ପାଲେଷ୍ଟିନୀୟଙ୍କୁ ସମର୍ଥନ କଲା ଭାରତର ଏହି କମ୍ପାନୀ, କଲା ବଡ ଘୋଷଣା

କନ୍ନୁର,୨୧।୧୦: ଇସ୍ରାଏଲ ପୋଲିସ ପାଇଁ ୟୁନିଫର୍ମ ତିଆରି କରୁଥିବା କେରଳର ଏକ ଘରୋଇ କମ୍ପାନୀ ଯୁଦ୍ଧ ବନ୍ଦ ନ ହେବା ପର୍ଯ୍ୟନ୍ତ ନୂଆ ଅର୍ଡର ରଖିବ ନାହିଁ ବୋଲି ଘୋଷଣା କରିଛି। ଗାଜାରେ ଏକ ଡାକ୍ତରଖାନା ଉପରେ ବୋମା ବିସ୍ଫୋରଣ ପରେ କନ୍ନୁର ସ୍ଥିତ ମେରାଇନ ପୋଷାକ ପିଭି ଲିମିଟେଡ ଏହି ନିଷ୍ପତ୍ତି ନେଇଛି।

ଏ ସମ୍ପର୍କରେ କମ୍ପାନୀ ମାଲିକ ଥୋମାସ ଓଲିକାଲ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ସେ ଭିଡିଓରେ କହିଛନ୍ତି, ଯେପର୍ଯ୍ୟନ୍ତ ଗାଜାରେ ଯୁଦ୍ଧ ଜାରି ରହିବ ସେ ପର୍ଯ୍ୟନ୍ତ ଇସ୍ରାଏଲ ପକ୍ଷରୁ କୌଣସି ନୂଆ ଅର୍ଡର ଗ୍ରହଣ କରାଯିବ ନାହିଁ। ୨୦୧୫ରୁ ଆମେ ଇସ୍ରାଏଲ ପୋଲିସ ପାଇଁ ୟୁନିଫର୍ମ ପ୍ରସ୍ତୁତ କରୁଛୁ। ହମାସ ଆକ୍ରମଣ, ସାଧାରଣ ନାଗରିକଙ୍କ ହତ୍ୟା ଓ ଇସ୍ରାଏଲ ଦ୍ୱାରା ପ୍ରତିଶୋଧ ପରାୟଣ ହୋଇ ପାଲଟା ଆକ୍ରମଣକୁ ଆମେ ସମର୍ଥନ କରିବୁ ନାହିଁ।
୨୫ଲକ୍ଷରୁ ଅଧିକ ଲୋକଙ୍କୁ ଖାଦ୍ୟ ଏବଂ ଜଳରୁ ବଞ୍ଚିତ କରାଯାଇଛି। ଡାକ୍ତରଖାନା ଉପରେ ବୋମା ପକାଇବା ସହ ନିରୀହ ମହିଳା ଏବଂ ଶିଶୁଙ୍କୁ ହତ୍ୟା କରାଯାଇଛି। ଯାହାକୁ ଆମେ କଦାପି ଗ୍ରହଣ କରିପାରିବୁ ନାହିଁ। ଯୁଦ୍ଧ ସମାପ୍ତ ହୋଇ ଶାନ୍ତି ପ୍ରତିଷ୍ଠା ହେଉ ବୋଲି ଆମେ ଆଶା ରଖିଛୁ।

ଅନ୍ୟପଟେ କେରଳ ମୁଖ୍ୟମନ୍ତ୍ରୀ ପିନରାୟ ବିଜୟନ ପାଲିଷ୍ଟାନୀୟ କପୁଲଙ୍କୁ ଭେଟିଛନ୍ତି। ଇସ୍ରାଏଲ ଦ୍ୱାରା ହୋଇଥିବା ରକେଟ ମାଡରେ ତାଙ୍କ ପରିବାର ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୁଖ୍ୟମନ୍ତ୍ରୀ ତାଙ୍କୁ ଭେଟି ସମ୍ବେଦନା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପାଇଁ ‘ହୋର୍ମୁଜ ଦ୍ୱାର’ ଖୋଲିଲା ଇରାନ, ନିଭାଇଲା ବନ୍ଧୁତା, LPG ସଙ୍କଟରୁ ମିଳିବ ମୁକ୍ତି !

ନୂଆଦିଲ୍ଲୀ,୧୩।୩: ଦେଶରେ ରନ୍ଧନ ଗ୍ୟାସର ଅଭାବକୁ ନେଇ ଚିନ୍ତା ବଢୁଥିବା ବେଳେ ଇରାନ ଭାରତକୁ ବନ୍ଧୁତାର ହାତ ବଢ଼ାଇଛି। ହୋର୍ମୁଜ ଷ୍ଟ୍ରେଟ୍‌ରେ ଫସି ରହିଥିବା ଭାରତର ଦୁଇଟି…

ଯାତ୍ରୀଙ୍କୁ ‘ଇଣ୍ଡିଗୋ’ର ଝଟ୍‌କା: ବିମାନ ଟିକେଟ ଉପରେ ଲାଗିଲା ‘ଫ୍ୟୁଏଲ ସରଚାର୍ଜ’, ମାର୍ଚ୍ଚ ୧୪ରୁ…

ନୂଆଦିଲ୍ଲୀ,୧୩।୩: ବିଶ୍ୱ ବଜାରରେ ବିମାନ ଇନ୍ଧନ (ATF) ଦର ଅହେତୁକ ଭାବେ ବୃଦ୍ଧି ପାଇବା ପରେ ଇଣ୍ଡିଗୋ ନିଜର ଭଡ଼ା ବୃଦ୍ଧି କରିବା ନିଷ୍ପତ୍ତି ନେଇଛି। ପଶ୍ଚିମ…

IPL ୨୦୨୬ରୁ ବାଦ୍‌ ପଡ଼ିଲେ ହର୍ଷିତ ରାଣା, ତଥାପି ମିଳିବ ୪ କୋଟି; କାରଣ ଜାଣିଲେ… 

ନୂଆଦିଲ୍ଲୀ,୧୩।୩: ଆଇପିଏଲ୍‌ ୨୦୨୬ ଆରମ୍ଭ ହେବା ପୂର୍ବରୁ କୋଲକାତା ନାଇଟ୍‌ ରାଇଡର୍ସ (KKR)କୁ ଶକ୍ତ ଧକ୍କା ଲାଗିଛି। ଦଳର ତାରକା ଦ୍ରୁତ ବୋଲର ହର୍ଷିତ ରାଣା ଆହତ…

ଚାଷୀଙ୍କ ପାଇଁ ବଡ଼ ଖୁସିଖବର, ପିଏମ୍‌ କିଷାନର ୨୨ତମ କିସ୍ତି ଜାରି, ଆପଣଙ୍କ ଆକାଉଣ୍ଟକୁ ଆସି ନ ଥିଲେ…

ନୂଆଦିଲ୍ଲୀ,୧୩।୩:  କେନ୍ଦ୍ର ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ (PM-KISAN) ଯୋଜନା ଅଧୀନରେ ଦେଶର କୋଟି କୋଟି ଚାଷୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

‘ହୋର୍ମୁଜ ଷ୍ଟ୍ରେଟ୍‌’ରେ ଭାରତର ଦବଦବା! ଇରାନ ରାଷ୍ଟ୍ରଦୂତ ଦେଲେ ବଡ଼ ସଂକେତ, କିଛି ସମୟରେ ବଡ଼ ଘୋଷଣା…  

ନୂଆଦିଲ୍ଲୀ,୧୩।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବଢୁଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ଭାରତ ପାଇଁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ପାରସ୍ୟ ଉପସାଗରରେ ଜାରି…

ଆମେରିକାର ବଡ଼ ଦାବି: ଇରାନର ନୂଆ ସର୍ବୋଚ୍ଚ ନେତା ମୋଜତାବା ଗୁରୁତର ଆହତ

ୱାଶିଂଟନ୍‌,୧୩।୩: ଆମେରିକାର ପ୍ରତିରକ୍ଷା ସଚିବ ପିଟ୍‌ ହେଗସେଠ୍‌ ଏକ ବଡ଼ ଦାବି କରିଛନ୍ତି। ଇରାନର ନୂଆ ସୁପ୍ରିମ ଲିଡର ମୋଜତାବା ଖାମନେଇ ଗୁରୁତର ଆହତ ହୋଇଥିବା ଏକ…

ଗର୍ଭବତୀ ଅଛନ୍ତି କି ନୀନା ଗୁପ୍ତା: ନିଜେ ମୁହଁ ଖୋଲିଲେ

ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତା ଆଜିକାଲି ଚର୍ଚ୍ଚାରେ ଅଛନ୍ତି। କିଏ କିଏ କହୁଛନ୍ତି ସେ କୁଆଡ଼େ ଗର୍ଭବତୀ ଅଛନ୍ତି। ଏସବୁ ଚର୍ଚ୍ଚା ମଧ୍ୟରେ ନୀନା ମୁହଁ ଖୋଲିଛନ୍ତି।…

ରାଗ କେମିତି ନିୟନ୍ତ୍ରଣ କରିବି ଜାଣିପାରୁନାହିଁ…ସଂସଦରେ ଭାବପ୍ରବଣ ହୋଇପଡ଼ିଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୩।୩: ସଂସଦର ଉଭୟ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିଛି। ଆଜି ଲୋକ ସଭାର ଦୃଶ୍ୟ ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ଥିଲା। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ Supplementary Demands…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri