ସୁନ୍ଦରଗଡ଼ରେ ଗୋଷ୍ଠୀ ସଂଘର୍ଷ: ରାଉରକେଲା, ରାଜଗାଙ୍ଗପୁରକୁ ବଢ଼ିଲା ଇଣ୍ଟରନେଟ୍ କଟକଣା

ସୁନ୍ଦରଗଡ଼,୧୬ା୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସହରର ରିଜେଣ୍ଟ ମାର୍କେଟ ଅଞ୍ଚଳରେ ଗୋମାଂସ ବିକ୍ରିକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଭୟାବହ ସଂଘର୍ଷ ଘଟିଛି। ଏହି ହିଂସାକାଣ୍ଡରେ ପୋଲିସ କର୍ମଚାରୀଙ୍କ ସମେତ ୧୨ ଜଣ ଆହତ ହୋଇଥିବା ବେଳେ ସହରରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି କରିଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି।

ସହରରେ ଭାରତୀୟ ନ୍ୟାୟ ସଂହିତା (BNS) ର ୧୬୩ ଧାରା (ପୂର୍ବରୁ ୧୪୪ ଧାରା) ଜାରି କରାଯାଇଛି। ଗୁରୁବାର ସନ୍ଧ୍ୟା ୬ଟାରୁ ୨୪ ଘଣ୍ଟା ପାଇଁ ସହରରେ ଇଣ୍ଟରନେଟ୍ ସେବାକୁ ସଂପୂର୍ଣ୍ଣ ବନ୍ଦ କରାଯାଇଛି। ଶୁକ୍ରବାର ସୁନ୍ଦରଗଡ଼ ସହରର ସମସ୍ତ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ବେଳେ ରାଜଗାଙ୍ଗପୁର ଓ ରାଉରକେଲା ସହରରେ ମଧ୍ୟ କଟକଣା ଲଗାଯାଇଛି।

ସହରରେ ୧୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି। ରାଜଗାଙ୍ଗପୁର ଓ ରାଉରକେଲା ସହରରେ ମଧ୍ୟ କଟକଣା ଲଗାଯାଇଛି। ଗୋଟିଏ ସ୍ଥାନରେ ୫ ଜଣରୁ ଅଧିକ ଏକାଠି ହେବାକୁ ବାରଣ କରାଯାଇଛି।

ରିପୋର୍ଟ ଅନୁସାରେ ଗୁରୁବାର ପୂର୍ବାହ୍ନରେ ରିଜେଣ୍ଟ ମାର୍କେଟରେ ଗୋମାଂସ ବିକ୍ରି ହେଉଥିବା ଖବର ପାଇ କିଛି ସ୍ଥାନୀୟ ଯୁବକ ଏହାକୁ ବିରୋଧ କରିଥିଲେ। ପରେ ଅପରାହ୍ନ ପ୍ରାୟ ୨:୩୦ ବେଳକୁ ସ୍ଥିତି ଅଣାୟତ୍ତ ହୋଇଥିଲା।

ଉଭୟ ଗୋଷ୍ଠୀ ପକ୍ଷରୁ ପରସ୍ପର ଉପରକୁ ଢେଲା, ପଥର ଓ ଠେଙ୍ଗା ମାଡ଼ ହେବା ସହ ଖଣ୍ଡା ବୁଲିଥିଲା। ଏହି ସଂଘର୍ଷରେ ଏକ କାର୍, ସ୍କୁଟି ଓ ପିକ୍-ଅପ୍ ଭ୍ୟାନ୍‌ ସମେତ ଅନେକ ଦୋକାନ ବଜାର ଭଙ୍ଗାରୁଜା ଓ ପୋଡ଼ାଜଳା କରାଯାଇଛି।

ଏଥିରେ ରିଙ୍କୁ ପଟେଲ ନାମକ ସମେତ ୪ ଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ପୋଲିସ ଅଧିକାରୀ ପ୍ରତାପ କାଲୋଙ୍କ ଅଭିଯୋଗ ଅନୁଯାୟୀ, ପ୍ରାୟ ୧୦୦ରୁ ଅଧିକ ଲୋକ ମାରଣାସ୍ତ୍ର ଧରି ଆକ୍ରମଣ କରିଥିଲେ।

ଡିଆଇଜି ବ୍ରିଜେଶ ରାୟ, ଜିଲାପାଳ ଶୁଭଙ୍କର ମହାପାତ୍ର ଏବଂ ଏସପି ଅମ୍ରିତ ପାଲ କୌର ନିଜେ ଘଟଣାସ୍ଥଳ ବୁଲି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ସହରର ପ୍ରବେଶ ପଥରେ କଡ଼ା ଚେକିଂ କରାଯାଉଛି ଯେପରି ବାହାର ଲୋକ ପ୍ରବେଶ କରି ବିଶୃଙ୍ଖଳା ସୃଷ୍ଟି ନ କରିବେ। ଡିଆଇଜି ସହରବାସୀଙ୍କୁ ଶାନ୍ତି ବଜାୟ ରଖିବାକୁ ଏବଂ ସ୍ୱାଭାବିକ ପରିସ୍ଥିତି ଫେରାଇ ଆଣିବାରେ ସହଯୋଗ କରିବାକୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଜନତାଙ୍କ ସହ ହୋଲି ଖେଳି ଶୁଭେଚ୍ଛା ଜଣାଇଲେ ଏମ୍‌ପି-ଏମ୍‌ଏଲ୍‌ଏ

ପାଟଣା,୪ା୩(ବୀରକିଶୋର ଦାଶ): ରଙ୍ଗର ପର୍ବ ହୋଲି ଅବସରରେ ବୁଧବାର କେନ୍ଦୁଝର ଏମ୍‌ପି ଅନନ୍ତ ନାୟକ ଓ ପାଟଣା ଏମ୍‌ଏଲ୍‌ଏ ଅଖିଳ ନାଏକ ପାଟଣା ନିର୍ବାଚନ ମଣ୍ଡଳୀର ସାହାରପଡ଼ା…

ଗଞ୍ଜାମରେ ଧୂମଧାମରେ ପାଳନ ହେଲା ହୋଲି :ସାମିଲ ହେଲେ ମହିଳା

ଗଞ୍ଜାମ,୪/୩(ବିଦ୍ୟାଧର ସାହୁ ):ସମଗ୍ର ଭାରତ ବର୍ଷରେ ପବିତ୍ର ହୋଲି ପାଳନ ହେଉଥିବା ବେଳେ ଗଞ୍ଜାମ ସହରରେ ମଧ୍ୟ ରଙ୍ଗର ପର୍ବ ହୋଲି ଧୂମଧାମରେ ପାଳିତ ହୋଇଛି। ୱାର୍ଡ…

ଛୋଟ ପିଲା ଖେଳିଲେ ହୋଲି : ପ୍ଲାଷ୍ଟିକ ଡବା ବଜାଇ…

କେସିଙ୍ଗା,୪।୩(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବାଲସି ଗ୍ରାମରେ ପବିତ୍ର ହୋଲି ପର୍ବ ବୁଧବାର ଧୂମଧାମରେ ପାଳନ ହୋଇଛି। କୁନିକୁନି ଛାତ୍ରୀଛାତ୍ର ରଙ୍ଗ ଲଗାଇ ଏହି…

ବଡ଼ଛତ୍ରଙ୍ଗରେ ଉତ୍ସାହର ସହ ପାଳିତ ହେଲା ହୋଲି :  ସାଂସ୍କୃତିକ କାର୍ଯ୍ୟକ୍ରମରେ କମ୍ପିଲା ଗାଁ

ଥୁଆମୂଳରାମପୁର, ୪।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ବ୍ଲକର ବଡ଼ଛତ୍ରଙ୍ଗ ଗ୍ରାମରେ ରାଧାକୃଷ୍ଣ ପୂଜା କମିଟି ପକ୍ଷରୁ ଚଳିତ ବର୍ଷର ପବିତ୍ର ହୋଲି ଉତ୍ସବ ଅତ୍ୟନ୍ତ…

ହୋଲି ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪।୩: ରଙ୍ଗର ପର୍ବ ହୋଲି। ଏ ନେଇ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି, ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାଇ ‘ଏକ୍ସ’ରେ ଲେଖିଛନ୍ତି,‘ରଙ୍ଗର…

ବୈଜ୍ଞାନିକଙ୍କ ବଡ଼ ଚେତାବନୀ, ଏହି ସ୍ଥାନରେ ଆକାଶରୁ ହେବ ରକ୍ତ ବର୍ଷା, ପରେ ବିଶ୍ୱରେ ଘଟିବ…

ବୈଜ୍ଞାନିକମାନେ ଏକ ବଡ଼ ଚେତାବନୀ ଦେଇଛନ୍ତି। ସେମାନେ କହିଛନ୍ତି, ଆଗାମୀ ଦିନରେ ପରିସ୍ଥିତି ଗମ୍ଭୀର ହେବାକୁ ଯାଉଛି। କୋପର୍ନିକସ ଆଟମୋସ୍ଫିଅର୍‌ ମନିଟରିଂ ସର୍ଭିସ (CAMS)ର ବିଶେଷଜ୍ଞଙ୍କ ଅନୁଯାୟୀ,…

ସ୍ତ୍ରୀଙ୍କ ରକ୍ତରେ ହୋଲି : ଛୁରି ଭୁସିି

ଭୁବନେଶ୍ୱର,୪।୩: ରଙ୍ଗର ପର୍ବ ହୋଲିରେ ଭୁବନେଶ୍ୱରରେ ଚାଞ୍ଚଲ୍ୟ। ସ୍ତ୍ରୀଙ୍କ ରକ୍ତରେ ହୋଲି ଖେଳିଲେ ସ୍ବାମୀ। ହୋଲିରେ ସ୍ତ୍ରୀଙ୍କୁ ଛୁରି ଭୁସିି ହତ୍ୟା କଲେ ସ୍ବାମୀ। ଏଭଳି ଅଭାବନୀୟ…

ଛାତ୍ରାବାସରୁ ୧୦ ଛାତ୍ର ହଷ୍ଟେଲରୁ ଫେରାର୍‌ ଘଟଣା: ଜଙ୍ଗଲରେ ରାତି ବିତାଇଲେ ଦ୍ୱିତୀୟ ଶ୍ରେଣୀ ଛାତ୍ର, ଭୋର୍‌ରୁ ହେଲେ ଉଦ୍ଧାର

ଦାରିଙ୍ଗବାଡି, ୪।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତ ସାମନବାଡି ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୪୦ଶଯ୍ୟା ବିଶିଷ୍ଟ ଛାତ୍ରାବାସରୁ ମଙ୍ଗଳବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri