Posted inଜାତୀୟ

ପାକିସ୍ତାନ ଯୁଦ୍ଧର ହିରୋ କର୍ନଲ ଧର୍ମବୀରଙ୍କ ପରଲୋକ, ବର୍ଡର ଫିଲ୍ମରେ ଅକ୍ଷୟ ଖାନ୍ନା ଆସିଥିଲେ ତାଙ୍କ ଚରିତ୍ରରେ

ନୂଆଦିଲ୍ଲୀ,୧୮ ।୫: ପାକିସ୍ତାନର ସହ ୧୯୭୧ରେ ହୋଇଥିବା ଲୋଙ୍ଗେୱାଲା ଯୁଦ୍ଧର ହିରୋ କର୍ନଲ ଧର୍ମବୀରଙ୍କର ସୋମବାର ଗୁରୁଗ୍ରାମରେ ପରାଲୋକ ହୋଇଛି । ୧୯୯୨-୧୯୯୪ ପର୍ଯ୍ୟନ୍ତ ପଞ୍ଜାବରେ ସେ କମାଣ୍ଡାଣ୍ଟ ଥିଲେ । କେବଳ ସେତିକି ନୁହେଁ ୧୯୯୭ରେ ଆସିଥିବା ବଲିଉଡ ଫିଲ୍ମ ବର୍ଡରରେ ଅକ୍ଷୟ ଖାନ୍ନା କର୍ନଲ ଧର୍ମବୀରଙ୍କ ଭୂମିକା ପ୍ଲେ କରିଥିଲେ ।
୧୯୭୧ରେ ହୋଇଥିବା ଯୁଦ୍ଧରେ କର୍ନଲ ଧର୍ମବୀର ଯୁବ ଅଫିସର ଥିଲେ । ପାକିସ୍ତାନ ସହ ହୋଇଥିବା ଲୋଙ୍ଗେୱାଲା ଯୁଦ୍ଧ ସମୟରେ ତାଙ୍କ ସତର୍କତା ସବୁବେଳେ ମନେ ରହିବ । ୪ ଡିସେମ୍ବରରେ ବର୍ଡର ପାଟ୍ରୋଲିଂ ସମୟରେ ସେ ଭାରତ ଆସୁଥିବା ପାକିସ୍ତାନ ଟ୍ୟାଙ୍କର ଶବ୍ଦ ଶୁଣିଥିଲେ । ସେତେବେଳେ ସେ କ୍ୟାପଟେନ ଥିଲେ । ଏହାର ସୂଚନା ସେ ସିନିୟର ଅଫିସରକଙ୍କୁ ଦେବା ସହ ଅତିରିକ୍ତ ସେନା ମୁତୟନ ପାଇଁ ଦାବି କରିଥିଲେ । ହେଲେ ଅତିରିକ୍ତ ସେନା ନ ଥିବାରୁ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସେ ଓ ତାଙ୍କର ୨୦-୨୨ ଜଣିଆ ଟିମ ପାକିସ୍ତାନ ସେନାଙ୍କ୍‌ୁ ସୀମାରୁ ହଟାଇବାକୁ ପ୍ରାଣପଣେ ଚେଷ୍ଟା କରିଥିଲେ । ପରଦିନ ସକାରେ ଭାରତୀୟ ବାୟୁସେନା ତାଙ୍କୁ ସାହାଯ୍ୟ କରିଥିଲା । ଏହି ଯୁଦ୍ଧରେ ପାକିସ୍ତାନରେ ୧୨ ଟ୍ୟାଙ୍କ, ୧୨ ଆଣ୍ଟି ଟ୍ୟାଙ୍କ ମିଶାଇଲ ମାଡରେ ନଷ୍ଟ ହେବାସହ ଭାରତ କିଛି ଟ୍ୟାଙ୍କକୁ ନିଜ କବଜାକୁ ନେଇ ଆସିଥିଲା । ପାକିସ୍ତାନର ପାଖାପାଖି ୧୦୦ ଯାନ ନଷ୍ଟ ହୋଇଯାଇଥିଲା । ଏହାପରେ ଯେତେବେଳେ ଭାରତୀୟ ଡିଭିଜନର ରେଜିମେଣ୍ଟ ଆଗକୁ ଆସିଲେ ସେତେବେଳେ ପାକିସ୍ତାନ ସେନା ପଛଘୁଞ୍ଚା ଦେଇଥିଲେ ବୋଲି କର୍ନଲ ଧର୍ମବୀର ଏକ ସାକ୍ଷାତ୍‌କାରରେ କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

ରାସ୍ତା କଡ଼ ତାର ବାଡ଼ରେ ପିଟିହେଲା ବାଇକ୍‌, ଆଉ ତା’ପରେ…

କଳିଙ୍ଗନଗର,୨୨।୩(ଶୁଭାଶିଶ ରାଉତ): ଯାଜପୁର ଜିଲା କୋରାଇ ଥାନା ଅଧୀନ ଖମିଗାଁ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଭାରସାମ୍ୟ ହରାଇ ସ୍ଥାନୀୟ ପଛିକୋଟ…

କ୍ରସର ୟୁନିଟରୁ ଚୋରି, ବିଳମ୍ବିତ ରାତିରେ ପାଣି ମୋଟର…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମ ନିକଟ ଷ୍ଟୋନ କ୍ରସର ୟୁନିଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି…

ସ୍ୱାମୀ ଚେତନାନନ୍ଦଙ୍କ ଆଧ୍ୟାତ୍ମିକ ବାଣୀ ମାନବ ଜୀବନକୁ ଶୃଙ୍ଖଳିତ କରିପାରିବ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନ୍‌ଏସି ୧୦ନମ୍ୱର ୱାର୍ଡ ଗଡ଼ ଚୈତନ୍ୟପୁର ଶାସନ ସାହି ସ୍ଥିତ ସ୍ୱାମୀ ଚେତନାନନ୍ଦ ସାରସ୍ୱତ ବିଦ୍ୟାମନ୍ଦିରର ୧୫ତମ ବାର୍ଷିକୋତ୍ସବ ଏବଂ ଦୁଇଦିନ…

ହର୍ମୁଜ ଷ୍ଟ୍ରେଟରେ ପହଞ୍ଚିଲା ବ୍ରିଟିଶ ବୁଡ଼ାଜାହାଜ, ଟ୍ରମ୍ପଙ୍କ ଧମକ ମଧ୍ୟରେ କୀର ଷ୍ଟାରମରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଓ୍ବାଶିଂଟନ,୨୨।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି; ତଥାପି, ଯୁଦ୍ଧ ଶେଷ ହେବାର କୌଣସି ସୂଚନା ନାହିଁ –…

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri