ଅଧାଗଢ଼ା ୧.୮୮ଲକ୍ଷ ଘର ଡିସେମ୍ବର ସୁଦ୍ଧା ଶେଷକର

ଭୁବନେଶ୍ୱର,୨୫।୧୧(ରବିନାରାୟଣ ଜେନା): ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ପ୍ରଦାନ କରାଯାଇଥିବା ଲକ୍ଷାଧିକ ଘର ଏବେ ଅଧାପନ୍ତରିଆ ହୋଇ ପଡ଼ି ରହିଛି। ଫଳରେ ସରକାର ଗରିବ ଓ ଅସହାୟଙ୍କ ପାଇଁ କରିଥିବା ଆବାସ ଲକ୍ଷ୍ୟଧାର୍ଯ୍ୟ ପୂରଣ ହୋଇପାରୁ ନାହିଁ। ଏହାକୁ ନେଇ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସବୁ ଜିଲାପାଳଙ୍କୁ ନଭେମ୍ବର ୨୦ରେ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ପଞ୍ଚାୟତିରାଜ ବିଭାଗ ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସବୁ ଜିଲାପାଳଙ୍କୁ ପ୍ରଦାନ କରିଥିବା ପତ୍ରରେ ଦର୍ଶାଇଛନ୍ତି, ପିଏମ୍‌ଏଓ୍ବାଇଜିରେ ମାତ୍ର ୧ଲକ୍ଷ ୧୪ହଜାର ୩୫୭ ଘର ସମ୍ପୂର୍ଣ୍ଣ ହୋଇଛି। ୩ଲକ୍ଷ ୨୬ହଜାର ୫୮୨ ଘର ଏବେ ଅଧାପନ୍ତରିଆ ରହିଛି। ବଡ଼କଥା ହେଲା ଏହି ଅଧାପନ୍ତରିଆ ଘର ମଧ୍ୟରୁ ୧ଲକ୍ଷ ୩୮ହଜାର ୩୧୯ ଆବାସ ଫିଜିବିଲିଟି ନାହିଁ। ଏହି ପରିପ୍ରେକ୍ଷୀରେ ଯେଉଁ ୧ଲକ୍ଷ ୮୮ହଜାର ୨୬୩ ଅଧାପନ୍ତରିଆ ଘର ରହିଛି ତାକୁ ଡିସେମ୍ବର ସୁଦ୍ଧା ଶେଷ କରିବାକୁ ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ସ୍ବାଇଁ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରକଳ୍ପ ନିର୍ଦ୍ଦେଶକ ସବୁ ଜିଲାପାଳଙ୍କୁ ଦିନିକିଆ ଟାର୍ଗେଟ ପ୍ରଦାନ କରିଛନ୍ତି। ଅନୁଗୋଳ ଜିଲାପାଳଙ୍କୁ ପ୍ରତିଦିନ ୫୫ଟି ଘର ଡିସେମ୍ବର ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦେଇଥିବାବେଳେ ବାଲେଶ୍ୱର ପାଇଁ ୨୦୦, ବରଗଡ଼ ପାଇଁ ୧୨୪ ଆବାସ ଦିଆଯାଇଛି। ସେହିପରି ଭଦ୍ରକ ଜିଲାପାଳଙ୍କୁ ୩୯୯, ବଲାଙ୍ଗୀରକୁ ୧୮୫, ବୌଦ୍ଧ ୧୮୩, କଟକ ୧୮, ଦେବଗଡ଼ ୧, ଢେଙ୍କାନାଳ ୭୦, ଗଜପତି ୧୧୧, ଗଞ୍ଜାମ ୪୪, ଜଗତ୍‌ସିଂହପୁର ୬, ଯାଜପୁର ୧୬, ଝାରସୁଗୁଡ଼ା ୨୦, କଳାହାଣ୍ଡି ୨୦୯, କେନ୍ଦ୍ରାପଡ଼ା ୧୧୯, କେନ୍ଦୁଝର ୧୭୧, ଖୋର୍ଦ୍ଧା ୧୩, କୋରାପୁଟ ୩୩୮, ମାଲକାନଗିରି ୧୫୪, ମୟୂରଭଞ୍ଜ ୯୭୨, ନବରଙ୍ଗପୁର ୨୬୧, ନୟାଗଡ଼ ୫୪, ନୂଆପଡ଼ା ୨୬୫, ପୁରୀ ୫୨, ରାୟଗଡ଼ା ୧୧୭, ସମ୍ବଲପୁର ୨୮, ସୋନପୁର ୨୮ ଏବଂ ସୁନ୍ଦରଗଡ଼ ପାଇଁ ଦୈନିକ ୧୧୫ଟି ଘର କାର୍ଯ୍ୟ ଶେଷ କରିବାକୁ ଟାର୍ଗେଟ ଦିଆଯାଇଛି।
ସୁଦ୍ଧା ମୟୂରଭଞ୍ଜରେ ସର୍ବାଧିକ ୪୦ହଜାର ୮୨୧ ଆବାସ ଟାର୍ଗେଟ ଦିଆଯାଇଥିବାବେଳେ ଭଦ୍ରକକୁ ୧୬ ହଜାର ୭୪୨ ପକ୍କା ଘର, ନୂଆପଡ଼ାକୁ ୧୧ ହଜାର ୧୩୧, ନବରଙ୍ଗପୁରକୁ ୧୦ ହଜାର ୯୪୯, କୋରାପୁଟକୁ ୧୪ ହଜାର ୧୯୩, ବଲାଙ୍ଗୀରକୁ ୭ ହଜାର ୭୫୭, ବାଲେଶ୍ୱରକୁ ୮ ହଜାର ୪୧୦ ପକ୍କା ଘର ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏହି ସବୁ ଅଞ୍ଚଳରେ ୯ ଘଣ୍ଟା ପାଇଁ ହେବ ବିଦ୍ୟୁତ୍‌ କାଟ, ସକାଳୁ…

ବରଗଡ଼,୪।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ୧୩୨/୩୩ କେ.ଭି. ପ୍ରଧାନପାଲି ଗ୍ରୀଡ ସବଷ୍ଟେସନରେ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି...

ପଡିବ ଶନିଙ୍କ ଭୟଙ୍କର ମହାଦଶା, ଏହି ରାଶି ଉପରେ ପଡିବ ଖରାପ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ “କର୍ମଦାତା” ଏବଂ “ବିଚାରକ” ଭାବରେ ଜଣାଯାଏ। ସେ ବ୍ୟକ୍ତିମାନଙ୍କୁ ସେମାନଙ୍କ କାର୍ଯ୍ୟ ଆଧାରରେ ଶୁଭ କିମ୍ୱା ଅଶୁଭ ଫଳ ପ୍ରଦାନ...

ଶୀତ ପାଇଁ ସକାଳୁଆ ସ୍କୁଲ ବନ୍ଦ

କୋରାପୁଟ,୫ା୧୨(ଅମିତାଭ ବେହେରା)-କୋରାପୁଟ ଜିଲାରେ ଅସହ୍ୟ ଶୀତ ହେଉଥିବାରୁ ଫ୍ରେବୃଆରୀ ଯାଏ ସକାଳୁଆ କ୍ଲାସ ବନ୍ଦ ରଖିବାକୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ଏକ ନିର୍ଦ୍ଦେଶନାମା ଜାରି...

ପୁଟିନ୍‌ଙ୍କୁ ଗୀତା ଉପହାର ଦେଲେ ମୋଦି

ନୂଆଦିଲ୍ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଏଡି ଅବସରରେ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଶ୍ରୀମଦ୍‌ଭଗବତ...

ପୂର୍ବତନ ଡିଏସ୍‌ପିଙ୍କ ଝିଅ ହାତ ଧରିଲେ ବୃନ୍ଦାବନର ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ

ଜୟପୁର,୫ା୧୨: ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ବତନ ଡିଏସ୍‌ପିଙ୍କ ଝିଅ ସିପ୍ରା ଜୟପୁରର ଏକ ହୋଟେଲରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପ୍ରସିଦ୍ଧ ମଥୁରାର ପ୍ରବଚକ...

ବୋର୍ଡ ନିଗମ ନିଯୁକ୍ତି ନେଇ ଆସିଲା ବଡ଼ ଖବର: ମନମୋହନ କହିଲେ…

ଭୁବନେଶ୍ୱର,୫।୧୨: ବୋର୍ଡ ନିଗମ ନିଯୁକ୍ତି ନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯାଇ ଘୋଷଣା ହେବ। ଏ ନେଇ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ କହିଛନ୍ତି। ଚର୍ଚ୍ଚା...

ସ୍ବାସ୍ଥ୍ୟକୁ ସୁସ୍ଥ ରଖେ କ୍ରୀଡ଼ା, ନିୟମିତ ଖେଳକୁଦ ଅଭ୍ୟାସ ପାଇଁ…

ଭଞ୍ଜନଗର,୫ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୩୬ ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି...

ଲଣ୍ଡନଠାରୁ ବି ମହଙ୍ଗା ହେଲା ପାଟନା-କୋଲକାତା ବିମାନ ଟିକେଟ, ଇଣ୍ଡିଗୋ ସଙ୍କଟ ପରେ ଭାଙ୍ଗିଲା ଭଡ଼ା ରେକର୍ଡ

ନୂଆଦିଲ୍ଲୀ,୫।୧୨: ଭାରତରେ ଗତ ଚାରି ଦିନ ମଧ୍ୟରେ ବିମାନ ଯାତ୍ରା ସମସ୍ୟା ବୃଦ୍ଧି ପାଇଛି। ଇଣ୍ଡିଗୋ ଏୟାରଲାଇନ୍ସର ୧,୦୦୦ ରୁ ଅଧିକ ବିମାନ ବାତିଲ ହେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri