ବିଦେଶରେ ଫସିଥିବା ଲୋକଙ୍କ ପାଇଁ ଏହି କମ୍ପାନୀ ବିକ୍ରି କରୁଛି ବୋତଲ ବନ୍ଦ ବାୟୁ, ଦାମ୍‌ ରହିଛି…

ଲଣ୍ଡନ,୨୫ା୧୨: ବ୍ରିଟେନରେ କରୋନା ମହାମାରୀ କାୟା ବିସ୍ତାର କରିଥିବାରୁ ବିମାନ ଯାତ୍ରା ଉପରେ ପ୍ରତିବନ୍ଧକ ଲାଗିଛି। ଏପରିକି ୪୦ଟି ଦେଶ ବ୍ରିଟେନକୁ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହି କାରଣରୁ ଅନେକ ଲୋକ ବିଦେଶରେ ଫସି ରହିଛନ୍ତି। ଅବଶ୍ୟ ଏକ କମ୍ପାନୀ ବ୍ରିଟେନ ଲୋକଙ୍କ ପାଇଁ ଆକର୍ଷଣୀୟ ଉତ୍ପାଦର ବ୍ୟବସ୍ଥା କରିଛି। ଘରଠାରୁ ବାହାରେ ରହୁଥିବା ଲୋକଙ୍କ ପାଇଁ ମୁକ୍ତ ବାୟୁର ବ୍ୟବସ୍ଥା କରିଛି ଏହି କମ୍ପାନୀ। ଦୁର୍ଗମ ଅଞ୍ଚଳରେ ଫସି ରହିଥିବା ଲୋକମାନେ ସେମାନଙ୍କ ଘର ଜଳବାୟୁକୁ ସହଜରେ ଉପଭୋଗ କରିପାରିବେ। ଏହି ୫୦୦ ମିଲିଲିଟର ବୋତଲର ମୂଲ୍ୟ ୨୫ ପାଉଣ୍ଡ ଅର୍ଥାତ୍‌ ୨୫୦୦ ଟଙ୍କ। ଏହି ବୋତଲ ଏକ କର୍କ ଷ୍ଟପରରେ ଆସୁଛି। ଯାହଫଳରେ ଯେତେବେଳେ ଦରକାର ପଡ଼ିବ ଏହାକୁ ଖୋଲି ବାୟୁ ତୁରନ୍ତ ନେଇପାରିବେ ଏବଂ ବନ୍ଦ କରିପାରିବେ।

ମାଇ ବ୍ୟାଗେଜ୍‌ ନାମକ ଏହି କମ୍ପାନୀ ବର୍ତ୍ତମାନ ଇଂଲଣ୍ଡ, ସ୍କଟଲ୍ୟାଣ୍ଡ, ଓ୍ବେଲ୍ସ ଏବଂ ଆୟର୍ଲାଣ୍ଡର ମୂଳ ବାୟୁକୁ ବୋତଲରେ ବିକ୍ରି କରୁଛି। ଏହି କମ୍ପାନୀ କହିଛି ଯେ, ବ୍ରିଟେନରେ ଉପସ୍ଥିତ ଥିବା ଅବଶିଷ୍ଟ ସ୍ଥାନରୁ ମଧ୍ୟ ସେମାନେ ଅର୍ଡର ନେବାକୁ ପ୍ରସ୍ତୁତ। କମ୍ପାନୀ କହିଛି ଯେ, ନିକଟରେ ସେମାନେ ଓ୍ବେଲ୍ସର ଜଣେ ବ୍ୟକ୍ତିଙ୍କଠାରୁ ଅନୁରୋଧ ଗ୍ରହଣ କରିଥିଲେ। ଯିଏ ଉତ୍ତର-ପଶ୍ଚିମ ଓ୍ବେଲ୍ସର ପାର୍ବତ୍ୟ ଅଞ୍ଚଳରେ ବାୟୁର ନମୁନା ଚାହୁଁଥିଲେ। ଯେଉଁମାନେ ସେମାନଙ୍କ ପରିବାରକୁ ଉପହାର ସ୍ବରୂପ ଏହି ବୋତଲଗୁଡ଼ିକୁ ଘରୁ ପଠାଉଛନ୍ତି ସେମାନଙ୍କଠାରୁ ଅଧିକାଂଶ ଅର୍ଡର ମିଳୁଛି। ଓ୍ବେଲ୍ସରେ ବୋତଲଯୁକ୍ତ ବାୟୁର ଷ୍ଟକ୍‌ ମଧ୍ୟ ଶେଷ ହୋଇଛି।

ସୂଚନାଯୋଗ୍ୟ, ପୂର୍ବରୁ କାନାଡାର ଏକ କମ୍ପାନୀ ଭିଟାଲିଟି ଏୟାର ଚାଇନାର ପ୍ରଦୂଷିତ ସହରରେ ଉପସ୍ଥିତ ଲୋକଙ୍କ ପାଇଁ ସମାନ ବୋତଲଯୁକ୍ତ ମୁକ୍ତ ଶୁଦ୍ଧ ବାୟୁ ଦେଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri