ମନ ବଦଳାଏ ରଙ୍ଗ

ନିଜ ଆଉଟ୍‌ଫିଟ୍‌ ସିଲେକ୍ସନକୁ ନେଇ ଯୁବପିଢ଼ିଙ୍କ ପସନ୍ଦ ଭିନ୍ନ ଭିନ୍ନ। ଅବସର ଅନୁୟାୟୀ କେବଳ ଡିଜାଇନ୍‌ ନୁହେଁ, କିଭଳି ରଙ୍ଗର ଡ୍ରେସ୍‌ ପିନ୍ଧିଲେ ପ୍ରେଜେଣ୍ଟେବଲ୍‌ ଲୁକ୍‌ ମିଳିବା ସହ ପର୍ସନାଲିଟି ଅଧିକ ଆକର୍ଷଣୀୟ ଲାଗିବ, ସେଥିପ୍ରତି ସେମାନେ ଭାରି ସଜାଗ। କାରଣ ରଙ୍ଗ କେବଳ ସେମାନଙ୍କ ଲୁକ୍‌ ନୁହେଁ, ମୁଡ୍‌କୁ ମଧ୍ୟ ପ୍ରଭାବିତ କରିଥାଏ…

ରଙ୍ଗର ଅନେକ ପ୍ରଭାବ ରହିଛି। ଯେଉଁଥିପାଇଁ ପ୍ରତ୍ୟେକ ଦେଶର ଜାତୀୟ ପତାକାରେ ବି ଭିନ୍ନ ଭିନ୍ନ ରଙ୍ଗକୁ କେତେକ ପ୍ରତୀକ ଭାବେ ବ୍ୟବହାର କରାଯାଇଥାଏ। କେତେକ ପେସାରେ ମଧ୍ୟ ନିର୍ଦ୍ଦିଷ୍ଟ ରଙ୍ଗର ଡ୍ରେସ୍‌କୋଡ୍‌ ବ୍ୟବହାର କରାଯାଏ। ସେହିପରି ପରମ୍ପରାକୁ ନେଇ ବିଭିନ୍ନ ରଙ୍ଗର ମହତ୍ତ୍ୱ ରହିଛି। ତେଣୁ ପୂଜାପର୍ବ, ବିବାହ, ବ୍ରତଠୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟକ୍ରମରେ ଅଲଗା ଅଲଗା ରଙ୍ଗକୁ ଗୁରୁତ୍ୱ ଦିଆଯାଇଥାଏ। କାରଣ ପୋଷାକ ରଙ୍ଗର ମଧ୍ୟ ମୁଡ୍‌ ଉପରେ ବିଶେଷ ପ୍ରଭାବ ପଡ଼ିଥାଏ। ଆଉଟ୍‌ଫିଟ୍‌ର ରଙ୍ଗ ଭଲ ହୋଇଥିଲେ ଏହା ପର୍ସନାଲିଟିକୁ ଆହୁରି ଆକର୍ଷଣୀୟ କରିଥାଏ ଏବଂ ମନରେ ଏକ ସକାରାତ୍ମକ ଭାବନା ସୃଷ୍ଟି କରିଥାଏ। ତେବେ ଜାଣିବା କେଉଁ ରଙ୍ଗର ପୋଷାକ ମନ ଉପରେ କ’ଣ ପ୍ରଭାବ ପକାଇଥାଏ…

ହ୍ବାଇଟ୍‌: ଧଳା ରଙ୍ଗ ଏକ ପରିଷ୍କାର, ଶାନ୍ତ ଏବଂ ସରଳ ମାନସିକତା ସୃଷ୍ଟି କରିଥାଏ। ଏହି ରଙ୍ଗର ପୋଷାକ ଶରୀରକୁ ଶୀତଳତା ପ୍ରଦାନ କରିବା ସହ ପ୍ରତ୍ୟେକ ସ୍କିନ୍‌ଟୋନ୍‌କୁ ଭଲ ଲାଗିଥାଏ। ତା’ଛଡ଼ା ଯେକୌଣସି କଲର ସହ ଏହି ଆଉଟ୍‌ଫିଟ୍‌କୁ ମିକ୍ସ ମ୍ୟାଚ୍‌ କରି ହେଉଥିବାରୁ ଏହାକୁ ପିନ୍ଧିଲେ ସ୍ମାର୍ଟ ତଥା ପ୍ରେଜେଣ୍ଟେବଲ୍‌ ଲାଗିଥାଏ। ଏହା ମଧ୍ୟ କଳାତ୍ମକ ଭାବନା ସୃଷ୍ଟି କରିଥାଏ ଏବଂ ପ୍ରତ୍ୟେକ କାର୍ଯ୍ୟକୁ ନିଜର ଭାବେ କରିବାର ସାହସ ଯୋଗାଇଥାଏ।

ରେଡ୍‌: ଲାଲ୍‌ ରଙ୍ଗ ସବୁବେଳେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ। ତେଣୁ ଏହି ରଙ୍ଗର ପୋଷାକ ପିନ୍ଧିବା ଦ୍ୱାରା ଆତ୍ମବିଶ୍ୱାସ ବଢ଼ିଥାଏ। ତା’ଛଡା ଏହା ଏକ ପାରମ୍ପରିକ ରଙ୍ଗ ହୋଇଥିବାରୁ ବିବାହ ବେଳେ ବୋହୂକୁ ମଧ୍ୟ ଏହି ରଙ୍ଗର ପୋଷାକ ପିନ୍ଧିବାକୁ ଦିଆଯାଏ। ତେଣୁ କୌଣସି ବିଶେଷ ଅବସରରେ ନିଜକୁ ହାଇଲାଇଟ୍‌ କରିବା ଲାଗି ଏହି କଲର ଡ୍ରେସ୍‌ ବେଷ୍ଟ ଅପ୍ସନ। ଏହା କନ୍‌ଫିଡେନ୍ସ ଲେଭଲକୁ ବଢ଼ାଇଥାଏ।

ବ୍ଲୁ: ମନକୁ ଶାନ୍ତ ଏବଂ ସ୍ଥିର ରଖିବାରେ ଏହି ରଙ୍ଗର ପୋଷାକ ମଧ୍ୟ କାମରେ ଆସିଥାଏ। ଏକ ସଫା ବ୍ଲୁ ରଙ୍ଗ ପୋଷାକ ପିନ୍ଧିବା ଦ୍ୱାରା ମନ ଚିନ୍ତାମୁକ୍ତ ଲାଗିବା ସହ ଅଧିକ ରଚନାତ୍ମକ ଭାବନା ବୃଦ୍ଧି ପାଇଥାଏ।

ଅରେଞ୍ଜ: ଏହି ରଙ୍ଗର ପୋଷାକ ପିନ୍ଧିବା ଦ୍ୱାରା ମୁଡ୍‌ ପଜିଟିଭ୍‌ ଏବଂ ଏନ୍‌ର୍ଜେଟିକ ରହିଥାଏ। ହେଲେ ଏହି ରଙ୍ଗସବୁ ସ୍କିନ୍‌ ଟୋନ୍‌କୁ ମ୍ୟାଚ୍‌ କରି ନ ଥାଏ। ତେଣୁ ଅରେଞ୍ଜ ଆଉଟ୍‌ଫିଟ୍‌ ବାଛିବା ବେଳେ ନିଜ ସ୍କିନ୍‌ ଟୋନ୍‌ ପ୍ରତି ଧ୍ୟାନ ଦିଅନ୍ତୁ। ତା’ଛଡ଼ା ଲାଲ୍‌ ଭଳି ଏହି ରଙ୍ଗ ମଧ୍ୟ ଦୃଷ୍ଟି ଆକର୍ଷଣ କରୁଥିବାରୁ ଏହା ଆପଣଙ୍କ ସ୍କିନ୍‌ଟୋନ୍‌ ପାଇଁ ପର୍‌ଫେକ୍ଟ କି ନୁହେଁ ଦେଖି ନିଅନ୍ତୁ। ନହେଲେ ପରବର୍ତ୍ତୀ ସମୟରେ ଏହାକୁ ପିନ୍ଧିବା ବେଳେ କାହାର ନେଗେଟିଭ୍‌ କମେଣ୍ଟ ଆପଣଙ୍କ ମୁଡ୍‌ ଖରାପ କରିପାରେ।

ୟେଲୋ: ପ୍ରାୟତଃ ପୂଜା, ପର୍ବ ଆଦିରେ ହଳଦିଆ ରଙ୍ଗର ପୋଷାକକୁ ବ୍ୟବହାର କରାଯାଏ। କାରଣ ଏହି ରଙ୍ଗର ପୋଷାକ ପିନ୍ଧିଲେ ମନରେ ଏକ ସକାରାତ୍ମକ ଉର୍ଜା ଜାଗ୍ରତ ହୋଇଥାଏ। ତେଣୁ ବୋର୍‌, ମାନ୍ଦା ବା ଅଳସୁଆ ଲାଗୁଥିଲେ ୟେଲୋ କଲର ପୋଷାକ ପିନ୍ଧିବା ଦ୍ୱାରା ଏହା ମୁଡ୍‌ ଫ୍ରେଶ୍‌ କରିବାରେ ସାହାଯ୍ୟ କରେ। ଏମିତିକି ଏହି ରଙ୍ଗର ପୋଷାକ ପିନ୍ଧି ପରୀକ୍ଷା କିମ୍ବା ଇଣ୍ଟରଭ୍ୟୁକୁ ଗଲେ ଅବା କୌଣସି ସ୍ଥାନରେ ଉଦ୍‌ବୋଧନ ଦେବାରେ ଥିଲେ କନ୍‌ଫିଡେନ୍ସ ବଢ଼ିଥାଏ।

ଗ୍ରୀନ୍‌: ଏହି ରଙ୍ଗ ମଧ୍ୟ ମନକୁ ଆନନ୍ଦିତ କରିବା ସହ ଏକ ସକାରାତ୍ମକ ପ୍ରଭାବ ପକାଇଥାଏ। ଆଉଟ୍‌ଫିଟ୍‌ ସାଧାରଣତଃ ଏକ ନିଶ୍ଚଳ ଓ ସ୍ଥିର ମାନସିକତା ପ୍ରଦାନ କରିଥାଏ। ଏହାକୁ ପିନ୍ଧିବା ଦ୍ୱାରା କୌଣସି ପ୍ରକାର ଷ୍ଟ୍ରେସ୍‌ ଥିଲେ ତାହା ଦୂର ହୋଇ ରିଲାକ୍ସ ଲାଗିଥାଏ।

ପର୍‌ପଲ୍‌: ଏହି ରଙ୍ଗର ଆଉଟ୍‌ଫିଟ୍‌ ଏକ ବିଳାସପୂର୍ଣ୍ଣ ମନୋଭାବ ସୃଷ୍ଟି କରିଥାଏ। ତେଣୁ ପୁରାତନ ଯୁଗରେ ରାଜ ପରିବାରର ଲୋକେ ନିଜ ଧନ ଓ ବିଭବ ଦେଖାଇବା ପାଇଁ ଏହି ରଙ୍ଗର ପୋଷାକ ପରିଧାନ କରୁଥିଲେ। ତେଣୁ ନିଜକୁ ଅନ୍ୟଠୁ ୟୁନିକ୍‌ ଲୁକ୍‌ ଦେବାକୁ ଚାହୁଁଥିଲେ ଏହି ରଙ୍ଗ ବେଷ୍ଟ ଅପ୍ସନ। କୌଣସି ପ୍ରକାର ଦ୍ୱନ୍ଦ୍ୱରେ ଥିଲେ ଏହି ରଙ୍ଗର ଆଉଟଫିଟ୍‌ ପିନ୍ଧିବା ଦ୍ୱାରା ମନକୁ ସଠିକ ନିଷ୍ପତ୍ତି ନେବାରେ ସାହାଯ୍ୟ କରିଥାଏ। କେବଳ ଏତିକି ନୁହେଁ, ଏହି ରଙ୍ଗ ମନରେ ଆଧ୍ୟାତ୍ମିକ ଭାବନା ସୃଷ୍ଟି କରିଥାଏ।

ପିଙ୍କ୍‌: ପିଙ୍କ୍‌ ଅଧିକାଂଶ ଝିଅଙ୍କର ଫେଭରେଟ୍‌ କଲର। ଏହାକୁ ପିନ୍ଧିବା ଦ୍ୱାରା ମନ ଖୁସି ଏବଂ ଶାନ୍ତ ରହିଥାଏ। ତା’ ଛଡା ମୁଡ୍‌କୁ ରୋମାଣ୍ଟିକ କରିବାରେ ବି ସାହାଯ୍ୟ କରିଥାଏ। କେବଳ ଏତିକି ନୁହେଁ, କନ୍‌ଫିଡେନ୍ସ ଲେଭଲ୍‌ ବଢ଼ାଇବାରେ ବି ଏହି ରଙ୍ଗ ବେଶ୍‌ କାମରେ ଆସିଥାଏ।

ବ୍ଲାକ୍‌: ଏହା ଏମିତି ଏକ ରଙ୍ଗ, ଯାହା ସମସ୍ତଙ୍କ ପର୍ସନାଲିଟିକୁ ସୁଟ୍‌ କରିଥାଏ। ଏହି ରଙ୍ଗର ଆଉଟ୍‌ଫିଟ୍‌ ବ୍ୟବହାର କରିବା ଦ୍ୱାରା ଦାୟିତ୍ୱବୋଧ, ଆତ୍ମବିଶ୍ୱାସ ଭଳି ମାନସିକତା ବୃଦ୍ଧି ପାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri