ଲାଲ୍‌ବାହିନୀର ଲାଲ୍‌ ଘରେ କମ୍ପ୍ୟୁଟର ଶିକ୍ଷା

ଚିତ୍ରକୋଣ୍ଡା,୨୯ା୪(ଡି.ଏନ୍‌.ଏ.): ଆନ୍ଧ୍ର ଓଡିଶା ସୀମାନ୍ତ ମାଓବାଦୀ ଉପଦୃତ ଆଦିବାସୀ ଅଧ୍ୟୁଷିତ ବହୁଳ ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଯୋଡ଼ାମ୍ବ ପଞ୍ଚାୟତ ନିକଟସ୍ଥ ଥିବା ଲାଲ୍‌ବାହିନୀର ଲାଲ୍‌ ଘରେ ବହୁଦିନ ହେଲା ଯବାନମାନେ ରହିଆସୁଥିବା ବେଳେ ଜିଲା ପ୍ରଶାସନ ଓ ଓଡ଼ିଶା ପୋଲିସ ପ୍ରଶାସନଙ୍କ ବଳିଷ୍ଠ ଉଦ୍ୟମରେ ସ୍ବାଭିମାନ ଅଞ୍ଚଳ ଯୋଡ଼ାମ୍ବ, ଯନ୍ତ୍ରୀ, ଅଣ୍ଡିରାପାଲି, ପଣଷପୁଟ ଓ ଗାଜୁଲୁମାମୁଡ଼ି ପଞ୍ଚାୟତର ଶିକ୍ଷିତ ଯୁବତୀଯୁବକଙ୍କୁ ଭବିଷ୍ୟତକୁ ଦୃଷ୍ଟିରେ ରଖି କମ୍ପ୍ୟୁଟର ଶିକ୍ଷା ନିମନ୍ତେ ଇନଷ୍ଟିଚ୍ୟୁଟ୍‌ ପାଇଁ ଶନିବାର ଉକ୍ତ ମାଓବାଦୀଙ୍କ ଲାଲଘରେ ଓଡ଼ିଶା ପୋଲିସ ଡିଆଇଜି ରାଜେଶ ପଣ୍ଡିତ, ମାଲକାନଗିରି ଏଏପି ନୀତିଶ ଓ୍ବାଧିଆନି ଏବଂ ଚିତ୍ରକୋଣ୍ଡା ଏସ୍‌ଡିପିଓ ଆଲିସିଅସ କିସପୋଟା ଓ ବହୁ ଅଧିକାରୀଙ୍କ ଉପସ୍ଥିତିରେ ଅପରାହ୍ନରେ କମ୍ପ୍ୟୁଟର ଇନ୍‌ଷ୍ଟିଚ୍ୟୁଟ୍‌ର ଶୁଭାରମ୍ଭ ହୋଇଛି। ଏହି କେନ୍ଦ୍ରରେ କମ୍ପ୍ୟୁଟର ଶିକ୍ଷା ମାଗଣାରେ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଥିବା ବେଳେ ଏକକାଳୀନ ୩୫ ଜଣ ଛାତ୍ରୀଛାତ୍ର କମ୍ପ୍ୟୁଟର ଶିକ୍ଷା ଗ୍ରହଣ କରି ପାରିବେ। ଏଥିପାଇଁ ଉକ୍ତ କମ୍ପ୍ୟୁଟର ଶିକ୍ଷା ନିମନ୍ତେ ଆବଶ୍ୟକୀୟ ଉପକରଣ ଯୋଗାଇ ଦିଆଯାଇଛି। ଉକ୍ତ କାର୍ଯ୍ୟକ୍ରମ ଅବସରରେ ଓଡ଼ଶା ପୋଲିସ ପକ୍ଷରୁ ସ୍ଥାନୀୟ ଉପସ୍ଥିତ ଜନସାଧାରଣ ପାଇଁ ବିଭିନ୍ନ ଉପକରଣ ପ୍ରଦାନ କରିଥିଲେ ଯଥା ଛାତ୍ରୀଛାତ୍ରଙ୍କୁ ଶିକ୍ଷା ଉପକରଣ ସ୍କୁଲ ବ୍ୟାଗ୍‌, କମ୍ପାସ, ଖାତା, ବୁଢ଼ୀବୁଢ଼ାଙ୍କୁ ଧୋତି, ଲୁଙ୍ଗି, ଛତା, ଜୋତା ଓ କମଳ, ମହିଳାମାନଙ୍କୁ ଶାଢ଼ି, ଯୋଡ଼ା, ଛତା ଏବଂ ଯୁବ ଗୋଷ୍ଠୀକୁ ବିଭିନ୍ନ ଖେଳ ଉପକରଣ ଯୋଗାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସମର୍ପଣ ପରେ ଏମିତି ହୃଦୟ ବିଦାରକ କଥା କହିଲେ ଟପ୍‌ ମାଓବାଦୀ ନେତା ଶୁକ୍ରୁ, ଶୁଣିଲେ…

ମାଲକାନଗିରି,୨୫ା୩(ଦୁର୍ଯ୍ୟୋଧନ ପାତ୍ର): ଏକଦା ମାଲକାନଗିରି ଜିଲା ମାଓବାଦୀଙ୍କ ଆଡ୍ଡା ଭାବେ ପରିଚିତ ଥିବାବେଳେ ମାଲକାନଗିରି ଜିଲା କାଲିମେଳା ଥାନା ବଡ଼ିଗେଟା ପଞ୍ଚାୟତ ଅନ୍ତର୍ଗତ କୁରୁବୁ ଗ୍ରାମର ଶୁକ୍ରୁ…

ମଣ୍ଡିରେ ପଡ଼ିଛି ଚାଷୀଙ୍କ ଧାନ, ଟୋକନ ଆସିବା ପରେ ବି ଧାନ କିଣୁ ନାହାନ୍ତି ସରକାର

ମାଲକାନଗିରି,୨୫ା୩(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କଂଗ୍ରେସ କମିଟି ତରଫରୁ ବୁଧବାର ୧୨ ଘଣ୍ଟିଆ ଜିଲା ବନ୍ଦ ପାଳନ କରାଯାଇଛି। ୪ ଦଫା ଦାବି ନେଇ ଏହି ବନ୍ଦ…

ମୋଷ୍ଟ ୱାଣ୍ଟେଡ ଟପ୍‌ ମାଓବାଦୀ ନେତା ପାପା ରାଓଙ୍କ ଆତ୍ମସମର୍ପଣ

ମାଲକାନଗିରି,୨୪।୩(ଦୁର୍ଯ୍ୟୋଧନ ପାତ୍ର): ମାଓବାଦୀ ସଙ୍ଗଠନକୁ ଏକ ବଡ଼ ଝଟ୍‌କା ଲାଗିଛି। ମୋଷ୍ଟ ୱାଣ୍ଟେଡ ଟପ୍‌ ମାଓବାଦୀ ନେତା ପାପା ରାଓ ମଙ୍ଗଳବାର ଛତିଶଗଡ଼ ବିଜାପୁର ପୋଲିସ ନିକଟରେ…

କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା, ମଣ୍ଡିରେ ଭିଜିଲା ଧାନ

ମାଥିଲ,୧୯।୩(ସୁବାଷ ଚନ୍ଦ୍ର ଖୁଡୁପିଆ) ମାଲକାନଗିରି ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପବନ ସାଙ୍ଗକୁ କୁଆପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ବର୍ଷା ଯୋଗୁ ମାଲକାନଗିରି ଜିଲା…

ମାଓବାଦୀଙ୍କୁୁ ବଡ଼ ଧକ୍କା: ଲୁଚାଇ ରଖିଥିବା ବିସ୍ଫୋରକ ସାମଗ୍ରୀ ଜବତ

ମାଲକାନଗିରି,୧୬।୩(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲାରେ୨୨୬ ବାଟାଲିୟନ ସିଆରପିଏଫ୍‌ ଯବାନ ସ୍ୱତନ୍ତ୍ର ଆମ୍ୱୁସ ଅପରେଶନ କରୁଥିବାବେଳେ ଗୋମଗୁଡ଼ା ଗ୍ରାମର ପୋଡିୟମପାରା ଅଞ୍ଚଳରେ ଏକ…

ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଲେ ମାଓବାଦୀ ନେତ୍ରୀ ରାଣୀତା

ମାଲକାନଗିରି,୧୪ା୩(ସୁଚିତ୍ରା ଦାସ): ମାର୍ଚ୍ଚ ୩୧ ସୁଦ୍ଧା ମାଓବାଦୀ କାର୍ଯ୍ୟକଳାପରୁ ନିବୃତ୍ତ ହୋଇ ମୁଖ୍ୟସ୍ରୋତରେ ସାମିଲହେବାକୁ ସରକାର ମାଓବାଦୀମାନଙ୍କୁ ଆହ୍ବାନ ଦେଇଥିଲେ। ଏହି ସମୟସୀମା ମଧ୍ୟରେ ଆତ୍ମସମର୍ପଣ କରୁଥିବା…

ଦଣ୍ଡକାରଣ୍ୟ ଜୋନାଲ କମିଟିର ୧୦୮ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୧୧।୩(ସୁଚିତ୍ରା ଦାସ): ପୁନର୍ବାସ ନୀତି ଅଧୀନରେ, ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ କମିଟି (ଡିକେଏସ୍‌ଜେଡ଼ସି)ର ୧୦୮ ଜଣ ମାଓବାଦୀ ହିଂସା ପରିତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ…

୬୩୧ କଇଁଛ ଜବତ, ଧରାପଡ଼ିଲେ ୭ ବ୍ୟବସାୟୀ

ଏମ୍‌ଭି- ୭୯, ୧୧।୩ (ଆଶିଷ କୁମାର ବାଇନ): ଆନ୍ଧ୍ରରୁ ମାଲକାନଗିରିକୁ ଏକ ବୋଲେରୋ ପିକ୍‌ଅପ୍‌ ଯୋଗେ କଇଁଛ ଚୋରା ଚାଲାଣ ବେଳେ ମୋଟୁ ବନ ବିଭାଗ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri