ହାଜତ ଭିତରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା

ଜୟପୁର,୩୦ା୮(ନି.ପ୍ର.): କୋରାପୁଟ ଜିଲା ଜୟପୁର ସଦର ହାଜତ ଭିତରେ ଜଣେ ଅଭିଯୁକ୍ତ ଶନିବାର ବିଳମ୍ବିତ ରାତିରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ନେଇ ପୋଲିସ ସୂଚନା ଦେଇଛି। ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ତଦନ୍ତ ଜାରି ରହିଛି। ଜୟପୁର ଥାନା ଏସ୍‌ଡିପିଓ ବରୁଣ ଗୁଣ୍ଠପାଲି, ବୋରିଗୁମ୍ମା ଏସ୍‌ଡିପିଓ ହରେକୃଷ୍ଣ ମାଝି ଏବଂ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ମୃତକ ଜଣକ ହେଲେ ରାଜସ୍ଥାନର ଗୋପାଳ ରାମ। ସେ ଏକ ଟ୍ରକ ଚଲାଇ ପଡୁଆଠାରୁ ରାଜସ୍ଥାନ ଯାଉଥିଲେ। ଉକ୍ତ ଟ୍ରକ୍‌ରେ ୮ କୁଇଣ୍ଟାଲ ଗଞ୍ଜେଇ ବୋଝେଇ ହୋଇଥିଲା। ପୋଲିସ ଗତକାଲି କାବୁ କରି ଟ୍ରକ ଏବଂ ଗୋପାଳଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଥିଲା। ତେବେ ବିଳମ୍ବିତ ରାତିରେ ଗୋପାଳ ଆତ୍ମହତ୍ୟା କରିଥିଲେ।