Posted inଫୁରସତ

ଦୃଷ୍ଟିଶକ୍ତି ଫେରି ପାଇବା ପରେ ଏମିତି ପ୍ରତିକ୍ରିୟା ଦେଲେ ଦୃଷ୍ଟିହୀନ ଯୁବକ, ଭିଡିଓ ଦେଖିଲେ ହେବେ ଭାବୁକ

ଯଦି କାହାର ଆଖି ନଷ୍ଟ ହୋଇଯାଏ ବା ସେ ସବୁଦିନ ପାଇଁ ଦୃଷ୍ଟି ଶକ୍ତି ହରାଇ ବସନ୍ତି ତେବେ ପୂରା ଜୀବନଟା ଅନ୍ଧକାର ମଧ୍ୟକୁ ଚାଲିଯାଏ। ସେହି ସମୟରେ ଆଖିର ମୂଲ୍ୟ କେତେ ବୁଝାପଡ଼େ। ସେମିତି ଏକ ଘଟଣା ଘଟିଛି ଜଣେ ଦୃଷ୍ଟିହୀନ ଯୁବକଙ୍କ କ୍ଷେତ୍ରରେ। ଜନ୍ମରୁ ତାଙ୍କ ଆଖି ଭଲ ଥିଲା। ହଠାତ୍‌ ତାଙ୍କ ଆଖିକୁ ଆଉ କିଛି ଦେଖାଗଲା ନାହିଁ। ଯେତେବେଳେ ପ୍ରଥମଥର ସେ କଲର ବ୍ଲାଇଣ୍ଡ୍‌ ଚଷମା ପିନ୍ଧିଲେ ଆଉ ପୂରା ଦୁନିଆ ତାଙ୍କୁ ରଙ୍ଗୀନ ଦେଖାଗଲା ସେତେବେଳେ ତାଙ୍କ ପ୍ରତିକ୍ରିୟା ଦେଖିଲେ ଆପଣ ବି ଭାବୁକ ହୋଇଯିବେ।

 

View this post on Instagram

 

A post shared by Mac (@maciavelli_)


ଏହି ଦୃଷ୍ଟିହୀନ ଯୁବକଙ୍କ ନାମ ମକ୍‌ନିଲେ(ମୈକ)। ଏହି ସପ୍ତାହରେ ତାଙ୍କର କିଛି ବନ୍ଧୁ ତାଙ୍କୁ କଲର ବ୍ଲାଇଣ୍ଡ୍‌ ଚଷମା ଗିଫ୍ଟ କରିଥିଲେ। ଏହା ପରେ ମୈକ ଏତେ ଭାବବିହ୍ବଳ ହୋଇଯାଇଥିଲେ ଯେ, ଏହି ସମୟର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହା ଦେଖି ୟୁଜରମାନଙ୍କ ଆଖିରେ ବି ଲୁହ ରହୁନି। ମୈକ କଲର ବ୍ଲାଇଣ୍ଡନେସ ରୋଗରେ ପୀଡ଼ିତ ଥିଲେ। ଏହା ଏପରି ଏକ ରୋଗ ଯାହା ରଙ୍ଗ ଚିହ୍ନିବାରେ କଷ୍ଟ ହୁଏ। ଏହି କାରଣରୁ ମୈକଙ୍କ ବନ୍ଧୁମାନେ ତାଙ୍କ ଏକ କଲର ବ୍ଲାଇଣ୍ଡ୍‌ ଚଷମା ଉପହାର ଦେବାକୁ ନିଷ୍ପତ୍ତି ନେଇଥିଲେ। ଯାହା ସାହାଯ୍ୟରେ ସେ ରଙ୍ଗୀନ ଜିନିଷ ଦେଖିପାରିବେ।

ଏହାକୁ ଲଗାଇବା ପରେ ମୈକ ପୂରା ସ୍ତବ୍ଧ ହୋଇଯାଇଥିଲେ। ସେ କହିଛନ୍ତି, ତାଙ୍କୁ ଚାରିଆଡ଼େ ଖାଲି ଅଲଗା ଅଲଗା ଲାଗିଲା। ସେ ସବୁ ଜିନିଷର ରଙ୍ଗ ଚିହ୍ନିପାରିଲେ। ସେ କହିଛନ୍ତି, ତାଙ୍କ ଆଖିରେ ଲୁହ ଚାଲି ଆସିଲା ଯେ, ଦୁନିଆରେ ଏତେ ସବୁ ଭଲ ଜିନିଷ ଅଛି? ସେ କହିଛନ୍ତି ମୋ’ ବନ୍ଧୁମାନେ ବହୁତ ଭଲ। ସେମାନେ ମୋ’ ପାଇଁ ଜୀବନ ବି ଦେଇଦେବେ। ମୈକଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ୨ ମିଲିୟନରୁ ଅଧିକ ଲୋକ ତାଙ୍କ ଭିଡିଓକୁ ଦେଖିଛନ୍ତି। ଏହା ସହିତ ଲକ୍ଷେରୁ ଅଧିକ ୟୁଜର ଲାଇକ୍‌ ମଧ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri