ବଲାଙ୍ଗୀର,୧୫।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରେ ଛାତ୍ର ସଂସଦ ନିର୍ବାଚନ ଗୁରୁବାର ସୁରୁଖୁରୁରେ ସମ୍ପନ୍ନ ହୋଇଛି। ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟରେ ସଭାପତି ଭାବେ ସୃଷ୍ଟିଶ୍ରୀ ପ୍ରଧାନ ନିର୍ବାଚିତ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ପ୍ରାର୍ଥୀଙ୍କଠାରୁ ୨୯ ଖଣ୍ଡ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି। ବଲାଙ୍ଗୀର ମହିଳା ମହାବିଦ୍ୟାଳୟରେ ଆଜି ୯୯୭ ଛାତ୍ରୀ ନିର୍ବାଚନରେ ମତ ସାବ୍ୟସ୍ତ କରିଥିଲେ।
ସେହିପରି ବଲାଙ୍ଗୀର ସରକାରୀ ମହାବିଦ୍ୟାଳୟରେ ମଧ୍ୟ ଶାନ୍ତିଶୃଙ୍ଖଳାର ସହ ଛାତ୍ର ସଂସଦ ନିର୍ବାଚନ ସମ୍ପନ୍ନ ହୋଇଛି। ଏହି ମହାବିଦ୍ୟାଳୟ ଛାତ୍ର ସଂସଦ ସଭାପତି ଭାବେ ସୌମ୍ୟରଞ୍ଜନ ପଟେଲ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀଙ୍କ ଠାରୁ ୩୦ଟି ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି । ବଲାଙ୍ଗୀର ସରକାରୀ ମହାବିଦ୍ୟାଳୟରେ ସମୁଦାୟ ୬୭୭ ଛାତ୍ରୀଛାତ୍ର ମତଦାନ କରିଥିଲେ। AVBP ପାର୍ଥୀ ଜିତିବା ପରେ AVBP ପକ୍ଷରୁ ପ୍ରାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସ୍ବାସ୍ଥ୍ୟମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗଙ୍କୁ କୃତଜ୍ଞତା ଜଣାଇଛନ୍ତି।