ବ୍ୟଙ୍ଗ ସାହିତ୍ୟର ମିଶ୍ରରାଗ

ସେ ଜଣେ ଅନନ୍ୟ ବ୍ୟଙ୍ଗକାର । ତହିଁରେ ଶିଶୁ ସାହିତ୍ୟ, କବିତା, ପ୍ରବନ୍ଧ, ଗଳ୍ପ, ଗବେଷଣାମୂଳକ ନିବନ୍ଧ, ଫିଚର, ରମ୍ୟରଚନା, ପରୀକ୍ଷାମୂଳକ ଉପନ୍ୟାସ, ଅନୁବାଦରେ ତାଙ୍କର ରହିଛି ଗଭୀର ପ୍ରବେଶ। ଲେଖକୀୟ ସତ୍ତାକୁ ଏକପାଖିଆ କରି ଚଳପ୍ରଚଳ ହେଉଥିବା ତାଙ୍କ ବ୍ୟକ୍ତିସତ୍ତାକୁ ଖୁବ୍‌ ଆଦର ଓ ସମ୍ମାନ କରନ୍ତି ସବୁବର୍ଗର ପାଠକ ଓ ଜନ ସାଧାରଣ। ଶାଣଦିଆ କିନ୍ତୁ ଚଟୁଳ କଥନ ଭଙ୍ଗୀ ତାଙ୍କ ବିଦ୍ରୂପକୁ ତୀକ୍ଷ୍ଣ ପୁଣି ଆମୋଦଦାୟୀ ଯେତିକି କରିଥାଏ ସେତିକି ଆଶ୍ଚର୍ଯ୍ୟାନ୍ବିତ କରିଥାଏ ତାଙ୍କ ସାଂଗଠନିକ ଦକ୍ଷତା । ବିଚକ୍ଷଣ ଓ ଅଭିନବ ପରିକଳ୍ପନାର ଖଣି ବୋଲି ବିବେଚିତ ଏହି ବହୁମୁଖୀ ପ୍ରତିଭା ସାହିତ୍ୟ ଓ ସମାଜ ପାଇଁ ଏକ ସମ୍ମାନସ୍ପଦ ଉଦାହରଣ । ଯାହା ବି କରନ୍ତି ସୁନ୍ଦର କରନ୍ତି, ସବୁଦିନ ପାଇଁ ଦେଖିଲା ଲୋକ, ପଢ଼ିଲା ଲୋକର ମନରେ ରହିଲା ଭଳି କାମ କରନ୍ତି ଅଥଚ ସବୁବେଳେ କହୁଥାନ୍ତି , ଜୀବନରେ ଏମିତି କେଉଁ ତୀରଟାଏ ମାରିଦେଇଛି ଯେ ମୋ ଉପରେ କିଛି କୁହା ହେବ କି ଲେଖା ହେବ ! ଶାଣିତ ବ୍ୟଙ୍ଗର ଧୁରୀଣ ତୀରନ୍ଦାଜ ସେହି ମଣିଷ ଜଣକ ରାଧୁ ମିଶ୍ର ବୋଲି ଜାଣନ୍ତି, ଚିହ୍ନନ୍ତି ଓ କୁହନ୍ତି ରାଜ୍ୟ ତଥା ରାଜ୍ୟବାହାରର ଲୋକେ ଶ୍ରଦ୍ଧାରେ, ସମ୍ମାନରେ ।
ମିଶ୍ର ପୂରା ନାଁଟି ରାଧାକୃଷ୍ଣ ମିଶ୍ରଙ୍କ ଜନ୍ମ ୭ ମାର୍ଚ୍ଚ ୧୯୫୨, ବଲାଙ୍ଗୀରଠାରେ । ଶିକ୍ଷା ଓ ସାହିତ୍ୟରେ ପାଣ୍ଡିତ୍ୟ ଥିବା ପିତା ହରିହର ମିଶ୍ର ଓ ସୁସାହିତି୍ୟକା ରାସେଶ୍ୱରୀ ମିଶ୍ରଙ୍କ ସୁପୁତ୍ର ରାଧୁ ମିଶ୍ର ସାତ ଦରଜା (କବିତା ସଂକଳନ), ପ୍ରିୟମ୍ବଦା (ରୋମାଣ୍ଟିକ କବିତା ସଂକଳନ), ବଢ଼ିଲା ଝିଅଙ୍କ ବାପାମାନେ(ଆଲବମାତ୍ମକ ଉପନ୍ୟାସ ),କପି ତୁ କାହୁଁ ଅଇଲୁରେ (ବ୍ୟଙ୍ଗ ଗଳ୍ପ ସଂକଳନ), ବାସ୍‌ ଆଉ ଗୋଟେ ମାସ୍‌ (ବ୍ୟଙ୍ଗ କବିତା ସଂକଳନ) ଭଳି ମୌଳିକ ପୁସ୍ତକମାନ ରଚନା କରି ସାହିତ୍ୟ ଜଗତରେ ପ୍ରସିଦ୍ଧି ଅର୍ଜନ କରିଛନ୍ତି । ତାଙ୍କ ଦ୍ବାରା ଅନୁଦିତ ପୁସ୍ତକ ଲକ୍ଷେଟଙ୍କିଆ ଛିଙ୍କ, ଜଙ୍ଗଲରେ ଇଣ୍ଟରନେଟ, ଶ୍ରୀଦେବୀର ଅଣ୍ଡା, ଟାଇମ ପାସ୍‌ ଅଙ୍କଲ, ମୁଗାମ୍ବୋ ଖୁସ୍‌ ହୁଆ, ମଲାରେ ମଣିଷ, ଅଜନ୍ମା, ଐସେ ନା ବୁଲାନା ମୁଝେ, କୁଛ୍‌ ରହନେ ଭି ଦୋ ଅନକହି, ଚଲୋ ଆଜ କୁଛ୍‌ ବାତେଁ କର ଲେଁ ଆଦି ତାଙ୍କର ହିନ୍ଦୀ, ଇଂଲିଶ, ଓଡ଼ିଆ ଭାଷାରେ ଥିବା ପାରଙ୍ଗମତା ଓ ଅନୁସୃଜନ କ୍ଷମତାକୁ ସଗର୍ବେ ପ୍ରତିପାଦନ କରେ ।
ସମ୍ପାଦନା କାର୍ଯ୍ୟରେ ଫତୁରାନନ୍ଦ ଅଭିନନ୍ଦନ ଗ୍ରନ୍ଥ, ବ୍ୟଙ୍ଗ ମନ୍ଥନ, ତପତୀ ରେତ ପର ହରସିଙ୍ଗାର ଭଳି ଆୟସାସାଧ୍ୟ ସମ୍ପାଦକୀୟ କ୍ଷମତା ଦେଖେଇଥିବା ରାଧୁ ମିଶ୍ର ୧୯୭୧ରୁ କଟକରୁ ୧୯୭୬ ଯାଏ ପ୍ରକାଶିତ ‘ସୌରଭ’ରେ ହାସ୍ୟ-ବ୍ୟଙ୍ଗ ବିଭାଗର ପରିଚାଳନା, ହରିବୋଲ (ଓଡ଼ିଶାର ପ୍ରଥମ ହାସ୍ୟବ୍ୟଙ୍ଗ ସାହିତ୍ୟ ପତ୍ରିକା ସୁପରହିଟ ପଦାବଳୀ (ଓଡ଼ିଶାର ପ୍ରଥମ ପୋଷ୍ଟର ପତ୍ରିକା, ଶାମୁକା (ଓଡ଼ିଶାର ପ୍ରଥମ ଫୋଲଡର ପତ୍ରିକା ୧୯୯୫-୧୯୯୭)ରେ ନିଜ ଅଭିନବତ୍ୱ ଦେଖେଇଛନ୍ତି । ସଫଳ ସଂଗଠକ ହିସାବରେ ୧୯୮୫ରେ ଏପ୍ରିଲ ୩ ଯାଏ ମାସାଧିକ କାଳ ରାଉରକେଲାରେ ବିଶାଳ ଫତୁରାନନ୍ଦ ସମ୍ବର୍ଦ୍ଧନାର ଆୟୋଜନ କରି ଜଣେ ବ୍ୟଙ୍ଗକାର ତଥାକଥିତ ରାଜନେତା ଓ ସିନେ ତାରକାଙ୍କଠାରୁ କୌଣସି ଗୁଣରେ କମ୍‌ ନୁହେଁ ବୋଲି ଦେଖେଇଥିଲେ । ସେଇ ବର୍ଷ ‘ଇସ୍ତାହାର’ ପୂଜାସଂଖ୍ୟାର ସମ୍ପାଦକୀୟର ଆବେଗଭରା ଟିପ୍ପଣୀ ଥିଲା ‘ଏଭଳି ଭବ୍ୟ ସମ୍ବର୍ଦ୍ଧନା ଏଯାଏ ଓଡ଼ିଶାର ଦ୍ୱିତୀୟ କୌଣସି ପ୍ରତିଭାଙ୍କ ଭାଗ୍ୟରେ ଜୁଟିନାହିଁ।’ ୨୦୦୦ରେ ପୁରୀ ଜଗନ୍ନାଥ ମନ୍ଦିରରେ ସାରା ଓଡ଼ିଶାର ପ୍ରତିନିଧି ବ୍ୟଙ୍ଗକାରଙ୍କୁ ଏକତ୍ରିତ କରି ଓଡ଼ିଶା ବ୍ୟଙ୍ଗ ସାହିତ୍ୟ ଏକାଡେମୀ ଗଠନ ଓ ତା’ର ସାଧାରଣ ସମ୍ପାଦକ ଦାୟିତ୍ୱରେ ରହି ଓଡ଼ିଶା ସାରା ‘ଅର୍ଥକରୀ ବ୍ୟଙ୍ଗକବି ସମ୍ମିଳନୀ’ର ଆୟୋଜନ ଓ ୨୦୦୮ ଯାଏ ମଞ୍ଚ ସଞ୍ଚାଳନ କରିଥିବା ଆମର ଏହି ନିଆରା ବ୍ୟଙ୍ଗ ସାହିତି୍ୟକ ବ୍ୟଙ୍ଗ ସାହିତ୍ୟର ଗାମ୍ଭୀର୍ଯ୍ୟକୁ ସ୍ଥାପିତ କରିବା ପାଇଁ ୨୦୦୫ରେ ଅନୁଗୋଳରେ ସାରା ଓଡ଼ିଶାର ୨୫ଟି ଜିଲାରୁ ଆସିଥିବା ପ୍ରବୀଣରୁ ତରୁଣ ୧୪୭ ଜଣ ବ୍ୟଙ୍ଗକାରଙ୍କୁ ନେଇ ଦ୍ୱି-ଦିବସୀୟ ‘ଶ୍ରୀ ହରିବୋଲ ମହାକୁମ୍ଭ ହାସ୍ୟମେଳା’ର ଆୟୋଜନ କରିଥିଲେ, ଯାହା କେବଳ ଓଡ଼ିଶା ହିଁ ନୁହେଁ ସାରା ଭାରତରେ ଅଦ୍ୟାବଧି ଅଭୂତପୂର୍ବ।
ପୁରସ୍କାର(ସମ୍ବଲପୁର ବିଶ୍ୱବିଦ୍ୟାଳୟର ମୁଖପତ୍ର), ସୃଜନୀ ପୁରସ୍କାର(ହୀରାଖଣ୍ଡ ଟ୍ରଷ୍ଟର ଦଶମ ବସନ୍ତ ମିଳନ), ଚନ୍ଦ୍ରଭାଗା ହାସ୍ୟ-ବ୍ୟଙ୍ଗ ପୁରସ୍କାର( ବାଲେଶ୍ୱର), କାନ୍ତକବି(କଟକ ), ଛବି ରାୟ ବ୍ୟଙ୍ଗ ପୁରସ୍କାର (ଫକୀରମୋହନ ସାହିତ୍ୟ ପରିଷଦ, ବାଲେଶ୍ୱର), ଉତ୍ତରପ୍ରଦେଶ ହିନ୍ଦୀ ସଂସ୍ଥାନ (ଲକ୍ଷ୍ନୌ) ଦ୍ୱାରା ଉତ୍ତର ପ୍ରଦେଶ ସରକାରଙ୍କ ସୌହାର୍ଦ୍ଦ୍ୟ ସମ୍ମାନ, ପୁନର୍ନବା (ଚାନ୍ଦୋଳ), ଉତ୍କଳ ସାହିତ୍ୟ ସମାଜ( କଟକ ), ଫତୁରାନନ୍ଦ ଫାଉଣ୍ଡେଶନ(କଟକ), ରାଷ୍ଟ୍ରଦୀପ (କଟକ ), ତୀରତରଙ୍ଗ ସମ୍ମାନ( ଭୁବନେଶ୍ୱର) ଅରଣ୍ୟା ସମ୍ମାନ( ସୁନ୍ଦରଗଡ଼),ସ୍ବସ୍ତି ସାହିତ୍ୟ ସଂସଦ(ରାଉରକେଲା),ଏକାମ୍ର ପୁସ୍ତକ ମହୋତ୍ସବ(ଭୁବନେଶ୍ୱର)
ହିନ୍ଦୀସେବୀ ସମ୍ମାନ(ରାଉରକେଲା), ଆନନ୍ଦପୁର ସାହିତ୍ୟ ସଂସଦ (କେନ୍ଦୁଝର), ବଲାଙ୍ଗୀର ବହିହାଟ, ରାଷ୍ଟ୍ରଭାଷା ପ୍ରଚାର ସମିତି(କଟକ), ସାତାରା(ଢେଙ୍କାନାଳ)ଭଳି ଅନେକ ମାନସମ୍ମାନ ପାଇଥିବା ରାଧୁ ମିଶ୍ରଙ୍କ ପୁରସ୍କାର ଓ ସମ୍ବର୍ଦ୍ଧନାର ତାଲିକା ଏଇ ଦିଗରେ ଖୁବ୍‌ ଦୀର୍ଘ ହେବ ।
ବ୍ୟଙ୍ଗ ପାଇଁ ସେ ‘ବ୍ୟଙ୍ଗାଚାର୍ଯ୍ୟ’(ନୟାଗଡ଼ର ଦଶପଲ୍ଲାରେ ମହାବୀର ସାଂସ୍କୃତିକ ଅନୁଷ୍ଠାନ ଓ ଫୁଲବାଣୀର ଅକବି ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ ବ୍ୟଙ୍ଗକାର ସମ୍ମିଳନୀ ଅବସରରେ ) ଏବଂ ‘ବ୍ୟଙ୍ଗ ବାଚସ୍ପତି’ (ସିଂହଦ୍ୱାର, ପୁରୀ ଦ୍ୱାରା ଆୟୋଜିତ ବିଶାଳ ବ୍ୟଙ୍ଗ ସମ୍ମିଳନୀରେ ) ଉପାଧି ପ୍ରାପ୍ତ ହୋଇଛନ୍ତି ।
କୌଣସି ପରିଚୟରେ ଅଟକି ନ ଯିବ ରାଧୁ ମିଶ୍ରଙ୍କ ବିଶେଷତ୍ୱ । ତାହା ହିଁ ତ ସର୍ଜନର ପ୍ରାଥମିକ ସର୍ତ୍ତ – ନିତ୍ୟ ନୂତନତାର ଅନ୍ବୟ । ସେ କିନ୍ତୁ ଚାହାନ୍ତି ଏ ନିତ୍ୟ ନୂତନତା ବ୍ୟଙ୍ଗ ସାହିତ୍ୟର ପ୍ରାଣ ହେଉ । ବ୍ୟଙ୍ଗ ଓ ବିଦ୍ରୂପର ବାଣରେ ଧରାଶାୟୀ ହେଉ ସବୁ କୃତ୍ରିମତା । ତାଙ୍କର ଏ ଇଚ୍ଛା ଓଡ଼ିଆ ସାହିତ୍ୟ କ୍ଷେତ୍ରକୁ ବ୍ୟଙ୍ଗରେ ସମୃଦ୍ଧ କରୁ ।

-ମାନମୟୀ ରଥ
ସେଣ୍ଟ ଜାଭିୟର କିଡ୍ସ, ବାଲିପୁଟ, ପୁରୀ
ମୋ- ୭୯୭୮୫୭୯୩୯୯


Enter your email to get our daily news in your inbox.

All Right Reserved By Dharitri.Com

ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା: ଏତିକି ଯାଏ ବଢିଲା ଧାନକିଣା ଅବଧି

ଭୁବନେଶ୍ୱର,୧।୪: ଖରିଫ ଧାନକିଣା ଅବଧି ୭ ଦିନ ବୃଦ୍ଧି କଲେ ରାଜ୍ୟ ସରକାର। ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇ କହିଛନ୍ତି, ଯେପରି…

ବ୍ରାହ୍ମଣୀଗାଁରେ ବିଏସ୍‌ଏନ୍‌ଏଲ୍‌ ନେଟ୍‌ଓ୍ବର୍କ ଅଚଳ: ଗ୍ରାମବାସୀ ଥାନାରେ ଲିଖିତ ଅଭିଯୋଗ କରି…

ଦାରିଙ୍ଗବାଡ଼ି,୧ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ବିଏସ୍‌ଏନ୍‌ଏଲ ନେଟ୍‌ଓ୍ବର୍କ ବାରମ୍ବାର ଅଚଳ ହେଉଥିବା ବେଳେ ଗତ ୩୦ ମଧ୍ୟ ରାତ୍ରରୁ ସମ୍ପୂର୍ଣ୍ଣ ଅଚଳ ହୋଇଥିଲେ…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri