କମେଡି ଭିଡ଼ିଓ ପଡ଼ିଲା ମହଙ୍ଗା : ପୋଲିସ କଲା ଗିରଫ…

ଦୁବାଇ,୧୧।୭ : ୟୁଏଇର ଜଣେ ବ୍ୟକ୍ତିଙ୍କ ପାଇଁ ଏକ କମେଡି ଭିଡିଓ ତିଆରି କରିବା ମହଙ୍ଗା ପଡ଼ିଛି। ଏମିରାଟ ସମାଜକୁ ଅପମାନିତ କରିଥିବା ଅଭିଯୋଗରେ ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି। ବାସ୍ତବରେ, ଭାଇରାଲ ଭିଡିଓରେ ଏହା ଦେଖିବାକୁ ମିଳିଥିଲା ବ୍ୟକ୍ତି ନିଜକୁ ୟୁଏଇ ଭାବରେ ଦେଖାଇବା ପାଇଁ ପ୍ରଥମେ ତାଙ୍କ ପରି ପୋଷାକ ପିନ୍ଧିଥିଲେ। ପରେ ବହୁ ନଗଦ ଟଙ୍କା ସହିତ ବିଳାସପୂର୍ଣ୍ଣ କାର କିଣିବାକୁ ଅଭିନୟ କରିଥିଲେ।

ପୋଲିସ ଅଧିକାରୀ କହିଛନ୍ତି ତଦନ୍ତ ପର୍ଯ୍ୟନ୍ତ ଉକ୍ତ ବ୍ୟକ୍ତିଙ୍କୁ ଜେଲରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୋସିଆଲ ମିଡିଆରେ ଏମିରାଟ ସମାଜକୁ ଅପମାନିତ କରିଥିବା ଅଭିଯୋଗ ହୋଇଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବ୍ୟକ୍ତି ଜଣକ ଏକ କମେଡି ଭିଡିଓ ତିଆରି କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ପାରମ୍ପାରିକ ଏମିରାଟ ପୋଷାକ ପିନ୍ଧି ଏସିଆ ଦେଶର ଜଣେ ବ୍ୟକ୍ତି ଭାବେ ଦୁଇ ଜଣଙ୍କ ସହିତ ଏକ ବିଳାସପୂର୍ଣ୍ଣ କାର୍‌ ଶୋ’ରୁମକୁ ନଗଦ ଟଙ୍କା ନେଇ ଯାଇଥିଲେ। ଗଲ୍ଫ ଆରବ ଉଚ୍ଚାରଣ ସହିତ ଇଂରାଜୀ କହିବା ସହ ସେ ସର୍ବାଧିକ ମୂଲ୍ୟର କାର ମାଗିଥିଲେ। ଶେଷରେ କାର୍‌ ନେବାକୁ ମନା କରିଦେଇଥିଲେ କାରଣ ସେ ଆବଶ୍ୟକ କରୁଥିବା ପରି ମହଙ୍ଗା କାର ଶୋ ରୁମରେ ନଥିଲା। ଶୋ’ରୁମ କର୍ମଚାରୀମାନେ ତାଙ୍କୁ ୨.୨ ନିୟୁତ ଦିରହମ ମୂଲ୍ୟର କାର୍‌ ଦେଖାଇଥିଲେ ଯାହା ପ୍ରାୟ ୬୦୦,୦୦୦ ଡଲାର୍‌ ।

ଯେତେବେଳେ ଶୋ’ରୁମ କର୍ମଚାରୀମାନେ ତାଙ୍କୁ କାର ଦେଖାଉଥିଲେ, ସେ କହିଥିଲେ ଭାଇ, ମୁଁ ଏକ ମହଙ୍ଗା କାର ଚାହୁଁଛି। ପରେ ଭିଡିଓରେ ଜଣେ ବ୍ୟକ୍ତି ଏକ ରୋଲ୍ସ-ରୋଏସ ସମେତ ଚାରିଟି ଦାମୀ କାର୍‌ ଅର୍ଡର କରୁଥିବା ଦେଖିବାକୁ ମିଳିଥିଲା।

ଏହି ରିପୋର୍ଟରେ ଦର୍ଶାଯାଇଛି ଏହି ଭିଡିଓ ଏମିରାଟ ନାଗରିକଙ୍କ ମିଥ୍ୟା ଭାବମୂର୍ତ୍ତିକୁ ପ୍ରୋତ୍ସାହିତ କରୁଛି। ଏ ସମ୍ପର୍କରେ ପବ୍ଲିକ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର ଶୋ’ରୁମର ମାଲିକଙ୍କୁ ପଚରାଉଚରା ପାଇଁ ଡାକିଥିଲେ। ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ଗୁଜବ ଏବଂ ନକଲି ଭିଡିଓ ନ ଦେଖିବା ପାଇଁ ମଧ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ସାମ୍ନାରେ AI ମହାରଥିଙ୍କ ମଧ୍ୟରେ କୋଲ୍ଡ ଓ୍ବାର…, କମ୍ପିଟିଟର୍ସ ପରସ୍ପରକୁ ଦେଖି…

ନୂଆଦିଲ୍ଲୀ,୧୯।୨: ଗୁରୁବାର (୧୯ ଫେବୃଆରୀ, ୨୦୨୬) ଇଣ୍ଡିଆ AI ଇମ୍ପାକ୍ଟ ସମିଟ ୨୦୨୬ରେ ଏକ ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଯେତେବେଳେ ଭାରତ ଏବଂ ବିଦେଶର…

ଆଦିବାସୀଙ୍କୁ ରୋଜଗାରର ଲୋଭ ଦେଖାଇ ଅଫିମ ଗଛକୁ ଚାଇନା ଶାଗ କହିଥିଲେ ମାଫିଆ, ଏବେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ…

କେନ୍ଦୁଝର,୧୯ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ବରଦାପାଳ ପଞ୍ଚାୟତ ତଳକମ୍ପଡିହୀ ଗାଁର ଜହ୍ଲା ସାହିରେ ବ୍ୟାପକ ପରିମାଣର ଅଫିମ ଚାଷକୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତରେ ପୋଲିସ, ବନ…

ଖଜୁରିପଡ଼ା ଗୋଷ୍ଠୀ ଶିକ୍ଷା ବିଭାଗ: ୫ କେନ୍ଦ୍ରରେ ୭୧୧ ବିଦ୍ୟାର୍ଥୀ ପରୀକ୍ଷା ଦେଲେ

ଖଜୁରିପଡ଼ା,୧୯ା୨(ବିଦୁର ବେହେରା): ଚଳିତ ବର୍ଷ ଫେବୃଆରୀ ୧୯ ଗୁରୁବାରଠାରୁ ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖରେ ଶେଷ ହେବ। ଖଜୁରିପଡ଼ା ଗୋଷ୍ଠୀ ଶିକ୍ଷା ବିଭାଗ…

ରାଜନୀତିରେ ଏଣ୍ଟ୍ରି କରିବେ ରୀନା ପାସଓ୍ବାନ? ପ୍ରସ୍ତୁତ ହେଲେଣି ଚିରାଗ, ଭାଜପାର ମୋହରକୁ ଅପେକ୍ଷା!

ନୂଆଦିଲ୍ଲୀ,୧୯।୨: ବିହାରର ପାଞ୍ଚଟି ରାଜ୍ୟ ସଭା ଆସନ ଖାଲି ହେବାକୁ ଯାଉଛି। ୨୦୨୬ ମାର୍ଚ୍ଚ ୧୬ରେ ଭୋଟ ହେବ। ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ବିହାରରେ ରାଜନୈତିକ…

ଭିଜିଲାନ୍ସ ଜାଲରେ ସୋର ତହସିଲଦାର: ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ

ସୋର,୧୯।୨(ଜନ୍ମେଞ୍ଜୟ ମିଶ୍ର): ଓଡ଼ିଶା ଭିଜିଲାନ୍ସ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବାଲେଶ୍ୱର ଜିଲା ସୋର ତହସିଲଦାରଙ୍କୁ ଗିରଫ କରିଛି। ଜବତ ହୋଇଥିବା ପଥର ବୋଝେଇ…

ରାହୁଲ ଗାନ୍ଧୀଙ୍କ ସମେତ ୨୫ କଂଗ୍ରେସ ଏମ୍‌ପିଙ୍କୁ ଗୁଳି କରିବାକୁ ଧମକ

ନୂଆଦିଲ୍ଲୀ,୧୯।୨: ରାଜସ୍ଥାନ ପୋଲିସ କୋଟାର ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି ଯିଏ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ୨୫ ଜଣ କଂଗ୍ରେସ ଏମପିଙ୍କୁ ଗୁଳି କରିବାକୁ…

୦,୦,୦…ରେ ଆଉଟ ହୋଇଥିବା ଅଭିଷେକ ଶର୍ମାଙ୍କୁ ମିଳିଲା ଗୁରୁ ମନ୍ତ୍ର, ଗାଭାସ୍କର କହିଲେ…

ନୂଆଦିଲ୍ଲୀ,୧୯।୨: ଅଭିଷେକ ଶର୍ମା ୨୦୨୬ ଟି୨୦ ବିଶ୍ୱକପରେ ତିନୋଟି ଇନିଂସ ଖେଳିଛନ୍ତି, କିନ୍ତୁ ସେ ତାଙ୍କର ଖାତା ଖୋଲି ନାହାଁନ୍ତି। ସେ ତିନୋଟି ମ୍ୟାଚରେ ଶୂନ୍ୟରେ ଆଉଟ…

ପଦ୍ମପୁର ତହସିଲଦାରଙ୍କୁ ନିଲମ୍ବନ କଲେ ସରକାର

ବରଗଡ଼,୧୯ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପଦ୍ମପୁର ତହସିଲଦାର ବିପିନ କୁମାର ପ୍ରଧାନଙ୍କୁ ଦୁର୍ନୀତି ଅଭିଯୋଗରେ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର। ଜିଲାପାଳଙ୍କ ରିପୋର୍ଟ ଆଧାରରେ ପଦ୍ମପୁରର ତହସିଲଦାରଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri