ହାତୀର ସୁରକ୍ଷା ପାଇଁ ସଂକଳ୍ପ: ଭୀଷ୍ମଗିରି କଲେଜରେ ହାତୀ ସଭା

ଦିଗପହଣ୍ଡି/ପାଟପୁର,୧୫।୯(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ)ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମସ୍ଥିତ ରାମଜୀ କଲେଜରେ ଧରିତ୍ରୀ, ଓଡିଶାପୋଷ୍ଟ, ଟ୍ରି ଫାଉଣ୍ଡେସନ, ଶେରଗଡ଼ ଓ ବିକାଶ ସାଥୀ ର ସହଭାଗିତାର ‘ହାତୀ ସଭା’ ଅନୁଷ୍ଠିତ ହୋଇଥିଲା। ଡିଗ୍ରୀ କଲେଜ ଅଧ୍ୟକ୍ଷ ନିହାର ରଞ୍ଜନ କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମାଜ ଓ ପରିବେଶ ପାଇଁ ହାତୀର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଖବରଦାତା ଅଶେଷ ନାଥ ମିଶ୍ର ସ୍ଥାନୀୟ ଅଞ୍ଚଳରେ ହାତୀର ପ୍ରଭାବ ବିଷୟରେ ସମ୍ୟକ ଧାରଣା ଦେଇଥିଲେ। ଅଧ୍ୟାପକ କାହ୍ନୁଚରଣ ପାଢ଼ୀ, ଅଧ୍ୟାପିକା ଇତିପ୍ରଭା, ପ୍ରିୟଦର୍ଶିନୀ ପ୍ରଧାନ, ରଶ୍ମିତା କୁମାରୀ ମେକାପ ପ୍ରମୁଖ ଉପସ୍ଥିତ ଥିଲେ। ଟ୍ରି ଫାଉଣ୍ଡେସନର ସମ୍ପାଦକ ନିରାକାର ବିଷୋୟୀ ‘ହାତୀ’ର ସୁରକ୍ଷା ଉପରେ ଆଲୋକପାତ କରି ହାତୀ ବନକୁ ବଞ୍ଚାଏ, ବନ ଜଳକୁ ବଞ୍ଚାଏ, ଜଳ ମାଟିକୁ ବଞ୍ଚାଏ, ଏବଂ ଏହି ସବୁ ମିଶି ମଣିଷକୁ ବଞ୍ଚାଏ ବୋଲି ମତ ବ୍ୟକ୍ତ କରିଥିଲେ। ଏହି ସଭାରେ କଲେଜର ବହୁ ସଂଖ୍ୟକ ଛାତ୍ରୀଛାତ୍ର ଆଲୋଚନାରେ ଅଂଶଗ୍ରହଣ କରି ହାତୀର ସୁରକ୍ଷା ପାଇଁ ସଂକଳ୍ପ କରିଥିଲେ। ମୁଁ ଆଜି ସଂକଳ୍ପ କରୁଛି ଯେ, ପ୍ରକୃତି ଆମର ଜୀବନ। ହାତୀ ହେଉଛି ପ୍ରକୃତିର ମହତ୍ତ୍ୱପୂର୍ଣ୍ଣ ଅଂଶ। ହାତୀକୁ ସୁରକ୍ଷା କରିବା ଜଙ୍ଗଲକୁ ରକ୍ଷା କରିବା। ପରିବେଶକୁ ସନ୍ତୁଳିତ ରଖିବା ମୋର କର୍ତ୍ତବ୍ୟ। ମୁଁ କେବେ ହାତୀକୁ ହାନି କରିବି ନାହିଁ। କେବେ ଅବୈଧ ଶିକାର କିମ୍ବା ଜଙ୍ଗଲ ଧ୍ବଂସରେ ସହଭାଗୀ ହେବି ନାହିଁ। ହାତୀ ବଞ୍ଚିଲେ ପ୍ରକୃତି ବଞ୍ଚିବ। ପ୍ରକୃତି ବଞ୍ଚିଲେ ଆମେ ବଞ୍ଚିବା ନେଇ ସଭାରେ ଉପସ୍ଥିତ ଛାତ୍ରୀଛାତ୍ର ବୃନ୍ଦ ଶପଥ ପାଠ କରିଥିଲେ। ଅଧ୍ୟାପକ ଦେବବ୍ରତ ପଣ୍ଡା ସଭାରେ ସଂଯୋଜନା କରିବା ସହ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ବିକାଶ ସାଥୀ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ତୁଷାର ବେହେରା, ଅଚ୍ୟୁତ ବିଷୋୟୀ ଓ ଚନ୍ଦ୍ରଶେଖର ଦାସ ପ୍ରମୁଖ ସଭା ପରିଚାଳନାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri