ବଜେଟ ଉପରେ ସାଧାରଣ ଲୋକଙ୍କ ପ୍ରତିକ୍ରିୟା, ଲାଭ ଉଠାଇବା ପାଇଁ କେନ୍ଦ୍ରାପଡାରେ…

କେନ୍ଦ୍ରାପଡା,୧।୨(ଜଗନ୍ନାଥ ଧଳ ): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଚଳିତ ବର୍ଷର ବଜେଟ ରବିବାର ଉପସ୍ଥାପନ କରିଛନ୍ତି । ଏଥିରେ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ପାଇଁ ଅର୍ଥ ବ୍ୟବସ୍ଥା କରାଯାଇଛି। କେନ୍ଦ୍ରାପଡା ଜିଲାରେ ଏହି ବଜେଟକୁ ନେଇ କେତେକ ବୁଦ୍ଧିଜୀବୀ ସକରାତ୍ମକ ମନ୍ତବ୍ୟ ଦେଇଥିବା ବେଳେ ଅନ୍ୟ କେତେକ ବ୍ୟକ୍ତି ଯୋଜନାର ଲାଭ ଉଠାଇବା ପାଇଁ ଏହି ଜିଲାରେ ଭିତ୍ତିଭୂମା ନାହିଁ ବୋଲି ମତ ରଖିଛନ୍ତି ।

ଆଗକୁ ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ଆସୁଛି । ଭାଜପା ସର୍ବଦା ନିର୍ବାଚନ ଇସ୍ତାହାରରେ କୃଷକଙ୍କ ଉତ୍ପାଦ ଓ ଆୟ ବୃଦ୍ଧି ହେବ ବୋଲି ଉଲ୍ଲେଖ କରାଯିବା ସହ ନେତୃମଣ୍ଡଳୀ ବୟାନବାଜି କରୁଛନ୍ତି । ଯାହା କେନ୍ଦ୍ରାପଡାରେ ସମ୍ଭବପର ନୁହେଁ । ଏବେବି ସରକାରୀ ମଣ୍ଡିରେ ୯୦ ପ୍ରତିଶତ ଖରିଫ ଧାନ ବିକ୍ରୟ ହୋଇନାହିଁ । ଏହି ପ୍ରାକୃତିକ ବିପର୍ଯ୍ୟୟ ଭରା ଜିଲାରେ କୃଷି ପାଇଁ ଜଳ ପରିଚାଳନା ଏକ ମୁଖ୍ୟ ସମସ୍ୟା ହୋଇଛି । ବନ୍ୟା, ବାତ୍ୟା, ମରୁଡି, ଜଳସେଚନ ଓ ନିଷ୍କାସନ ପର ବିପର୍ଯ୍ୟୟ କ୍ଷତିକୁ ଭରଣା ପାଇଁ କୌଣସି ସ୍ବତନ୍ତ୍ର ଯୋଜନା ନାହିଁ । ପୂର୍ବ ବଜେଟରେ କୃଷି ଉତ୍ପାଦକୁ ଗୁରୁତ୍ବ ଦିଆଯିବାକୁ ପ୍ରତିଶ୍ରୁତି ମିଳିଥିଲା । ଗ୍ରାମାଂଚଳରେ ଏବେବି ଜମି ଭାଗବଂଟାକୁ ନେଇ ହଣାକଟା ଚାଲିଛି । ଏହି ଜିଲାର ଭିତିଭିମୀ ଅଭାବରୁ ଯୁବବର୍ଗ କୃଷିକୁ ଛାଡି ଜିଲା ବାହାରକୁ କର୍ମନିଯୁକ୍ତି ପାଇଁ ଯାଉଛନ୍ତି ବୋଲି କୃଷକ ନେତା ଗୟାଧର ଧଳ କହିଛନ୍ତି ।

ଚଳିତ ବଜେଟରେ ଆତ୍ମନିର୍ଭର ହେବା ପାଇଁ ପ୍ରେରଣା ଯୋଗାଇଛି । ସରକାରୀ କର୍ମଚାରୀ ନିଯୁକ୍ତି ଅପେକ୍ଷା ଯୁବ ପୁବବର୍ଗଙ୍କୁ ଘରୋଇ ଉତ୍ପାଦନ ପାଇଁ ପ୍ରୋତ୍ସାହିତ କରାଯାଇଛି । ମହିଳା ସଶକ୍ତିକରଣ, ପର୍ଯ୍ୟଟନ ଶିଳ୍ପ, ରେଳ ବଜେଟ ଆଦି ସାଧା ଧାରଣ ଜନତାଙ୍କ ପାଇଁ ହିତକାରୀ ସାବ୍ୟସ୍ତ ହେବ । କେନ୍ଦ୍ରାପଡା ଜିଲାରେ କୃଷି, ଶିଳ୍ପ, ପର୍ଯ୍ୟଟନ ଶିଳ୍ପ ପାଇଁ ଯଥେଷ୍ଟ ଭିତିଭୂମୀ ଅଛି। ବଜେଟରେ ଏହି ଜିଲାର ଗହୀରମଥାରେ ଅଲିଭ ରିଡଲେଙ୍କ ପ୍ରଜନନସୁଳୀର ଉନ୍ନତି କରଣ ପାଇଁ ବ୍ୟବସ୍ଥା ହେବ । ଏଥିସହ ଜାତୀୟ ଜଳପଥ ୫କୁ ଗୁରୁତ୍ବ ମିଳିବ ବୋଲି କୁହାଯାଇଛି । ଗହୀରମଥା ସାମୁଦ୍ରିକ ଅଂଚଳର ତଟକ୍ଷୟ ସମସ୍ୟାର ସମାଧାନ ନିହାତି ଜରୁରୀ ହୋଇଛି । । ସେହିପରି ଜାତ ଜାତୀୟ ଜଳପଥ ୫ର ଜଳସ୍ରୋତ ଖରାଦିନ ପୂର୍ବରୁ କମିଲାଣି । ବଜେଟ ଅର୍ଥ ଏହ ଏହାକୁ ସୁହାଇବ । ମାତ୍ର ଶୀତ ତଳଭଣ୍ଡାର, ମଣ୍ଡି, ତାଲିମ, ପ୍ରାକୃତିକ ବିପର୍ଯ୍ୟୟ ସହନକାରୀ ଉନ୍ନତ ବିହନ, ତାଲିମ ତାଲିମ ଆଦି କୃଷି ଦି କୃଷି ବଜେଟକୁ ମଳିନ କରିବ । ସେହିପରି ଜାତୀୟ ଉଦ୍ୟାନ ଭିତରକନିକା, ତୁଳସୀକ୍ଷେତ୍ର ପରି ସ୍ଥାନକୁ ଛୋଟ ଛୋଟ ବଡ ପ୍ରକଳ୍ପ ଦ୍ବାରା ପରିପୃଷ୍ଟ କରିହେବ ।

କେନ୍ଦ୍ର ସରକାରଙ୍କ ଏହି ବଜେଟରେ କେନ୍ଦ୍ରାପଡା ଯୁବବର୍ଗଙ୍କ ପାଇଁ ଏତେ ଉତ୍ସହଜନକ ନୁହେଁ । ସରକାରୀ ପଦବୀ ପୂରଣ ରଣ ପାଇଁ କୌଣସି ଗୁରୁତ୍ବ ଦିଆଯାଇ ନାହିଁ  । ଶିକ୍ଷା, ସ୍ବାସ୍ଥ୍ୟ, ତାଲିମ ଆଦି ବିପର୍ଯ୍ୟସ୍ତ ଅବସ୍ଥାରେ ଅଛି। ଅଦ୍ୟାବଧି ପ୍ରତିପଡା ଗ୍ରାମକୁ ରାସ୍ତା, ପାନ ପାନୀୟ ଜଳ, ନେଟୱର୍କ ସମସ୍ୟା ଆଦି ଲାଗି ରହିଛି। ଆର୍ଥିକ ଅନଗ୍ରସର ଜିଲାରେ ମୋବାଇଲ କିଣିବା ସମସ୍ତଙ୍କ ପାଇଁ ଅପହଞ୍ଚ । ସେହିପରି ଯୁବଦ୍ୟୋଗୀଙ୍କୁ ତାଲିମ,କର୍ମ ନିଯୁକ୍ତି ପଦକ୍ଷେପ ନିରୁତ୍ସାହଜନକ ବୋଲି ଜଣେ ସାଧାରଣ ଜନତା କହିଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶୌଚ ପାଇଁ ଯାଇ ଆଉ ଫେରି ନଥିଲେ, ଗାଡ଼ିଆରୁ ଉଦ୍ଧାର ହେଲା ମୃତଦେହ

ପାଟଣା,୧।୨(ବୀର କିଶୋର ଦାଶ): ଇଟା ଗଢ଼ିବାକୁ ଯାଇ ଜଣେ ୨୫ବର୍ଷିୟ ଯୁବକଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଛି । ପାଟଣା ବ୍ଲକ ଡୁମୁରିଆ ପଂଚାୟତ କୋଠା…

ବଜେଟ୍‌କୁ ନେଇ କ୍ଷୋଭ ପ୍ରକାଶ କଲେ ନବୀନ, କହିଲେ ଡବଲ ଇଞ୍ଜିନ ସରକାର ଓଡ଼ିଶାକୁ…

ଭୁବନେଶ୍ୱର,୧ା୨: କେନ୍ଦ୍ର ସରକାରଙ୍କ ଦ୍ୱାରା ରବିବାର ଉପସ୍ଥାପିତ ବଜେଟ୍‌କୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ ତାଙ୍କ…

ବଜେଟ୍‌ ପରେ ସାଧାରଣ ଜନତାଙ୍କ ପ୍ରତିକ୍ରିୟା, ଗରିବ-ମଧ୍ୟବିତ୍ତଙ୍କୁ ଅଣଦେଖା କହି…

କେସିଙ୍ଗା,୧ା୨(ତୁମେଶ୍ୱର ସାହୁ): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର ନବମ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ (୨୦୨୬-୨୭) ଉପସ୍ଥାପନ କରିଛନ୍ତି। ଏହି ବଜେଟ୍‌ ଘୋଷଣା ପରେ କଳାହାଣ୍ଡି…

ବଜେଟକୁ ନେଇ ପ୍ରତିକ୍ରିୟା ଦେଲେ ଶିକ୍ଷାବିତ୍, ସବୁ ଦିଗକୁ ଖୁସି…

ଦେବଗଡ,୧ା୨(ଶଶାଙ୍କ ଶେଖର ଝାଙ୍କର): ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୨୦୨୬ ବଜେଟ ଉପସ୍ଥାପିତ କରିଛନ୍ତି । ଏହାପରେ ଶିକ୍ଷାବିତଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପ୍ରତିକ୍ରିୟା ମଧ୍ୟ…

ବଜେଟକୁ ନେଇ ଭାଜପା ଉପରେ ବର୍ଷିଲେ ଅଖିଳେଶ, ଜନତାଙ୍କୁ ସ୍ବପ୍ନ ଦେଖାଇଲା…

ନୂଆଦିଲ୍ଲୀ,୧।୨: କେନ୍ଦ୍ର ସରକାର ୨୦୨୬ ବଜେଟ୍ ଉପସ୍ଥାପନ କରିବା ପରେ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଯାଇଛି । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ବଜେଟ୍ ଏବଂ…

ରାସ୍ତାରେ ଆଣ୍ଠୁଏ ପାଣି: ଓଲଟା ଅଧିକାରୀଙ୍କୁ ଗାଳିଗୁଲଜ, ତଦନ୍ତ କଲେ…

କେସିଙ୍ଗା,୧।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କାଣ୍ଡେଲ ପଞ୍ଚାୟତ ୱାର୍ଡ ନଂ ୩ରେ ପାଇପ ଫାଟି ମୁଖ୍ୟ ଗଳି ରାସ୍ତାରେ ପାଣି ଜମିରହୁଛି। ଏ…

ଭଞ୍ଜନଗର ବିଧାୟକଙ୍କ ପିତୃ ବିୟୋଗ, ଅଞ୍ଚଳରେ ଖବର ପ୍ରଚାରିତ ପରେ…

ଭଞ୍ଜନଗର,୧ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ପିତା ଶ୍ୟାମସୁନ୍ଦର ନାୟକ ( ୯୬) ରବିବାର ଅପରାହ୍ନରେ ବିଧାୟକଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ…

ପଞ୍ଚମ ଶ୍ରେଣୀ ଛାତ୍ରଙ୍କୁ ସହପାଠୀଙ୍କ ଆକ୍ରମଣ, ମୁହଁକୁ ମାଡ଼ ମାରି ଆଖି ଫୁଟାଇଦେଲେ

ଲକ୍ଷ୍ନୌ,୧।୨: ଉତ୍ତର ପ୍ରଦେଶର ଲକ୍ଷ୍ନୌରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଜଣେ ପଞ୍ଚମ ଶ୍ରେଣୀ ଛାତ୍ରକୁ ତାଙ୍କ ଶ୍ରେଣୀର ଅନ୍ୟ ଏକ ଛାତ୍ର ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri