ମାଣ୍ଡିପଙ୍କା ଘଟଣା ପରେ ୮ ପଞ୍ଚାୟତବାସୀଙ୍କ ବଢ଼ିଲା ସ୍ବାସ୍ଥ୍ୟ  ଚିନ୍ତା : ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ର ଦାବି 

ଦାରିଙ୍ଗବାଡି,୪।୧୧ (ଅରୁଣ ସାହୁ):  ସ୍ବାସ୍ଥ୍ୟ ହିଁ ସମ୍ପଦ, ସୁସ୍ଥ ଜୀବନଯାପନ କରିବାକୁ ସମସ୍ତେ ଚାହାଁନ୍ତି। ଭଲ ମେଡିକାଲରେ ଚିକିତ୍ସା କରାଇବାକୁ ସମସ୍ତେ ଚାହାନ୍ତି। ହେଲେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଅଞ୍ଚଳର ୮ଟି ପଞ୍ଚାୟତ ପାଇଁ ରହିଛି ୪ଟି ସ୍ବାସ୍ଥ୍ୟକେନ୍ଦ୍ର।  ଏହି ୪ ସ୍ବାସ୍ଥ୍ୟକେନ୍ଦ୍ର ରହିଛି ସତ,  ମାତ୍ର  ଉକ୍ତ ଅଞ୍ଚଳ ଭୌଗଳିକ ସ୍ଥିତି ଯଦି ଦେଖାଯାଏ ତେବେ ବଣ, ଜଙ୍ଗଲ, ଘାଟି ପାହାଡ଼ ଝରଣା ଭିତରେ ରହିଛି ଗାଁ ଗୁଡିକ। ୧୦ କିମି ଦୂର ଯିବାକୁ ମଧ୍ୟ ଗାଡିର ସୁବିଧା ନାହିଁ । ଏ ନେଇ  ସ୍ବାସ୍ଥ୍ୟ ସେବା ଅପହଞ୍ଚ। ଉକ୍ତ ଅଞ୍ଚଳର ତାଜୁଙ୍ଗିଆ ପଞ୍ଚାୟତ ସିକରମାହାରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଥିବା ବେଳେ ସରାମୁଳି ପଞ୍ଚାୟତର ମର୍ଦ୍ଦିପାଙ୍କା, ଗଦାପୁର ଓ ବ୍ରାହ୍ମଣୀଗାଁରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଛି । ତେବେ ଅଞ୍ଚଳବାସୀ ବ୍ରାହ୍ମଣୀଗାଁ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିବା ବେଳେ ସେଠାରେ ମାତ୍ର ଜଣେ ଡାକ୍ତର ଅଛନ୍ତି।  ପ୍ରସବ କରାଇବା ପାଇଁ ୨ ନର୍ସଙ୍କ ଆବଶ୍ୟକ ଥିବାବେଳେ ଜଣେ ରହିଛନ୍ତି।
ଦୈନିକ  ୭୦ରୁ  ୮୦ ରୋଗୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ନେଇ  ଆସୁଥିବା ବେଳେ ମାସକୁ ୬୦ ରୁ ୭୦ ଗର୍ଭବତୀ ମହିଳା ଆସନ୍ତି । ଏକ ମାତ୍ର ଷ୍ଟାଫ ନର୍ସ ପ୍ରସବ  କରାଇଥାନ୍ତି। ରୋଗୀଙ୍କୁ ମୌଳିକ ସୁବିଧା ତଥା ଶୁଦ୍ଧ ପିଇବାପାଣି, ଶୌଚାଳୟ, ଗର୍ଭବତୀଙ୍କ ପାଇଁ ପ୍ରତୀକ୍ଷାଗୃହ, ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ପ୍ରତୀକ୍ଷାଗୃହ ଆଦି ମୌଳିକ ସୁବିଧାଟିଏ ନାହିଁ ।
ସେହିପରି ଜରୁରୀକାଳୀନ ଚିକିତ୍ସା ବ୍ୟବସ୍ଥା ନ ଥିବା ବେଳେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ନାହିଁ।  କାରଣ ଏହା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ହୋଇଥିବାରୁ ସରକାର ଅନେକ ମୌଳିକ ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦେଉ ନ ଥିବା ଅଞ୍ଚଳର ଲମ୍ବୋଦର ସିଂ, ବିଜୟ କୁମାର ମଲିକ, ଯୁଗଳ କିଶୋର ରଞ୍ଜିିତ ପ୍ରମୁଖ ଅଭିଯୋଗ କରିଛନ୍ତି। ସେମାନେ ଅଭିଯୋଗ କରି କହିଛନ୍ତି ଯେ, ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଘଟଣା ପରେ ସରକାର ଜାଣିବା ଦରକାର ଯେ, ଲୋକଙ୍କ ଜୀବନ ମୂଲ୍ୟବାନ। ଆମର ଏକମାତ୍ର ଭରସା ବ୍ରାହ୍ମଣୀଗାଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଘୋଷଣା କରି ଆବଶ୍ୟକ ଡାକ୍ତର ସଂଖ୍ୟା ବୃଦ୍ଧି, ରୋଗୀଶଯ୍ୟା ବ୍ୟବସ୍ଥା ସହ ରୋଗୀଙ୍କ ମୌଳିକ ସୁବିଧା ଯୋଗାଇବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବାକୁ ଅଞ୍ଚଳବାସୀ ଦାବି କରିଛନ୍ତ। ଅଞ୍ଚଳର ମିଥୁନ ରାହାମାଝି, ଅକ୍ଷୟ ବେହେରା ଦଳାଇ, ଅକ୍ଷୟ ପରିଛା, ରଞ୍ଜନ ସିଂ ପ୍ରମୁଖ ବ୍ରାହ୍ମଣୀଗାଁ ପ୍ରାଥମିକ ଚିକିତ୍ସାଳୟକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିବର୍ତ୍ତନ କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri