ଭିନ୍ନ ରୂପ ନେଲା ଆବାସ ଚୋରି ଘଟଣା: ୪ ହିତାଧିକାରୀଙ୍କ ନାଁରେ ଥାନାରେ ଅଭିଯୋଗ

ବିଞ୍ଝାରପୁର,୨୮ା୪(ଡି.ଏନ.ଏ.): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅଧୀନ କଏଣା-ରଘୁନାଥପୁର ପଞ୍ଚାୟତରେ ଆବାସ ଚୋରି ଘଟଣା ଭିନ୍ନରୂପ ନେଇଛି। ଆବାସ ପାଇଥିବା ୪ ହିତାଧିକାରୀଙ୍କ ନାଁରେ ବିଡିଓ ବିଞ୍ଝାରପୁର ଥାନାରେ ଅଭିଯୋଗ କରିଥିବାବେଳେ ହିତାଧିକାରୀମାନେ ବିଜେଡିର ପଞ୍ଚାୟତ ସଭାପତିଙ୍କ ନାଁରେ ପୃଥକ୍‌ଭାବେ ୩ଟି ଅଭିଯୋଗ କରିଛନ୍ତି। ବିଞ୍ଝାରପୁର ଆଇଆଇସି ରଞ୍ଜିତ ମହାନ୍ତି ବିଡିଓ ଏବଂ ହିତାଧିକାରୀଙ୍କ ଅଭିଯୋଗକୁ ଆଧାରକରୀ ହିତାଧିକାରୀ ଭରତ ଚନ୍ଦ୍ର ଯେନା, ସାବିତ୍ରୀ ବେହେରା, ବିଷ୍ଣୁ ବେହେରା ଓ ବିଜେଡିର ପଞ୍ଚାୟତ ସଭାପତି ସୁମାନସ ପଣ୍ଡାଙ୍କୁ ଡାକି ତଦନ୍ତ କରିଛନ୍ତି।
କଏଣା-ରଘୁନାଥପୁର ପଞ୍ଚାୟତରେ ୯ ଯୋଗ୍ୟ ହିତାଧିକାରୀଙ୍କ ନାମରେ ପଞ୍ଚାୟତର ଅନ୍ୟ ୯ ଅଯୋଗ୍ୟ ହିତାଧିକାରୀ ଆବାସ ଚୋରି କରିନେଇଥିଲେ। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଜିଲା ପ୍ରଶାସନ ତଦନ୍ତ ଆରମ୍ଭ କରିବା ସହ ବିଡିଓଙ୍କ ଉପରେ ଚାପ ସୃଷ୍ଟି କରିଥିଲା। ପ୍ରଥମ ପର୍ଯ୍ୟାୟରେ ବିଡିଓ ମିନତି ଜଗଦ୍ଦେବ ତଦନ୍ତକରି ଗୀତା ପାଣ୍ଡବ ନାମକ ଜଣେ ୬୬ ବର୍ଷୀୟା ଭିକାରୁଣୀଙ୍କ ନାଁରେ ଆବାସ ଅର୍ଥ ହଡ଼ପ କରିଥିବା ପ୍ରାକ୍ତନ ଜିଲାପରିଷଦ ସଭ୍ୟ ତଥା ବିଜେଡିର ପଞ୍ଚାୟତ ସଭାପତି ସୁମାନସ ପଣ୍ଡାଙ୍କଠାରୁ ଦେଢ଼ଲକ୍ଷ ଟଙ୍କା ଆଦାୟ କରିବାସହ ହଡ଼ପ ଅର୍ଥ ଫେରାଇବାକୁ ପଞ୍ଚାୟତର ଅନ୍ୟ ୮ଜଣଙ୍କୁ ଚିଠି କରିଥିଲେ। ସେଥିମଧ୍ୟରୁ ୪ ଅଯୋଗ୍ୟ ହିତାଧିକାରୀ କିଛିକିଛି ଅର୍ଥ ଫେରସ୍ତ କରିଥିବାବେଳେ ଅନ୍ୟ ୪ ହିତାଧିକାରୀ ଅର୍ଥ ଫେରାଇ ନ ଥିଲେ। ତେଣୁ ଅର୍ଥ ଫେରାଇ ନ ଥିବା ୪ ହିତାଧିକାରୀଙ୍କ ନାମରେ ବିଡିଓ ଥାନାରେ ଅଭିଯୋଗ କରିଥିଲେ।
ସେହିପରି ହିତାଧିକାରୀମାନେ ପଞ୍ଚାୟତ ସଭାପତି ପଣ୍ଡାଙ୍କ ନାମରେ ଦେଇଥିବା ଅଭିଯୋଗରେ ଦର୍ଶାଇଛନ୍ତିଯେ, ସେମାନେ ଗରିବ ଦିନ ମଜୁରିଆ। ସେମାନଙ୍କ ମାଟି ଘର ଥିଲେ ମଧ୍ୟ ଏସିସି ତାଲିକାରେ ନାମ ନ ଥିବାରୁ ଘର ମିଳି ନ ଥିଲା। ୩ବର୍ଷ ପୂର୍ବେ ଦିନେ ହଠାତ ବିଜେଡିର ପଞ୍ଚାୟତ ସଭାପତି ପଣ୍ଡା ଉପରୋକ୍ତ ହିତାଧିକାରୀଙ୍କୁ କହିଥିଲେଯେ, ତୁମେମାନେ ଦଳୀୟ ଲୋକ ହୋଇଥିଲେ ମଧ୍ୟ ଆବାସ ଯୋଜନାରେ ଘର ପାଇନ। ମୁଁ ବ୍ଲକରେ କଥା ହୋଇଛି ତୁମମାନଙ୍କୁ ଘର ମିଳିବ। ସେଥିପାଇଁ ପଣ୍ଡା ସମସ୍ତ ହିତାଧିକାରୀଙ୍କଠାରୁ ଜମିର କବଲା ସାଙ୍ଗରେ ୪୦ ହଜାର ଲେଖା ଟଙ୍କା ହାତଗୁଞ୍ଜା ନେଇଥିଲେ। ପରବର୍ତ୍ତୀ ସମୟରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପ୍ରଥମ କିସ୍ତିରେ ୨୦ ହଜାର, ଦ୍ୱିତୀୟ କିସ୍ତିରେ ୩୫, ତୃତୀୟ କିସ୍ତିରେ ୪୫ ଓ ଚତୁର୍ଥ କିସ୍ତିରେ ୩୦ ହଜାର ଟଙ୍କା ଆସିଥିଲା। ହିତାଧିକାରୀମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ଘରକାମ କରିଥିଲେ। ବ୍ଲକରୁ ଅଧିକାରୀ ଆସି ତଦନ୍ତ କରିଥିଲେ। ନିର୍ମାଣାଧୀନ ଘର ସହିତ ହିତାଧିକାରୀଙ୍କ ଫଟୋ ନେଇଥିଲେ। ଶେଷରେ ସରକାରଙ୍କ ନିୟମ ଅନୁଯାୟୀ ପୁରସ୍କାର ରାଶି ବାବଦକୁ ୨୦ ହଜାର ଟଙ୍କା ପାଇଥିଲେ। ଏବେ ବିଡିଓ ଜଗଦ୍ଦେବ ସେମାନଙ୍କୁ ଚିଠି କରି ଟଙ୍କା ଫେରାଇବାକୁ କହୁଛନ୍ତି। ସେ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଭୁଲ ବଶତଃ ତୁମମାନଙ୍କ ବ୍ୟାଙ୍କ ଖାତାକୁ ଅନ୍ୟ ଲୋକଙ୍କ ଟଙ୍କା ଚାଲିଆସିଥିଲା। ତେଣୁ ସେ ସେ ଟଙ୍କାକୁ ଫେରାଇବାକୁ ବିଡିଓ ବାଧ୍ୟ କରୁଛନ୍ତି ବୋଲି ହିତାଧିକାରୀମାନେ କହିଛନ୍ତି। ତେବେ ସେମାନେ ଅତ୍ୟନ୍ତ ଗରିବ ଲୋକ ହୋଇଥିଲାବେଳେ ଟଙ୍କା କେଉଁଠୁ ଆଣିବେ ବୋଲି କହିବା ସହ ବିଡିଓ କିପରି ବିଲ କରୁଥିଲେ ବୋଲି ଓଲଟା ପ୍ରଶ୍ନ କରିଛନ୍ତି। ଏ ସମ୍ପର୍କରେ ଆଇଆଇସି ମହାନ୍ତିଙ୍କୁ ପଚାରିବାରୁ ସେ କହିଛନ୍ତି, ଉଭୟ ପକ୍ଷ ବିଡିଓଙ୍କ ନିକଟକୁ ଯାଇ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବେ। ଅନ୍ୟପକ୍ଷରେ ଏହି ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri