ଧୂମକେତୁ ଓ ଲଞ୍ଜାତାରା

ସୂର୍ଯ୍ୟକୁ ପରିକ୍ରମା କରିବା ପରେ ଲଞ୍ଜାତାରାଟି ନିଜ କକ୍ଷ ପଥରେ କ୍ରମଶଃ ଦୂରକୁ ଚାଲିଯାଏ ଏବଂ ଅନ୍ତର୍ଗ୍ରହୀୟ ଶୀତଳତାରେ ପୂର୍ବୋକ୍ତ ପ୍ରକ୍ରିୟା ସବୁ ଶାନ୍ତ ଓ ସ୍ତିମୀତ ହୋଇଯାଏ। ଫଳରେ ଏହାର କମା ଓ ଲାଞ୍ଜ ହ୍ରାସ ପାଇ କ୍ରମଶଃ ନିଶ୍ଚିହ୍ନ ହୋଇଯାଏ ଏବଂ ଖାଲି ଆଖିକୁ ଆଉ ଦେଖାଯାଏ ନାହିଁ। ଲଞ୍ଜାତାରାଟି ପୁଣି ଫେରିଯାଏ ନିଜର ଚିରାଚରିତ ବାସସ୍ଥାନ ସୌରଜଗତ ଉପାନ୍ତର ସେହି ସୁଦୂର ଥଣ୍ଡା ଓ ନିରନ୍ଧ୍ର ଅନ୍ଧକାର ଅଞ୍ଚଳକୁ। ଏଭଳି ଧୂମକେତୁ ଆମ ସୌରଜଗତକୁ ସାଧାରଣତଃ ଶହେ ବର୍ଷରୁ ଊର୍ଦ୍ଧ୍ୱ ସମୟାନ୍ତରରେ ଆସୁଥିବାରୁ ଏଗୁଡ଼ିକୁ ‘ଦୀର୍ଘ ଆବର୍ତ୍ତି କାଳ’ ବିଶିଷ୍ଟ ଧୂମକେତୁ କହନ୍ତି। ଅତୀତରେ ୧୮୧୧, ୧୮୪୩, ୧୮୬୧ ଏବଂ ୧୮୮୨ରେ ଦେଖାଯାଇଥିବା ଅତ୍ୟୁଜ୍ଜ୍ୱଳ ଧୂମକେତୁ ତଥା ୧୮୫୮ରେ ‘ଡୋନାତି’, ୧୯୧୦ର ଦିବାଲୋକରେ ଦୃଷ୍ଟ ‘ଓ୍ବେଷ୍ଟ’ ଆଦି ଏହି ଶ୍ରେଣୀୟ। ମାତ୍ର ଅନ୍ୟ କେତେକ ପିଣ୍ଡ ଗ୍ରହରାଜ ବୃହସ୍ପତିର ପାଖ ଦେଇ ଯିବାବେଳେ ଏହା ନିଜର ପ୍ରଚଣ୍ଡ ମାଧ୍ୟାକର୍ଷଣ ବଳରେ ଧୂମକେତୁଟି ନିଜ କକ୍ଷ ପଥରେ ଅନେକ ଥର ଏଭଳି ଆକର୍ଷଣର ସମ୍ମୁଖୀନ ହେଲେ ଏହାର ଗତି କ୍ରମେ ମନ୍ଥର ହୋଇଯାଏ। ତା’ସହ ଆଉ ଦୂରକୁ ଯାଇ ନ ପାରି ପାଖାପାଖି ନେପ୍‌ଚୁନ୍‌ ଗ୍ରହ ନିକଟରୁ ଫେରିଆସେ। ଏଭଳି ଧୂମକେତୁ ଆମ ଆକାଶକୁ ଶହେ ବର୍ଷରୁ କମ୍‌ ସମୟାନ୍ତରରେ ଫେରୁଥିବାରୁ ଏଗୁଡ଼ିକୁ ‘ସ୍ବଳ୍ପ ଆବର୍ତ୍ତି କାଳ’ ବିଶିଷ୍ଟ ଧୂମକେତୁ କହନ୍ତି। ଧୂମକେତୁରୁ ଏଙ୍କେ, କପଫ ତଥା ବହୁଚର୍ଚ୍ଚିତ ହ୍ୟାଲି ଲଞ୍ଜାତାରା ଏହି ଜାତିର ଅଟନ୍ତି।

(ଶେଷ ଭାଗ)
-ନିକୁଞ୍ଜ ବିହାରୀ ସାହୁ, ଏଜୁକେଶନ ଅଫିସର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ, ମଧ୍ୟପ୍ରଦେଶ, ମୋ: ୮୯୧୭୬୩୭୯୭୪


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri