ୍ଷା ନିମନ୍ତେ ଆବଶ୍ୟକୀୟ ଉପକରଣ ଯୋଗାଇ ଦିଆଯାଇଛି। ଉକ୍ତ କାର୍ଯ୍ୟକ୍ରମ ଅବସରରେ ଓଡ଼ଶା ପୋଲିସ ପକ୍ଷରୁ ସ୍ଥାନୀୟ ଉପସ୍ଥିତ ଜନସାଧାରଣ ପାଇଁ ବିଭିନ୍ନ ଉପକରଣ ପ୍ରଦାନ କରିଥିଲେ ଯଥା ଛାତ୍ରୀଛାତ୍ରଙ୍କୁ ଶିକ୍ଷା ଉପକରଣ ସ୍କୁଲ ବ୍ୟାଗ୍‌, କମ୍ପାସ, ଖାତା, ବୁଢ଼ୀବୁଢ଼ାଙ୍କୁ ଧୋତି, ଲୁଙ୍ଗି, ଛତା, ଜୋତା ଓ କମଳ, ମହିଳାମାନଙ୍କୁ ଶାଢ଼ି, ଯୋଡ଼ା, ଛତା ଏବଂ ଯୁବ ଗୋଷ୍ଠୀକୁ ବିଭିନ୍ନ ଖେଳ ଉପକରଣ ଯୋଗାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୀମାନ୍ତରେ ପୋଲିସ-ମାଓବାଦୀ ଗୁଳି ବିନିମୟ, ୩ ମାଓବାଦୀ ସଫା

ମାଲକାନଗିରି,୧୮।୧୩(ଦୁର୍ଯ୍ୟୋଧନ ପାତ୍ର) ମାଲକାନଗିରି ସୀମାନ୍ତ ଛତିଶଗଡ ସୁକୁମା ଜିଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ତିନିଜଣ ମାଓବାଦୀ ନିହତ ହୋଇଛନ୍ତିା ସୂଚନା...

ଶାନ୍ତ ପଡ଼ିଲା ମାଲକାନଗିରିରି: ସ୍ବାଭାବିକ ହେଲା ଇଣ୍ଟରନେଟ ସେବା

ମାଲକାନଗିରି,୧୫।୧୨(ଦୁଯ୍ୟୋଧନ ପାତ୍ର): ଶାନ୍ତ ପଡ଼ିଲା ମାଲକାନଗିରିରି। ସ୍ବାଭାବିକ ହେଲା ଇଣ୍ଟରନେଟ ସେବା। ହିଂସାର ୮ ଦିନ ପରେ ସ୍ବାଭାବିକ ହେଲା ଇଣ୍ଟରନେଟ ସେବା। ଗତ ସୋମବାର...

ମାଲକାନଗିରି ହିଂସା ରିପୋର୍ଟ ପ୍ରକାଶ: ଏଥିରେ ହୋଇଛି ଏତିକି କୋଟି ଟଙ୍କା କ୍ଷତି, ଜାଣିଲେ…

ମାଲକାନଗିରି,୧୨ା୧୨: ମାଲକାନଗିରି ହିଂସାରେ ହୋଇଥିବା କ୍ଷୟକ୍ଷତି ରିପୋର୍ଟ ପ୍ରକାଶ ପାଇଛି। ଏହି ହିଂସାରେ ୩ କୋଟି ୪୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି। ଏନେଇ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ମାଲକାନଗିରିରେ ସରିଲା ଉପ ମୁଖ୍ୟମନ୍ତ୍ରୀଙ୍କ ବୈଠକ: କହିଲେ…

ମାଲକାନଗିରି,୧୧।୧୨: ମାଲକାନଗିରିରେ ସରିଲା ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ବୈଠକ। ପର୍ଯ୍ୟାୟ କ୍ରମେ ଦୁଇ ଗୋଷ୍ଠୀଙ୍କ ସହ କେଭି ସିଂହଦେଓଙ୍କ ଆଲୋଚନା କରିଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ...

ପୁଣି ବଢ଼ିଲା ଇଣ୍ଟରନେଟ କଟକଣା: ପହଞ୍ଚିଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି,୧୧।୧୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଆଉ ୧୨ ଘଣ୍ଟା ବଢ଼ିଲା ଇଣ୍ଟରନେଟ କଟକଣା। ଏମ୍‌ଭି-୨୬ ଓ ରାଖେଲଗୁଡ଼ା ଗାଁ ମଧ୍ୟରେ ବିବାଦକୁ ନେଇ କଟକଣା ବୃଦ୍ଧି...

ଭୟରେ ଗାଁ ଛାଡ଼ୁଥିଲେ ଲୋକେ: ଶେଷରେ ମିଳିଲା କଟାମୁଣ୍ଡ

ମାଲକାନଗିରି,୧୦।୧୨(ଦୁର୍ଯ୍ୟୋଧନ ପାତ୍ର): ଶେଷରେ ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ। କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ। ୪ ତାରିଖରେ ମୁଣ୍ଡବିହୀନ ମୃତଦେହ ଉଦ୍ଧାର...

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri