Posted inUncategorized

କଲେଜ ଛାତ୍ରୀ ଜସ୍ମିନ୍‌ ହତ୍ୟା ମାମଲା: ୪୮ ଘଣ୍ଟା ବିତିଲା, ରହସ୍ୟରୁ ପରଦା ହଟିଲାନି

ଢେଙ୍କାନାଳ,୩।୩(ରତନ ନାୟାର)ଢେଙ୍କାନାଳ ଜିଲା ସଦର ଥାନା ମଜୁରି ଗ୍ରାମର କଲେଜ ଛାତ୍ରୀ ଜସ୍ମିନ୍‌ ସାହୁ ହତ୍ୟା ଘଟଣାକୁ ଶନିବାର ୪୮ ଘଣ୍ଟା ପୂରିଛି। ହେଲେ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ହୋଇପାରି ନାହିଁ କି ଅପରାଧିଙ୍କ ନିକଟରେ ପହଞ୍ଚିପାରିନି ପୋଲିସ। ତେବେ ଏ ନେଇ ପୋଲିସ ତଦନ୍ତ ଜାରି ରହିଥିବା ବେଳେ ସ୍ଥାନୀୟ ଅଞ୍ଚଳର ୨ଜଣ ଯୁବକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ଅଟକ ଥିବା ଯୁବକ ଦ୍ୱୟ ମୃତ ଜସ୍ମିନଙ୍କ ପଡ଼ୋଶୀ ଓ ସମ୍ପର୍କୀୟ ବୋଲି ଆଲୋଚନା ହେଉଛି। ଏପରି କି ପୂର୍ବ ରାଗରୁ ଏହି ହତ୍ୟାକାଣ୍ଡ ଘଟିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ତେବେ ଦିନ ତମାମ ପୋଲିସ ଜସ୍ମିନ୍‌ଙ୍କ ବାପା ତଥା ବ୍ୟବସାୟୀ ଜଳନ୍ଧର ସାହୁଙ୍କ ସମେତ ତାଙ୍କର ସମ୍ପର୍କୀୟମାନଙ୍କୁ ପଚରାଉଚରା ଜାରି ରଖିଛି। ଢେଙ୍କାନାଳ ସହରର ମହାବୀର ବଜାରଠାରୁ ଆରମ୍ଭ କରି ଗଣେଶ ବଜାର, ରଥଗଡା, ଜୁବୁଲି ଟାଉନ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜକୁ ନେଇ ପୋଲିସ ଯାଞ୍ଚ କରୁଛି। ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିବା ପାଇଁ ଏସ୍‌ପିଙ୍କ ନିର୍ଦ୍ଦେଶରେ ପୋଲିସ ବିଭାଗର ସମସ୍ତ ବରିଷ୍ଠ ଅଧିକାରୀ ନିୟୋଜିତ ହୋଇଛନ୍ତି। ସେହିପରି ଜସ୍ମିନ୍‌ ପଢିବାକୁ ଯାଉଥିବା କୁଞ୍ଜକାନ୍ତସ୍ଥିତ କୋଚିଂ ସେଣ୍ଟରର ଜଣେ କର୍ମକର୍ତ୍ତାଙ୍କୁ ଜେରା କରାଯାଇଛି। ଏ ସମ୍ପର୍କରେ ଏସ୍‌ପି ମଡକର ସନ୍ଦୀପ ସମ୍ପତ କହିଛନ୍ତି, ପୋଲିସ ପକ୍ଷରୁ ତନାଘନା ଜାରି ରହିଛି। ଘଟଣା ସମ୍ପର୍କରେ କିଛି ପ୍ରମାଣ ମିଳିଛି। ସ୍ଥାନୀୟ ଅଞ୍ଚଳର କେତେଜଣ ଯୁବକଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ଖୁବ୍‌ଶୀଘ୍ର ଘଟଣାର ପର୍ଦ୍ଦାଫାସ ହେବ।
ସୂଚନାଯୋଗ୍ୟ, ମଜୁରି ଗ୍ରାମର ଜଳନ୍ଧର ସାହୁଙ୍କ ଝିଅ ଜସ୍ମିନ୍‌ ଢେଙ୍କାନାଳ ସରକାରୀ ମହିଳା ଜୁନିୟର କଲେଜରେ ଯୁକ୍ତ୨ ପ୍ରଥମ ବର୍ଷ ବିଜ୍ଞାନ ଛାତ୍ରୀ ଥିଲେ। ଗୁରୁବାର ଅପରାହ୍ନ ୧ଟାରେ ସେ ସହରସ୍ଥିତ କୁଞ୍ଜକାନ୍ତଠାରେ ଥିବା କୋଚିଂ ସେଣ୍ଟରକୁ ପଢିବାକୁ ଯାଇ ସନ୍ଧ୍ୟା ୫ଟା ୪୦ରେ ଫେରିଥିବା ସହରସ୍ଥିତ ରଥଗଡାଠାରେ ଥିବା ଏକ କଖାରୁ ଗୋଦାମର ସିସିଟିଭି ଫୁଟେଜରୁ ଜଣାପଡିଛି। ଏହାପରେ ସେ ଘରକୁ ଫେରି ନ ଥିଲେ। ଶୁକ୍ରବାର ତାଙ୍କ ମୃତଦେହ ଢେଙ୍କାନାଳ-ଭାପୁର ରାସ୍ତା କଡ଼ର ଏକ ବୁଦା ମୂଳରୁ ମିଲିଥିଲା। ସେଠାରେ ଏକ ମଦଭର୍ତ୍ତି ବୋତଲ, ଚପଲହଳ ଏବଂ ଓଢଣି ସହ ରକ୍ତଭିଜା ପଥର ପଡିଥିବାରୁ ତାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ଜଣାପଡିଛି।

ଏନ୍‌ଏଚ୍‌ଆର୍‌ସିରେ ମାମଲା ଦାଏର
ଢେଙ୍କାନାଳ ସଦର ଥାନା ମଙ୍ଗଳପୁର ପଞ୍ଚାୟତ ମଜୁରି ଗ୍ରାମର ନାବାଳିକା କଲେଜ ଛାତ୍ରୀଙ୍କୁ ପଥରରେ ଛେଚି ନିର୍ମମ ହତ୍ୟା କରାଯିବା ଘଟଣାକୁ ନେଇ ଜାତୀୟ ମାନବ ଅଧିକାର କମିଶନଙ୍କ ନିକଟରେ ନଂ-୩୪୪୮/୨୦୨୪ରେ ମାମଲା ଦାଏର କରିଛନ୍ତି ନ୍ୟାୟ ପାଇଁ ଲଢ଼େଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ। ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ମୃତ ନାବାଳିକାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ସେ ଅନୁରୋଧ କରିଛନ୍ତି। ଏହି ମାମଲାରେ ମୁଖ୍ୟମନ୍ତ୍ରୀ, ପୋଲିସ ଡିଜି, ରାଜ୍ୟ ଗୃହ ବିଭାଗ ସଚିବ ଓ ଢେଙ୍କାନାଳ ଏସ୍‌ପିଙ୍କୁ ପକ୍ଷଭୁତ କରାଯାଇଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026 ପୂର୍ବରୁ CSKକୁ ବଡ଼ ଝଟ୍‌କା, ପୁରା ସିଜନ୍‌ରୁ ବାଦ୍‌ ପଡ଼ିଲେ ଘାତକ ବୋଲର୍‌…

ନୂଆଦିଲ୍ଲୀ,୧୯।୩: ଗତ ସିଜନର ଖରାପ ପ୍ରଦର୍ଶନକୁ ପଛରେ ପକାଇ ଆଇପିଏଲ୍‌ ୨୦୨୬ରେ ନୂଆ ଆଶା ଓ ଉତ୍ସାହ ସହ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ଚେନ୍ନାଇ ସୁପର…

କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା, ମଣ୍ଡିରେ ଭିଜିଲା ଧାନ

ମାଥିଲ,୧୯।୩(ସୁବାଷ ଚନ୍ଦ୍ର ଖୁଡୁପିଆ) ମାଲକାନଗିରି ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପବନ ସାଙ୍ଗକୁ କୁଆପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ବର୍ଷା ଯୋଗୁ ମାଲକାନଗିରି ଜିଲା…

ଭତ୍ତା ନେବାକୁ ଆସିଥିଲେ ଲୋକେ, ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଆଉ ତା’ ପରେ…

ଦିଗପହଣ୍ଡି,୧୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଜକର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଅପରାହ୍ନରେ ମହୁମାଛି ଆକ୍ରମଣରେ ୪ ଜଣ ଆହତ…

ଦୁଇ ବସ୍‌ ମୁହାଁମୁହିଁ, ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ…

ମୋହନା,୧୯ା୩(ମନ୍ମଥ ମିଶ୍ର): ଘରୋଇ ଯାତ୍ରୀବାହୀ ବସ୍‌ ସହ ମୁଖ୍ୟମନ୍ତ୍ରୀ ବସ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ…

ଓଡ଼ିଶାର ଏହି ଜିଲାରେ ରହିଛି ହୀରାଖଣି, ସୂଚନା ଦେଇ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୯ା୩: ଓଡ଼ିଶାରେ ମିଳିଛି ହୀରାଖଣିର ସନ୍ଧାନ। ତେବେ ରାଜ୍ୟର ନୂଆପଡ଼ା ଜିଲାରେ ଏହି ଖଣିର ସନ୍ଧାନ ମିଳିଛି। ନୂଆପଡ଼ାର କାଲମିଦାଦରଠାରେ ହୀରା ପଥର ଚିହ୍ନଟ କରାଯାଇଥିବା ନେଇ…

ତଣ୍ଟି ଚିପି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ପୋଲସରା,୧୯।୩: ଗଞ୍ଜାମ ଜିଲା ପୋଚାଲୁଣ୍ଡି ଗାଁରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପାରିବାରିକ କଳହରୁ ସ୍ତ୍ରୀଙ୍କ ତଣ୍ଟି ଚିପି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ…

କ୍ରସ୍‌ ଭୋଟିଂ ନେଇ ସୁବାସିନୀଙ୍କ ବଡ଼ ଖୁଲାସା, କହିଲେ ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍‌ ଦେଇଛି

ଭୁବନେଶ୍ୱର,୧୯ା୩: କ୍ରସ୍‌ ଭୋଟିଂ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟିକା ସୁବାସିନୀ ଜେନା। ସେ କହିଛନ୍ତି, ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍‌…

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି କଣ୍ଟେଇପଲ୍ଲୀ ଭିଏସ୍‌ଏସ୍‌

ଭଞ୍ଜନଗର,୧୯ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ପକ୍ଷରୁ ଜଙ୍ଗଲ ନିଆଁ ରୋକିବା ପାଇଁ ଏକ ସାଇକେଲ ରାଲି କଣ୍ଟେଇପଲ୍ଲୀରୁ ବାହାରିଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri