ଛୋଟ ବେପାରୀଙ୍କୁ ଧରି ବାଃ ବାଃ କମିଶନରେଟ ପୋଲିସ

ଭୁବନେଶ୍ୱର, ୧୨ା୬(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ବ୍ରାଉନସୁଗାର କାରବାର ଚରମ ସୀମାରେ। ବାଂଲାଦେଶ ଓ ପଶ୍ଚିମବଙ୍ଗରୁ ଭାୟା ବାଲେଶ୍ୱର ଦେଇ ରାଜ୍ୟର ବିଭିନ୍ନ ସ୍ଥାନକୁ ଏହା ଚାଲାଣ ହେଉଛି। ବିଶେଷକରି ଭୁବନେଶ୍ୱରକୁ ନିଶା ବେପାରୀମାନେ ଆଡ୍ଡାସ୍ଥଳ କରିଛନ୍ତି। ସହର ଉପକଣ୍ଠରେ ଆଡ୍ଡା ଜମାଇ ସେମାନଙ୍କ କାରବାରକୁ ବଢ଼ାଇ ଚାଲିଛନ୍ତି। ବିଶେଷକରି ର଼୍ୟାକେଟରେ ଯୁବକ ଓ ମହିଳାଙ୍କୁ ସାମିଲ କରି ଛୋଟ ଛୋଟ ବେପାରୀ ଓ ଏଜେଣ୍ଟଙ୍କ ଜରିଆରେ ଏହି ଧଳାଜହରକୁ ଗ୍ରାହକଙ୍କ ନିକଟରେ ପହଞ୍ଚାଯାଉଛି। ଏହି ବେଆଇନ କାରବାର ରୋକିବାକୁ ୨୦୨୧ ଅଗଷ୍ଟରୁ ‘ହ୍ବାଇଟ୍‌ ସ୍ପାଇଡର’ ଅଭିଯାନ ଆରମ୍ଭ କରି କମିଶନରେଟ ପୋଲିସ କେବଳ ଛୋଟ ବେପାରୀଙ୍କୁ ଧରି ବାଃ ବାଃ ନେଉଛି। ଏପରିକି ଧରାପଡ଼ୁଥିବା ଅଭିଯୁକ୍ତଙ୍କ ମଧ୍ୟରୁ ଅନେକ ହେଉଛନ୍ତି ଗ୍ରାହକ। ହେଲେ ବଡ଼ ଡିଲର ଓ ର଼୍ୟାକେଟ ମୁଖ୍ୟଙ୍କ ପାଖରେ ପୋଲିସ ପହଞ୍ଚତ୍ବାରେ ବିଫଳ ହେଉଛି। କମିଶନରେଟ ପୋଲିସର ଗତ ୩ ବର୍ଷର ତଥ୍ୟରୁ ଏହା ଜଣାପଡ଼ିଛି। ବିପୁଳ ପରିମାଣରେ ବ୍ରାଉନସୁଗାର ଭୁବନେଶ୍ୱରକୁ ଆସୁଛି। ହେଲେ ଅଧିକାଂଶ ମାମଲାରେ ଅଭିଯୁକ୍ତଙ୍କଠାରୁ ମାତ୍ର ୧୦ଗ୍ରାମ, ୨୦ ଗ୍ରାମ, ୫୦ଗ୍ରାମ୍‌ର ବ୍ରାଉନସୁଗାର ଜବତ କରି ଅଭିଯାନ ସଫଳ ହେଉଥିବା ପୋଲିସ ଦର୍ଶାଉଛି। ‘ହ୍ବାଇଟ୍‌ ସ୍ପାଇଡର’ ଅଭିଯାନ ଆରମ୍ଭ ହେବା ପୂର୍ବରୁ ପୋଲିସ ୨୦୨୧ ଜୁଲାଇରେ କେଶୁରାରେ ଚଢ଼ାଉ କରି ୫୫୦ ଗ୍ରାମ ବ୍ରାଉନସୁଗାର ଜବତ କରି ୨ଜଣଙ୍କୁ ଗିରଫ କରିଥିଲା। ହେଲେ ଏହି ଅପରେଶନ୍‌ ଆରମ୍ଭ ହେବା ପରେ ପୋଲିସ ସେଭଳି ସଫଳତା ପାଇନାହିଁ।
କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ଭୁବନେଶ୍ୱରରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରି ବଡ଼ ଡିଲରଙ୍କୁ ଗିରଫ କରୁଥିବାବେଳେ କମିଶନରେଟ ପୋଲିସ ଛୋଟମୋଟଙ୍କୁ ଧରି ଖୁସି ହେବା ହାସ୍ୟାସ୍ପଦ ବୋଲି ଆଲୋଚନା ହେଉଛି। ଗତ ମେ ତୃତୀୟ ସପ୍ତାହରେ ଏସ୍‌ଟିଏଫ୍‌ ଭୁବନେଶ୍ୱର ୟୁନିଟ-୮ସ୍ଥିତ ଏକ ସରକାରୀ କ୍ୱାର୍ଟରରେ ଚଢ଼ାଉ କରି ୧ କେଜି ୧୦୭ ଗ୍ରାମ ବ୍ରାଉନସୁଗାର ଜବତ କରି ସେଠାରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ସେହିପରି ୨୦୨୨ ନଭେମ୍ବରରେ ଏସ୍‌ଟିଏଫ୍‌ ଏୟାରଫିଲ୍ଡ ଥାନା ଅଞ୍ଚଳରୁ ୧ କେଜି ୫ ଗ୍ରାମର ବ୍ରାଉନସୁଗାର ଜବତ କରି ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ହେଲେ ଦକ୍ଷ ପୋଲିସ ଅଧିକାରୀଙ୍କୁ ନେଇ କାର୍ଯ୍ୟ କରୁଥିବା କମିଶନରେଟ ପୋଲିସ ବଡ଼ ଡିଲରଙ୍କୁ ଧରି ନ ପାରିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୋଲିସର ତଥ୍ୟ ଅନୁଯାୟୀ, ଭୁବନେଶ୍ୱରରୁ କମିଶନରେଟ ପୋଲିସ ୨୦୨୧ରେ ୯୮ଜଣଙ୍କୁ ଗିରଫ କରି ୭ କେଜି ୨୨ ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା। ୨୦୨୨ରେ ୯୪ଟି ମାମଲାରେ ୧୭୨ଜଣଙ୍କୁ ଗିରଫ କରିବା ସହ ୨ କେଜି ୫୫୮ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା। ସେହିଭଳି ଚଳିତବର୍ଷ ଜାନୁୟାରୀରୁ ମେ’ ପର୍ଯ୍ୟନ୍ତ ୩୧ ମାମଲାରେ ୫୯ଜଣ ଗିରଫ ହୋଇଥିବାବେଳେ ମୋଟ ୩୬୫.୭୫ ଗ୍ରାମ ବ୍ରାଉନସୁଗାର ଅର୍ଥାତ୍‌ ଜାନୁୟାରୀରେ ୧୨ଜଣଙ୍କଠାରୁ ୯୪ ଗ୍ରାମ, ଫେବୃୟାରୀରେ ୧୪ ଜଣଙ୍କଠାରୁ ୮୫.୬୬ ଗ୍ରାମ, ମାର୍ଚ୍ଚରେ ୧୦ଜଣଙ୍କଠାରୁ ୫୮.୧୨ ଗ୍ରାମ, ଏପ୍ରିଲରେ ୧୦ଜଣଙ୍କଠାରୁ ୩୭.୨୫ ଗ୍ରାମ ଓ ମେ’ରେ ୧୨ଜଣଙ୍କଠାରୁ ୭୮.୨୨ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ତେବେ ଏସବୁ ମାମଲାରେ ପୋଲିସ ବଡ଼ ଡିଲରଙ୍କୁ ଧରିବାକୁ ମନ ବଳଉ ନାହିଁ। ପ୍ରାୟତଃ ଅଧିକାଂଶ ମାମଲାରେ ଅଭିଯୁକ୍ତଙ୍କ ବାଲେଶ୍ୱର ଓ ପଶ୍ଚିମବଙ୍ଗ ଲିଙ୍କ୍‌ ରହୁଛି। ସେମାନେ କେଉଁ ବଡ଼ ଡିଲରଙ୍କଠାରୁ ବ୍ରାଉନସୁଗାର ଆଣିଥିଲେ, ଏହି ନେଟ୍‌ୱର୍କ କେମିତି ଚାଲୁଛି – ଏସବୁ ଦିଗ ପ୍ରତି ପୋଲିସ ତଦନ୍ତ କରୁନାହିଁ। ଏପରିକି ଏହି ମାମଲାରେ ବଡ଼ ବେପାରୀଙ୍କୁ ଧରିବାକୁ ପୋଲିସ ରାଜ୍ୟ ବାହାରକୁ ମଧ୍ୟ ଯାଉନାହିଁ। ଛୋଟ ଗ୍ରାହକ ତଥା ବେପାରିଙ୍କ ନାଁରେ କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରି ପୋଲିସ ନିଜ କାମ ସାରି ଦେଇ ଚୁପ ବସୁଥିବା ଦେଖିବାକୁ ମିଳୁଛି।

ସତ୍ୟଜିତ୍‌ ରାଉତ


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ଏହି ମାସରେ ମଦ ଦୋକାନ ପାଇଁ ହେବ ଲଟେରୀ, ସୂଚନା ଦେଇ ଅବକାରୀ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୨୭।୩: ଜିଲାପାଳଙ୍କ ଉପସ୍ଥିତିରେ ଏପ୍ରିଲରେ ମଦ ଦୋକାନ ପାଇଁ ଲଟେରୀ ହେବ। ଏନେଇ ଶୁକ୍ରବାର ସୂଚନା ଦେଉଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି, ଆବଶ୍ୟକ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇ ଏମିତି କହିଦେଲେ ମୁଖ୍ୟମନ୍ତ୍ରୀ: ଗୁଜବ ଉପରେ…

ଭୁବନେଶ୍ୱର,୨୭।୩: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ୍ସସାଇଜ ଡ୍ୟୁଟି ହ୍ରାସ ପାଇଁ ଧନ୍ୟବାଦ ଜଣାଇଛନ୍ତି। ଏହି ନିଷ୍ପତ୍ତି ଲୋକଙ୍କୁ ଆଶ୍ୱସ୍ତି ଦେବ।…

କମିବ ତାପମାତ୍ରା; ଘୂର୍ଣ୍ଣିବଳୟ ପ୍ରଭାବରେ ୧ ଯାଏ ଝଡ଼ବର୍ଷା

ଭୁବନେଶ୍ୱର, ୨୭।୩(ବନ୍ଦନା ସେଠୀ): ବର୍ତ୍ତମାନ ଉପର ବାୟୁ ଘୂର୍ଣ୍ଣିବଳୟ ଉତ୍ତର ଓଡ଼ିଶା ସଂଲଗ୍ନ ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସମୁଦ୍ର ପତ୍ତନଠାରୁ ୧.୫ କି.ମି. ପର୍ଯ୍ୟନ୍ତ ବ୍ୟାପିିଛି।…

ତାତିରୁ ମିଳିଲା ତ୍ରାହି; ରାଜଧାନୀରେ ଘଡ଼ଘଡ଼ି ସହ କୁଆପଥର ବର୍ଷା

ଭୁବନେଶ୍ବର,୨୬ା୩: ଭୁବନେଶ୍ବରରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ପବନ, ଘଡ଼ଘଡ଼ି ସହିତ କୁଆପଥର ବର୍ଷା ହୋଇଛି । ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ଯୋଗୁ…

ବଢ଼ିବନି ବିଧାୟକଙ୍କ ଦରମା: ଗୃହର ସବୁ ସଦସ୍ୟଙ୍କୁ ଚିଠି ଲେଖିଲେ…

ଭୁବନେଶ୍ୱର,୨୬।୩: ବିଧାନସଭାରେ ବିଧାୟକଙ୍କ ଦରମା ବୃଦ୍ଧି ବିଲ ପ୍ରତ୍ୟାହାର ନେଇ ପ୍ରକ୍ରିୟା।ଏନେଇ ବିଧାନସଭା ସଚିବଙ୍କ ପକ୍ଷରୁ ଗୃହର ସବୁ ସଦସ୍ୟଙ୍କୁ ଚିଠି ଲେଖାଯାଇଛି। ସଂସଦୀୟ ମନ୍ତ୍ରୀ ମୁକେଶ…

ନୂଆ ଅବକାରୀ ନୀତି ଘୋଷଣା କଲେ ରାଜ୍ୟ ସରକାର: ଆଉ ଖୋଲିବନି ନୂଆ ମଦ ଦୋକାନ! ବଢିଲା…

ଭୁବନେଶ୍ୱର,୨୬।୩: ଆସିଲା ନୂଆ ଅବକାରୀ ନୀତି ୨୦୨୬-୨୯। ଓଡ଼ିଶା ସରକାର ୧ ଏପ୍ରିଲ ୨୦୨୬ରୁ ୩୧ ମାର୍ଚ୍ଚ ୨୦୨୯ ଅବଧି ନିମନ୍ତେ ଏକ ତ୍ରୈବାର୍ଷିକ ଅବକାରୀ ନୀତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri