ଅଧାଗଢ଼ା ୧.୮୮ଲକ୍ଷ ଘର ଡିସେମ୍ବର ସୁଦ୍ଧା ଶେଷକର

ଭୁବନେଶ୍ୱର,୨୫।୧୧(ରବିନାରାୟଣ ଜେନା): ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ପ୍ରଦାନ କରାଯାଇଥିବା ଲକ୍ଷାଧିକ ଘର ଏବେ ଅଧାପନ୍ତରିଆ ହୋଇ ପଡ଼ି ରହିଛି। ଫଳରେ ସରକାର ଗରିବ ଓ ଅସହାୟଙ୍କ ପାଇଁ କରିଥିବା ଆବାସ ଲକ୍ଷ୍ୟଧାର୍ଯ୍ୟ ପୂରଣ ହୋଇପାରୁ ନାହିଁ। ଏହାକୁ ନେଇ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସବୁ ଜିଲାପାଳଙ୍କୁ ନଭେମ୍ବର ୨୦ରେ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ପଞ୍ଚାୟତିରାଜ ବିଭାଗ ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସବୁ ଜିଲାପାଳଙ୍କୁ ପ୍ରଦାନ କରିଥିବା ପତ୍ରରେ ଦର୍ଶାଇଛନ୍ତି, ପିଏମ୍‌ଏଓ୍ବାଇଜିରେ ମାତ୍ର ୧ଲକ୍ଷ ୧୪ହଜାର ୩୫୭ ଘର ସମ୍ପୂର୍ଣ୍ଣ ହୋଇଛି। ୩ଲକ୍ଷ ୨୬ହଜାର ୫୮୨ ଘର ଏବେ ଅଧାପନ୍ତରିଆ ରହିଛି। ବଡ଼କଥା ହେଲା ଏହି ଅଧାପନ୍ତରିଆ ଘର ମଧ୍ୟରୁ ୧ଲକ୍ଷ ୩୮ହଜାର ୩୧୯ ଆବାସ ଫିଜିବିଲିଟି ନାହିଁ। ଏହି ପରିପ୍ରେକ୍ଷୀରେ ଯେଉଁ ୧ଲକ୍ଷ ୮୮ହଜାର ୨୬୩ ଅଧାପନ୍ତରିଆ ଘର ରହିଛି ତାକୁ ଡିସେମ୍ବର ସୁଦ୍ଧା ଶେଷ କରିବାକୁ ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ସ୍ବାଇଁ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରକଳ୍ପ ନିର୍ଦ୍ଦେଶକ ସବୁ ଜିଲାପାଳଙ୍କୁ ଦିନିକିଆ ଟାର୍ଗେଟ ପ୍ରଦାନ କରିଛନ୍ତି। ଅନୁଗୋଳ ଜିଲାପାଳଙ୍କୁ ପ୍ରତିଦିନ ୫୫ଟି ଘର ଡିସେମ୍ବର ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦେଇଥିବାବେଳେ ବାଲେଶ୍ୱର ପାଇଁ ୨୦୦, ବରଗଡ଼ ପାଇଁ ୧୨୪ ଆବାସ ଦିଆଯାଇଛି। ସେହିପରି ଭଦ୍ରକ ଜିଲାପାଳଙ୍କୁ ୩୯୯, ବଲାଙ୍ଗୀରକୁ ୧୮୫, ବୌଦ୍ଧ ୧୮୩, କଟକ ୧୮, ଦେବଗଡ଼ ୧, ଢେଙ୍କାନାଳ ୭୦, ଗଜପତି ୧୧୧, ଗଞ୍ଜାମ ୪୪, ଜଗତ୍‌ସିଂହପୁର ୬, ଯାଜପୁର ୧୬, ଝାରସୁଗୁଡ଼ା ୨୦, କଳାହାଣ୍ଡି ୨୦୯, କେନ୍ଦ୍ରାପଡ଼ା ୧୧୯, କେନ୍ଦୁଝର ୧୭୧, ଖୋର୍ଦ୍ଧା ୧୩, କୋରାପୁଟ ୩୩୮, ମାଲକାନଗିରି ୧୫୪, ମୟୂରଭଞ୍ଜ ୯୭୨, ନବରଙ୍ଗପୁର ୨୬୧, ନୟାଗଡ଼ ୫୪, ନୂଆପଡ଼ା ୨୬୫, ପୁରୀ ୫୨, ରାୟଗଡ଼ା ୧୧୭, ସମ୍ବଲପୁର ୨୮, ସୋନପୁର ୨୮ ଏବଂ ସୁନ୍ଦରଗଡ଼ ପାଇଁ ଦୈନିକ ୧୧୫ଟି ଘର କାର୍ଯ୍ୟ ଶେଷ କରିବାକୁ ଟାର୍ଗେଟ ଦିଆଯାଇଛି।
ସୁଦ୍ଧା ମୟୂରଭଞ୍ଜରେ ସର୍ବାଧିକ ୪୦ହଜାର ୮୨୧ ଆବାସ ଟାର୍ଗେଟ ଦିଆଯାଇଥିବାବେଳେ ଭଦ୍ରକକୁ ୧୬ ହଜାର ୭୪୨ ପକ୍କା ଘର, ନୂଆପଡ଼ାକୁ ୧୧ ହଜାର ୧୩୧, ନବରଙ୍ଗପୁରକୁ ୧୦ ହଜାର ୯୪୯, କୋରାପୁଟକୁ ୧୪ ହଜାର ୧୯୩, ବଲାଙ୍ଗୀରକୁ ୭ ହଜାର ୭୫୭, ବାଲେଶ୍ୱରକୁ ୮ ହଜାର ୪୧୦ ପକ୍କା ଘର ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri