ଦରଦୀ ମଣିଷ ଧ୍ୟାନଚାନ୍ଦ

ଅପୂର୍ବ କ୍ରୀଡ଼ା ଦକ୍ଷତା ସହ ଦୟା, ପରୋପକାର ଏବଂ ସହୃଦୟତା ଆଦି ଅନେକ ଗୁଣ ଧ୍ୟାନଚାନ୍ଦଙ୍କଠାରେ ଭରି ରହିଥିଲା। ନିଜର ସରଳ ନିଷ୍କପଟତା ଏବଂ ସତ୍ୟବାଦିତା ଗୁଣ ଯୋଗୁ ସାମାଜିକ ଜୀବନରେ ଅନେକବାର ସେ ପ୍ରତାରିତ ହୋଇଥିଲେ ହେଁ ନିଜ ଜୀବନାଦର୍ଶରୁ ତିଳେ ବି ବିଚ୍ୟୁତ ହୋଇ ନ ଥିଲେ…

ଆଜି ହେଉଛି ଜାତୀୟ କ୍ରୀଡ଼ା ଦିବସ। ପ୍ରତ୍ୟେକ କ୍ରୀଡ଼ାବିତ୍‌ ଏବଂ ଖେଳକୁ ଭଲ ପାଉଥିବା ସମସ୍ତଙ୍କ ପାଇଁ ଏକ ପବିତ୍ର ଦିନ। ଅପୂର୍ବ ଷ୍ଟିକ୍‌ ଚାଳନା, କ୍ଷୀପ୍ରଗତି ଏବଂ ସବୁ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇ ଗୋଲ ଦେବାର ଦକ୍ଷତା ଯୋଗୁ ହକିର ଯାଦୁକର ଆଖ୍ୟା ପାଇଥିଲେ ଧ୍ୟାନଚାନ୍ଦ। ପଡିଆରେ ତାଙ୍କର ଅଦ୍ଭୂତ କ୍ରୀଡାନୈପୁଣ୍ୟ ଅନେକଙ୍କୁ ଆଶ୍ଚର୍ଯ୍ୟ କରିବା ସହ ସନ୍ଦେହରେ ପକାଇଥିଲା, ଯଦ୍ଦ୍ବାରା ଖେଳ ମଝିରେ ତାଙ୍କ ଷ୍ଟିକ୍‌କୁ ପରିବର୍ତ୍ତନ କରାଯାଇଥିଲା। କ୍ରୀଡ଼ା ଦକ୍ଷତା ବାଦ୍‌ ସେ ଯେ ଜଣେ ନିଚ୍ଛକ ଭଲ ମଣିଷ ଥିଲେ ତାହା ହୁଏତ ଅନେଙ୍କୁ ଅଜଣା ଥିବ। ଧ୍ୟାନଚାନ୍ଦଙ୍କର ବିଷୟ ଆଲୋଚନା କଲାବେଳେ ସ୍ବତଃ ତାଙ୍କର ଶାନ୍ତ ସୌମ୍ୟ ଚେହେରା ମନକୁ ଆସେ। ପିତା ସୋମେଶ୍ୱର ସିଂ ସେନାରେ କାର୍ଯ୍ୟରତ ଥିବାରୁ ମା’ ଶ୍ୟାମା ଦେବୀ ନିଜର ସାତ ସନ୍ତାନ ( ୪ଝିଅ ଓ ୩ପୁଅ)ଙ୍କୁ ଉତ୍ତମ ସଂସ୍କାରର ସହ ପ୍ରତିପାଳନ କରିଥିଲେ। ସବୁ ଭାଇ ଭଉଣୀଙ୍କ ମଧ୍ୟରେ ଧ୍ୟାନଚାନ୍ଦ ଥିଲେ ଶାନ୍ତ, ନିରୀହ ମିତଭାଷୀ ଏବଂ ଲାଜକୁଳା। ଏହି ସମସ୍ତ ଗୁଣ ଆଜୀବନ ତାଙ୍କ ସହିତ ରହିଥିଲା। ଅପୂର୍ବ କ୍ରୀଡ଼ା ଦକ୍ଷତା ସହ ଦୟା, ପରୋପକାର ଏବଂ ସହୃଦୟତା ଆଦି ଅନେକ ଗୁଣ ତାଙ୍କଠାରେ ଭରି ରହିଥିଲା। ନିଜର ସରଳ ନିଷ୍କପଟ ଏବଂ ସତ୍ୟବାଦିତା ଗୁଣ ଯୋଗୁ ସାମାଜିକ ଜୀବନରେ ଅନେକବାର ସେ ପ୍ରତାରଣାର ଶିକାର ହୋଇଛନ୍ତି। କିନ୍ତୁ ନିଜର ସ୍ବଭାବ ଓ ଜୀବନାଦର୍ଶରୁ ତିଳେ ବି ବିଚ୍ୟୁତ ହୋଇନାହାନ୍ତି। ବରଂ ପ୍ରତାରିତ କରିଥିବା ବ୍ୟକ୍ତିକୁ ସେ ପରବର୍ତ୍ତୀ ସମୟରେ କ୍ଷମା କରି ଦେଇଛନ୍ତି। କାରଣ ସେ ପ୍ରତିଶୋଧ ଅପେକ୍ଷା କ୍ଷମାକୁ ପସନ୍ଦ କରୁଥିଲେ।
ଯୌଥ ପରିବାରର ପକ୍ଷପାତୀ ଥିଲେ। ସାତ ପୁତ୍ର, ଚାରି କନ୍ୟାଙ୍କ ସହିତ ତାଙ୍କର ବଡ଼ଭାଇ ମୂଲ୍‌ ସିଂ ଏବଂ ଜଣେ ଭଉଣୀଙ୍କ ପୂରା ପରିବାର ତାଙ୍କ ଝାନ୍‌ସୀସ୍ଥିତ ଘରେ ଏକତ୍ର ବସବାସ କରୁଥିଲେ। ଧ୍ୟାନଚାନ୍ଦ ନିଜ ଘରେ ଏକ ଉତ୍ତମ ସୈନିକ ଅନୁରୂପ ଅନୁଶାସନ ଓ ଶୃଙ୍ଖଳାକୁ ଗୁରୁତ୍ୱ ଦେଉଥିଲେ। କିନ୍ତୁ ତାଙ୍କର ଶୃଙ୍ଖଳିତ ବାହ୍ୟ ଆବରଣ ତଳେ ଏକ କୋମଳ ହୃଦୟ ଛପି ରହିଥିଲା। ନିଜର ପୁଅମାନଙ୍କ ତୁଳନାରେ ସେ ବୋହୂମାନଙ୍କ ପ୍ରତି ଅତ୍ୟନ୍ତ ଦୟାର୍ଦ ଥିଲେ। ସେ ସର୍ବଦା ବୋହୂମାନଙ୍କୁ ଯନତ୍ରେ ରଖିବାକୁ ପରାମର୍ଶ ଦେଉଥିଲେ।
ଧ୍ୟାନଚାନ୍ଦ ତାଙ୍କ ସାନଭାଇ ରୂପ୍‌ ସିଂଙ୍କୁ ବହୁତ ଭଲ ପାଉଥିଲେ। ସେମାନେ ଦୁଇ ଶରୀର ହେଲେ ମଧ୍ୟ ଆତ୍ମା ଥିଲା ଏକ। କାଳକ୍ରମେ ରୂପ ସିଂ ଜଣେ ପ୍ରସିଦ୍ଧ ହକି ଖେଳାଳିରେ ପରିଣତ ହେଲେ। ୧୯୭୭ ଡିସେମ୍ବର ୧୬ରେ ତାଙ୍କର ଅଚାନକ ପରଲୋକ ହୋଇଗଲା। ଧ୍ୟାନଚାନ୍ଦ ନିଜର ପ୍ରିୟ ଭାଇର ଅକାଳ ମୃତ୍ୟୁରେ ଭାଙ୍ଗି ପଡ଼ିଲେ ଓ ଶେଷରେ ତାହାହିଁ ତାଙ୍କ ତିରୋଧାନର କାରଣ ହେଲା।
ଖେଳ ପଡ଼ିଆରେ ଧ୍ୟାନଚାନ୍ଦ ଅତ୍ୟନ୍ତ ଶାନ୍ତ ଏବଂ ସ୍ଥିର ରହୁଥିଲେ। ”ଦି ଉଇଜାର୍ଡ“ ନାମକ ପୁସ୍ତକରେ ଅରୁଣ ଯୁଗମ୍‌ ଏକ ଘଟଣାର ଅବତାରଣା କରିବାକୁ ଯାଇ ଲେଖିଛନ୍ତି- ୧୯୩୬ ବର୍ଲିନ୍‌ ଅଲିମ୍ପିକ୍ସର ଫାଇନାଲ୍‌ରେ ଭାରତ ୬ ଗୋଲରେ ଆଗୁଆ ଥାଏ।ଜର୍ମାନୀ ଗୋଲ୍‌ ରକ୍ଷକ ଧ୍ୟାନଚାନ୍ଦଙ୍କୁ ମରଣାନ୍ତକ ଆକ୍ରମଣ କଲେ, ଯଦ୍ଦ୍ବାରାକି ତାଙ୍କର ଗୋଟିଏ ଦାନ୍ତ ଭାଙ୍ଗିଗଲା। ଚିକିତ୍ସା ପରେ ଯେତେବେଳେ ସେ ପଡ଼ିଆକୁ ଫେରିଲେ ସେତେବେଳେ ରାଗି ନ ଯାଇ ବିନମ୍ରତା ଓ ସଂଯମତା ଦେଖାଇଥିଲେ। ଏଥିରୁ ତାଙ୍କର ମହାନତା ବାରି ହୋଇପଡ଼େ। ବିଶ୍ୱଯୁଦ୍ଧର ଘନଘଟା ଛାଇ ନ ଥିଲେ ଧ୍ୟାନଚାନ୍ଦ ଯେ ଆହୁରି କେତେ ଉପଲବ୍ଧି ହାସଲ କରିଥାନ୍ତେ ତାହା ଅନୁମେୟ। ସେ ସର୍ବଦା କହୁଥିଲେ ମୁଁ ଜଣେ ସୈନିକ। ସୈନିକର କାର୍ଯ୍ୟ ହେଲା ଦେଶ ହିତରେ ଜୀବନକୁ ଉତ୍ସର୍ଗ କରିବା। ମୋ ପାଇଁ ଦେଶ ବଡ଼। ବାକି ସବୁ ପଛ। ସେଥିପାଇଁ ସେ ଜର୍ମାନୀର ତତ୍‌କାଳୀନ ଏକଛତ୍ରବାଦି ଶାସକ ହିଟ୍‌ଲର୍‌ଙ୍କ ଦ୍ୱାରା ଜର୍ମାନ ସେନାର ଜେନେରାଲ ପ୍ରସ୍ତାବକୁ ଆଡ଼େଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧୋନୀଙ୍କ ଟିମକୁ ଯିବା କଥା ଶୁଣି ବହିଲା ଲୁହର ଧାର, ୧୪.୨ କୋଟି ଟଙ୍କାରେ ନିଲାମ ଖବର…

ନୂଆଦିଲ୍ଲୀ,୧୬।୧୨: ଆଇପିଏଲ୍ ୨୦୨୬ ନିଲାମିରେ ମହେନ୍ଦ୍ର ସିଂ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍ ତଥା ୱିକେଟକିପର-ବ୍ୟାଟର୍ କାର୍ତ୍ତିକ ଶର୍ମାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK)...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

IPL ନିଲାମ: ଫିଟିଲା ଭାଗ୍ୟ, ତୃତୀୟ ରାଉଣ୍ଡରେ ପୃଥ୍ୱୀ ଶ’ଙ୍କୁ କିଣିଲା ଏହି ଟିମ୍

ଆବୁଧାବି,୧୬।୧୨: କ୍ୟାରିଅରରେ ବଡ଼ ଧରଣର ଅବନତି ଦେଇ ଗତି କରୁଥିବା ୨୬ ବର୍ଷୀୟ ମହାରାଷ୍ଟ୍ରର ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ଆଇପିଏଲ୍ ୨୦୨୬ ମିନି-ନିଲାମରେ ପୁଣି...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri