ସଂସ୍ଥା ପ୍ରତି ନିଷ୍ଠା,ଏକାଗ୍ରତା ଜରୁରୀ: କରିମ୍‌ କବିରୁଦ୍ଦିନ

କଟକଠାରେ ପ୍ରତିଷ୍ଠିତ ହେଲ୍‌ଥ ଫୁଡ୍‌ ପ୍ରଡକ୍ଟ ପ୍ରା. ଲିଃ.ର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର କରିମ୍‌ କବିରୁଦ୍ଦିନ ଓଡ଼ିଶାର ଅନେକ ପରିବାରକୁ ରୋଜଗାରକ୍ଷମ କରି ବେକାର ସମସ୍ୟାର ସମାଧାନ କରିବାର ଚେଷ୍ଟା କରୁଛନ୍ତି। ଭିନ୍ନ ଭିନ୍ନ ସ୍ବାଦର ଆଇସ୍‌କ୍ରିମ ଉତ୍ପାଦନ କରି ସେ ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଛନ୍ତି । କରିମଙ୍କ ସହ ତାଙ୍କର ବ୍ୟବସାୟିକ ଯାତ୍ରା ସମ୍ପର୍କରେ ସ୍ବତନ୍ତ୍ର ସାକ୍ଷାତ୍‌କାର…

ପ୍ର- ଆପଣଙ୍କର ବାଲ୍ୟଜୀବନ କିପରି ଥିଲା ଓ ବ୍ୟବସାୟିକ ଯାତ୍ରା କିପରି ଆରମ୍ଭ ହୋଇଥିଲା?
ଉ- କଟକ ସହରରେ ମୋର ଜନ୍ମ। ମୋର ପାଠପଢା ଆରମ୍ଭ ଷ୍ଟିୱାର୍ଟ ସ୍କୁଲ ଏବଂ ପରେ ରେଭେନ୍‌ଶା କଲେଜରେ ବାଣିଜ୍ୟ(ସମ୍ମାନ)ରେ ସ୍ନାତକ ସହ ମଧୁସୂଦନ ଆଇନ ମହାବିଦ୍ୟାଳୟରେ ଆଇନ ଗ୍ରାଜୁଏଟ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇଥିଲି । ମୋ ଜେଜେବାପା ଅମଳରୁ ମାଲଗୋଦାମରେ ବ୍ୟବସାୟ ଥିଲା। ପରେ ବାପା ଓ ବଡ଼ବାପା ମଧ୍ୟ ସେଥିରେ ନିଯୁକ୍ତ ହୋଇଥିଲେ। ବାପାଙ୍କର ଅସମୟରେ ଦେହାନ୍ତ ହୋଇଯାଇଥିଲା। ତେଣୁ ଅବସର ସମୟରେ ମାଲଗୋଦାମ ଯାଇ ପାରିବାରିକ ବ୍ୟବସାୟରେ କିଛିମାତ୍ରାରେ ଜଡ଼ିତ ହୋଇଥିଲି। ପରେ ପରେ ପାରିବାରିକ ବ୍ୟବସାୟର ଦାୟିତ୍ୱ ମଧ୍ୟ ନେବାକୁ ହେଲା ।
ପ୍ର- ଆଇସ୍‌କ୍ରିମ ପରି ଏକ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପକୁ ଆଗ୍ରହୀ ହେଲେ କାହିଁକି ?
ଉ-ମାଲଗୋଦାମ ବ୍ୟବସାୟ ସହ ଅନ୍ୟ କିଛି କରିବାର ଇଚ୍ଛା ଥିଲା। ନିଜେ ବଞ୍ଚିବା ସହିତ ଅନ୍ୟ ଲୋକମାନଙ୍କୁ କର୍ମସଂସ୍ଥାନ ଦେବା ଆରମ୍ଭରୁ ଲକ୍ଷ୍ୟ ଥିଲା। ଏହି ସମୟରେ ଏକ ଆଇସ୍‌କ୍ରିମ କମ୍ପାନୀର ଟେକ୍‌ଓଭର ପାଇଁ ପ୍ରସ୍ତାବ ଆସିଲା। ପରେ ସେଥିପ୍ରତି ଆଗ୍ରହ ପ୍ରକାଶ କରି ଆଇସ୍‌କ୍ରିମ କମ୍ପାନୀ ସ୍ଥାପନ କଲି ଏବଂ ଏହାର ନାମ ହେଲ୍‌ଥ ଫୁଡ୍‌ ପ୍ରଡକ୍ଟ କମ୍ପାନୀ ରଖିଲି, ଯାହାକି ଫ୍ରଷ୍ଟି ବ୍ରାଣ୍ଡରେ ଉପଲବ୍ଧ ହେଲା। ପରେ ଏହା ଫନ୍‌ ଇଣ୍ଡିଆ ବ୍ରାଣ୍ଡରେ ପରିବର୍ତ୍ତନ ହୋଇଛି ।
ପ୍ର- ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପାଇଁ କ’ଣ ସତର୍କତା ଜରୁରୀ ?
ଉ- ସରକାରୀ ନିୟମାନୁଯାୟୀ ପ୍ରତ୍ୟେକ ସମୟରେ ସତର୍କତା ସହ ଉତ୍ପାଦନ କରିବାକୁ ପଡ଼େ। ଏପରିକି ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସ୍ବାସ୍ଥ୍ୟରକ୍ଷା ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ, ଯେହେତୁ ଏହା ଗ୍ରାହକମାନେ ସିଧାସଳଖ ଗ୍ରହଣ କରିଥାନ୍ତି । ଉତ୍ପାଦନ ପାଇଁ ଉତ୍ତମ ଗୁଣମାନର କଞ୍ଚାମାଲ ଓ ସ୍ବୟଂକ୍ରିୟ ଯନ୍ତ୍ର ସାହାଯ୍ୟରେ ତିଆରିରୁ ପ୍ୟାକିଂ ପର୍ଯ୍ୟନ୍ତ ସମସ୍ତ ନିରାପତ୍ତା ଅବଲମ୍ବନ କରାଯାଇଥାଏ।
ପ୍ର- ଓଡ଼ିଶାରେ ଏହାକୁ ଉତ୍ପାଦନ କରି ବିକ୍ରି ପର୍ଯ୍ୟନ୍ତ କେଉଁସବୁ ଆହ୍ବାନ ରହିଛି ?
ଉ- ଆଇସ୍‌କ୍ରିମ ଏକ ହାଇଲି ପେରିସେବୁଲ ଆଇଟମ୍‌। ପ୍ରାୟ -୩୦ ଡିଗ୍ରୀ ତାପମାତ୍ରାରେ ଏହାକୁ ରଖିବାକୁ ପଡ଼େ। ବହୁତ ସମୟରେ ପାୱାର କଟ୍‌ ଆମକୁ ଅସୁବିଧାରେ ପକାଇଥାଏ। ଏହାଛଡ଼ା ଜାତୀୟ ଓ ଅନ୍ତର୍ଜାତୀୟ ବ୍ରାଣ୍ଡ୍‌ ସହ ସମକକ୍ଷ ହୋଇ ଗୁଣବତ୍ତା ଓ ଉତ୍ତମ ଉତ୍ପାଦନକୁ ବଜାରରେ ପହଞ୍ଚାଇବା ପାଇଁ ବହୁ ଶ୍ରମ ସ୍ବୀକାର କରିବାକୁ ପଡ଼େ। ଏହାବ୍ୟତୀତ ଆଇସ୍‌କ୍ରିମ ପରିବହନ ପାଇଁ ସ୍ବତନ୍ତ୍ର ଶୀତତାପ ନିୟନ୍ତ୍ରିତ ଯାନର ଆବଶ୍ୟକ ପଡ଼ିଥାଏ। ରାସ୍ତାରେ ଦୁର୍ଘଟଣା ବା ଅସୁବିଧା ହେଲେ ସମୟାନୁସାରେ ବରାଦ ମୁତାବକ ଆଇସ୍‌କ୍ରିମ ପଠାଇବା କଷ୍ଟକର ବ୍ୟାପାର ହୋଇଯାଇଥାଏ । ଏହା ମଧ୍ୟ ଏକ ପ୍ରମୁଖ ଚ୍ୟାଲେଞ୍ଜ ହୋଇଥାଏ ।
ପ୍ର- ଯୁବ ଉଦ୍ୟୋଗୀଙ୍କ ପ୍ରତି କ’ଣ ପରାମର୍ଶ ରହିବ?
ଉ- ନିଜର ସଂସ୍ଥା ପ୍ରତି ଲକ୍ଷ୍ୟ ରଖି ସମୟାନୁସାରେ ନିଷ୍ଠା ଓ ଏକାଗ୍ରତା ସହକାରେ କାମ କରିବା ଉଚିତ। ଗ୍ରାହକମାନଙ୍କ ସ୍ବାର୍ଥ ପ୍ରତି ଧ୍ୟାନ ଦେବା ସହ ସମୟକୁ ସମୟ ଆବଶ୍ୟକ ଅନୁସାରେ ନୂତନ ଜ୍ଞାନକୌଶଳକୁ ଉପଯୋଗ କରି ଉତ୍ପାଦନ କରିବା ଆବଶ୍ୟକ। ନୋ ସଟ୍‌କଟ୍‌ ଟୁ ସକ୍‌ସେସ୍‌।
ପ୍ର- ଆଗାମୀ ଦିନରେ ଆଉ କ’ଣ ଆଶା ରଖିଛନ୍ତି ?
ଉ- ନୂଆ ଅପ୍‌ଡେଟ୍‌ ମେଶିନ ଆଣି ବଜାରକୁ ପରିବ୍ୟାପ୍ତ କରିବା ଆଶା ରହିଛି। ପୂର୍ବ ଭାରତ ସହିତ ଦକ୍ଷିଣ ଓ ଉତ୍ତର ଭାରତରେ ଫନ୍‌ ଇଣ୍ଡିଆକୁ ପହଞ୍ଚାଇବାର ଲକ୍ଷ୍ୟ ରହିଛି ।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗ ବିଭାଗର ସତର୍କ ସୂଚନା, ଏପ୍ରିଲ ୧୦ ପର୍ଯ୍ୟନ୍ତ କାଳବୈଶାଖୀ…

ଭୁବନେଶ୍ୱର,୭।୪(ବନ୍ଦନା ସେଠୀ): ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଉଚ୍ଚରେ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏଥିସହ ଦକ୍ଷିଣ ଉପକୂଳ…

ମଧ୍ୟାହ୍ନଭୋଜନରେ ବ୍ୟାପକ ଅନିୟମିତତା:ହରିଲୁଟ୍‌ କରୁଥିଲେ ଶିକ୍ଷକ-ଶକ୍ଷୟିତ୍ରୀ, ଫିଟିଲା ଗୁମର

ଭୁବନେଶ୍ୱର, ୭।୪(ରବିନାରାୟଣ ଜେନା):ରାଜ୍ୟରେ ପୂର୍ବ ସରକାର ଅମଳରେ ଛାତ୍ରୀଛାତ୍ରଙ୍କ ଯୋଜନା କିଭଳି ହରିଲୁଟ୍‌ ହେଉଥିଲା ତା’ର ଗୁମର ପଦାକୁ ଆସିଛି। ଶିକ୍ଷୟିତ୍ରୀ/ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ନାଁରେ ସରକାରଙ୍କ ମଧ୍ୟାହ୍ନଭୋଜନଠାରୁ…

ଭାରସାମ୍ୟ ହରାଇ ସାଲୁର୍ ଘାଟରେ ଓଲଟିଲା ଚାଉଳ ଟ୍ରକ୍, ୬ ଘଣ୍ଟା ଜାତୀୟ ରାଜପଥ…

ପଟ୍ଟାଙ୍ଗି,୭।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ସୀମାକୁ ଲାଗି ରହିଥିବା ପଡୋଶୀ ଆନ୍ଧ୍ର ସୀମା ଭିତରେ ସାଲୁର୍ ଘାଟିରେ ଦୁର୍ଘଟଣା । ଏକ ଟ୍ରକ୍…

ରାତିଅଧରେ ବଡ ବ୍ଲାଷ୍ଟ, ହୁତୁ ହୁତୁ ଜଳିଲା ରେଲୱେ ଗ୍ରୀଡ୍

ବଣାଇଁ,୭।୪(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ ଜିଲା ଚାନ୍ଦିପୋଷ ଥାନା ପଛ ପଟେ ଥିବା ରେଲୱେ ଷ୍ଟେସନ ଗ୍ରୀଡ଼ରେ ଅଗ୍ନିକାଣ୍ଡ ହୋଇଛି । ସୋମବାର ରାତି ପ୍ରାୟ ୧୧ଟାରେ ହଠାତ…

ଗ୍ରାହକକୈନ୍ଦ୍ରିକ ଆଭିମୁଖ୍ୟ ଆମକୁ ସ୍ବତନ୍ତ୍ର କରିଛି: ଜୀବନ କୁମାର ବଡୁ

ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମି କ୍ଷେତ୍ରର ଅନ୍ୟତମ ପ୍ରତିଷ୍ଠିତ ସଂସ୍ଥା ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ‘ଓଡ଼ିଶା ଟ୍ରାନ୍ସଫର୍ମର୍ସ ପ୍ରାଇଭେଟ ଲିମିଟେଡ’ (ଓଟିପିଏଲ୍‌) ର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ଜୀବନ…

ପଶ୍ଚିମ ଏସିଆ ଯୁଦ୍ଧ, ଭାରତରେ ୨୦-୨୫% ମହଙ୍ଗା ହେବ କପଡ଼ା

ନୂଆଦିଲ୍ଲୀ,୭।୪: ପଶ୍ଚିମ ଏସିଆ ଯୁଦ୍ଧ ଏବେ ଭାରତର ସାଧାରଣ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଉଛି। ଖାଦ୍ୟ, ପେଟ୍ରୋଲ ଏବଂ ଗାଡ଼ି ମରାମତି ପରେ ଏବେ କପଡ଼ା…

ପ୍ରଯୋଜକ ରବି ସ୍ବାଇଁଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ଭୁବନେଶ୍ୱର,୭।୪: ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ରବି ସ୍ବାଇଁଙ୍କ ପରଲୋକ ଘଟିଛି। ସେ କିଛି ଦିନ ହେବ ଲିଭର ସିରୋସିସ୍‌ରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲେ। ଚିକିତ୍ସାଧିନ ଅବସ୍ଥାରେ…

ରେଳବାଇର ଅଣଦେଖା: ଉପଭୋକ୍ତା ସଂଘର ଆନ୍ଦୋଳନ ଚେତାବନୀ

ବରଗଡ଼,୬ା୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଓ ବଲାଙ୍ଗୀର ଜିଲା ରେଳ ଉପଭୋକ୍ତା ସଂଘର ମିଳିତ କାର୍ଯ୍ୟାନୁଷ୍ଠାନ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରବିବାଋ ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ସଭାକକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri