ଗ୍ବାଲିୟରରୁ କମ୍ପାନୀ ନିର୍ଦ୍ଦେଶକ ଗିରଫ

ଭୁବନେଶ୍ୱର,୧୬।୨(ବ୍ୟୁରୋ): ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଠକେଇ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଅରୋକ୍ସା ଡିଲ୍‌ ମଲ୍ଟିଟ୍ରେଡ ପ୍ରାଇଭେଟ ଲିମିଟେଡ୍‌ ନାମକ ଚିଟ୍‌ଫଣ୍ଡ କମ୍ପାନୀର ନିର୍ଦ୍ଦେଶକ ବାବୁ ସିଂ କୁଶୱାହାଙ୍କୁ ମଧ୍ୟପ୍ରଦେଶର ଗ୍ବାଲିୟର୍‌ରୁ ଗିରଫ କରିଛି। କୁଶଓ୍ବାହା ଘରୋଇ ସାମଗ୍ରୀ ଓ ବିଭିନ୍ନ ଲାଭଦାୟକ ସ୍କିମ୍‌ର ଲୋଭ ଦେଖାଇ ଅନେକ ବ୍ୟକ୍ତିଙ୍କଠାରୁ ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେଇ ଫେରାର ହୋଇଯାଇଥିଲେ। ଠକାମିର ଶିକାର ହୋଇଥିବା ଚନ୍ଦ୍ରକାନ୍ତ ଦାଶ ଓ ଅନ୍ୟ କେତେଜଣ ବ୍ୟକ୍ତି ଏନେଇ ଗତ ୩୧ ତାରିଖରେ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତି କରି ଇଓଡବ୍ଲ୍ୟୁ ଏକ କେସ୍‌ (ନଂ. ୧/୨୨) ରୁଜୁ କରି ତଦନ୍ତ ଚଳାଇଥିଲା। କୁଶଓ୍ବାହା ଗ୍ବାଲିୟରରେ ଥିବା କୌଣସି ସୂତ୍ରରୁ ସୂଚନା ପାଇ ଇଓଡବ୍ଲ୍ୟୁର ଏକ ଟିମ୍‌ ସେଠାକୁ ଯାଇ ସ୍ଥାନୀୟ ପୋଲିସ ସହାୟତାରେ ରବିବାର ରାତିରେ ତାଙ୍କୁ ଧରିଥିଲା। ପରେ ତାଙ୍କୁ ଡୋବ୍ରା ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯାଇ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ମଙ୍ଗଳବାର ଭୁବନେଶ୍ୱର ଅଣାଯାଇଛି।
ସୂଚନା ଅନୁଯାୟୀ, ୨୦୧୯ରେ କୁଶୱାହାଙ୍କ ଏହି ଚିଟ୍‌ଫଣ୍ଡ କମ୍ପାନୀ ମଧ୍ୟପ୍ରଦେଶର ଗ୍ବାଲିୟରରେ ପଞ୍ଜୀକରଣ ହୋଇଥିଲା। କମ୍ପାନୀର ବିଭିନ୍ନ ପ୍ରକାର ଘରୋଇ ଉପକରଣ ଓ ବିଦ୍ୟୁତ ସାମଗ୍ରୀ କ୍ୟାଶ୍‌ବ୍ୟାକ୍‌ ସ୍କିମ୍‌ ଜରିଆରେ ବିକ୍ରି କରାଯାଉଥିଲା। ଏଥିସହ କମ୍ପାନୀର ‘ପୁଞ୍ଜି ଓ ବାଇନାରି ’ ନାମକ ଦୁଇଟି ସ୍କିମ୍‌ ରହିଥିଲା। ଏହି ସ୍କିମ୍‌ ଜରିଆରେ ଲୋକଙ୍କ ଠାରୁ କମ୍ପାନୀ ଟଙ୍କା ଲୁଟିବା ପାଇଁ ଚେଷ୍ଟା କରିଥିଲା। ଏନେଇ ବାଲେଶ୍ୱର ଜିଲା ସହଦେବଖୁଣ୍ଟା ଅଞ୍ଚଳରେ ଏକ ଅଫିସ୍‌ ଖୋଲାଯାଇଥିଲା। କର୍ମଚାରୀମାନେ ବାଲେଶ୍ୱରର ବିଭିନ୍ନ ସ୍ଥାନରେ ବୈଠକ କରି ଲୋକଙ୍କୁ କମ୍ପାନୀର ସାମଗ୍ରୀ କିଣିବା ପାଇଁ ପ୍ରବର୍ତ୍ତାଇ ଥିଲେ। ପରେ ସେମାନଙ୍କୁ ଘରୋଇ ଉପକରଣ ଓ ବିଦ୍ୟୁତ ସାମଗ୍ରୀ କିଣିବାକୁ ପ୍ରବର୍ତ୍ତାଇ ଥିଲେ। ଏଭଳି ଭାବେ ନେଟ୍‌ୱର୍କିଂ ବ୍ୟବସ୍ଥା ଜରିଆରେ ଲୋକଙ୍କୁ ଠକିବାକୁ ଚେଷ୍ଟା କରିଥିଲେ। ୨୦୧୯-୨୦ ମସିହା ମଧ୍ୟରେ ବାଲେଶ୍ୱର ଓ ଆଖପାଖ ଅଞ୍ଚଳରେ ଫ୍ୟାନ ବିକ୍ରି ସ୍କିମ୍‌ ଓ କମିଶନ ଲୋଭ ଦେଖାଇ ୭ହଜାର ଟଙ୍କା ଲେଖାଏ ଜମା କରି କମ୍ପାନୀ ସଦସ୍ୟ ହେବାକୁ ଲୋକଙ୍କୁ କୁହାଯାଇଥିଲା। ଏପରି କି ୨୦ଲକ୍ଷ ଟଙ୍କାର ଘରୋଇ ଉପକରଣ ନେଲେ ୧୦ ଲକ୍ଷ ଟଙ୍କା ରିହାତି ମିଳିବ ବୋଲି କମ୍ପାନୀ ପକ୍ଷରୁ ଆକର୍ଷଣୀୟ ଅଫର ଦିଆଯାଇଥିଲା। ଏହିଭଳି ଭାବେ ବାଲେଶ୍ୱରରେ ଏକାଧିକ ଅବସରପ୍ରାପ୍ତ ସେନା କର୍ମଚାରୀ, ଡାକ୍ତର, ଶିକ୍ଷକ ଓ ବ୍ୟବସାୟୀଙ୍କ ସମେତ ୫୦୦ରୁ ଊଦ୍ଧର୍‌ବ ଲୋକଙ୍କୁ କୁଶହାଓ୍ବା ନିଜ ଜାଲରେ ଫସାଇଥିଲେ। ପରେ ସମୁଦାୟ ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଠକେଇ କରି ସେ ଫେରାର୍‌ ହୋଇଯାଇଥିଲେ। ସମ୍ପୃକ୍ତ ବ୍ୟକ୍ତିମାନେ ଯୋଗାଯୋଗ କରିବା ସତ୍ତ୍ୱେ ସଂସ୍ଥା କର୍ତ୍ତୃପକ୍ଷ ଧରାଛୁଆଁ ଦେଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri