Posted inଜାତୀୟ

କଲେଜିୟମ ପ୍ରସଙ୍ଗ କେବଳ ଏକ ମାଇଣ୍ଡ ଗେମ୍‌: ରିଜିଜୁ …

ଇଟାନଗର,୨୩।୪ : କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଲଗାତାଲ ସୁପ୍ରିମକୋର୍ଟର କଲେଜିୟମ ବ୍ୟବସ୍ଥା ବିରୋଧରେ ସ୍ବର ଉତ୍ତୋଳନ କରୁଛନ୍ତି। ବର୍ତ୍ତମାନ ତାଙ୍କର ସଦ୍ୟତମ ବିବୃତ୍ତିରେ ରିଜିଜୁ କହିଛନ୍ତି, କଲେଜିୟମ ପ୍ରସଙ୍ଗ କେବଳ ଏକଏକ ମାଇଣ୍ଡ ଗେମ୍‌ ଏବଂ ସେ ଏହା ବିଷୟରେ କହିବେ ନାହିଁ। ସୁପ୍ରିମକୋର୍ଟ କଲେଜିୟମର ବିଚାରାଧୀନ ସୁପାରିଶ ବିଷୟରେ ରିଜିଜୁଙ୍କୁ ପଚରାଯାଇଥିଲା। ସେ ଏହାର ଉତ୍ତର ଦେଇଥିଲେ। ଅରୁଣାଚଳ ପ୍ରଦେଶରେ ୪-ଜି ସେବା ସହିତ୨୫୪ ମୋବାଇଲ ଟାୱାରର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏଭଳି କହିଛନ୍ତି।

ହାଇକୋର୍ଟ ଏବଂ ସୁପ୍ରିମକୋର୍ଟର ବିଚାରପତିଙ୍କ ନିଯୁକ୍ତିରେ କେନ୍ଦ୍ର ସରକାର ଏବଂ ସୁପ୍ରିମକୋର୍ଟଙ୍କ ମଧ୍ୟରେ ଅନେକ ବିବାଦ ଦେଖାଦେଇଛି, କିନ୍ତୁ ନିକଟ ଅତୀତରେ ଏହି ବିବାଦ ଆହୁରି ଗଭୀର ହୋଇଛି। ଯେଉଁଠାରେ କେନ୍ଦ୍ର ସରକାର କଲେଜିୟମ ବ୍ୟବସ୍ଥା ଉପରେ ପ୍ରଶ୍ନ କରୁଛନ୍ତି। କେନ୍ଦ୍ର ଆଇନ ମନ୍ତ୍ରୀ ାଙ୍କର ଏକ ବିବୃତ୍ତିରେ କଲେଜିୟମ ବ୍ୟବସ୍ଥାକୁ ସମ୍ବିଧାନ ବାହାରେ ଏବଂ ଏପରିକି ବିଦେଶୀ ବୋଲି କହିଛନ୍ତି। ସରକାର କହିଛନ୍ତି, ଜାତୀୟ ନ୍ୟାୟିକ ନିଯୁକ୍ତି ଆୟୋଗ ଅଧୀନରେ ନ୍ୟାୟପାଳିକାରେ ନିଯୁକ୍ତି ଦିଆଯାଉ। ଏଥି ସହିତ ସୁପ୍ରିମକୋର୍ଟ କଲେଜିୟମ ବ୍ୟବସ୍ଥା ବଜାୟ ରଖିବା ସପକ୍ଷରେ ଅଛନ୍ତି। ଫଳରେ ଏହା ସରକାର ଏବଂ ସୁପ୍ରିମକୋର୍ଟଙ୍କ ମଧ୍ୟରେ ବିବାଦର କାରଣ ହୋଇ ରହିଛି।

ଏକ ନ୍ୟୁଜ ଚ୍ୟାନେଲ କାର୍ଯ୍ୟକ୍ରମରେ ଯୋଗଦେଇ ରିଜିଜୁ କହିଥିଲେ, ଯେପର୍ଯ୍ୟନ୍ତ କଲେଜିୟମ ବ୍ୟବସ୍ଥା ଅଛି ସେ ପର୍ଯ୍ୟନ୍ତ ବିଚାରପତିଙ୍କ ନିଯୁକ୍ତିକୁ ନେଇ ବିବାଦ ଦେଖାଦେବ। ଯେବେଠାରୁ କଲେଜିୟମ ବ୍ୟବସ୍ଥା ଆରମ୍ଭ ହେଲା, ହାଇକୋର୍ଟର ତିନିଜଣ ବରିଷ୍ଠ ବିଚାରପତି ହାଇକୋର୍ଟର ପରବର୍ତ୍ତୀ ବିଚାରପତି କିଏ ହେବେ ତାହା ସ୍ଥିର କରନ୍ତି। ସେମାନେ ଏହି ନାମ ସୁପାରିଶ ପାଇଁ ପଠାନ୍ତି । ସେହିଭଳି ସୁପ୍ରିମକୋର୍ଟରେ ପାଞ୍ଚଜଣ ବରିଷ୍ଠ ବିଚାରପତି ନାମ ସ୍ଥିର କରନ୍ତି ଏବଂ ସେମାନଙ୍କ ବୁଝାମଣା ଆଧାରରେ ନିଷ୍ପତ୍ତି ନିଅନ୍ତି। ବିଚାରପତିମାନେ କେବଳ ସେହିମାନଙ୍କ ନାମ ପଠାନ୍ତି ଯେଉଁମାନଙ୍କୁ ସେମାନେ ଭଲଭାବେ ଜାଣିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri