Posted inଜାତୀୟ

୧୨ରେ ଲଦାଖରୁ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର

ନୂଆଦିଲ୍ଲୀ,୧୦।୯: ପୂର୍ବ ଲଦାଖର ଗୋଗ୍ରା-ହଟ୍‌ ସ୍ପ୍ରିଙ୍ଗ୍‌ ଅଞ୍ଚଳ (ପିପି-୧୫)ରୁ ଭାରତ ଓ ଚାଇନା ସେମାନଙ୍କ ସୈନ୍ୟ ପ୍ରତ୍ୟାହାର ଆରମ୍ଭ କରିଛନ୍ତି। ୧୨ ତାରିଖ ସୁଦ୍ଧା ସେନା ପ୍ରତ୍ୟାହାର ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି, ଉଭୟ ପକ୍ଷ ଦ୍ୱାରା ଉକ୍ତ ଅଞ୍ଚଳରେ ନିର୍ମାଣ ହୋଇଥିବା ଅସ୍ଥାୟୀ ଢାଞ୍ଚାଗୁଡ଼ିକୁ ଭାଙ୍ଗିଦିଆଯିବ ସହ ଯାଞ୍ଚ ହେବ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର କୁହାଯାଇଛି। ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଲାଗି ଅନ୍ୟାନ୍ୟ ପ୍ରସଙ୍ଗର ସମାଧାନ ପାଇଁ ଉଭୟ ପକ୍ଷ ରାଜି ହୋଇଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଚୁକ୍ତିନାମା ଅନୁଯାୟୀ ଏଲ୍‌ଏସି ଅଞ୍ଚଳରେ ଉଭୟ ଦେଶର ସୈନ୍ୟ କଡ଼ାକଡ଼ି ନଜର ରଖିବେ ଓ ଏହାକୁ ସମ୍ମାନ ଦେବେ। ସ୍ଥିତାବସ୍ଥାରେ ଏକପାଖିଆ ପରିବର୍ତ୍ତନ କରାଯାଇପାରିବ ନାହିଁ ବୋଲି ଏଥିରେ କୁହାଯାଇଛି।
୨୦୨୦ ଏପ୍ରିଲ୍‌-ମେ’ରେ ଚାଇନା ସୈନ୍ୟ ପୂର୍ବ ଲଦାଖର ଏକାଧିକ ସ୍ଥାନରେ ଜବରଦସ୍ତ ଅନୁପ୍ରବେଶ କରିବାରୁ ଉଭୟ ସେନା ମଧ୍ୟରେ ମୁହଁାମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଚାଇନା ସୈନ୍ୟ ଉକ୍ତ ପୂର୍ବ ଲଦାଖର ଫିଙ୍ଗର ଅଞ୍ଚଳ, ଗଲଓ୍ବାନ ଭ୍ୟାଲି, ହଟ୍‌ ସ୍ପ୍ରିଂ ଏବଂ କଙ୍ଗରୁଙ୍ଗ ନାଲା ଅଞ୍ଚଳରେ ପ୍ରବେଶ କରିଥିଲେ। ଦୀର୍ଘଦିନର ମୁହଁାମୁହିଁ ସ୍ଥିତି ପରେ ୨୦୨୦ ଜୁନ୍‌ରେ ଗଲଓ୍ବାନ ଉପତ୍ୟକାରେ ଚାଇନା ଓ ଭାରତୀୟ ସୈନ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା। ଏଥିରେ ଭାରତର ୨୦ ସୈନ୍ୟ ନିହତ ହୋଇଥିବାବେଳେ ଚାଇନାର ୪୦ରୁ ଊର୍ଦ୍ଧ୍ୱ ସୈନ୍ୟ ମୃତାହତ ହୋଇଥିଲେ। ଏହା ପରେ ଉଭୟ ସାମରିକ ଓ କୂଟନୈତିକ ସ୍ତରରେ ଏକାଧିକ ପର୍ଯ୍ୟାୟ ଆଲୋଚନା ହୋଇ ପଙ୍ଗଓଙ୍ଗ ସୋ’ର ଉତ୍ତର ଓ ଦକ୍ଷିଣ ପାର୍ଶ୍ୱ ଏବଂ ଗଲଓ୍ବାନର କେତେକ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତି ହୋଇଥିଲା।
ଚାଇନା ଏହା ପାର୍ଶ୍ୱରେ ଭିତ୍ତିଭୂମିର ଯଥେଷ୍ଟ ଉନ୍ନତି କରିଥିବାବେଳେ ଭାରତ ମଧ୍ୟ ନିଜ ପାର୍ଶ୍ୱରେ ଭିତ୍ତିଭୂମି ସୁଦୃଢ଼ କରିବାକୁ ଯୋଜନା କରିଛି। ଅରୁଣାଚଳପ୍ରଦେଶ ଅନ୍ତର୍ଗତ ଏଲ୍‌ଏସିର ସମସ୍ତ ଫରଓ୍ବାର୍ଡ ପୋଷ୍ଟରେ ବୃହତ୍‌ ହେଲିପ୍ୟାଡ୍‌ ନିର୍ମାଣ ଲାଗି ସରକାର ନିଷ୍ପତ୍ତି ନେଇଥିବା ଜଣେ ବରିଷ୍ଠ ସାମରିକ ଅଧିକାରୀ ବ୍ରିଗେଡିୟର ଟି.ଏମ୍‌. ସିହ୍ନା ସୂଚନା ଦେଇଛନ୍ତି। ଏହାଦ୍ୱାରା ସୀମାନ୍ତକୁ ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ପରିବହନ ସହଜ ହୋଇପାରିବ। ପ୍ରତି ଫରଓ୍ବାର୍ଡ ପୋଷ୍ଟ ଏବଂ ସେନା ୟୁନିଟ୍‌କୁ ଅପ୍ଟିକାଲ ଫାଇବର ନେଟ୍‌ଓ୍ବାର୍କରେ ସଂଯୋଗ କରାଯିବ। ସମସ୍ତଙ୍କ ପାଇଁ ଅଲଗା ସାଟେଲାଇଟ୍‌ ଟର୍ମିନାଲ ରହିବ। ପ୍ରକୃତ ନିୟନ୍ତ୍ରଣ ରେଖାରେ ଚାଇନା ସୈନ୍ୟଙ୍କ ଗତିବିଧି ଉପରେ ନଜର ରଖିବା ଲାଗି ଭାରତ ଆଗୁଆ ଘାଟିଗୁଡ଼ିକରେ ସ୍ବଦେଶୀ ନିର୍ମିତ ରିମୋଟ ପାଇଲଟ୍‌ ଏୟାରକ୍ରାଫ୍ଟ ‘ସ୍ବିଚ୍‌’କୁ ନିୟୋଜିତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

୮ମ ବେତନ କମିଶନ ଭାର ସମ୍ଭାଳିବ ଭାରତୀୟ ରେଳବାଇ, ଖର୍ଚ୍ଚ କାଟିବାକୁ ସରକାରଙ୍କ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ,୧୪।୧୨: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ୮ମ କେନ୍ଦ୍ରୀୟ ବେତନ କମିଶନ ଲାଗୁ ହେବା ପୂର୍ବରୁ, ବୃଦ୍ଧି ହେବାକୁ ଥିବା ଦରମା ଓ ପେନ୍‌ସନ୍ ଭାରକୁ...

ନୀତିନ ନବୀନଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୪।୧୨: ନୀତିନ ନବୀନ ଭାଜପା ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ନୀତିନ ନବୀନ ଜଣେ ଯୁବ ନେତା...

ଭାଜପାକୁ ମିଳିଲା ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି, ନୀତିନ ନବୀନଙ୍କୁ ଦାୟିତ୍ବ

ନୂଆଦିଲ୍ଲୀ,୧୪।୧୨:  ବଡ଼ ଘୋଷଣା କଲା ଭାଜପା । ଭାରତୀୟ ଜନତା ପାର୍ଟି ଏକ ବଡ଼ ସାଂଗଠନିକ ପରିବର୍ତ୍ତନ କରିଛି । ନୀତିନ ନବୀନ ହେଲେ ଭାଜପା...

ମାଆ ବଞ୍ଚି ଥାଉ ଥାଉ ଜାଲ ମୃତ୍ୟୁ ପ୍ରମାଣପତ୍ର ବାହାର କରି ସବୁ ହଡ଼ପ କଲେ ପୁଅ, ଏମିତି ଖୋଲିଲା ରାଜ୍‌

କୋଲକାତା,୧୪।୧୨: ପଶ୍ଚିମବଙ୍ଗର ହାଓଡ଼ାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ପୁଅ ତାଙ୍କ ଜୀବିତ ମାଆଙ୍କ ନାମରେ ମୃତ୍ୟୁ ପ୍ରମାଣପତ୍ର ଜାଲ କରି ବ୍ୟାଙ୍କରୁ...

ପ୍ରସିଦ୍ଧ ଲେଖକ ତଥା ପଦ୍ମଶ୍ରୀ ରସ୍କିନ ବଣ୍ଡ ଗୁରୁତର ଅସୁସ୍ଥ

ନୂଆଦିଲ୍ଲୀ,୧୪।୧୨: ପ୍ରସିଦ୍ଧ ଲେଖକ ଏବଂ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ୯୧ ବର୍ଷିୟ ରସ୍କିନ ବଣ୍ଡଙ୍କୁ ଡେରାଡୁନର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଗତ ଚାରି...

‘ଗିରଫ ହୁଅନ୍ତୁ ମମତା,’ କାହିଁକି ଏମିତି କହିଲେ ଆସାମ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ଏହା ପଛର ବଡ଼ କାରଣ

ଗୁଆହାଟି,୧୪।୧୨: ଶନିବାର କୋଲକାତାରେ ଆର୍ଜେଣ୍ଟିନା ଫୁଟବଲ ତାରକା ଲିଓନେଲ ମେସିଙ୍କ ଏକ କାର୍ଯ୍ୟକ୍ରମରେ ଘଟିଥିବା ବିଶୃଙ୍ଖଳା ପରେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀଙ୍କ ସମାଲୋଚନାର ଶିକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri