Posted inଜାତୀୟ

ପାକିସ୍ତାନ ଯୁଦ୍ଧର ହିରୋ କର୍ନଲ ଧର୍ମବୀରଙ୍କ ପରଲୋକ, ବର୍ଡର ଫିଲ୍ମରେ ଅକ୍ଷୟ ଖାନ୍ନା ଆସିଥିଲେ ତାଙ୍କ ଚରିତ୍ରରେ

ନୂଆଦିଲ୍ଲୀ,୧୮ ।୫: ପାକିସ୍ତାନର ସହ ୧୯୭୧ରେ ହୋଇଥିବା ଲୋଙ୍ଗେୱାଲା ଯୁଦ୍ଧର ହିରୋ କର୍ନଲ ଧର୍ମବୀରଙ୍କର ସୋମବାର ଗୁରୁଗ୍ରାମରେ ପରାଲୋକ ହୋଇଛି । ୧୯୯୨-୧୯୯୪ ପର୍ଯ୍ୟନ୍ତ ପଞ୍ଜାବରେ ସେ କମାଣ୍ଡାଣ୍ଟ ଥିଲେ । କେବଳ ସେତିକି ନୁହେଁ ୧୯୯୭ରେ ଆସିଥିବା ବଲିଉଡ ଫିଲ୍ମ ବର୍ଡରରେ ଅକ୍ଷୟ ଖାନ୍ନା କର୍ନଲ ଧର୍ମବୀରଙ୍କ ଭୂମିକା ପ୍ଲେ କରିଥିଲେ ।
୧୯୭୧ରେ ହୋଇଥିବା ଯୁଦ୍ଧରେ କର୍ନଲ ଧର୍ମବୀର ଯୁବ ଅଫିସର ଥିଲେ । ପାକିସ୍ତାନ ସହ ହୋଇଥିବା ଲୋଙ୍ଗେୱାଲା ଯୁଦ୍ଧ ସମୟରେ ତାଙ୍କ ସତର୍କତା ସବୁବେଳେ ମନେ ରହିବ । ୪ ଡିସେମ୍ବରରେ ବର୍ଡର ପାଟ୍ରୋଲିଂ ସମୟରେ ସେ ଭାରତ ଆସୁଥିବା ପାକିସ୍ତାନ ଟ୍ୟାଙ୍କର ଶବ୍ଦ ଶୁଣିଥିଲେ । ସେତେବେଳେ ସେ କ୍ୟାପଟେନ ଥିଲେ । ଏହାର ସୂଚନା ସେ ସିନିୟର ଅଫିସରକଙ୍କୁ ଦେବା ସହ ଅତିରିକ୍ତ ସେନା ମୁତୟନ ପାଇଁ ଦାବି କରିଥିଲେ । ହେଲେ ଅତିରିକ୍ତ ସେନା ନ ଥିବାରୁ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସେ ଓ ତାଙ୍କର ୨୦-୨୨ ଜଣିଆ ଟିମ ପାକିସ୍ତାନ ସେନାଙ୍କ୍‌ୁ ସୀମାରୁ ହଟାଇବାକୁ ପ୍ରାଣପଣେ ଚେଷ୍ଟା କରିଥିଲେ । ପରଦିନ ସକାରେ ଭାରତୀୟ ବାୟୁସେନା ତାଙ୍କୁ ସାହାଯ୍ୟ କରିଥିଲା । ଏହି ଯୁଦ୍ଧରେ ପାକିସ୍ତାନରେ ୧୨ ଟ୍ୟାଙ୍କ, ୧୨ ଆଣ୍ଟି ଟ୍ୟାଙ୍କ ମିଶାଇଲ ମାଡରେ ନଷ୍ଟ ହେବାସହ ଭାରତ କିଛି ଟ୍ୟାଙ୍କକୁ ନିଜ କବଜାକୁ ନେଇ ଆସିଥିଲା । ପାକିସ୍ତାନର ପାଖାପାଖି ୧୦୦ ଯାନ ନଷ୍ଟ ହୋଇଯାଇଥିଲା । ଏହାପରେ ଯେତେବେଳେ ଭାରତୀୟ ଡିଭିଜନର ରେଜିମେଣ୍ଟ ଆଗକୁ ଆସିଲେ ସେତେବେଳେ ପାକିସ୍ତାନ ସେନା ପଛଘୁଞ୍ଚା ଦେଇଥିଲେ ବୋଲି କର୍ନଲ ଧର୍ମବୀର ଏକ ସାକ୍ଷାତ୍‌କାରରେ କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri