ଦରଦୀ ମଣିଷ ଧ୍ୟାନଚାନ୍ଦ

ଅପୂର୍ବ କ୍ରୀଡ଼ା ଦକ୍ଷତା ସହ ଦୟା, ପରୋପକାର ଏବଂ ସହୃଦୟତା ଆଦି ଅନେକ ଗୁଣ ଧ୍ୟାନଚାନ୍ଦଙ୍କଠାରେ ଭରି ରହିଥିଲା। ନିଜର ସରଳ ନିଷ୍କପଟତା ଏବଂ ସତ୍ୟବାଦିତା ଗୁଣ ଯୋଗୁ ସାମାଜିକ ଜୀବନରେ ଅନେକବାର ସେ ପ୍ରତାରିତ ହୋଇଥିଲେ ହେଁ ନିଜ ଜୀବନାଦର୍ଶରୁ ତିଳେ ବି ବିଚ୍ୟୁତ ହୋଇ ନ ଥିଲେ…

ଆଜି ହେଉଛି ଜାତୀୟ କ୍ରୀଡ଼ା ଦିବସ। ପ୍ରତ୍ୟେକ କ୍ରୀଡ଼ାବିତ୍‌ ଏବଂ ଖେଳକୁ ଭଲ ପାଉଥିବା ସମସ୍ତଙ୍କ ପାଇଁ ଏକ ପବିତ୍ର ଦିନ। ଅପୂର୍ବ ଷ୍ଟିକ୍‌ ଚାଳନା, କ୍ଷୀପ୍ରଗତି ଏବଂ ସବୁ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇ ଗୋଲ ଦେବାର ଦକ୍ଷତା ଯୋଗୁ ହକିର ଯାଦୁକର ଆଖ୍ୟା ପାଇଥିଲେ ଧ୍ୟାନଚାନ୍ଦ। ପଡିଆରେ ତାଙ୍କର ଅଦ୍ଭୂତ କ୍ରୀଡାନୈପୁଣ୍ୟ ଅନେକଙ୍କୁ ଆଶ୍ଚର୍ଯ୍ୟ କରିବା ସହ ସନ୍ଦେହରେ ପକାଇଥିଲା, ଯଦ୍ଦ୍ବାରା ଖେଳ ମଝିରେ ତାଙ୍କ ଷ୍ଟିକ୍‌କୁ ପରିବର୍ତ୍ତନ କରାଯାଇଥିଲା। କ୍ରୀଡ଼ା ଦକ୍ଷତା ବାଦ୍‌ ସେ ଯେ ଜଣେ ନିଚ୍ଛକ ଭଲ ମଣିଷ ଥିଲେ ତାହା ହୁଏତ ଅନେଙ୍କୁ ଅଜଣା ଥିବ। ଧ୍ୟାନଚାନ୍ଦଙ୍କର ବିଷୟ ଆଲୋଚନା କଲାବେଳେ ସ୍ବତଃ ତାଙ୍କର ଶାନ୍ତ ସୌମ୍ୟ ଚେହେରା ମନକୁ ଆସେ। ପିତା ସୋମେଶ୍ୱର ସିଂ ସେନାରେ କାର୍ଯ୍ୟରତ ଥିବାରୁ ମା’ ଶ୍ୟାମା ଦେବୀ ନିଜର ସାତ ସନ୍ତାନ ( ୪ଝିଅ ଓ ୩ପୁଅ)ଙ୍କୁ ଉତ୍ତମ ସଂସ୍କାରର ସହ ପ୍ରତିପାଳନ କରିଥିଲେ। ସବୁ ଭାଇ ଭଉଣୀଙ୍କ ମଧ୍ୟରେ ଧ୍ୟାନଚାନ୍ଦ ଥିଲେ ଶାନ୍ତ, ନିରୀହ ମିତଭାଷୀ ଏବଂ ଲାଜକୁଳା। ଏହି ସମସ୍ତ ଗୁଣ ଆଜୀବନ ତାଙ୍କ ସହିତ ରହିଥିଲା। ଅପୂର୍ବ କ୍ରୀଡ଼ା ଦକ୍ଷତା ସହ ଦୟା, ପରୋପକାର ଏବଂ ସହୃଦୟତା ଆଦି ଅନେକ ଗୁଣ ତାଙ୍କଠାରେ ଭରି ରହିଥିଲା। ନିଜର ସରଳ ନିଷ୍କପଟ ଏବଂ ସତ୍ୟବାଦିତା ଗୁଣ ଯୋଗୁ ସାମାଜିକ ଜୀବନରେ ଅନେକବାର ସେ ପ୍ରତାରଣାର ଶିକାର ହୋଇଛନ୍ତି। କିନ୍ତୁ ନିଜର ସ୍ବଭାବ ଓ ଜୀବନାଦର୍ଶରୁ ତିଳେ ବି ବିଚ୍ୟୁତ ହୋଇନାହାନ୍ତି। ବରଂ ପ୍ରତାରିତ କରିଥିବା ବ୍ୟକ୍ତିକୁ ସେ ପରବର୍ତ୍ତୀ ସମୟରେ କ୍ଷମା କରି ଦେଇଛନ୍ତି। କାରଣ ସେ ପ୍ରତିଶୋଧ ଅପେକ୍ଷା କ୍ଷମାକୁ ପସନ୍ଦ କରୁଥିଲେ।
ଯୌଥ ପରିବାରର ପକ୍ଷପାତୀ ଥିଲେ। ସାତ ପୁତ୍ର, ଚାରି କନ୍ୟାଙ୍କ ସହିତ ତାଙ୍କର ବଡ଼ଭାଇ ମୂଲ୍‌ ସିଂ ଏବଂ ଜଣେ ଭଉଣୀଙ୍କ ପୂରା ପରିବାର ତାଙ୍କ ଝାନ୍‌ସୀସ୍ଥିତ ଘରେ ଏକତ୍ର ବସବାସ କରୁଥିଲେ। ଧ୍ୟାନଚାନ୍ଦ ନିଜ ଘରେ ଏକ ଉତ୍ତମ ସୈନିକ ଅନୁରୂପ ଅନୁଶାସନ ଓ ଶୃଙ୍ଖଳାକୁ ଗୁରୁତ୍ୱ ଦେଉଥିଲେ। କିନ୍ତୁ ତାଙ୍କର ଶୃଙ୍ଖଳିତ ବାହ୍ୟ ଆବରଣ ତଳେ ଏକ କୋମଳ ହୃଦୟ ଛପି ରହିଥିଲା। ନିଜର ପୁଅମାନଙ୍କ ତୁଳନାରେ ସେ ବୋହୂମାନଙ୍କ ପ୍ରତି ଅତ୍ୟନ୍ତ ଦୟାର୍ଦ ଥିଲେ। ସେ ସର୍ବଦା ବୋହୂମାନଙ୍କୁ ଯନତ୍ରେ ରଖିବାକୁ ପରାମର୍ଶ ଦେଉଥିଲେ।
ଧ୍ୟାନଚାନ୍ଦ ତାଙ୍କ ସାନଭାଇ ରୂପ୍‌ ସିଂଙ୍କୁ ବହୁତ ଭଲ ପାଉଥିଲେ। ସେମାନେ ଦୁଇ ଶରୀର ହେଲେ ମଧ୍ୟ ଆତ୍ମା ଥିଲା ଏକ। କାଳକ୍ରମେ ରୂପ ସିଂ ଜଣେ ପ୍ରସିଦ୍ଧ ହକି ଖେଳାଳିରେ ପରିଣତ ହେଲେ। ୧୯୭୭ ଡିସେମ୍ବର ୧୬ରେ ତାଙ୍କର ଅଚାନକ ପରଲୋକ ହୋଇଗଲା। ଧ୍ୟାନଚାନ୍ଦ ନିଜର ପ୍ରିୟ ଭାଇର ଅକାଳ ମୃତ୍ୟୁରେ ଭାଙ୍ଗି ପଡ଼ିଲେ ଓ ଶେଷରେ ତାହାହିଁ ତାଙ୍କ ତିରୋଧାନର କାରଣ ହେଲା।
ଖେଳ ପଡ଼ିଆରେ ଧ୍ୟାନଚାନ୍ଦ ଅତ୍ୟନ୍ତ ଶାନ୍ତ ଏବଂ ସ୍ଥିର ରହୁଥିଲେ। ”ଦି ଉଇଜାର୍ଡ“ ନାମକ ପୁସ୍ତକରେ ଅରୁଣ ଯୁଗମ୍‌ ଏକ ଘଟଣାର ଅବତାରଣା କରିବାକୁ ଯାଇ ଲେଖିଛନ୍ତି- ୧୯୩୬ ବର୍ଲିନ୍‌ ଅଲିମ୍ପିକ୍ସର ଫାଇନାଲ୍‌ରେ ଭାରତ ୬ ଗୋଲରେ ଆଗୁଆ ଥାଏ।ଜର୍ମାନୀ ଗୋଲ୍‌ ରକ୍ଷକ ଧ୍ୟାନଚାନ୍ଦଙ୍କୁ ମରଣାନ୍ତକ ଆକ୍ରମଣ କଲେ, ଯଦ୍ଦ୍ବାରାକି ତାଙ୍କର ଗୋଟିଏ ଦାନ୍ତ ଭାଙ୍ଗିଗଲା। ଚିକିତ୍ସା ପରେ ଯେତେବେଳେ ସେ ପଡ଼ିଆକୁ ଫେରିଲେ ସେତେବେଳେ ରାଗି ନ ଯାଇ ବିନମ୍ରତା ଓ ସଂଯମତା ଦେଖାଇଥିଲେ। ଏଥିରୁ ତାଙ୍କର ମହାନତା ବାରି ହୋଇପଡ଼େ। ବିଶ୍ୱଯୁଦ୍ଧର ଘନଘଟା ଛାଇ ନ ଥିଲେ ଧ୍ୟାନଚାନ୍ଦ ଯେ ଆହୁରି କେତେ ଉପଲବ୍ଧି ହାସଲ କରିଥାନ୍ତେ ତାହା ଅନୁମେୟ। ସେ ସର୍ବଦା କହୁଥିଲେ ମୁଁ ଜଣେ ସୈନିକ। ସୈନିକର କାର୍ଯ୍ୟ ହେଲା ଦେଶ ହିତରେ ଜୀବନକୁ ଉତ୍ସର୍ଗ କରିବା। ମୋ ପାଇଁ ଦେଶ ବଡ଼। ବାକି ସବୁ ପଛ। ସେଥିପାଇଁ ସେ ଜର୍ମାନୀର ତତ୍‌କାଳୀନ ଏକଛତ୍ରବାଦି ଶାସକ ହିଟ୍‌ଲର୍‌ଙ୍କ ଦ୍ୱାରା ଜର୍ମାନ ସେନାର ଜେନେରାଲ ପ୍ରସ୍ତାବକୁ ଆଡ଼େଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜ ପ୍ରଣାଳୀରେ ବଡ଼ ଗେମ୍‌ ଖେଳିବ ଭାରତ, ବାଧା ସୃଷ୍ଟି କରିପାରିବେନି ଆମେରିକା-ଇରାନ, ଧଡ଼ାଧଡ଼ ଆସିବ…

ନୂଆଦିଲ୍ଲୀ,୯।୪: ଇରାନ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଭାରତ ଉପସାଗରୀୟ ଅଞ୍ଚଳରେ ଫସି ରହିଥିବା ଏହାର ଜାହାଜ ଏବଂ ନାବିକମାନଙ୍କୁ ସୁରକ୍ଷିତ ଭାବରେ…

ତେଲଙ୍ଗାନାରେ ବର୍ବରତାର ସୀମାପାର୍, ଅଙ୍ଗନୱାଡି ଶିକ୍ଷୟିତ୍ରୀଙ୍କୁ ଗଛରେ ବାନ୍ଧି….

ହାଇଦ୍ରାବାଦ,୯।୪: ତେଲଙ୍ଗାନା ସଙ୍ଗାରେଡ୍ଡି ଜିଲାର କାଙ୍ଗଟି ମଣ୍ଡଳରେ ଅବସ୍ଥିତ ରାସୋଲ ଗାଁରୁ ଅମାନବୀୟ ଘଟଣା ସାମ୍ନାକୁ ଆସିଛି, ଯାହା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।…

ସତ ହେଲା ଭାରତର କଥା: ଇରାନ ଯୁଦ୍ଧରେ ଦଲାଲ ବାହାରିଲା ପାକିସ୍ତାନ!

ଓ୍ବାଶିଂଟନ୍‌,୯।୪: ପାକିସ୍ତାନ ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ସମ୍ପର୍କରେ ନିଜକୁ ଏକ ଶାନ୍ତି ଦୂତ ଭାବରେ ଉପସ୍ଥାପନ କରୁଛି। ଏହା ଶାନ୍ତି ଆଲୋଚନା ଆୟୋଜନ କରିବା…

ବିବାହ ଭୋଜିରୁ ଫେରୁଥିବାବେଳେ ଅଘଟଣ: ଜଣେ ମୃତ,୨ ଗୁରୁତର

ମୁନିଗୁଡ଼ା,୯।୪ (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ଲିଟିଗୁଡା ଛକ ନିକଟରେ ଗୁରୁବାର ଦୁଇ ବାଇକ ମୁହାମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ଜଣକର ମୃତ…

ବିଳମ୍ବିତ ରାତିରେ ପୂଜା ପାଆନ୍ତି ମା’ ରକ୍ଷାକାଳୀ, ୬୮ ବର୍ଷ ପୂର୍ବେ ଲୋକେ…

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ୧୯୪୯, ୫୦, ୫୧ ଓ ୫୨ ମସିହାଠାରୁ ଅନେକ ବଙ୍ଗୀୟ ଶରଣାର୍ଥୀ ପରିବାରଙ୍କୁ ଉଭୟ କେନ୍ଦ୍ର…

ପାକିସ୍ତାନର ଗୁମର ଖୋଲିଦେଲେ ଇସ୍ରାଏଲ ରାଷ୍ଟ୍ରଦୂତ: ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ,୯।୪: ଦୁଇ ସପ୍ତାହର ଅସ୍ତ୍ରବିରତି ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଚୁକ୍ତି ହୋଇଛି। ପାକିସ୍ତାନ ସଂଘର୍ଷ ବନ୍ଦ କରିବାର ଶ୍ରେୟ ଦାବି କରୁଛି। ଏହି…

ଟଳିନି ବିପଦ: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ଜାହାଜଗୁଡିକୁ ବଡ଼ ଚେତାବନୀ ଦେଲା ଇରାନ

ତେହରାନ୍‌,୯।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ପରିବହନ କରୁଥିବା ଜାହାଜଗୁଡ଼ିକ ପାଇଁ ନୂତନ ନାଭିଗେଶନ ପରାମର୍ଶ ଜାରି କରିଛି, ଖଣି ବିପଦକୁ ଦୃଷ୍ଟିରେ ରଖି, ଜାହାଜଗୁଡ଼ିକୁ ବିକଳ୍ପ…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri