Posted inଜାତୀୟ

କଲେଜିୟମ ପ୍ରସଙ୍ଗ କେବଳ ଏକ ମାଇଣ୍ଡ ଗେମ୍‌: ରିଜିଜୁ …

ଇଟାନଗର,୨୩।୪ : କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଲଗାତାଲ ସୁପ୍ରିମକୋର୍ଟର କଲେଜିୟମ ବ୍ୟବସ୍ଥା ବିରୋଧରେ ସ୍ବର ଉତ୍ତୋଳନ କରୁଛନ୍ତି। ବର୍ତ୍ତମାନ ତାଙ୍କର ସଦ୍ୟତମ ବିବୃତ୍ତିରେ ରିଜିଜୁ କହିଛନ୍ତି, କଲେଜିୟମ ପ୍ରସଙ୍ଗ କେବଳ ଏକଏକ ମାଇଣ୍ଡ ଗେମ୍‌ ଏବଂ ସେ ଏହା ବିଷୟରେ କହିବେ ନାହିଁ। ସୁପ୍ରିମକୋର୍ଟ କଲେଜିୟମର ବିଚାରାଧୀନ ସୁପାରିଶ ବିଷୟରେ ରିଜିଜୁଙ୍କୁ ପଚରାଯାଇଥିଲା। ସେ ଏହାର ଉତ୍ତର ଦେଇଥିଲେ। ଅରୁଣାଚଳ ପ୍ରଦେଶରେ ୪-ଜି ସେବା ସହିତ୨୫୪ ମୋବାଇଲ ଟାୱାରର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏଭଳି କହିଛନ୍ତି।

ହାଇକୋର୍ଟ ଏବଂ ସୁପ୍ରିମକୋର୍ଟର ବିଚାରପତିଙ୍କ ନିଯୁକ୍ତିରେ କେନ୍ଦ୍ର ସରକାର ଏବଂ ସୁପ୍ରିମକୋର୍ଟଙ୍କ ମଧ୍ୟରେ ଅନେକ ବିବାଦ ଦେଖାଦେଇଛି, କିନ୍ତୁ ନିକଟ ଅତୀତରେ ଏହି ବିବାଦ ଆହୁରି ଗଭୀର ହୋଇଛି। ଯେଉଁଠାରେ କେନ୍ଦ୍ର ସରକାର କଲେଜିୟମ ବ୍ୟବସ୍ଥା ଉପରେ ପ୍ରଶ୍ନ କରୁଛନ୍ତି। କେନ୍ଦ୍ର ଆଇନ ମନ୍ତ୍ରୀ ାଙ୍କର ଏକ ବିବୃତ୍ତିରେ କଲେଜିୟମ ବ୍ୟବସ୍ଥାକୁ ସମ୍ବିଧାନ ବାହାରେ ଏବଂ ଏପରିକି ବିଦେଶୀ ବୋଲି କହିଛନ୍ତି। ସରକାର କହିଛନ୍ତି, ଜାତୀୟ ନ୍ୟାୟିକ ନିଯୁକ୍ତି ଆୟୋଗ ଅଧୀନରେ ନ୍ୟାୟପାଳିକାରେ ନିଯୁକ୍ତି ଦିଆଯାଉ। ଏଥି ସହିତ ସୁପ୍ରିମକୋର୍ଟ କଲେଜିୟମ ବ୍ୟବସ୍ଥା ବଜାୟ ରଖିବା ସପକ୍ଷରେ ଅଛନ୍ତି। ଫଳରେ ଏହା ସରକାର ଏବଂ ସୁପ୍ରିମକୋର୍ଟଙ୍କ ମଧ୍ୟରେ ବିବାଦର କାରଣ ହୋଇ ରହିଛି।

ଏକ ନ୍ୟୁଜ ଚ୍ୟାନେଲ କାର୍ଯ୍ୟକ୍ରମରେ ଯୋଗଦେଇ ରିଜିଜୁ କହିଥିଲେ, ଯେପର୍ଯ୍ୟନ୍ତ କଲେଜିୟମ ବ୍ୟବସ୍ଥା ଅଛି ସେ ପର୍ଯ୍ୟନ୍ତ ବିଚାରପତିଙ୍କ ନିଯୁକ୍ତିକୁ ନେଇ ବିବାଦ ଦେଖାଦେବ। ଯେବେଠାରୁ କଲେଜିୟମ ବ୍ୟବସ୍ଥା ଆରମ୍ଭ ହେଲା, ହାଇକୋର୍ଟର ତିନିଜଣ ବରିଷ୍ଠ ବିଚାରପତି ହାଇକୋର୍ଟର ପରବର୍ତ୍ତୀ ବିଚାରପତି କିଏ ହେବେ ତାହା ସ୍ଥିର କରନ୍ତି। ସେମାନେ ଏହି ନାମ ସୁପାରିଶ ପାଇଁ ପଠାନ୍ତି । ସେହିଭଳି ସୁପ୍ରିମକୋର୍ଟରେ ପାଞ୍ଚଜଣ ବରିଷ୍ଠ ବିଚାରପତି ନାମ ସ୍ଥିର କରନ୍ତି ଏବଂ ସେମାନଙ୍କ ବୁଝାମଣା ଆଧାରରେ ନିଷ୍ପତ୍ତି ନିଅନ୍ତି। ବିଚାରପତିମାନେ କେବଳ ସେହିମାନଙ୍କ ନାମ ପଠାନ୍ତି ଯେଉଁମାନଙ୍କୁ ସେମାନେ ଭଲଭାବେ ଜାଣିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ବାହାଘର ଭାଙ୍ଗିବା ପରେ ପ୍ରଥମଥର କ୍ୟାମେରା ଆଗରେ ମୁହଁ ଖୋଲିଲେ ସ୍ମୃତି ମନ୍ଧନା

ନୂଆଦିଲ୍ଲୀ,୧୦।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟର୍ ସ୍ମୃତି ମନ୍ଧନା ବ୍ୟକ୍ତିଗତ ଜୀବନର ଝଡ଼ ପରେ ପୁଣି ଥରେ ନିଜ ପ୍ରିୟ ଖେଳ କ୍ରିକେଟକୁ...

ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri