ବିବାହ ବନ୍ଧନରେ ହାସ୍ୟ ଅଭିନେତା ଗୁଡୁ

ଭୁବନେଶ୍ୱର, ୨୭। ୭: (ବ୍ୟୁରୋ): ଓଡ଼ିଆ ଚଳଚ୍ଚିତ୍ର ଜଗତର ପରିଚିତ ହାସ୍ୟ ଅଭିନେତା ଗୁଡୁ ସୋମବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। କେନ୍ଦ୍ରାପଡା ଜିଲା ରାଜନଗର ଅଞ୍ଚଳର ମାମାଙ୍କୁ ସେ ତାଙ୍କ ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି। ପ୍ରଥମେ ଉଭୟଙ୍କ ବିବାହ କୋର୍ଟରେ, ତା’ପରେ ଆମଫୋଇ ଏବଂ ଏବେ ଜାଗମରାସ୍ଥିତ ଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହୋଇଥିଲା। ଅଭିନେତା ଗୁଡୁ ସୋସିଆଲ ମିଡିଆରେ ମାମାଙ୍କ ସହ ସମ୍ପର୍କ ଯୋଡ଼ିଥିଲେ ମଧ୍ୟ ମାତ୍ର କେଇଟା ଦିନରେ ତାହା ପ୍ରେମରେ ପରିଣତ ହୋଇଥିଲା। ଏପରିକି ବିବାହ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ସମ୍ପର୍କର ମାତ୍ର ୪୬ ଦିନରେ ନୂଆ ଜୀବନ ଆରମ୍ଭ କରିଛନ୍ତି। କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ମାତ୍ର ୧୦ଜଣ ଘରଲୋକଙ୍କୁ ନେଇ ବିବାହ ଆୟୋଜନ କରାଯାଇଥିଲା। ପରିସ୍ଥିତିରେ ସୁଧାର ଆସିବା ପରେ ଧୁମ୍‌ଧାମ୍‌ରେ ବିବାହ ଭୋଜିର ଆୟୋଜନ କରାଯିବ ବୋଲି ଗୁଡୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଲୋକଙ୍କ କଥା କହୁ କହୁ କେମିତି ‘ଆମ ଆଦମୀ ପାର୍ଟି’ର ‘ଖଳନାୟକ’ ପାଲଟିଗଲେ ରାଘବ ଚଢା? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୪।୪: ରାଜନୀତିର ପ୍ରକୃତି ଅଦ୍ଭୁତ। କେତେବେଳେ ବନ୍ଧୁ ଶତ୍ରୁ ହୋଇଯାଏ, ଆଉ କେତେବେଳେ ଶତ୍ରୁ ବନ୍ଧୁ ହୋଇଯାଏ। ରାଜନୀତି କ୍ଷେତ୍ରରେ, ପବନର ଦିଗ ନିରନ୍ତର ପରିବର୍ତ୍ତନ ହୁଏ…

ମାତ୍ର ୧୧ ବଲ୍‌ରେ ବାଜି ପଲଟାଇ ଦେଲେ ଶିକ୍ଷକଙ୍କ ପୁଅ: ରାତାରାତି ପାଲଟିଲେ ସୁପରଷ୍ଟାର

ନୂଆଦିଲ୍ଲୀ,୪।୪: ଆଇପିଏଲରେ ଅଜଣା ଏବଂ ନୂତନ ଖେଳାଳିମାନେ ସୁପରଷ୍ଟାର ମାନ୍ୟତା ହାସଲ କରିପାରିବେ। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ମଧ୍ୟରେ ଆଇପିଏଲ…

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା: ବିଶ୍ୱବିଦ୍ୟାଳୟରେ ପୂରଣ ହେବ ଖାଲି ପଦବୀ, ଜୁଲାଇ ପୂର୍ବରୁ ହେବ…

ଭୁବନେଶ୍ୱର,୪ା୪: ବିଶ୍ୱବିଦ୍ୟାଳୟରେ ଖାଲିପଡ଼ିଥିବା ୧୪୦୦ ପଦବୀ ପୂରଣ ହେବ। ଏନେଇ ବଡ଼ ଘୋଷଣା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। କୁଳପତି ନିଯୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଶପଥ ନେଇ ନିଜ ନିଜର ଦାୟିତ୍ୱ ଗ୍ରହଣ କଲେ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା

ପୁରୁଷୋତ୍ତମପୁର,୪ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନେ ଶନିବାର ଶପଥ ନେଇ ନିଜନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ଓକିଲ ସଂଘ କକ୍ଷରେ ଆୟୋଜିତ…

ମଧ୍ୟସ୍ଥତା କରୁ କରୁ ବଢିଲାଣି ପାକିସ୍ତାନର ଅଡୁଆ, UAE ମାଗିଲାଣି ୩.୫ ବିଲିୟନ ଡଲାର

ଇସଲାମାବାଦ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ବିବାଦର ଅନ୍ତ ଘଟାଇବା ପାଇଁ ପାକିସ୍ତାନ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରିଥିଲା। ତଥାପି, ପାକିସ୍ତାନ – ଯାହା ନିଜେ ଆର୍ଥିକ…

ଛାତ୍ରୀଛାତ୍ର-ଶିକ୍ଷକଙ୍କ ମଧ୍ୟରେ ସୁସମ୍ପର୍କ ଗଢ଼ିବାକୁ ପ୍ରୟାସ

ମୋହନା,୪।୪( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନାରେ ଥିବା ପିଏମଶ୍ରୀ ଏସ୍‌ଏସ୍‌ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସତ୍ୟ ରଞ୍ଜନ କରଙ୍କ ତତ୍ୱାବଧାନରେ ପ୍ରବେଶ…

ଜଙ୍ଗଲରୁ ଜବତ ହେଲା ମଣିଷ ଖପୁରୀ ସହ ହାଡ଼, ମହିଳାଙ୍କ ଲୁଗା ପାଖରେ….

ପାଟଣା,୪।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଦାମାହୁଦା ପଞ୍ଚାୟତ ଅନ୍ତର୍ଗତ ସୁନାପଶି ଗ୍ରାମ ହୁଡ଼ିର ଜଙ୍ଗଲରୁ ଶନିବାର ପାଟଣା ପୋଲିସ ମଣିଷର ଖପୁରି ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri