କଲେଜ ଛାତ୍ରୀ ଗଣବଳାତ୍କାର ମାମଲା: ଖୁବଶୀଘ୍ର ଦାଖଲ କରାଯିବ ଚାର୍ଜଶିଟ୍‌

କଟକ,୮ା୧୧: କଟକ ସହରରେ ଜଣେ ଦଳିତ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର ମାମଲାର ଖୁବଶୀଘ୍ର ଚାର୍ଜଶିଟ୍‌ ଦାଖଲ କରାଯିବ ବୋଲି ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ କଟକ ଡିସିପି ସୂଚନା ଦେଇଛନ୍ତି। ଘଟଣାରେ ସମ୍ପୃକ୍ତ ୬ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଡିସିପିଙ୍କ ସୂଚନା ଦେଇଛନ୍ତି। ଗିରଫ ୬ ଅଭିଯୁକ୍ତଙ୍କ ମୋବାଇଲ ଜବତ କରାଯାଇଛି। ଏପରିକି ଅଭିଯୁକ୍ତଙ୍କ ବିରୋଧରେ ଏସ୍‌ସି/ଏସ୍‌୍‌ଟି ଆକ୍ଟ ଏବଂ ଆଇଟି ଆକ୍ଟରେ ମାମଲା ରୁଜୁ ହୋଇଛି। ଜବତ ଫୋନ୍‌କୁ ଏସ୍‌ଏଫ୍‌ଏସ୍‌ଏଲ୍‌କୁ ପଠାଯିବ। ଅନ୍ୟପକ୍ଷେ ଅଭିଯୁକ୍ତମାନଙ୍କ ଖୁବଶୀଘ୍ର କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରାଯିବ ବୋଲି ଡିସିପି କହିଛନ୍ତି।

ମିଳିଥିବା ସୂଚନା ମୁତାବକ, ଦୁର୍ଗାପୂଜା ସମୟରେ ଜଣେ କଲେଜ ଛାତ୍ରୀଙ୍କୁ ପୁରୁଷବନ୍ଧୁ ଓ ତାଙ୍କ ସାଙ୍ଗମାନେ ଗଣବଳାତ୍କାର କରିଥିଲେ। ଏପରି କି ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ମଧ୍ୟ କରାଯାଇଛି। ଉକ୍ତ ଭିଡିଓ ଜରିଆରେ ଛାତ୍ରୀଙ୍କୁ ବ୍ଲାକମେଲ୍‌ କରି ଅଭିଯୁକ୍ତମାନେ ବାରମ୍ବାର ବଳାତ୍କାର କରିଥିବା ନେଇ ପୀଡିତା ଥାନାରେ ଏତଲା ଦେଇଥିଲେ। ପୋଲିସ ଏକ ମାମଲା ରୁଜୁ କରି ୬ ଅଭିଯୁକ୍ତଙ୍କୁ ବୁଧବାର କୋର୍ଟ ଚାଲାଣ କରିଛି।

କଟକ ପୁରୀଘାଟ ଥାନା ଅଞ୍ଚଳର ଏକ କାଫେରେ ଛାତ୍ରୀଜଣକ ତାଙ୍କ ପୁରୁଷବନ୍ଧୁଙ୍କ ସହ ଜନ୍ମଦିନ ପାଳନ କରିଥିଲେ। ସେଠାରେ ଛାତ୍ରୀଙ୍କ ଅଜାଣତରେ ତାଙ୍କର ଅଶ୍ଳୀଳ ଭିଡିଓ ଉତ୍ତୋଳନ କରିଥିଲେ ପୁରୁଷବନ୍ଧୁ। ଏଥିରେ ସହଯୋଗ କରିଥିଲେ କାଫେ ମାଲିକ। କାଫେ ମାଲିକ ଓ ପୁରୁଷବନ୍ଧୁଙ୍କ ସାଙ୍ଗମାନେ ପୀଡ଼ିତାଙ୍କୁ ବାରଙ୍ଗ ଅଞ୍ଚଳର ଏକ ଘରକୁ ଡାକି ଉକ୍ତ ଭିଡିଓ ଦେଖାଇଥିଲେ। ପରେ ସେମାନେ ତାଙ୍କୁ ଗଣବଳାତ୍କାର କରିଥିଲେ।

ପୋଲିସ ମାମଲାର ତଦନ୍ତ କରି ଘଟଣାରେ ସମ୍ପୃକ୍ତ ଯୁବକମାନଙ୍କୁ ଧରିଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ୩ ଜଣ ଝାଞ୍ଜିରିମଙ୍ଗଳା, ଜଣେ ବାରଙ୍ଗ, କାଫେ ମାଲିକ ଭଗତପୁର ଅଞ୍ଚଳର ଏବଂ ଅନ୍ୟ ଜଣେ ଅଭିଯୁକ୍ତ ଖୋର୍ଦ୍ଧା ନୟାଗଡ଼ ଅଞ୍ଚଳର ବୋଲି ସୂଚନା ମିଳିଛି। ଏସିପି ସ୍ବସ୍ତିକ ପଣ୍ଡାଙ୍କ କହିବାନୁସାରେ, ଗଣବଳାତ୍କାର ଘଟଣାଟି ପୁରୀଘାଟ ଥାନା ଓ ବାରଙ୍ଗ ଥାନା ଅଞ୍ଚଳରେ ଘଟିଥିବା ଅଭିଯୋଗ ହୋଇଛି। ତେବେ ଛାତ୍ରୀଜଣକ ବାଦାମବାଡ଼ି ଥାନା ଅଞ୍ଚଳର ଏକ କଲେଜରେ ପଢ଼ୁଥିବାରୁ ସେ ଏଠାରେ ଏତଲା ଦେଇଛନ୍ତି। ଗୁରୁତ୍ୱର ସହ ମାମଲାର ତଦନ୍ତ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ଡିଏସ୍‌ପିଙ୍କ ଝିଅ ହାତ ଧରିଲେ ବୃନ୍ଦାବନର ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ

ଜୟପୁର,୫ା୧୨: ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ବତନ ଡିଏସ୍‌ପିଙ୍କ ଝିଅ ସିପ୍ରା ଜୟପୁରର ଏକ ହୋଟେଲରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପ୍ରସିଦ୍ଧ ମଥୁରାର ପ୍ରବଚକ...

ବୋର୍ଡ ନିଗମ ନିଯୁକ୍ତି ନେଇ ଆସିଲା ବଡ଼ ଖବର: ମନମୋହନ କହିଲେ…

ଭୁବନେଶ୍ୱର,୫।୧୨: ବୋର୍ଡ ନିଗମ ନିଯୁକ୍ତି ନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯାଇ ଘୋଷଣା ହେବ। ଏ ନେଇ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ କହିଛନ୍ତି। ଚର୍ଚ୍ଚା...

ସ୍ବାସ୍ଥ୍ୟକୁ ସୁସ୍ଥ ରଖେ କ୍ରୀଡ଼ା, ନିୟମିତ ଖେଳକୁଦ ଅଭ୍ୟାସ ପାଇଁ…

ଭଞ୍ଜନଗର,୫ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୩୬ ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି...

ଲଣ୍ଡନଠାରୁ ବି ମହଙ୍ଗା ହେଲା ପାଟନା-କୋଲକାତା ବିମାନ ଟିକେଟ, ଇଣ୍ଡିଗୋ ସଙ୍କଟ ପରେ ଭାଙ୍ଗିଲା ଭଡ଼ା ରେକର୍ଡ

ନୂଆଦିଲ୍ଲୀ,୫।୧୨: ଭାରତରେ ଗତ ଚାରି ଦିନ ମଧ୍ୟରେ ବିମାନ ଯାତ୍ରା ସମସ୍ୟା ବୃଦ୍ଧି ପାଇଛି। ଇଣ୍ଡିଗୋ ଏୟାରଲାଇନ୍ସର ୧,୦୦୦ ରୁ ଅଧିକ ବିମାନ ବାତିଲ ହେବା...

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜଣାଇଲେ ସମସ୍ୟା, ସମାଧାନ ପାଇଁ

ନୂଆପଡ଼ା,୫ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ଷ୍ଟୋନ କ୍ରଶର ଓ ପଥର କ୍ୱାରୀ ବ୍ୟବସାୟୀଙ୍କ ବିଭିନ୍ନ ସମସ୍ୟା ଉପରେ ଭାଜପା ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ଯଦୁମଣି...

ଅସୀମ ମୁନିର ହେଲେ CDF, ପାକିସ୍ତାନର ୩ ସେନା ରହିବେ କଣ୍ଟ୍ରୋଲରେ, ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ? ଜାଣନ୍ତୁ…

ଇସଲାମାବାଦ,୫।୧୨: ପାକିସ୍ତାନ ତା’ର ସାମରିକ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆଣିଛି, ଜେନେରାଲ ଅସୀମ ମୁନିରଙ୍କୁ ଦେଶର ପ୍ରଥମ ପ୍ରତିରକ୍ଷା ବାହିନୀ (CDF) ମୁଖ୍ୟ ଭାବରେ...

ମଝି ଆକାଶରେ ଫୁଟବଲ ଖେଳିଲେ ଦୁଇ ଖେଳାଳି, ଭୟଙ୍କର ଦୃଶ୍ୟ ଦେଖିଲେ…

କିଛି ଲୋକ ଅନେକ ଦୁଃସାହସିକ କାର୍ଯ୍ୟ କରିଥାନ୍ତି। ଯାହା ଦେଖି ଲୋକଙ୍କ ପ୍ରାଣବାୟୁ ଉଡ଼ିଯିବା ପରି ଲାଗେ। ବର୍ତ୍ତମାନ ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ...

ଟ୍ରମ୍ପଙ୍କୁ ଜୋରଦାର ଝଟ୍‌କା ଦେଲେ ପୁଟିନ-ମୋଦି! ବିଶ୍ୱରେ ଚହଳ

ନୂଆଦିଲ୍‌ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ତାଙ୍କ ଆଗମନ ଭାରତ ପାଇଁ ଖୁସିର ଖବର ଆଣିଛି। ଗୁରୁବାର ଆମେରିକୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri