କାମରେ ଆସୁନି ଆମ ବ୍ୟାଙ୍କ

ରସୁଲପୁର,୨୯ା୯(ରଞ୍ଜିତ ରାଉତ): ବ୍ୟାଙ୍କ ନ ଥିବା ପଞ୍ଚାୟତରେ ‘ଆମ ବ୍ୟାଙ୍କ’ ଖୋଲାଯାଇଛି। ଏହା ଜରିଆରେ ଉପଭୋକ୍ତାଙ୍କ ନିକଟରେ ବ୍ୟାଙ୍କିଙ୍ଗ୍‌ ସେବା ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି। ହେଲେ ଏହି ବ୍ୟାଙ୍କ୍‌ ଲୋକଙ୍କ କାମରେ ଆସୁନାହିଁ। ଆମ ବ୍ୟାଙ୍କ କେନ୍ଦ୍ରରୁ ଅତ୍ୟାବଶ୍ୟକ ସେବା ମିଳୁ ନ ଥିବାରୁ ରସୁଲପୁର ବ୍ଲକ ଅଞ୍ଚଳର ଉପଭୋକ୍ତା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଓ ୟୁନିୟନ ବ୍ୟାଙ୍କ ଆଦିକୁ ଯାଇ ନାନା ହଇରାଣହରକତ ହେଉଛନ୍ତି। ବିଶେଷକରି ସୁଭଦ୍ରା ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀ ଇ-କେୱାଇସି ଓ ମୋବାଇଲ ନମ୍ବର ଲିଙ୍କ କରିବାକୁ ବ୍ୟାଙ୍କ ସମ୍ମୁଖରେ ଲମ୍ବା ଧାଡ଼ିରେ ଛିଡ଼ା ହେଉଛନ୍ତି। ଉପଭୋକ୍ତା ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ବ୍ୟାଙ୍କ ସମ୍ମୁଖରେ ଛିଡ଼ାହୋଇ ଅକଥନୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ଏହି ସେବା ଆମ ବ୍ୟାଙ୍କରେ ଉପଲବ୍ଧ କରିବା ପାଇଁ ସାଧାରଣରେ ଦାବି ହେଉଛି। ପଞ୍ଚାୟତସ୍ତରରେ ଥିବା ଆମ ବ୍ୟାଙ୍କରେ ଏହି ସୁବିଧା ଉପଲବ୍ଧ ହେଲେ ଉପଭୋକ୍ତା ଦୂରଦୂରାନ୍ତରେ ଥିବା ବ୍ୟାଙ୍କକୁ ଯାଇ ହଇରାଣହରକତ ହେବାରୁ ବର୍ତ୍ତିଯାଇପାରନ୍ତେ ବୋଲି କୁହାଯାଉଛି।
୨୦୨୩-୨୪ ଆର୍ଥତ୍କ ବର୍ଷରେ ଆମ ବ୍ୟାଙ୍କ ଖୋଲାଯାଇଛି। ତତ୍କାଳୀନ ରାଜ୍ୟ ସରକାରଙ୍କ ପକ୍ଷରୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା ଓ ବ୍ୟାଙ୍କ ଅଫ ଇଣ୍ଡିଆ ସହ ଚୁକ୍ତି କରି ପ୍ରତ୍ୟେକ ପଞ୍ଚାୟତରେ ଆମ ବ୍ୟାଙ୍କ ସିଏସ୍‌ପି-ପ୍ଲସ(କଷ୍ଟମର ସର୍ଭିସ ପଏଣ୍ଟ-ପ୍ଲସ) ଖୋଲାଯାଇଛି। ଏହି ବ୍ୟାଙ୍କରେ ସଞ୍ଚୟ ଖାତା ଖୋଲିବା, ଆର୍ଥତ୍କ କାରବାର/ରେମିଟାନ୍ସ ସୁବିଧା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଅଟଳ ପେନ୍‌ସନ ଯୋଜନାର ରିନ୍ୟୁଆଲ ଓ ପରିଚାଳନା, ଆଧାର ଜରିଆରେ ଦେୟ ପ୍ରଦାନ, ପବ୍ଲିକ୍‌ ପ୍ରୋଭିଡେଣ୍ଟ୍‌ ଫଣ୍ଡ, ସୁକନ୍ୟା ଯୋଜନା ଜମାଖାତା ଖୋଲିବା, ଚଳନ୍ତି ଓ ସ୍ଥାୟୀ ଜମାଖାତା ଖୋଲିବା, ବିଦ୍ୟୁତ୍‌, ଟେଲିଫୋନ, ଡିଟିଏଚ୍‌, ଗ୍ୟାସ ବିଲ୍‌ ଆଦି ପୈଠ କରିବା, ଚେକ୍‌ ବୁକ୍‌, ଲାଇଫ ସାର୍ଟିଫିକେଟ୍‌, ଡେବିଟ୍‌ କାର୍ଡ, ପାସ୍‌ବୁକ୍‌ ଅପଟୁଡେଟ୍‌ କରିବା, ଏସ୍‌ଏଚ୍‌ଜି ଓ ଜେଏଲଜି(ଜଣ୍ଟଟ, ଲାଇବେଲିଟ୍‌ ଗ୍ରୁପ୍‌), ଇ-କେୱାଇସି ପ୍ରପୋଜାଲ, ଆକାଉଣ୍ଟ ରିନ୍ୟୁଆଲ ଭଳି ସେବା ପ୍ରଦାନ କରିବା ପାଇଁ ସରକାରଙ୍କ ବ୍ୟାଙ୍କଗୁଡିକର ଚୁକ୍ତି ହୋଇଛି। ମାତ୍ର ଆମ ବ୍ୟାଙ୍କଗୁଡ଼ିକରେ ଏଭଳି ସୁବିଧା ମିଳୁ ନ ଥିବାରୁ ଉପଭୋକ୍ତା ବ୍ୟାଙ୍କ ସେବା ପାଇଁ ଆମ ବ୍ୟାଙ୍କ ଖୋଲିବା ପୂର୍ବର ସ୍ଥିତିକୁ ଫେରି ଯାଇଛନ୍ତି। ପ୍ରତ୍ୟେକ ପଞ୍ଚାୟତରେ କାର୍ଯ୍ୟରତ ଆମ ବ୍ୟାଙ୍କ ସେବାକୁ ଲୋକାଭିମୁଖୀ କରିବା ଉପରେ ଗୁରୁତ୍ୱ ଦିଆଯିବା ସହ ଉପଯୁକ୍ତ ସେବା ପ୍ରଦାନ କରାଗଲେ ଜନସାଧାରଣ ଉପକୃତ ହୋଇପାରିବେ ବୋଲି ପଞ୍ଚାୟତର ଜନପ୍ରତିନିଧି ମତବ୍ୟକ୍ତ କରିଛନ୍ତି।
ସେହିପରି ସରକାର ଆମ ବ୍ୟାଙ୍କ ସେବାକୁ ତ୍ୱରାନ୍ବିତ କରିବା ଉପରେ ଗୁରୁତ୍ୱ ଦେଲେ ପଞ୍ଚାୟତରେ ବ୍ୟାଙ୍କ ସେବାର ବାସ୍ତବ ଉଦ୍ଦେଶ୍ୟ ପୂରଣ ହୋଇପାରନ୍ତା ବୋଲି ବୁଦ୍ଧିଜୀବୀଙ୍କ ମହଲରେ ମତପ୍ରକାଶ ପାଇଛି। ଏ ସମ୍ପର୍କରେ ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ କୁଆଖିଆ ଶାଖା ପରିଚାଳକ ଚିନ୍ମୟ ନାରାୟଣ ପ୍ରଧାନୀଙ୍କୁ ପଚାରିବାରୁ ସେ କହିଛନ୍ତି, ସିଏସ୍‌ପି-ପ୍ଲସ୍‌ ସରକାରଙ୍କ ତତ୍ୱାବଧାନରେ ପରିଚାଳିତ ହେଉଛି। ସେଥିରେ ମୂଳ ବ୍ୟାଙ୍କ ଶାଖାର ବିଶେଷ ଭୂମିକା ନାହିଁ। ଶାଖା ତରଫରୁ କେବଳ ବୈଷୟିକ ସହାୟତା ଯୋଗାଇ ଦିଆଯିବ। ବାକି ଆମ ବ୍ୟାଙ୍କରେ କି ସୁବିଧା ଉପଲବ୍ଧ ହେବ ସେ ଦିଗରେ ସରକାରୀସ୍ତରରେ ଗୁରୁତ୍ୱ ଦିଆଗଲେ ତାହା ସମ୍ଭବ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri