ରଙ୍ଗହୀନ ପ୍ରବାଳ ‘ଫିସ୍‌ ଫାଇଟ୍‌’ର କାରଣ

ଲଣ୍ଡନ,୬।୧: ସମୁଦ୍ରରେ ଅନେକ ପ୍ରଜାତିର ପ୍ରାଣୀ ବାସ କରନ୍ତି। କିଛି ପ୍ରାଣୀ ନିଜଠାରୁ କ୍ଷୁଦ୍ର ଜୀବଙ୍କୁ ଶିକାର କରନ୍ତି ତ ଆଉ କିଛି ସାମୁଦ୍ରିକ ପ୍ରବାଳ ଉପରେ ନିର୍ଭର କରନ୍ତି। ସମୁଦ୍ରରେ ରହୁଥିବା କ୍ଷୁଦ୍ରମାଛ ବଟର୍‌ଫ୍ଲାଏ ଫିସ୍‌ ବିଶେଷ ଭାବେ ଆକ୍ରୋପୋରା ପ୍ରବାଳକୁ ଖାଦ୍ୟ ଭାବେ ଗ୍ରହଣ କରନ୍ତି। ବିଭିନ୍ନ ରଙ୍ଗର ପ୍ରବାଳ ସମୁଦ୍ରରେ ଦେଖାଯାଉଥିବାବେଳେ ଜଳବାୟୁ ପରିବର୍ତ୍ତନ କାରଣରୁ ଏହା ବର୍ଣ୍ଣହୀନ ହେବାରେ ଲାଗିଛି। ଫଳରେ ବଟରଫ୍ଲାଏ ପ୍ରଜାତିର ମାଛଙ୍କ କ୍ଷେତ୍ରରେ ଖାଦ୍ୟାଭାବ ଦେଖାଯାଇଛି। ଅନ୍ୟପକ୍ଷେ ଏହି ବର୍ଣ୍ଣହୀନ ପ୍ରବାଳ ଯୋଗୁ ସମୁଦ୍ରରେ ଫିସ୍‌ ଫାଇଟ ବା ମାଛମାନଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳୁଥିବା ବ୍ରିଟେନ୍‌ର ଲାନ୍‌କାଷ୍ଟର ୟୁନିଭର୍ସିଟିର ମେରାଇନ୍‌ ଇକୋଲୋଜିଷ୍ଟ ସାଲି କେଥ୍‌ କହିଛନ୍ତି।
ଜଳବାୟୁ ପରିବର୍ତ୍ତନ ଯୋଗୁ ସାମୁଦ୍ରିକ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଏହି କାରଣରୁ ସମୁଦ୍ରର ଗଭୀର ଜଳର ପଥର ଚଟାଣରେ ସୃଷ୍ଟ ପ୍ରବାଳ ବର୍ଣ୍ଣହୀନ ହେବାରେ ଲାଗିଥିବା ବିଶେଷଜ୍ଞମାନଙ୍କ ଅଧ୍ୟୟନରୁ ଜଣାପଡ଼ିଛି। ଅଧିକାଂଶ ପ୍ରବାଳ ରଙ୍ଗହୀନ ହେବା ଦ୍ୱାରା ପାଖାପାଖି ୩୮ ପ୍ରଜାତିର ବଟରଫ୍ଲାଏ ଫିସ୍‌ଙ୍କ ମଧ୍ୟରେ ସଂଘର୍ଷ ଦେଖାଯାଇଛି। ମେରାଇନ୍‌ ଇକୋଲୋଜିଷ୍ଟଙ୍କ ଏକ ଦଳ ସମୁଦ୍ର ମଧ୍ୟକୁ ଯାଇ ଅତି ନିକଟରୁ ମାଛମାନଙ୍କ ଗତିବିଧିକୁ ଲକ୍ଷ୍ୟ କରିଛନ୍ତି। ଏ ନେଇ ପ୍ରକାଶିତ ଅଧ୍ୟୟନ ରିପୋର୍ଟ ମୁତାବକ କିଛି ମାଛ ପ୍ରବାଳ ଖାଉଥିବାବେଳେ ତାଙ୍କୁ ଅନେକ ମାଛ ଘେରିଯାଉଛନ୍ତି। ଖାଲି ସେତିକି ନୁହେଁ ପ୍ରବାଳ ଖାଉଥିବା ମାଛକୁ ସେଠାରୁ ହଟାଇବା ଲାଗି ଅନ୍ୟମାଛ ନିଜ ନାକ ଏବଂ ଡେଣାର ବ୍ୟବହାର କରୁଥିବା ଦେଖାଯାଇଛି।
୨୦୧୬ରେ ପ୍ରଥମ କରି ଗବେଷଜ୍ଞଙ୍କ ଦ୍ୱାରା ଫିଲିପାଇନ୍ସ, ଇଣ୍ଡୋନେସିଆ ଏବଂ ଖ୍ରୀଷ୍ଟମାସ ଦ୍ୱୀପର ରଙ୍ଗହୀନ ସାମୁଦ୍ରିକ ପ୍ରବାଳଙ୍କୁ ନେଇ ଅଧ୍ୟୟନ କରାଯାଇଥିଲା। କିନ୍ତୁ ସେ ସମୟରେ ଏହା ପଛର କାରଣ ସେମାନେ ଖୋଜି ବାହାର କରିବାରେ ଅସଫଳ ହୋଇଥିଲେ। ତେବେ ଏ ପ୍ରକାର ସଙ୍କଟର ମୁକାବିଲା ପାଇଁ ବଟରଫ୍ଲାଏ ଫିସ୍‌ ପାଖରେ କୌଣସି ବିକଳ୍ପ ଅଛି କି ନାହିଁ ତାକୁ ନେଇ ଗବେଷଣା ଚାଲିଛି। ଜଳବାୟୁ ପରିବର୍ତ୍ତନ ରୋକିବା ଦିଗରେ ପଦକ୍ଷେପ ନ ନିଆଗଲେ ବର୍ଣ୍ଣହୀନ ପ୍ରବାଳ ପୁଣିଥରେ ପୂର୍ବାବସ୍ଥାକୁ ଫେରିପାରିବେ ନାହିଁ। ଏହାଦ୍ୱାରା ଭବିଷ୍ୟତରେ ସମୁଦ୍ରରେ ଖାଦ୍ୟଚକ୍ରକୁ ନେଇ ବଡ଼ ସମସ୍ୟା ଦେଖାଯିବ ବୋଲି କେଥ୍‌ ସତର୍କ କରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ; ଜୟନ୍ତୀ ପଢିଆରି-ମହେଶ ମହାନ୍ତିଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଭଞ୍ଜନଗରରେ ଖୁସିର ଲହରୀ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ): ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଵତନ୍ତ୍ର ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ଏବଂ ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟ ତାଲିକା ଶୁକ୍ରବାର ଘୋଷଣା ହୋଇଛି । ଏଥିରେ…

ମଝି ଆକାଶରେ ଗାଏବ ହୋଇଗଲା ଆମେରିକାର ୧୬୦୦ କୋଟିର ଡ୍ରୋନ! ରହସ୍ୟମୟ ଭାବରେ ହର୍ମୁଜ ଉପରେ ହୋଇଗଲା ଅଦୃଶ୍ୟ

ଓ୍ବାଶିଂଟନ୍‌,୧୦।୪: ଆଜି ହର୍ମୁଜ ପ୍ରଣାଳୀ ଉପରେ ଏକ ସ୍ବତନ୍ତ୍ର ଆମେରିକା ନୌସେନା ନିରୀକ୍ଷଣ ଡ୍ରୋନ, MQ-4C ଟ୍ରାଇଟନ ହଠାତ୍‌ ଅଦୃଶ୍ୟ ହୋଇଯାଇଛି। ଏହି ଡ୍ରୋନଟିକୁ ଆମେରିକାର ସବୁଠାରୁ…

ଆଜିଠୁ ଟୋଲ୍ ପ୍ଲାଜାରେ ନୂଆ ନିୟମ, ଦେଇପାରିବେନି ନଗଦ ଟଙ୍କା

ନୂଆଦିଲ୍ଲୀ,୧୦।୪: ବଦଳିଗଲା ଟୋଲ୍ ପ୍ଲାଜା ନିୟମ । ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ(NHAI)  ଟୋଲ୍ ଆଦାୟ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଡିଜିଟାଲ୍ କରିବାକୁ ନିଷ୍ପତ୍ତି ନେଇଛି  । ଏହି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

ଏହି ୪ ରାଶିର ଫିଟିବ ଭାଗ୍ୟ: ଏପ୍ରିଲ ୧୧ରୁ ମିଳିବ ବଡ଼ ସଫଳତା

ନୂଆଦିଲ୍ଲୀ,୧୦।୪: ମୀନ ରାଶିରେ ବୁଧଙ୍କ ଗୋଚର ଏପରି ଏକ ସମୟ, ଯେଉଁଠାରେ ଲୋକଙ୍କର ଚିନ୍ତା ଶକ୍ତି ଭାବନା ଏବଂ କଳ୍ପନା ଦ୍ୱାରା ପ୍ରଭାବିତ ହେବ। ୧୧ ଏପ୍ରିଲ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

ଯୁଦ୍ଧବିରତି ପରେ ଇରାନର ସୁପ୍ରିମ ଲିଡର୍‌ ମୋଜତାବା ଖାମେନେଇଙ୍କ ଭୟଙ୍କର ବୟାନ, ଆମେରିକା-ଇସ୍ରାଏଲ ଶୁଣିଲେ…

ତେହରାନ୍‌,୧୦।୪: ଆମେରିକା ସହିତ ଯୁଦ୍ଧବିରତି ପରେ ଇରାନର ନୂତନ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ତାଙ୍କର ପ୍ରଥମ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଇରାନ…

ଲୋମଟାଙ୍କୁରା ଘଟଣା; ନିଶାରେ ଯୁବତୀଙ୍କୁ ଗଣବଳାତ୍କାର କଲେ ୪ ଯୁବକ, ପ୍ରମାଣ ନଷ୍ଟ କରିବା ପାଇଁ ଫାଶୀ ଦେଇଦେଲେ

ହାଇଦ୍ରାବାଦ,୧୦।୪: ତେଲଙ୍ଗାନାର ୱାରାଙ୍ଗଲ ଜିଲାରେ ଜଣେ  ୨୧ବର୍ଷୀୟା ଆଦିବାସୀ ଯୁବତୀଙ୍କୁ ଗଣବଳାତ୍କାର ଏବଂ ହତ୍ୟା ମାମଲା ସାମ୍ନାକୁ ଆସିଛି । ଯାହା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri