ଡଅଁର ପଞ୍ଚାୟତରେ ଲୋକାୟୁକ୍ତଙ୍କ ଟିମ୍‌ : ତଦନ୍ତ ଆରମ୍ଭ

ହାଟଡିହୀ,୨।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡଅଁର ପଞ୍ଚାୟତରେ ସରକାରୀ ଅନୁଦାନ ଆତ୍ମସାତ ହୋଇଥିବା ନେଇ ଓଡ଼ିଶା ଲୋକୟୁକ୍ତଙ୍କ ତଦନ୍ତକାରୀ ଦଳ ଶୁକ୍ରବାର ପଞ୍ଚାୟତରେ ପହଞ୍ଚି ତଦନ୍ତ ଆରମ୍ଭ କରଛି। ୨ ଜଣିଆ ତଦନ୍ତକାରୀ ଦଳରେ ଡେପୁଟି ଡାଇରେକ୍ଟର(ଫରେଷ୍ଟ)ସସ୍ମିତା ଲେଙ୍କା ଏବଂ ଅନ୍ୟ ଜଣେ ସାମିଲ ଅଛନ୍ତି । ଉକ୍ତ ଟିମ୍‌ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ବିଭିନ୍ନ ରେକର୍ଡପତ୍ର ଯାଞ୍ଚ କରିବା ପରେ ଚାଷଖଣ୍ଡ ଗ୍ରାମକୁ ଯାଇଥିଲେ। ସରକାରୀ ଆବାସଗୃହ ପାଇଥିବା ହିତାଧିକାରୀଙ୍କ ଘରବୁଲି ଦେଖିବା ସହ ବିଭିନ୍ନ ବିଷୟରେ ପଚରାଉଚରା କରିଥିଲେ। ଉକ୍ତ ଟିମ୍‌ ସହ ପିଇଓ ରମେଶ ମାଝି,  ନରହରି ନାୟକ, ଜିତେନ୍ଦ୍ର ଜେନା, ଉମାକାନ୍ତ ସା, ବିଡ଼ିଓ ବିଚିତ୍ର କର,  ଜିଆରଏସ ବିନୟ ମଲିକ, ସରପଞ୍ଚ ଆରତୀ ଜେନା ପ୍ରମୁଖ ସାମିଲ ଥିଲେ। ଦୁଇ ଦିନ ଧରି ଏହି ତଦନ୍ତ ଚାଲିବ ବୋଲି ଲୋକାୟୁକ୍ତଙ୍କ କାର୍ଯ୍ୟାଳୟ ତରଫରୁ ବ୍ଲକକୁ ଜଣାଯାଇଛି।

ସୂଚନାଯୋଗ୍ୟ, ପୂର୍ବତନ ସରପଞ୍ଚ ହିସି ହେମ୍ବ୍ରମ ପଞ୍ଚାୟତରେ ଭତ୍ତା, ଏସ୍‌ଏଫସି, ସିଏଫସି, ପ୍ରଧାନମନ୍ତ୍ରୀ ଆବାସ ଅନୁଦାନ ଆତ୍ମସାତ ହୋଇଥିବା ନେଇ ଅଭିଯୋଗ କରିଥିଲେ ।