Posted inଜାତୀୟ

‘ଛୁଟି ଚାହୁଁଥିଲେ ଏକା ଦେଖାକର’ ମନ୍ତବ୍ୟକୁ ନିର୍ଯାତନା ସୂଚକ ଭାବେ ଗ୍ରହଣ କରିହେବ ନାହିଁ, ହାଇକୋର୍ଟ…

ରାୟପୁର,୪।୧୧: ଜଣେ ସହକାରୀ ପ୍ରଫେସରଙ୍କ ବିରୋଧରେ ଅଣାଯାଇଥିବା ଯୌନ ନିର୍ଯାତନା ଏଫଆଇଆର୍‌କୁ ଖଣ୍ଡନ କରି ଛତିଶଗଡ ହାଇକୋର୍ଟ କହିଛନ୍ତି, ‘ଯଦି ଛୁଟି ଚାହୁଁଛ, ଏକୁଟିଆ ଦେଖା କର’ ମନ୍ତବ୍ୟକୁ ଯୌନ ନିର୍ଯାତନା ସୂଚକ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ।

ଭାରତୀୟ ଦଣ୍ଡବିଧି ସଂହିତା ଧାରା ୩୫୪-କ ଅନ୍ତର୍ଗତ ପ୍ରଫେସରଙ୍କ ବିରୋଧରେ ଅଭିଯୋଗ ଅଣାଯାଇଥିଲା। ଏନେଇ ପ୍ରଫେସରଙ୍କ ଆଇନଜୀବୀ ଯୁକ୍ତି ବାଢ଼ିଥିଲେ ଯେ, ଏକ୍ଷେତ୍ରରେ କୌଣସି ଶାରୀରିକ ସମ୍ପର୍କ କିମ୍ବା ଏସମ୍ପର୍କିତ କୌଣସି କାର୍ଯ୍ୟ ସମ୍ପୃକ୍ତ ପ୍ରଫେସର କରି ନାହାନ୍ତି। ଅବା ସେ ଯୌନ ସମ୍ପର୍କ ରଖିବା ଲାଗି ଅନୁରୋଧ ମଧ୍ୟ କରି ନ ଥିବା ଆଇନଜୀବୀ ଦର୍ଶାଇଥିଲେ। ତେଣୁ, ଆଇପିସିର ଧାରା ୩୫୪-କ ଅନୁଯାୟୀ କୌଣସି ଅପରାଧ ଅଭିଯୁକ୍ତଙ୍କ ବିରୋଧରେ ପ୍ରମାଣିତ ହେଉ ନାହିଁ।

ଏହି ପ୍ରସଙ୍ଗରେ ଅଭିଯୋଗର ବିଷୟବସ୍ତୁକୁ ବିଚାର କରି ବିଚାରପତି ନରେନ୍ଦ୍ର କୁମାର ବ୍ୟାସଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି, ଯଦି ଆମେ ଅଭିଯୋଗର ବିଷୟବସ୍ତୁକୁ ଦେଖିବା ଯେଉଁଥିରେ ଅଭିଯୋଗକାରୀ ଉଲ୍ଲେଖ କରିଛନ୍ତି, ଅଭିଯୁକ୍ତ କହିଛନ୍ତି ଯେ ‘ ମ୍ୟାଡାମ୍‌ ଯଦି ତୁମେ ଛୁଟି ଚାହୁଁଛ, ମୋତେ ଏକୁଟିଆ ସାକ୍ଷାତ କର’। ଏହି ମନ୍ତବ୍ୟରୁ ଅନୁମାନ କରାଯାଇପାରିବ ନାହିଁ ଯେ ତାଙ୍କ ଉପରେ କୌଣସି ଯୌନ ନିର୍ଯାତନା ହୋଇଛି। ସେମାନଙ୍କ ବାର୍ତ୍ତାଳାପକୁ ନେଇ ଅଭିଯୋଗକାରୀଙ୍କ ଦ୍ୱାରା ଦାଖଲ ହୋଇଥିବା ଅଭିଯୋଗ ଆଇପିସିର ଧାରା ୩୫୪ (କ) (୪) ଅନୁଯାୟୀ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ପର୍ଯ୍ୟାପ୍ତ ପ୍ରମାଣ ନୁହେଁ।

ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି (ପ୍ରିଭେନସନ ଅଫ ଆଟ୍ରୋସିଟିସ) ଆକ୍ଟ, ୧୯୮୯ ର ଧାରା ୩ (୧) (୧୨) ଅନୁଯାୟୀ କୋର୍ଟ ଏଫଆଇଆର୍‌କୁ ଖଣ୍ଡନ କରିଛନ୍ତି। ଅଭିଯୁକ୍ତ ପୀଡିତାଙ୍କୁ ଯୌନ ଶୋଷଣ କରିବା ଲାଗି ଏଭଳି କହିଥିବା ପ୍ରମାଣିତ ହୋଇ ପାରୁ ନାହିଁ କୋର୍ଟ କହିଛନ୍ତି। ସେ କହିଛନ୍ତି ଯେ, ଅଭିଯୋଗକାରୀ ଅନୁସୂଚିତ ଜାତି ସମ୍ପ୍ରଦାୟର ଏବଂ ଅଭିଯୁକ୍ତ ଭିନ୍ନ ସମ୍ପ୍ରଦାୟର। ଏହା ବ୍ୟତୀତ ଦାଖଲ ହୋଇଥିବା ଅଭିଯୋଗରେ ଅନ୍ୟ କୌଣସି ରେକର୍ଡରେ ନାହିଁ। ଅନୁସୂଚିତ ଜାତି ସମ୍ପ୍ରଦାୟର ହୋଇଥିବାରୁ ଅଭିଯୋଗକାରୀ ଅଭିଯୁକ୍ତଙ୍କ ବିରୋଧରେ ଏଭଳି ମାମଲା ଆଣିଥିବା କୋର୍ଟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri